ମେଷ- ରାଶି ପାଇଁ ଷଷ୍ଠ ଚନ୍ଦ୍ର । ଦିନଟିରେ ବହୁତ ଭଲ ଯୋଗ ରହିଛି । ରାଜନୀତିରେ ସଫଳତା ପ୍ରାପ୍ତି ହେବ। ଛାତ୍ର ଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ବ୍ୟବସାୟରେ ଅଟକିଥିବା କାର୍ଯ୍ୟ ଆଗକୁ ବଢ଼ିବ।
ବୃଷ- ରାଶି ପାଇଁ ଘାତ ଚନ୍ଦ୍ର ଯୋଗୁଁ, ଉଦବେଗ ଜନକ ପରିସ୍ଥିତି ସୃଷ୍ଟି ହେବ । ମନ ବିଚଳିତ ହୋଇପାରେ । ଆତ୍ମବିଶ୍ୱାସର ଅଭାବ ହେବ। ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ହୋଇପାରେ । ପରିଶ୍ରମ ଅଧିକ ହେବ ।
ମିଥୁନ- ଦିନଟି ଆଶାନୁରୂପ ଫଳ ଦେବ ନାହିଁ।ଚାକିରି କ୍ଷେତ୍ରରେ ମାନହାନି ହୋଇପାରେ । ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଛାତ୍ର ଛାତ୍ରୀମାନେ ସଫଳତା ପ୍ରାପ୍ତ କରିବେ। କିଛି ଖୁସି ଖବର ମିଳିବ । ଯାନ-ବାହାନରେ ସାତର୍କତା ନିହାତି ଆବଶ୍ୟକ ।
କର୍କଟ- ତୃତୀୟ ଚନ୍ଦ୍ର କାଳ ଭୋଗ ହେତୁ ଦିନଟି ଶୁଭରେ କଟିବ । ଦାମ୍ପତ୍ୟ ଜୀବନରେ ଶାନ୍ତି ଦେଖାଦେବ । ଧାର୍ମିକ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ଆୟର ଯୋଗ ରହିଛି। ବ୍ୟବସାୟରେ ଅଟକିଥିବା କାର୍ଯ୍ୟ ପୁଣି ଆରମ୍ଭ ହେବ ।
ସିଂହ- ଶୁକ୍ଳ ପକ୍ଷରେ ଦ୍ଵିତୀୟ ଚନ୍ଦ୍ର ଶୁଭ ତେଣୁ ଅଟକି ଥିବା ଧନକୁ ପାଇ ଖୁସି ହେବେ । କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସା ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟବସାୟରେ ଜଗି-ରଖି କାର୍ଯ୍ୟ କଲେ ଆୟ ଉତ୍ତମ ହେବ। ବିଦ୍ୟାର୍ଥୀଙ୍କୁ ପରିଶ୍ରମ ସଫଳତା ଦେବ ।
କନ୍ୟା- ଶ୍ରୀ ଚନ୍ଦ୍ର ରହିଥିବାରୁ ଦିନଟି ବହୁତ ଖୁସି ଖବର ଦେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଶତ୍ରୁଙ୍କ ପରାଜୟ ହେବ । କର୍ମକ୍ଷେତ୍ରରେ ନୂତନ ପଦ-ପଦବୀରେ ଯୋଗଦାନ କରିବେ । ବ୍ୟବସାୟ ଖୁବ୍ ଭଲ ହେବ ।
ତୁଳା- ଅର୍ଥ ନିବେଶ ପାଇଁ ଦିନଟି ଅଶୁଭ ଅଟେ । ସନ୍ତାନଙ୍କ ପାଇଁ ସାମାନ୍ୟ ଚିନ୍ତାରେ ରହିବେ । ପ୍ରେମ ସମ୍ପର୍କରେ ନୂତନ ଆଶା ଉଜ୍ଜୀବିତ ହେବ । କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ନେଇପାରନ୍ତି । ବ୍ୟୟର ପରିମାଣ ଅଧିକ ରହିବ ।
ବିଛା- ଏକାଦଶ ଚନ୍ଦ୍ର ହେତୁ ଦିନଟି ଭଲ ଫଳ ଦେବ । ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଶୁଭ ରହିଛି । ରାଜନୀତିରେ ସମ୍ମାନିତ ହେବାର ଯୋଗ ଅଛି। କାର୍ଯ୍ୟ କ୍ଷେତ୍ରରେ ଦାୟିତ୍ବବାନ ହେବେ । ଗୃହରେ ପୂଜା ପାଠର ଆୟୋଜନ ହେବ ।
ଧନୁ- ଦଶମ ଚନ୍ଦ୍ର କାଳ ଭୋଗ ହେତୁ ଚାକିରି କ୍ଷେତ୍ରରେ ନିଶ୍ଚିନ୍ତ ଶୁଭ ଖବର ମିଳିବ । ବିଦ୍ୟାର୍ଥୀ ଙ୍କ ପାଇଁ ଦିନଟି ଅତି ଉତ୍ତମ ରହିଛି। ବ୍ୟବସାୟରେ ଧନପ୍ରାପ୍ତିର ଯୋଗ ରହିଛି । ବନ୍ଧୁଙ୍କ ଦ୍ଵାରା ଆୟର ଅବସର ପ୍ରାପ୍ତ ହେବ । ବିବାହ ପ୍ରସ୍ତାବ ଆସିବ ।
ମକର- ସ୍ବାସ୍ଥ୍ୟ କ୍ଷେତ୍ରରେ ସମସ୍ୟା ଦେଖା ଦେବ । ଭ୍ରମଣର ଯୋଗ ରହିଛି । ଚାକିରିରେ ସ୍ଥାନ ପରିବର୍ତ୍ତନ ହେବ । ପୁରୁଣା ବନ୍ଧୁଙ୍କ ସହ ମିଳନ ହେବ । ବ୍ୟବସାୟ ମଧ୍ୟମ ଫଳ ଦେବ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ।
କୁମ୍ଭ- ଭାଗ୍ୟର ସାଥ ମିଳିବ । ଦୂର ଯାତ୍ରା କରିପାରନ୍ତି । ଯେକୌଣସି କ୍ଷେତ୍ରରୁ ଶୁଭ ସମାଚାର ମିଳିବ । ଜୀବନ ସାଥୀଙ୍କ ସହଯୋଗ ମିଳିବ । ମାଲି ମକୋଦ୍ଦମାରେ ଜୟଯୁକ୍ତ ହେବେ । ବିଦ୍ୟାର୍ଥୀମାନେ ପ୍ରଗତି କରିବେ ।
ମୀନ- ପରିବାରରେ ଖୁସି ଦେଖିବାକୁ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅନିଚ୍ଛା ସତ୍ତ୍ୱେ ଖର୍ଚ୍ଚ ବୃଦ୍ଧି ହେବ । ନିଜ ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ। ଦୂର ସ୍ଥାନକୁ ଯାତ୍ରା କରିବେ । ଗୃହରେ ଧାର୍ମିକ କାର୍ଯ୍ୟର ଆୟୋଜନ ହେବ ।