ପୁରୁଣା ବନ୍ଧୁଙ୍କ ସହ ଦେଖାହେବ; ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ

Published By : Prameya-News7 Bureau | August 11, 2022 IST

ମେଷ :~ କର୍ମକ୍ଷେତ୍ରର ବିବଦମାନ ସ୍ଥିତିରୁ ମୁକ୍ତି ମିଳିବ, କିନ୍ତୁ ଶାନ୍ତି ପାଇବେ ନାହିଁ। ସୌଭାଗ୍ୟ ପ୍ରାପ୍ତିର ଦିନଟି। ଆପଣଙ୍କୁ ବଡ଼ କମ୍ପାନୀର ସଉଦାର ସୁଯୋଗ ମିଳିବ। ରାଜନୀତିରେ ଆର୍ଥିକ ଲାଭ ହେବ। ଜୀବନସାଥୀଙ୍କ ସହିତ ପ୍ରୀତିଭୋଜନକୁ ଯିବେ।

ଶୁଭ ରଙ୍ଗ :~ କଫି, ଶୁଭ ଅଙ୍କ :~ ୧

ବ୍ୟବସାୟୀ- ପ୍ରଚୁର ଲାଭ ହେବ।

କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ।

ଛାତ୍ରଛାତ୍ରୀ- କମନୀୟ ଶରୀର ଯୁକ୍ତ ହେବେ।

ରୋଗୀ- ଚିକିତ୍ସା ପାଇଁ ବିଦେଶ ଯାଇପାରନ୍ତି।

ଚାଷୀ- ଅଧିକା ପାଣିରୁ , ହିନସ୍ତା ହୋଇପାରନ୍ତି।

ବୃଷ :~ ନିର୍ମାଣ କାର୍ଯ୍ୟ କିମ୍ବା ନୂଆ ଯୋଜନା ର ପରିକଳ୍ପନା ଉପରେ ଗୁରୁତ୍ୱ ଦେବେ । ଆପଣଙ୍କ ଭିତରେ ନୂଆ ଉର୍ଜା ସଂଚାର ହେବ। ଆପଣଙ୍କର ଦାୟିତ୍ୱ ବୃଦ୍ଧି ହେବାର ସମ୍ଭାବନା ଅଛି । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢିବ । ଆପଣଙ୍କର ଆର୍ଥିକ ସ୍ଥିତି ମଜଭୁତ ହେବ । ଶୁଭ ରଙ୍ଗ ଗାଢ ଧଳା । ଶୁଭ ଅଙ୍କ ୫ ।

ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ।

ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ।

ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ।

କର୍ମଜୀବି- ଅର୍ଥ ହାନୀ ହେବ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ।

ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ।

ମିଥୁନ :~ ପ୍ରବାସି ବନ୍ଧୁ ନିଃସଙ୍ଗତା ବୋଧ କରିପାରନ୍ତି ଓ ଗର କଥା ମନକୁ ବାରମ୍ବାର ଆଲୋଡିତ କରିବ । ମୁଣ୍ଡରେ ଥିବା ଓଲଟପାଲଟ ଚିନ୍ତାଧାରା ସମାପ୍ତ ହେବ । ଆପଣଙ୍କୁ କୌଣସି ନୂଆ ଶିଖିବାର ଅବସର ମିଳିବ । ଆଜି ସବୁ କାମ ଆପଣଙ୍କର ମନ ମୁତାବକ ହୋଇପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।

ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ।

ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ।

ଛାତ୍ରଛାତ୍ରୀ- ଅନ୍‌ଲାଇନ୍ ବିଦ୍ୟା ଆରୋହଣ କରିବେ।

କର୍ମଜୀବି- ସମ୍ମାନିତ ହେବେ।

ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ।

ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ।

କର୍କଟ :~ ନୀଚ ସଂସର୍ଗରୁ ଦୂରେଇ ରହନ୍ତୁ, ଅନ୍ୟଥା ବିବଦମାନ ପରିସ୍ଥିତିର ସାମ୍‌ନା କରିବାକୁ ପଡିପାରେ । ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ । ବ୍ୟବସାୟରେ ବଡ ଫଇସଲା ନେବାକୁ ପଡିପାରେ । ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ । ଶୁଭ ରଙ୍ଗ ନୀଳ। ଶୁଭ ଅଙ୍କ ୪।

ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ।

ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ।

କର୍ମଜୀବି- ସମ୍ମାନିତ ହେବେ।

ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ।

ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

ସିଂହ :~ ପାରିବାରିକ ସ୍ଥିରତା ସାଙ୍ଗକୁ ସ୍ୱାସ୍ଥ୍ୟରେ ଉନ୍ନତି ମନକୁ ସାନ୍ତ୍ୱନା ଦେବାରେ ସହାୟକ

ହେବ। ଭାଗ୍ୟର ସହଯୋଗ ପାଇବେ। କାମ ସମୟରେ ପୂରା କରିବେ। ବ୍ୟବସାୟୀଙ୍କୁ ସଉଦାରେ ଧନଲାଭ ହେବ । ଚାକିରିରେ ବିଶେଷ ଦାୟିତ୍ୱ ଗ୍ରହଣ କରିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହୋଇପାରେ । ଶୁଭ ରଙ୍ଗ ବାଦାମୀ । ଶୁଭ ଅଙ୍କ ୭।

ଗୃହିଣୀ- ନୂଆବସ୍ତ୍ର ଲାଭ ହେବ।

ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି। ।

କର୍ମଜୀବି- କରତ୍‌କର୍ମା ହେବେ ।

ରୋଗୀ- ଡାକ୍ତରଙ୍କ ପରାମର୍ଶରେ ହିଁ ମେଡିସିନ୍ ଖାଆନ୍ତୁ।

ଚାଷୀ- ଉତ୍ତମ ଫଳ ପାଇବେ।

କନ୍ୟା :~ ଆଜି ହଠାତ୍ କୌଣସି ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ। ଦିନଟି ଉତ୍ସାହ ବର୍ଦ୍ଧକ ରହିବ। କାମ ଓ ପରିଶ୍ରମର ଆପଣଙ୍କୁ ପୂରା ଫାଇଦା ମିଳି ପାରେ। ନୂଆ ଲୋକଙ୍କ ସହିତ ସାକ୍ଷାତ୍ ଆଲୋଚନା କରିବେ । ସନ୍ଧ୍ୟା ସୁଦ୍ଧା କୌଣସି ଶୁଭ ଖବର ମିଳିପାରେ। ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୯।

ଗୃହିଣୀ- ଧାର୍ମିକ ହେବେ।

ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।

କର୍ମଜୀବି- ନୂଆ ଜବ୍ ମିଳିବା କଷ୍ଟ।

ଛାତ୍ରଛାତ୍ରୀ- ବିଚକ୍ଷଣ ବୁଦ୍ଧି ହେବ।

ରୋଗୀ- ଚିକିତ୍ସା ପାଇଁ ବିଦେଶ ଯାଇପାରନ୍ତି।

ଚାଷୀ- କ୍ଳାନ୍ତି ଅନୁଭବ କରିବେ।

ତୁଳା :~  ଅଫିସରେ ଫାଇଲ୍ ଚାପର ସମ୍ମୁଖୀନ ହୋଇପାରନ୍ତି । ସମ୍ପର୍କୀୟଙ୍କସହ ସମ୍ପର୍କହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ଦିନଟି ଖୁସି ଭରା ହୋଇପାରେ । ଆପଣ ନିଜ ବ୍ୟବହାରରେ ଲୋକଙ୍କ ହୃଦୟ କିଣିବେ । ଜମି ଦଲାଲଙ୍କୁ ପୁରୁଣା ଜମିରୁ ଯଥେଷ୍ଟ ଲାଭ ମିଳିବ । ଅଫିସରେ ଭଲ କାମ ପାଇଁ ପଦୋନ୍ନତି ମିଳିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।

ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ।

ବ୍ୟବସାୟୀ- ଚୌର ଭୟ ଅଛି।

କର୍ମଜୀବି- ସ୍ୱକାର୍ଯ୍ୟ କରିବେ।

ଛାତ୍ରଛାତ୍ରୀ- ଅଳସୁଆ ପ୍ରବୃତ୍ତି ହେବେ।

ରୋଗୀ- ୟୋଗା କରନ୍ତୁ।

ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ।

ବିଛା :~ ମାନସିକ ସ୍ତରରେ ସୌନ୍ଦର୍ଯ୍ୟବୋଧର ନୂତନ ଅନୁଭବକୁ ଉପଲବ୍ଧି କରିବେ। ଆପଣ ନିଜର ଯୋଜନାରେ ଲୋକଙ୍କୁ ସହମତ କରାଇନେବେ। କାରବାରରେ ଅଚାନକ ଫାଇଦା ହେବାର ଯୋଗ ରହିଛି। ପୁରୁଣା ମିତ୍ରଙ୍କ ଦେଖା କରିବା ପାଇଁ ତାଙ୍କ ଘରକୁ ଯିବେ। ଶୁଭ ରଙ୍ଗ ଆକାଶି ନୀଳ । ଶୁଭ ଅଙ୍କ ୮।

ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ।

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ।

କର୍ମଜୀବି- ଅର୍ଥ ହାନୀ ହେବ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।

ଗୃହିଣୀ- ସୁଖଭାରା ଦିନଟି।

ଧନୁ :~ ଚେଷ୍ଟିତ କାମରେ ସଫଳତା ସଙ୍ଗକୁ ଆଶା କରୁଥିବା ଦିଗରୁ ଅଧିକ ଧନ ପାଇ ଖୁସି ହେବେ। ଆଜି ସକାରାତ୍ମକ ପରିବର୍ତ୍ତନ ଆପଣଙ୍କ ଜୀବନକୁ ବଢିଆ କରିବ। ଛୋଟ ଧରଣର କିଛି କାମ କରିବେ ଯାହା ଭବିଷ୍ୟତରେ ଯଥେଷ୍ଟ ଲାଭ ହେବ। ଚାକିରିଆଙ୍କୁ ପାରିତୋଷିକ ମିଳିପାରେ। ଶୁଭ ରଙ୍ଗ ଗାଢ ଧଳା । ଶୁଭ ଅଙ୍କ ୫ ।

ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ।

ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ।

କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ।

ଗୃହିଣୀ- ଧାର୍ମିକ ହେବେ।

ମକର :~ ଅଫିସରେ ନୂତନ ଯୋଜନା କ୍ଷେତ୍ରରେ ଉଚ୍ଚ ଆଶା ଧରି ଆଗେଇବେ। ପରିବାର ସହିତ ଅଧିକ ସମୟ ବିତେଇବେ । ଭ୍ରମଣ ଉପରେ ଆଧାରିତ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଭଲ ରହିବ । କୌଣସି ଅପରିଚିତଙ୍କ ଉପରେ ଭରସା କରନ୍ତୁ ନାହିଁ । ଶୁଭ ରଙ୍ଗ କ୍ରୀମ । ଶୁଭ ଅଙ୍କ ୯ ।

ଚାଷୀ- ଅନ୍ୟ ଚାଷ କରିବାକୁ ମନ ବଳାଇବେ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ।

ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ।

କର୍ମଜୀବି- ସମ୍ମାନିତ ହେବେ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ।

ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ।

କୁମ୍ଭ :~ ପରିବାରରେ ଅଶାନ୍ତି ଦୂର କରିବାରେ ବନ୍ଧୁଙ୍କ ସାହାର୍ଯ୍ୟ ନୋବକୁ ପଡିପାରେ। ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ରହିବ। କିଛି ନୂଆ ସୁଯୋଗ ମିଳିପାରେ। କାର୍ଯ୍ୟ କ୍ଷେତ୍ରରେ ଭଲ ଢଙ୍ଗରେ କାମ କରିବେ। ଶୁଭ ରଙ୍ଗ ଗୋଲାପି। ଶୁଭ ଅଙ୍କ ୧ ।

ଗୃହିଣୀ- ଧର୍ଯ୍ୟବାନ୍ ହେବେ।

ବ୍ୟବସାୟୀ- ମଧୁରଭାଷୀ ହେବେ।

କର୍ମଜୀବି- ସଫଳତା ହାତ ଛଡା ହୋଇଯିବ।

ଛାତ୍ରଛାତ୍ରୀ- ବିଚକ୍ଷଣ ବୁଦ୍ଧି ହେବ।

ରୋଗୀ- ଆର‌୍ୟୁରବେଦୀ ଚିକିତ୍ସା ଲାଭ ଦେବ।

ଚାଷୀ- କାର୍ଯ୍ୟ ମନ୍ଥର ହେବ।

ମୀନ :~ ଆଜି କୋଣସି କ୍ଷେତ୍ରରେ ଠିକ୍ ନିଷ୍ପତ୍ତି ନେଇପାରିବେ ନାହିଁ କିନ୍ତୁ ପରକ୍ଷନରେ ସବୁ ଠିକ୍ ହୋଇଯିବ । ଆଜି ଭାଗ୍ୟର ଭରପୂର ସାଥ ମିଳିବ । ଠିକ୍ ଫାଇସଲା ନେବାର ସହଜ ହେବ । ଅଫିସ ଆଲୋଚନାରେ ନୂଆ ଲୋକଙ୍କ ସହିତ ମିଶିବେ । ବ୍ୟବସାୟରେ ଆଶା ଠୁଁ ଅଧିକ ଲାଭ ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।

କର୍ମଜୀବି- ନୂଆ ଜବ୍ ମିଳିବା କଷ୍ଟ।

ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ।

ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି।

ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.