ଜାଣନ୍ତୁ ସ୍ୱାଧୀନତା ଦିବସରେ କିପରି ବିତିବ ଆପଣଙ୍କ ଦିନ ? <strong></strong>

Published By : Prameya-News7 Bureau | August 14, 2022 IST

ମେ :~ ଆଜି ଲୋକସମ୍ପର୍କ ବୃଦ୍ଧି ପାଇବ କିନ୍ତୁ କେତେକ ଈର୍ଷାପରାୟଣ ବ୍ୟକ୍ତିଙ୍କ ସକାଶେ ଟେନସନ୍ ବଢିଯିବ। ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ପାଇଁ କୌଣସି ଦୃଢ ପଦକ୍ଷେପ ନେଲେ ଝମେଲା ଅଧିକ ବଢିଯାଇପାରେ। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ।

ଶୁଭ ରଙ୍ଗ:~  କ୍ରୀମ୍, ଶୁଭ ଅଙ୍କ:~ ୮

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ।

କର୍ମଜୀବି- ଅର୍ଥ ହାନୀ ହେବ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ।

ଗୃହିଣୀ- ଧାର୍ମିକ ହେବେ।

ବୃଷ: ~ ଆନୁଷ୍ଠାନିକ କାମ, କଳା, ସାହିତ୍ୟ, ସଭାସମିତି,ଲେଖାପଢା ଓ ଚୁକ୍ତିପତ୍ରରୁ ଶୁଭଫଳ ପାଇବେ। ବନ୍ଧୁଙ୍କ ଠାରୁ କୌନସି ଖବର ପାଇ କୁସି ହେବେ। କର୍ମକ୍ଷେତ୍ରରେ ଧନ ବଢିବାର ଯୋଗ ଅଛି। ବିଦ୍ୟା କ୍ଷେତ୍ରରେ ଆପଣଙ୍କର ରୁଚି ବଢିବ। ପ୍ରିୟ ପରିଜନଙ୍କ ସହିତ ଖୁବ୍‌ ମଉଜ କରିବେ।

ଶୁଭ ରଙ୍ଗ ଧଳା, ଶୁଭ ଅଙ୍କ ୬

ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ।

ରୋଗୀ- ସୁସ୍ଥ ଅନୁଭବ କରିବେ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ।

ବ୍ୟବସାୟୀ- ବିଜୟୀ ହେବେ।

ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

ମିଥୁନ:~ କର୍ମକ୍ଷେତ୍ରରେ କୁଟନୀତି ପ୍ରୟୋଗ କରି ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । କର୍ମକ୍ଷେତ୍ରରେ ସଫଳତା ହାସଲରେ କୌଣସି ଅସୁବିଧା ରହିବ ନାହିଁ । ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ନିକଟ ସମ୍ପର୍କୀୟ ସହାନୁଭୂତି ଲାଭ କରିବେ। ବାଟରେ ବନ୍ଧୁ ଠାରୁ ଅର୍ଥ ସାହଯ୍ୟ ପାଇ ଖୁସି ହେବେ ।

ଶୁଭ ରଙ୍ଗ: ~  ଲାଲ୍, ଶୁଭ ଅଙ୍କ: ~ ୧

ଚାଷୀ- ଶ୍ରମ ସାର୍ଥକ ହେବ

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ

କର୍ମଜୀବି- କାର୍ଯ୍ୟରେ ସଫଳ ହେବେ

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ

କର୍କଟ: ~ ରୋଗ, ଋଣ ଓ ଶତ୍ରୁତା ଚିନ୍ତାର ମୁଖ୍ୟ କାରଣ ହୋଇପାରେ । ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନଷ୍ପତ୍ତି ନେବେ ଏବଂ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ । ଆଧ୍ୟାତ୍ମିକ କାମରୁ ଆଜିର ଦିନଟି ଆରମ୍ଭ ହେବ । ଆପନ ଟିକେ ଅଧିକ ପରିଶ୍ରମ ବିକରନ୍ତି । ଆଗକୁ ସରକାରୀ ସ୍ତରରେ ବିଶେଷ ଲାଭବାନ୍ ହେବେ । ଶୁଭ ରଙ୍ଗ:~ ଧଳା, ଶୁଭ ଅଙ୍କ:~ ୮

ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।

ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।

ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

ଗୃହିଣୀ- ସୁଖୀ ହେବେ ।

ସିଂହ: ~ ସାହିତ୍ୟ କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ । ଆଜି ଯାତ୍ରା ଓ ବାଣିଜ୍ୟ ସକାଶେ ଦିନଟି ବହୁତ ଭଲ ଏବଂ ବନ୍ଧୁ ମିଳନରୁ ଖୁସି ମଧ୍ୟ ରହିବେ । ଦିନଟି ଶୁଭରେ କଟିବ। ସ୍ୱାସ୍ଥ୍ୟ ଉତ୍ତମ ରହିବ। ମହିଳାମାନେ ଧର୍ମ ପରାୟଣ ହେବେ। ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦେବେ। ଶୁଭ ରଙ୍ଗ:~ ନୀଳ, ଶୁଭ ଅଙ୍କ:~ ୩

ଚାଷୀ- ଜଳ ସଞ୍ଚୟ କରନ୍ତୁ

ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ

ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ

କର୍ମଜୀବି- ଅର୍ଥ ହାନୀ ହେବ

ବ୍ୟବସାୟୀ- ଅର୍ଥ ହାନୀ ହେବ

ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ

କନ୍ୟା: ~ ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି କଳହ ସୃଷ୍ଟି ହେବାର ସମ୍ଭାବନା ରହିଛି। ଦିନଟି ସୁଖ ଏବଂ ସୌଭାଗ୍ୟର ଦିନ। ଆର୍ଥିକ ସଫଳତାରେ ବାଧା ହେବ। ଛାତ୍ରଚାତ୍ରୀମାନେ ବିଦ୍ୟାକ୍ଷେତ୍ରରେ ମନ ଦେବେ ନାହିଁ। ମହିଳାମାନଙ୍କର କର୍ମକ୍ଷେତ୍ରରେ ଉନ୍ନତି ପାଇଁ ଚେଷ୍ଟିତ ହେବେ। ଶୁଭ ରଙ୍ଗ:~ ମେରୁନ୍, ଶୁଭ ଅଙ୍କ:~ ୭

ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍।

ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ।

ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ।

କର୍ମଜୀବି- ସମ୍ମାନିତ ହେବେ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ।

ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ।

ତୁଳା: ~  କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରିବେ ଏବଂ ବିଜୟ ଲାଭର ସମ୍ଭାବନା ମଧ୍ୟ ରହିଛି । ବିଭିନ୍ନ ପ୍ରକାର ରୁଚିବିରୁଦ୍ଧ କାର୍ଯ୍ୟ ମାନସିକ ଅସ୍ଥିରତା ସୃଷ୍ଟି କରିବ । ପାରିବାରିକ କ୍ଷେତ୍ରରେ ଭୁଲ୍ ବୁଝାମଣା ଅଶାନ୍ତିର କାରଣ ହୋଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

ଚାଷୀ ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ।

କର୍ମଜୀବି- ପ୍ରଶଂସିତ ହେବେ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ।

ଗୃହିଣୀ- ସୁଖ ଅନୁଭବ କରିବେ।

ବିଛା: ~ ଡାଇବେଟିସ୍ କିମ୍ବା ଗ୍ୟାଷ୍ଟ୍ରିକ୍ ରୋଗୀମାନଙ୍କ ସକାଶେ ଆଜିର ଦିନଟି ଅନୁକୂଳ ନୁହେଁ । ଦୀର୍ଘଦିନ ହେଲା ଆପଣ ଯାହାକୁ ଭଲ ଭାବୁଛନ୍ତି ସେହି ବ୍ୟକ୍ତିଟି ନିଜର ଫାଇଦା ହାସଲ କରିବା ସକାଶେ ସର୍ବଦା ଚେଷ୍ଟିତ ରହିବ । ରାଜନୀତି କ୍ଷେତ୍ରରେ ବେଶ୍ ଆଦୃତି ସହ ପ୍ରତିଷ୍ଠା ମିଳିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୨ ।

ଚାଷୀ- ଜଳ ସଞ୍ଚୟ କରନ୍ତୁ ।

ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।

ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

ଗୃହିଣୀ- ସୁଖଭରା ଦିନଟି ।

ଧନୁ : ~ ଆଜି କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହିତ ଏବଂ ପରିବାରରେ ସାଧାରନ କଥାକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ । ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟରେ ଚଳିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । କିଛି ଗୁପ୍ତକଥା , କଳାଧନ, କଚେରି ମାମଲା, ଅନ୍ୟମାନଙ୍କ ଘରୋଇ କଥାର ଆଲୋଚନା ସମ୍ପର୍କୀୟ ଅଯଥା ଚିନ୍ତା କରିପାରନ୍ତି ।

ଶୁଭ ରଙ୍ଗ: ~  ପିଚ୍, ଶୁଭ ଅଙ୍କ: ~୯

ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।

ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ଅର୍ଥ ହାନୀ ହେବ ।

ଗୃହିଣୀ- ଧାର୍ମିକ ହେବେ ।

ମକର: ~ ଧାର୍ମିକ କାର୍ଯ୍ୟ ସମ୍ପାଦନ, ଦେବଦର୍ଶନ ପାଇଁ ଇଚ୍ଛା ଜାଗ୍ରତ ହେବ। ଆପଣ ଖର୍ଚ୍ଚାନ୍ତ ହେବେ ସିନା ଆଜି କୌଣସି କାମ ଅଟକିବ ନାହିଁ। ମାଲିମୋକଦ୍ଦମା, ନିର୍ମାଣ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।

ଶୁଭ ରଙ୍ଗ ଗ୍ରୀନ୍, ଶୁଭ ଅଙ୍କ ୫

ଚାଷୀ- ଜଳ ସଞ୍ଚୟ କରନ୍ତୁ।

ରୋଗୀ- ଅସୁସ୍ଥ ଅନୁଭବ କରିବେ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ।

କର୍ମଜୀବି- ସମ୍ମାନିତ ହେବେ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ।

ଗୃହିଣୀ- ନୂଆବସ୍ତ୍ର ଲାଭ ହେବ।

କୁମ୍ଭ: ~ ପ୍ରତ୍ୟେକ କ୍ଷେତ୍ରରେ ପ୍ରାଥମିକ ସ୍ତରରେ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ଆଜି ଯାହା କରନ୍ତୁ କିମ୍ବା ଯୁଆଡେ ଯାଆନ୍ତୁନା କାହିଁକି ଲାଭବାନ୍ ନିଶ୍ଚିତ ହେବେ ବିବାଦୀୟ ଘଟଣା ଭିନ୍ନ ଆକାର ଧାରଣ କରିବ, ଏଣୁ ସତର୍କ ରହିବା ଭଲ। ଶୁଭ ରଙ୍ଗ ଧୂସର, ଶୁଭ ଅଙ୍କ ୩

ଚାଷୀ- ପୋଖରୀ, ଗାଡ଼ିଆ କରି ଜଳ ସଞ୍ଚୟ କରନ୍ତୁ

ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ

ବ୍ୟବସାୟୀ- ସ୍ୱାଭିମାନୀ ହେବେ

ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ

ମୀନ : ~  ସ୍ୱାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖା ଦେବ। ଆଜି ଦିନଟିଆନନ୍ଦର ଦିନ। ଶାରିରୀକ ଅସୁସ୍ଥତା ଦୂର ହେବ। ଆର୍ଥିକ ଉନ୍ନତି ହେବ। ଛାତ୍ରଛାତ୍ରୀମାନେ ବିଦ୍ୟା କ୍ଷେତ୍ରରେ ଦୂର ଯାତ୍ରା କରିବେ।

ଶୁଭ ରଙ୍ଗ:~ ୟେଲୋ ଶୁଭ ଅଙ୍କ :~୬

ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ

ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ

ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ

କର୍ମଜୀବି- ପ୍ରଶଂସିତ ହେବେ

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ

ଗୃହିଣୀ- ଧର୍ଯ୍ୟବାନ୍ ହେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.