ଧର୍ମାନୁଷ୍ଠାନରେ ନେତୃତ୍ୱ ନେଇ ପାରନ୍ତି; ସାଧନାରେ ସିଦ୍ଧି ପ୍ରାପ୍ତ ହେବେ

Published By : Prameya-News7 Bureau | September 11, 2022 IST

ମେଷ:~ ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ। କାମ ସୁରୁଖୁରୁରେ ସମ୍ପନ୍ନ ହେବା ସକାଶେ ବନ୍ଧୁଙ୍କ ସାହାର୍ଯ୍ୟ ନେବାକୁ ପଡିପାରେ। ସୁଯୋଗର ଉପଯୋଗ କରିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ।

ଶୁଭ ରଙ୍ଗ:~ ମେରୁନ୍, ଶୁଭ ଅଙ୍କ:~ ୯

ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ।

ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ।

ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ।

କର୍ମଜୀବି- ସମ୍ମାନିତ ହେବେ।

ବ୍ୟବସାୟୀ- ଅର୍ଥ ହାନୀ ହେବ।

ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ।

ବୃଷ:~ କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସମ୍ମାନିତ ହେବାର ସୌଭାଗ୍ୟ ଅର୍ଜନ କରିବେ। ସଭାସମିତିରେ ସଫଳତା ହାସଲ କରିବେ, କିନ୍ତୁ ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିପାରନ୍ତି। କଷ୍ଟ ଦାୟକ କାର୍ଯ୍ୟରୁ ମୁକ୍ତ ହୋଇପାରନ୍ତି। ଶ୍ରମର ମୂଲ୍ୟାଙ୍କନ ହେବ।

ଶୁଭ ରଙ୍ଗ:~ ଧଳା, ଶୁଭ ଅଙ୍କ:~ ୬

ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ।

କର୍ମଜୀବି- ପ୍ରମୋସନ୍ ମିଳିବ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ।

ରୋଗୀ- ଅସାଧ୍ୟ  ରୋଗ ରୁ ମୁକ୍ତ ହେବେ।

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ।

ମିଥୁନ:~ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍ ଦେବାକୁ ପଡିପାରେ। ଆତ୍ମୀୟମାନଙ୍କ ପରୋକ୍ଷ ଶତ୍ରୁତା ହେତୁ ମାନସିକ ଶାନ୍ତି ବ୍ୟାହତ ହେବାର ସୂଚନା ରହିଛି। ଆଶା କରୁଥିବା ସାହାର୍ଯ୍ୟ ମିଳିବ, ତଥାପି ଧନକ୍ଷୟର ଆଶଙ୍କା ଅଛି।

ଶୁଭ ରଙ୍ଗ:~ ଗ୍ରୀନ୍, ଶୁଭ ଅଙ୍କ:~ ୧

ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ।

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ।

ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ।

କର୍ମଜୀବି- ପ୍ରଶଂସିତ ହେବେ।

ବ୍ୟବସାୟୀ- ଅର୍ଥ ହାନୀ ହେବ।

ଗୃହିଣୀ- ସୁଖଭାରା ଦିନଟି।

କର୍କଟ:~ ନମ ଭଲ ନ ଥିବା କାରଣରୁ ସାଧାରଣ କଥାରେ ମଧ୍ୟ ଟେନସନ୍ ବଢିଯିବ। ଶେଷ ସମୟରେ ସୁଯୋଗ ହାତଛଡା ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାରେ ହେଳା କଲେ ପରେ ଅନୁତାପ କରିବାକୁ ସମୟ ପାଇବେ ନାହିଁ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି।

ଶୁଭ ରଙ୍ଗ:~ କଫି, ଶୁଭ ଅଙ୍କ:~ ୮

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ।

ବ୍ୟବସାୟୀ- ନୂଆ ଡିଲ୍ ମିଳିବ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ।

ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ।

ସିଂହ:~ ପଡୋଶୀଙ୍କ ଠାରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡିବେ। ପ୍ରତ୍ୟେକ କ୍ଷେତ୍ରରେ ସୁଫଳ ଲାଭ ସକାଶେ ଆଶାବାଦିନୀ ହେବେ। ଉପକାରୀର ପ୍ରତ୍ୟୁପକାର କରିବାକୁ ଚେଷ୍ଟା କରିବେ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡିବ।

ଶୁଭ ରଙ୍ଗ:~ ନୀଳ, ଶୁଭ ଅଙ୍କ:~ ୩

ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ।

ରୋଗୀ- ଡାକ୍ତରଙ୍କ ପରାମର୍ଶରେ ହିଁ ମେଡିସିନ୍ ଖାଆନ୍ତୁ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ।

କର୍ମଜୀବି- ପ୍ରଶଂସିତ ହେବେ।

ବ୍ୟବସାୟୀ- ଅର୍ଥ ହାନୀ ହେବ।

ଗୃହିଣୀ- ସୁଖୀ ହେବେ।

କନ୍ୟା:~ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ଗୃହକାର୍ଯ୍ୟ ଆନନ୍ଦଦାୟକ ହେବ। ବିଚାର ବିମର୍ଶ ଓ ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ।

ଶୁଭ ରଙ୍ଗ:~ କଳା, ଶୁଭ ଅଙ୍କ:~ ୪

ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ।

କର୍ମଜୀବି- କରତ୍‌କର୍ମା ହେବେ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ।

ରୋଗୀ- ଅସୁସ୍ଥ ଅନୁଭବ କରିବେ।

ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ।

ତୁଳା:~ ଆଜିର ଯାତ୍ରା, ବାଣିଜ୍ୟ ବହୁତ ଭଲ ରହିବ। କିନ୍ତୁ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ବିବାଦ ବଢାଇଲେ ନିଜକୁ ଅପଦସ୍ଥ ହେବାକୁ ପଡିପାରେ। ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରିବେ। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା  ଭଲ। ପଡୋଶୀମାନଙ୍କ ଫମ୍ପା ଉପଦେଶ ଆପଣଙ୍କ ପକ୍ଷେ ବିରକ୍ତିକର ହୋଇପାରେ।

ଶୁଭ ରଙ୍ଗ:~ କଫି, ଶୁଭ ଅଙ୍କ:~ ୬

ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ।

ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି।

କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ।

ଗୃହିଣୀ- ସଦିଚ୍ଛା ଭାବ ରହିବ।

ବିଛା:~ ଅର୍ଥ ସାହାର୍ଯ୍ୟ  କରିବାକୁ କଥା ଦେଇଥିବା ବନ୍ଧୁ ପର କ୍ଷଣରେ ଓଲଟା କଥା କହିପାରନ୍ତି। ଅର୍ଥ ସଂକଟ ହେତୁ କାମଗୁଡିକ ସମ୍ପନ୍ନ ଦିଗରେ ସମସ୍ୟା ସୃଷ୍ଟି ହେବ।ସୁଦୃଢ ମନୋବଳକୁ ପାଥେୟ କରି କାର୍ଯ୍ୟ ସମ୍ପାଦନ କରିବେ। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ।

ଶୁଭ ରଙ୍ଗ:~ କ୍ରୀମ୍, ଶୁଭ ଅଙ୍କ:~ ୯

ଗୃହିଣୀ- ମିତ୍ର ସୁଖ ପାଇବେ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ।

କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ।

ରୋଗୀ- ବ୍ୟାୟାମ୍ କରିବା ଉଚିତ୍।

ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ।

ଧନୁ:~ ଭୁଲ୍ ବୁଝାମଣା କାରଣରୁ ସମ୍ପର୍କ କ୍ଷୁର୍ଣ୍ଣ ହେବା କାରଣରୁ ଆତ୍ମୀୟଙ୍କ ପାଇଁ ଚିନ୍ତା ବଢିପାରେ। ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାମ ହାସଲ କରିବେ। ଆଶାବାଦୀ ହୋଇପାରନ୍ତି। ଆଶା ପୂରନ ହେବ। କର୍ମକୁଶଳତା ପ୍ରକାଶ ପାଇବ। ଧର୍ମ ଅନୁଷ୍ଠାନର ନେତୃତ୍ୱ ନେଇ ପାରନ୍ତି।

ଶୁଭ ରଙ୍ଗ:~ ଗ୍ରୀନ୍, ଶୁଭ ଅଙ୍କ:~ ୨

ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ।

ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ।

କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ।

ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ।

ମକର:~ ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟା ସୁଧାରି ନେବେ। ବିଭିନ୍ନ ସୂତ୍ରରୁ ରୋଜଗାର ବୃଦ୍ଧି ପାଇବ କିନ୍ତୁ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ। ମନରେ ବ୍ୟାକୁଳତା ବୃଦ୍ଧି ହୋଇପାରେ। ସୌଜନ୍ୟତା ପ୍ରକାଶ କରିପାରନ୍ତି। ଆୟ ଉତ୍ତମ ଧରଣର ହେବ।

ଶୁଭ ରଙ୍ଗ:~ ମେରୁନ୍, ଶୁଭ ଅଙ୍କ:~ ୫

ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ।

କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ।

ରୋଗୀ- ଅସାଧ୍ୟ  ରୋଗ ରୁ ମୁକ୍ତ ହେବେ।

ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍।

କୁମ୍ଭ:~ ଅବସର ସମୟରେ ପିଲାଙ୍କ ସହ ଖୁସି ଗପ କରିବା ମଉକା ଜୁଟିବ। ପାରିବାରିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାର୍ଯ୍ୟ କରିବେ। ବ୍ୟୟ ଯୋଗ ଅଛି। ଧର୍ମାସକ୍ତ ହେବେ। ମତିମାନ ହୋଇପାରନ୍ତି। ପୁତ୍ର,ମିତ୍ର ହେତୁକ ସୁଖ ଭୋଗ କରିବେ।

ଶୁଭ ରଙ୍ଗ:~ ହଳଦିଆ, ଶୁଭ ଅଙ୍କ:~ ୧

ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ।

ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି।

ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ।

କର୍ମଜୀବି- ଜଳଯାତ୍ରା ମନା।

ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ।

ଗୃହିଣୀ- ପରକୁ ଆପଣାର କରିବେ।

ମୀନ:~ସଭାସମିତି ରେ ଯୋଗ  ଦେଲେ ପ୍ରଶଂସା ଓ ପ୍ରତିଷ୍ଠା ପାଇପାରିବେ। ପ୍ରୟୋଗାତ୍ମକ କୌଶଳ କାରଣରୁ ଅସାଧ୍ୟ କାମ ସାଧନ କରିବାରେ ସମର୍ଥ ହେବେ।ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ଭଲ। ମନସ୍କାମନା ପୂରଣ ହୋଇପାରେ।

ଶୁଭ ରଙ୍ଗ:~ ନୀଳ, ଶୁଭ ଅଙ୍କ:~ ୪

ଗୃହିଣୀ- ସୁଖୀ ହେବେ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ।

କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ।

ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ।

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ।

ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.