ନଭେମ୍ବର ୩୦ ତାରିଖ, ଶନିବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | November 30, 2024 IST

ମେଷ- ଅଷ୍ଟମ ଚନ୍ଦ୍ର ଯୋଗୁଁ ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ଆୟଠାରୁ ବ୍ୟୟ ଅଧିକ ହେବ । ଅଙ୍ଗରେ ଆଘାତ ଲାଗିପାରେ । ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ବନ୍ଧୁ ମିଳନ ହୋଇପାରେ । ଅନାବଶ୍ୟକ ବିବାଦର ପରିସ୍ଥିତି ସୃଷ୍ଟି ହୋଇପାରେ ।

ବୃଷ- ବନ୍ଧୁ ସୁଖ ପ୍ରାପ୍ତ କରିବେ ।ଚାକିରି କ୍ଷେତ୍ରରେ ଉନ୍ନତି ଯୋଗ ରହିଛି । ଭୂମି କ୍ରୟ କରିବେ । ବ୍ୟବସାୟରେ ସୁଫଳ ମିଳିବ । ଅଳଙ୍କାର କ୍ରୟ କରିପାରନ୍ତି । ଛାତ୍ରଛାତ୍ରୀମାନଙ୍କର ପାଠରେ ମନ ଲାଗିବ ନାହିଁ ।ପ୍ରେମ ସମ୍ପର୍କରେ ନିଜକୁ ଭାଗ୍ୟଶାଳୀମନେ କରିବେ ।

ମିଥୁନ- ଷଷ୍ଠ ଚନ୍ଦ୍ର ଯୋଗୁ ସବୁ ପ୍ରକାର ଶୁଭ ଫଳ ପ୍ରାପ୍ତ ହେବ। ଦିନଟିରେ ଅଧିକ ଧନ ଉପାର୍ଜନର ସମ୍ଭାବନା ରହିଛି । ବିଦ୍ୟାର୍ଥୀମାନେ ପରିଶ୍ରମର ଫଳ ପ୍ରାପ୍ତି କରିବେ । ଚାଷ ଭଲ ହେବ । କାର୍ଯ୍ୟ କ୍ଷେତ୍ରରେ ଆଶା ଅନୁସାରେ ସଫଳତା ପ୍ରାପ୍ତ ମିଳିବ ।

କର୍କଟ- ଚଲାପଥରେ ବାଧା ସୃଷ୍ଟି ହେବ । ଆର୍ଥିକ ଦୂରାବସ୍ଥା ଦେଖା ଦେବ ।ଅର୍ଥ ବିଷୟରେ ଚିନ୍ତା କରିବେ । ବନ୍ଧୁଙ୍କ ସହ କିଛଦିନ ବିଶେଷ ଆଲୋଚନାରେ ଦିନରେ କଟିବ ।ଦାମ୍ପତ୍ୟ ଜୀବନରେ ବିବାଦର ସମ୍ଭାବନା ଅଛି ।

ସିଂହ- କର୍ଯ୍ୟହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖା ଦେବ। ବ୍ୟସ୍ତତା ଭିତରେ ଦିନଟି କଟିବ । ପରିଶ୍ରମର ଫଳ ବହୁତ ଭଲ ରହିବ ।ଭବିଷ୍ୟତ ପାଇଁ କିଛି ବଡ଼ ନିଷ୍ପତ୍ତି ନେବେ ।କୌଣସି ସ୍ଥାନରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ ।

କନ୍ୟା- ଭ୍ରମଣର ଯୋଗ ରହିଛି । କୌଣସି ଉଚ୍ଚ ସ୍ଥାନରୁ ସମ୍ମାନ ପ୍ରାପ୍ତି ହୋଇପାରେ । ଲାଗି ରହିଥିବା ମାଲିମୋକଦ୍ଦମାର ଅନ୍ତ ଘଟିବ । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ସରକାରୀ ଚାକିରୀରେ ସ୍ଥାନ ପରିବର୍ତ୍ତନର ଯୋଗ ରହିଛି ।

ତୁଳା- ଅର୍ଥ ବ୍ୟୟ ହେବ ।ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚାନ୍ତ ହୋଇ ମାନସିକ ଚିନ୍ତାରେ ରହିବେ । କୌଣସି କାର୍ଯ୍ୟ ପାଇଁ ଅଧିକ ଅପେକ୍ଷା କରିବାକୁ ପଡ଼ିବ ।ଶୀଘ୍ର ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ । ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ । 

ବିଛା- ଦିନଟି ଭଲ ଫଳ ପ୍ରଦାନ କରିବ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି । ନୂତନ ବ୍ୟବସାୟ ଆରମ୍ଭ କଲେ ଶୁଭ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପରିବାର ସହଯୋଗ ମିଳିବ ।

ଧନୁ- ଦ୍ଵାଦଶ ଚନ୍ଦ୍ର ଯୋଗୁ ବ୍ୟୟ ବୃଦ୍ଧି ହେବେ । ଆଳସ୍ୟତା ଗ୍ରାସ କରିବ । ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ପରିବାରରେ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ । ବନ୍ଧୁ ମିଳନ ହୋଇପାରେ । ଅନାବଶ୍ୟକ କଳହରୁ ଦୂରେଇ ରୁହନ୍ତୁ ।

ମକର- ଏକାଦଶ ଚନ୍ଦ୍ର ଯୋଗୁଁ ଅଧିକ ଆୟର ଯୋଗ ରହିବ । ଗୃହରେ କିଛି ନୂତନ ଶୁଭ କାର୍ଯ୍ୟାରମ୍ଭ ହେବ । ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ ।ରାଜନୀତିରେ ପଦୋନ୍ନତିର ଯୋଗ ରହିଛି । ନୂଆ ଚାକିରି ହାତ ପାହାନ୍ତାରେ ପହଞ୍ଚିବ। 

କୁମ୍ଭ- ଗୃହରେ ମାଙ୍ଗଳିକ କାର୍ଯ୍ୟ ହେବ । ଗୃହକୁ ବନ୍ଧୁଙ୍କ ଆଗମନ ହେବ । କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବାରୁ ମନ ପ୍ରଫୁଲ୍ଲ ରହିବ । ଧନ ଆଗମନର ସୂଚନା ରହିଛି । ବ୍ୟବସାୟ ଆଗକୁ ବଢିବ । କର୍ମ କ୍ଷେତ୍ରରେ ସହଯୋଗ ଓ ଶିକ୍ଷା କ୍ଷେତ୍ରରେ ସଫଳତାର ଯୋଗ ରହିଛି ।

ମୀନ- ପରିବାରରେ ବାଦ ବିବାଦ ଲାଗି ରହିବ । ମାନହାନି ହେବାର ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନରେ ଦୁଃଖ ଆସିବ । ସନ୍ତାନଙ୍କୁ ନେଇ ଚିନ୍ତାରେ ରହିବେ । ଯାନ ବାହନରେ ସତର୍କତା ଅବଲମ୍ବନ କରନ୍ତୁ । ଅଙ୍ଗରେ ଆଘାତ ଲାଗିପାରେ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ                            

ଯୋଗାଯୋଗ – 8249826682

  • Horoscope
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.