ନୂତନ କାର୍ଯ୍ୟାରମ୍ଭ କରିପାରନ୍ତି; ଅର୍ଥ ପ୍ରାପ୍ତି ଯୋଗ ରହିଛି
17/02/2023 at 11:08 PM

ମେଷ:~ ସ୍ବାସ୍ଥ୍ୟ ଅବସ୍ଥାରେ ଆଜି ଆପଣଙ୍କ ସୁଧାର ଆସିବ। ଧନ ପ୍ରାପ୍ତିର ଯୋଗ ରହିଛି। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଗୃହରେ ଆନନ୍ଦର ମହୋଲ ଦେଖାଯିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବ୍ୟବସାୟ ମଧ୍ୟମ ଫଳ ଦେବ।
ବୃଷ:~ ଆଜି ଆପଣ ଅଯଥାରେ ଖର୍ଚ୍ଚାନ୍ତ ହୋଇ ପାରନ୍ତି। ମାନସିକ ଆସନ୍ତି କିଛି ମାତ୍ରା ରେ ଦେଖା ଦେବ। ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଖୁବ ଭଲ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି କଷ୍ଟ ଦାୟକ ହେବ।
ମିଥୁନ:~ ସ୍ଵାସ୍ଥ୍ୟଗତ ସମସ୍ୟା ଯୋଗୁଁ ଖର୍ଚ୍ଚାନ୍ତ ହେବେ। ଚାକିରି କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ମନ ଅଶାନ୍ତି ରହିବ। ଧର୍ଯ୍ୟହରା ହୁଅନ୍ତୁ ନାହିଁ। ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ। ବିଦ୍ୟାର୍ଥୀମାନେ ବନ୍ଧୁଙ୍କୁ ପାଇ ଖୁସି ହେବେ।
କର୍କଟ:~ ଦିନଟି ଆଜି ଆପଣଙ୍କୁ ଉତ୍ତମ ଫଳ ଦେବ। ମନ ପ୍ରଫୁଲ୍ଲ ରହିବ। ନୂତନ ଯାନବାହାନ କିଣିପାରନ୍ତି। ଅର୍ଥ ପ୍ରାପ୍ତିର ଯୋଗ ରହିଛି। ବ୍ୟବସାୟରେ ବୃଦ୍ଧି ହେବ। ପରିବାରରେ କିଛି ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ।
ସିଂହ:~ ଦିନଟି ମଧ୍ୟମ ଫଳ ଦେବ। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ମନରେ ଦ୍ଵନ୍ଦ ଲାଗି ରହିବ। ସନ୍ତାନଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତାରେ ପଡ଼ି ପାରନ୍ତି। ସମ୍ପତିରେ ବୃଦ୍ଧି ହୋଇପାରେ। ବ୍ୟବସାୟରେ ସାମାନ୍ୟ ମାନ୍ଦାବସ୍ଥା ଦେଖା ଦେବ।
କନ୍ୟା:~ ଦିନଟି ଉତ୍ତମ ଫଳ ଦେବ।କାର୍ଯ୍ୟ କ୍ଷେତ୍ରରେ ତପ୍ତର ହେବେ। ଆୟ ବୃଦ୍ଧି ହେବ। ପୁରୁଣା ମିତ୍ରଙ୍କୁ ଭେଟି ଆନନ୍ଦ ପାଇବେ। ଅର୍ଥ ନିବେଶ କରିବା ପାଇଁ ଦିନଟି ଉତ୍ତମ ରହିଛି। ବିଦ୍ୟାର୍ଥୀମାନେ ଅନେକ ଲାଭବାନ ହେବେ।
ତୁଳା:~ ଆଜି ଦିନଟି ଆପଣଙ୍କୁ ଏତେ ମାତ୍ରାରେ ଭଲ ଫଳ ଦେବ ନାହିଁ। କାର୍ଯ୍ୟକ୍ଷେତ୍ରରେ ଦ୍ଵନ୍ଦ ଲାଗି ରହିବ। ମିତ୍ରଙ୍କ ସହଯୋଗ ମିଳିବ ହେଲେ ମଧ୍ୟ ବ୍ୟବସାୟରେ ଅଧିକ ପରିଶ୍ରମ ଯୋଗ ରହିଛି। ପରିବାରରେ କଳହ ହୋଇ ପାରେ।
ବିଛା:~ ନିଜକୁ ଦୃଢ଼ ରଖିଲେ ଦିନଟି ବହୁତ୍ ଭଲରେ କଟିବ। ଉନ୍ନତିର ନୂଆ ବାଟ ଆଜି ଦେଖା ଯିବ। ଆୟ ବଢ଼ିବ। ନୂତନ କାର୍ଯ୍ୟ କିମ୍ବା ବ୍ୟବସାୟ ପାଇଁ ଦିନଟି ବହୁତ୍ ଭଲ ରହିଛି। ଛାତ୍ରଛାତ୍ରୀମାନେ ମନରେ ବିଶ୍ୱାସ ରଖନ୍ତୁ।
ଧନୁ:~ ଆଜି ଦିନଟି ମଧ୍ୟମ ଫଳ ଦେବ। ଅଟକି ଥିବା କାର୍ଯ୍ୟର ଆଜି ପୁନରାରମ୍ଭ ହେବ। ପତି ପତ୍ନୀଙ୍କ ମଧ୍ୟରେ ସହଯୋଗ ଦେଖିବାକୁ ମିଳିବ। ମିତ୍ରଙ୍କ ଦ୍ଵାରା ଆୟ ଯୋଗ ମଧ୍ୟ ରହିଛି। ବ୍ୟବସାୟରେ ଆୟବ୍ୟୟ ସମାନ ରହିବ।
ମକର:~ ଅଯଥା କଳହରୁ ନିଜକୁ ଦୂରେଇ ରଖନ୍ତୁ। ଧନ ପ୍ରାପ୍ତି ଯୋଗ ରହିଛି। ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଦେଇଥିବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ଯୋଗ ଅଛି। ପ୍ରେମ ସମ୍ପର୍କ ନିବିଡ଼ ହେବ। ବ୍ୟବସାୟରେ ଲାଭ ଯୋଗ ରହିଛି।
କୁମ୍ଭ:~ କିଛି ମାନସିକ ସମସ୍ୟା ଦେଖା ଦେଇପାରେ। ମନୋବଳ ଦୃଢ଼ ରହିବ। କାର୍ଯ୍ୟରେ ସଫଳତା ଡେରିରେ ମିଳିବ। ବିଦ୍ୟାର୍ଥୀମାନେ ପାଠରେ ମନୋନିବେଶ କରିବେ। ପରିବାରରେ ମନୋମାଳିନ୍ୟ ଲାଗିରହିବ।