ବାକି ଥିବା କାମକୁ ପୁରା କରିବେ; ଅର୍ଥାଗମ ଓ ବିଳାସ ବ୍ୟସନ ଯୋଗ ରହିଛି

Published By : Prameya-News7 Bureau | September 06, 2022 IST

ମେଷ:~ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା କାରଣରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ। ଆଜି କର୍ମସ୍ଥାନରେ ଚତୁଃଗ୍ରହଯ୍ଧେଜ୍ଞ ପାରିବାରିକ ଜୀବନକୁ କୁସୁମିତ କରିବ। ଭାଗ୍ୟସ୍ଥ ଶୁକ୍ର ଅର୍ଥାଗମର ରାସ୍ତା ଉନ୍ମୁକ୍ତ କରି ବିଳାସ ବ୍ୟସନରେ ମଧ୍ୟ ବ୍ୟୟ କରାଇବେ।

ଶୁଭ ରଙ୍ଗ:~ ୟେଲୋ, ଶୁଭ ଅଙ୍କ:~ ୬

ଚାଷୀ- ଶ୍ରମ ସାର୍ଥକ ହେବ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ।

କର୍ମଜୀବି- କାର୍ଯ୍ୟରେ ସଫଳ ହେବେ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ।

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ।

ବୃଷ:~ ଆର୍ଥିକ ଅଭାବ ଓ ଅନଟନ କୁ ଦୂରେଇବାରେ ବନ୍ଧୁ ସାହାର୍ଯ୍ୟ କରିବେ। ପାରିବାରିକ ସମସ୍ୟା ଲାଗି ରହିବାରୁ କର୍ମକ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇପାରେ। ନିଜ ଲୋକଙ୍କୁ ପକ୍ଷଭୁକ୍ତ କରାଇବାରେ ଅସୁବିଧା ରହିବ ନାହିଁ। ଗତକାଲିର ବାକି ପଡିଥିବା କାମକୁ ଆଜି ପୁରାଦମରେ କରିବା ସକାଶେ ନିଷ୍ପତ୍ତି ନେବେ।

ଶୁଭ ରଙ୍ଗ:~ ଲାଲ୍, ଶୁଭ ଅଙ୍କ:~ ୩

ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।

ରୋଗୀ- ସୁସ୍ଥ ଅନୁଭବ କରିବେ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ।

ବ୍ୟବସାୟୀ- ବିଜୟୀ ହେବେ।

ଗୃହିଣୀ- ଧର୍ଯ୍ୟବାନ୍ ହେବେ।

ମିଥୁନ:~ ଆଜି ଆପଣ କଳା, ସାହିତ୍ୟ, ପ୍ରବଚନ, ଆଧ୍ୟାତ୍ମିକ ସଭା ସମିତିରେ ସମ୍ମାନିତ ହେବେ। ଧନସ୍ଥାନକୁ ଏକାଧିକଗ୍ରହ ଦୃଷ୍ଟି ହେତୁ ଅର୍ଥଲାଭ ଅବଶ୍ୟମ୍ଭାବୀ। ପାରିବାରିକ ଭୁଲ୍ ବୁଝାମଣା ଦାମ୍ପତ୍ୟ ଜୀବନରେ ତିକ୍ତତା ସୃଷ୍ଟି କରିବ।

ଶୁଭ ରଙ୍ଗ:~ ମେରୁନ୍, ଶୁଭ ଅଙ୍କ:~ ୧

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ।

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ।

କର୍ମଜୀବି- ଅର୍ଥ ହାନୀ ହେବ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ।

ଗୃହିଣୀ- ଧାର୍ମିକ ହେବେ।

କର୍କଟ:~ ନିଜ କାମ ପଛକୁ ପକାଇ ବନ୍ଧୁଙ୍କ କାମକୁ ପ୍ରାଧାନ୍ୟ ଦେବେ। ଶୁକ୍ର ଓ ମଙ୍ଗଳ ସନ୍ତାନଙ୍କ ସ୍ୱାସ୍ଥ୍ୟହାନିରୁ ଚିନ୍ତିତ କରିପାରେ। କିନ୍ତୁ ସପ୍ତମସ୍ଥ ଗ୍ରହ ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା କ୍ଷେତ୍ରରେ ଓଲଟା ଫଳ ଦେବାର ଆଶଙ୍କା ରହିଛି।

ଶୁଭ ରଙ୍ଗ:~ ନାରଙ୍ଗୀ, ଶୁଭ ଅଙ୍କ:~ ୭

ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ।

ରୋଗୀ- ବ୍ୟାୟାମ୍ କରିବା ଉଚିତ୍।

ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ।

ଗୃହିଣୀ- ସୁଖୀ ହେବେ।

ସିଂହ:~ ସାଧାରଣ ଘଟଣାକୁ ଅତିରଞ୍ଜିତ କରି ପଡୋଶୀ କ୍ରୋଧ ପ୍ରକାଶ କରିପାରନ୍ତି । ଚତୁର୍ଥସ୍ଥ କେତୁ ହେତୁ ପାରିବାରିକ ଅଶାନ୍ତି ଲାଗି ରହିବ। ଯାନବାହନରେ ସତର୍କତା ଅବଲମ୍ବନ ନ କଲେ ଅସୁବିଧାରେ ପଡିବେ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ।

 ଶୁଭ ରଙ୍ଗ:~ ଧଳା, ଶୁଭ ଅଙ୍କ:~ ୨

ଚାଷୀ- ଜଳ ସଞ୍ଚୟ କରନ୍ତୁ।

ରୋଗୀ- ଅସାଧ୍ୟ  ରୋଗ ରୁ ମୁକ୍ତ ହେବେ।

ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ।

କର୍ମଜୀବି- ଅର୍ଥ ହାନୀ ହେବ।

ବ୍ୟବସାୟୀ- ଅର୍ଥ ହାନୀ ହେବ।

ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ।

କନ୍ୟା:~ ଅର୍ଥ ସମ୍ପର୍କ, ବ୍ୟବସାୟ, ଯାତ୍ରା, ଆଲୋଚନା, ଆନୁଷ୍ଠାନିକ କାମ, ସଭା ସମିତିରେ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। କର୍ମକ୍ଷେତ୍ରରେ ଅସଜଡା କାମକୁ ଆଜି ହିଁ ସଜାଡି ନେବା ପାଇଁ ଚେଷ୍ଟା କରିବେ। ସଭାସମିତିରେ, ଆନିଷ୍ଠାନିକ କାମରେ, ଅଫିସିଆଲ ଆଲୋଚନାରେ ସମୟ କଟାଇବାକୁ ପଡିପାରେ।

ଶୁଭ ରଙ୍ଗ:~ ଗ୍ରୀନ୍ , ଶୁଭ ଅଙ୍କ:~ ୫

ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍।

ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ।      

ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ।

କର୍ମଜୀବି- ସମ୍ମାନିତ ହେବେ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ।

ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ।

ତୁଳା:~ ବିଭିନ୍ନ ସମସ୍ୟାକୁ ବିମର୍ଷ ରହିପାରନ୍ତି। ସନ୍ତାନ ହେତୁକ ଚିନ୍ତା ଦୂର ହେବ। ଆପଣଙ୍କ କୌଣସି କାମ ଅଟକିବ  ନାହିଁ। କର୍ମକ୍ଷେତ୍ରରେ ପୁରୁଣା ସମସ୍ୟାର ତୁଳାନାତ୍ମକ ବିଚାର କରି କର୍ମାରମ୍ଭ ସକାଶେ ମନ ବଳାଇବେ। ମନେ ମନେ ଭାବୁଥିବା କୌଣସି ଦ୍ରବ୍ୟଲାଭରୁ ଖୁସି ହେବେ।

ଶୁଭ ରଙ୍ଗ:~ ପିଙ୍କ୍, ଶୁଭ ଅଙ୍କ:~ ୩

ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ।

ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ।

କର୍ମଜୀବି- ପ୍ରଶଂସିତ ହେବେ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ।

ଗୃହିଣୀ- ସୁଖ ଅନୁଭବ କରିବେ।

ବିଛା:~ ଆନୁଷ୍ଠାନିକ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭର ସୌଭାଗ୍ୟ ପାଇବେ। ଭାଗ୍ୟସ୍ଥାନକୁ ଏକାଧିକଗ୍ରହ ଦେଖୁଥିବାରୁ ସମସ୍ୟା ଦୂର ହୋଇ ସୌଭାଗୟ ଅନୁଭବ କରିବେ। ବନ୍ଧୁମାନଙ୍କ ସହାୟତାରେ ଆର୍ଥିକ ପରିସ୍ଥିତିରେ ସୁଧାର ଆସିପାରେ।

ଶୁଭ ରଙ୍ଗ:~ କଫି, ଶୁଭ ଅଙ୍କ:~ ୧

ଚାଷୀ- ଜଳ ସଞ୍ଚୟ କରନ୍ତୁ।

ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି।

ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ।

କର୍ମଜୀବି- କାର୍ଯ୍ୟରେ ସଫଳ ହେବେ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ।

ଗୃହିଣୀ- ସୁଖଭାରା ଦିନଟି।

ଧନୁ:~ ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇପାରନ୍ତି। ସ୍ୱାସ୍ଥ୍ୟରେ ଉନ୍ନତି ସହ ରାଜନୀତି, ସାଂଗଠନିକ କ୍ଷେତ୍ରରେ ସହ-ଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ବିଭିନ୍ନ ଯୋଜନାର ପରିକଳ୍ପନା ଧିମା ହେବ।

ଶୁଭ ରଙ୍ଗ:~ ଗ୍ରୀନ୍, ଶୁଭ ଅଙ୍କ:~ ୪

ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ।

ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ।

କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ।

ବ୍ୟବସାୟୀ- ଅର୍ଥ ହାନୀ ହେବ।

ଗୃହିଣୀ- ଧାର୍ମିକ ହେବେ।

ମକର:~ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟରେ ବିଶେଷ ଉନ୍ନତି ଘଟିବାରୁ ଖୁସି ରହିବେ । ଏକାଧିକ କାମରେ ଅନୁପ୍ରବେଶ କରି ମାନସିକ ଶାନ୍ତିକୁ ନଷ୍ଟ କରିପାରନ୍ତି । ପାରିବାରିକ ଜୀବନରେ ସହନଶୀଳତା ଗୁଣର ଅଭାବ କିମ୍ବା  ସନ୍ଦହ ଓ କ୍ଲ୍ ବୁଝାମଣା ଅଶାନ୍ତିର କାରଣ ହେବ ।

 ଶୁଭ ରଙ୍ଗ:~ ଲାଲ୍, ଶୁଭ ଅଙ୍କ:~ ୮

 ଚାଷୀ- ଜଳ ସଞ୍ଚୟ କରନ୍ତୁ।

ରୋଗୀ- ଅସୁସ୍ଥ ଅନୁଭବ କରିବେ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ।

କର୍ମଜୀବି- ସମ୍ମାନିତ ହେବେ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ।

ଗୃହିଣୀ- ନୂଆବସ୍ତ୍ର ଲାଭ ହେବ।

କୁମ୍ଭ:~ ବିଭିନ୍ନ ପ୍ରକାରର ସମସ୍ୟା ଜାଲରେ  ଛନ୍ଦି ହୋଇ ମାନସିକ ସନ୍ତୁଳନ ହରାଇପାରନ୍ତି। ଗୁରୁଙ୍କ ପ୍ରଭାବରୁ ଆର୍ଥିକ ଅଭିବୃଦ୍ଧି ସହ ଜନ ସମାଜରେ ଆଦରଣୀୟ ରହିବେ। ଆପଣଙ୍କ ବହୁତ ଦିନର ଅଭିଳାଷ ଅପରାହ୍ନ ସମୟରେ ପୂରଣ ହୋଇଯିବ।

ଶୁଭ ରଙ୍ଗ:~ ୟେଲୋ, ଶୁଭ ଅଙ୍କ:~ ୨

ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ।

ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ।

ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ।

ମୀନ:~ ଆଜିର ବିବାଦୀୟ ପରିସ୍ଥିତି ଭିନ୍ନ ରୂପ ନେଇପାରେ। କର୍ମସ୍ଥାନରେ ଶୁକ୍ର ଯୋଗ କାମ ଅଗ୍ରଗାମୀ କରାଇବାରେ ସାହାର୍ଯ୍ୟ କରିବ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ ସଙ୍ଗକୁ ନିଜ ଲୋକଙ୍କୁ ନିକଟରେ ପାଇ ଦୁଃଖ ଶୋକ ଭୁଲି ଯିବେ।

ଶୁଭ ରଙ୍ଗ:~ ଗ୍ରୀନ୍, ଶୁଭ ଅଙ୍କ:~ ୬

ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ।

ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ।

ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ।

କର୍ମଜୀବି- ପ୍ରଶଂସିତ ହେବେ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ।

ଗୃହିଣୀ- ଧର୍ଯ୍ୟବାନ୍ ହେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.