କାର୍ଯ୍ୟ ତତ୍ପର ରହିବେ; ବାଣିଜ୍ୟ ଲାଭଦାୟକ ହେବ

Published By : Prameya-News7 Bureau | December 27, 2022 IST

ମେଷ:~ ସାଧାରଣ କଥାରେ ଝଗଡା ସାଙ୍ଗକୁ ପରିବାରରେ ଅଶାନ୍ତି ସୃଷ୍ଟି ହୋଇପାରେ। ଯେକୌଣସି କ୍ଷେତ୍ର ରେ ହେଉନା କାହିଁକି, ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ଆଜି କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀ ସାହାର୍ଯ୍ୟ ଓ ସହଯୋଗ କରିବାର ପ୍ରତିଶ୍ରୁତି ଦେଇପାରନ୍ତି। ଯାନ୍ତ୍ରିକ ଶିଳ୍ପରେ ଉନ୍ନତି, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ଶିଥିଳତା ପରିଲକ୍ଷିତ ହୋଇପାରେ। ପରିବାରରେ ଅଶାନ୍ତି ଦୂର ହେବା ପାଇଁ ବନ୍ଧୁଙ୍କ ସାହାର୍ଯ୍ୟ ନେଇ ପାରନ୍ତି।

ଶୁଭ ରଙ୍ଗ:~ ଲାଲ, ଶୁଭ ଅଙ୍କ:~

ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

କର୍ମଜୀବି- ପ୍ରଶଂସିତ ହେବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

ବୃଷ:~ ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରି ଆପଣ ବିଜୟୀ ହେବ। ପାରିବାରିକ ଜୀବନରେ ତିକ୍ତତା ଦେଖା ଦେବ। ଅବଶ୍ୟ ଧର୍ମକାମ ଓ ସତସଙ୍ଗର ସାନ୍ନିଧ୍ୟ ମନକୁ ଆଶ୍ୱାସନା ଦେବାରେ ସମର୍ଥ ହେବେ। ସନ୍ତାନ ହେତୁକ ଅନାଦର ଭାବ ଅନୁଭବ କରି ଦୁଃଖିତ ହେବେ। ଆଜି ବିଶେଷ ଅସୁବିଧା ନ ହେଲେ ମଧ୍ୟ କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ସୃଷ୍ଟି ହୋଇପାରେ। ଅନ୍ୟମନସ୍କ ରହିବା ହେତୁ କୌଣସି ଭୁଲ୍ କାମ କରି ଅନୁତପ୍ତ ହୋଇପାରନ୍ତି। ଆଜି ଅଫିସରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ।

ଶୁଭ ରଙ୍ଗ:~ ବ୍ରାଉନ୍, ଶୁଭ ଅଙ୍କ:~

ଚାଷୀ- ଜଳ ସଞ୍ଚୟ କରନ୍ତୁ ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

କର୍ମଜୀବି- ଅର୍ଥ ହାନୀ ହେବ ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।

ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

ମିଥୁନ:~ ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରି ଉପକୃତ ହୋଇପାରନ୍ତି। ଆଜି ଆଶା ପୂରଣ ସହ ମାନସିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ କିମ୍ବା ନୁତନ କାମରେ ପ୍ରତିବନ୍ଧକ କାରଣରୁ ବ୍ୟସ୍ତ ହୋଇପାରନ୍ତି। ଚେଷ୍ଟା କରୁଥିବା କାମରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ଦୁଃସାହସିକ ପଦକ୍ଷେପ ନେବା ଶୁଭଫଳ ଦେବ। ବିବାଦୀୟ ଘଟଣାରେ ମଧ୍ୟସ୍ଥତା କଲେ ଅଶାନ୍ତିକୁ ଡାକି ଆଣିପାରନ୍ତି ।

ଶୁଭ ରଙ୍ଗ:~ ବ୍ରାଉନ୍, ଶୁଭ ଅଙ୍କ:~

ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

ଛାତ୍ରଛାତ୍ରୀ- ବିଜ୍ଞ ହେବେ ।

କର୍ମଜୀବି- ଅର୍ଥ ହାନୀ ହେବ ।

ବ୍ୟବସାୟୀ- ଅର୍ଥ ହାନୀ ହେବ ।

ଗୃହିଣୀ- ସୁଖଭରା ଦିନଟି ।

କର୍କଟ:~ କଳା,ସାହିତ୍ୟ,ସଙ୍ଗୀତ,କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ସଂଗଠନ, ମାକଦ୍ଦମା କିମ୍ବା ସଭାସମିତି ରେ ସମୟ ଅବତିବାହିତ ହୋଇପାରେ । ଉଚ୍ଚ ପଦାଧିକାରୀଙ୍କୁ ମନକଥା କହି କାମ ହାସଲରେ ସମର୍ଥ ହେବେ। ମନକୁ ସୁହାଇଲା ଭଳି କଥା କହି ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାରେ ସଫଳ ହେବେ। ଅନ୍ୟାୟ ବିରୋଧରେ ସ୍ୱର ଉଠାଇବେ ସତ ସହଯୋଗ ପାଇବା କଷ୍ଟକର ହେବ। ବିଶେଷ ଭ୍ରମଣ କାରଣରୁ ସ୍ୱାସ୍ଥ୍ୟହାନି ଦେଖାଦେଇ ପାରେ।

ଶୁଭ ରଙ୍ଗ:~ କ୍ରୀମ୍, ଶୁଭ ଅଙ୍କ:~ ୨ ।

ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।

ବ୍ୟବସାୟୀ- ବନ୍ଧୁଙ୍କ ସହାୟତାକୁ ହାତଛଡା କରନ୍ତୁ ନାହିଁ ।

ଗୃହିଣୀ- ମିତ୍ର ସୁଖ ପାଇବେ ।

ସିଂହ:~ ଯେତେ ଆଗୁଆ ପଦକ୍ଷେପ ଗ୍ରହଣ କଲେ ମଧ୍ୟ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ । ଅଫିସ୍ କାମ, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ । ବିଭିନ୍ନ ପ୍ରକାରର କାମ ଚାପରେ ମାନସିକ ସ୍ଥିରତା ରହିବ ନାହିଁ। ସଭାସମିତିରେ ପ୍ରିୟଜନମାନଙ୍କୁ ଯୁକ୍ତିଯୁକ୍ତ କଥା କହି ସମସ୍ୟାକୁ ସୁଧାରି ନେବେ । କିଛି ମୂଲ୍ୟବାନ୍ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି । ନିଜ ପସନ୍ଦର ଜିନିଷ ଆଣିବା ପାଇଁ ସ୍ୱାମୀଙ୍କୁ ଅନୁରୋଧ କରିପାରନ୍ତି।

ଶୁଭ ରଙ୍ଗ:~ ଗ୍ରୀନ୍, ଶୁଭ:~ ଅଙ୍କ ୩

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

ରୋଗୀ- ଥଣ୍ଡାଜନିତ ରୋଗ ହୋଇପାରେ ।

ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

ବ୍ୟବସାୟୀ- ସହ-ଯୋଗୀ ବ୍ୟବସାୟ ଲାଭଜନକ ।

ଗୃହିଣୀ- ସ୍ୱାଭିମାନୀ ହେବେ ।

କନ୍ୟା:~ ଶାରୀରିକ ସୁସ୍ଥତା ଫେରିପାଇଲେ ମଧ୍ୟ ବିଶେଷ ହଇରାଣ ହେବାକୁ ପଡିପାରେ। ଯେଉଁ କାମରେ ହାତ ଦିଅନ୍ତ ସଫଳତା ନିଶ୍ଚିତ ପାଇବେ। ଅର୍ଥଲାଭ, ସମ୍ମାନ ପ୍ରାପ୍ତି ସହ ବନ୍ଧୁମିଳନ ଘଟିପାରେ। ଆଜି ବିଭିନ୍ନ ଦିଗରୁ ସାହାର୍ଯ୍ୟ, ସହ-ଯୋଗର ଅବାରିତ ଧାରା ବହି ଆସିବ । ଜମିଜମା, ମାଲିମୋକଦ୍ଦମା, ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ରାଜନୈତିକ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି । କୌଣସି ନୂତନ ଭାବରେ ଆରମ୍ଭ କରିବାକୁ ଥିବା କାମ ନିର୍ବିଘ୍ନରେ ସମାପନ କରିପାରିବେ।

ଶୁଭ ରଙ୍ଗ:~ ଗାଢ ଗ୍ରୀନ୍, ଶୁଭ ଅଙ୍କ:~

ଚାଷୀ- ଜଳ ସଞ୍ଚୟ କରନ୍ତୁ ।

ରୋଗୀ- ଚକ୍ଷୁ ପୀଡା ହେବ ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।

ବ୍ୟବସାୟୀ- ପ୍ରଚୁର ଲାଭ ହେବ ।

ଗୃହିଣୀ- ପରକୁ ଆପଣାର କରିବେ ।

ତୁଳା:~ ରାଜନୈତିକ କିମ୍ବା ସାଙ୍ଗଠନିକ କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ। ପାରିବାରିକ, ପରିବହନ,ହୋଟେଲ ପ୍ରଭୃତିରୁ ଆଶାଜନକ ସୁଫଳ ମିଳିବ। ଅର୍ଥ ଲାଭ, ସମ୍ମାନପ୍ରାପ୍ତି ସହ ବନ୍ଧୁମିଳନ ଘଟିପାରେ। ଆଜି ପାରିବାରିକ, ସାମାଜିକ, ରଜନୈତିକ, ସାଂଗଠନିକ ଓ ଲୋକ ସମ୍ପର୍କ କ୍ଷେତ୍ରରେ ସୁଫଳ ପାଇବେ। ଅତି ନିକଟରେ ରହି ସାହାର୍ଯ୍ୟ କରୁଥିବା ବ୍ୟକ୍ତି ଉପରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ। ଅଫିସରେ ପରିଚାଳନା ଦାୟିତ୍ୱ କ୍ରମେ ବୃଦ୍ଧି ପାଇପାରେ।

ଶୁଭ ରଙ୍ଗ:~ ଧଳା, ଶୁଭ ଅଙ୍କ:~

ଚାଷୀ- ଉତ୍ତମ ଫଳ ପାଇବେ ।

ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

ଗୃହିଣୀ- ସଦିଚ୍ଛା ଭାବ ରହିବ ।

ବିଛା:~ ଭୁଲ୍ ବୁଝାମଣା ହେତୁକ କର୍ମକ୍ଷେତ୍ରରେ ବନ୍ଧୁ କିମ୍ବା ସହକର୍ମୀଙ୍କ ସହ ତିକ୍ତତା ଦେଖା ଦେବ । କଳା, ସାହିତ୍ୟ, କ୍ରୀଡା କିମ୍ବା ଚଳଚ୍ଚିତ୍ର କ୍ଷେତ୍ରର ସମସ୍ୟା ସମାଧାନ ହୋଇଯିବ । ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିପାରନ୍ତି । ଦୀର୍ଘଦିନରୁ ଚିନ୍ତା କରୁଥିବା କାମରେ ଅଗ୍ରଗତିର ସୂଚନା ପାଇ ସାମୟିକ ଖୁସି ହେବେ । ବନ୍ଧୁମିଳନ ସହ ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ । କର୍ମକ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ।

ଶୁଭ ରଙ୍ଗ:~ କଫି, ଶୁଭ ଅଙ୍କ:~

ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।

ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

କର୍ମଜୀବି- ଅର୍ଥ ହାନୀ ହେବ ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।

ଧନୁ – ବ୍ୟବସାୟ,ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ପରିବାରରେ କାହାର ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ । ଉଚ୍ଚବର୍ଗଙ୍କ ସହାୟତା ମିଳିବା ସାଙ୍ଗକୁ ପ୍ରଶାସନିକ ସ୍ତରରେ ସମସ୍ୟାର ସମାଧାନ ହୋଇଯିବ । ଅତୀତ ଘଟଣାକୁ ଚିନ୍ତା କରି ଆଜି ସକାଳୁ ବିଭିନ୍ନ ଦୁଶ୍ଚିନ୍ତା ମନକୁ ଆକ୍ରାନ୍ତ କରିବ । ପାରିବାରିକ ସମସ୍ୟା ପଛକୁ ପକାଇ ଏକ ଗୁରୁତ୍ୱପୂର୍ଣ୍ଣ କାମକୁ ପ୍ରାଧାନ୍ୟ ଦେବେ ।

ଶୁଭ ରଙ୍ଗ:~ ପିଚ୍, ଶୁଭ ଅଙ୍କ:~

ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।

ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।

କର୍ମଜୀବି- ସଫଳତା ହାତ ଛଡା ହୋଇଯିବ ।

ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।

ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

ମକର:~ ଯାତ୍ରାକାଳରେ ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡିବେ। ଦୂରେଇ ରହୁଥିବା ପ୍ରିୟବ୍ୟକ୍ତି ଟି ପାଖେଇ ଆସିବ। ରଚନାତ୍ମକ କାମ, ଗବେଷଣା, ଅନୁସନ୍ଧାନ, କଳା, ସାହିତ୍ୟ ପ୍ରଭୃତି କ୍ଷେତ୍ରରେ ଶୁଭଫଳ ପାଇବେ। ଗୁରୁବର୍ଗୀୟ ବ୍ୟକ୍ତିଙ୍କ ଆରୋଗ୍ୟ ସକାଶେ ବ୍ୟାକୁଳତା ପ୍ରକାଶ ପାଇବ। ଯୁକ୍ତିଯୁକ୍ତ କଥା କହି ନିଜ ସଂସ୍ପର୍ଶରେ ଆସୁଥିବା ଲୋକମାନଙ୍କୁ ମୁଗ୍ଧ କରିବାରେ ଅଗ୍ରଣୀ ହେବେ।

ଶୁଭ ରଙ୍ଗ:~ ଗାଢ ଲାଲ୍, ଶୁଭ ଅଙ୍କ:~

ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

ବ୍ୟବସାୟୀ- ସଫଳତା ମିଳିବ ।

ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

କୁମ୍ଭ:~ କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ଓ ଅଭିଯୋଗ ପାଇବେ। ମନ ବୁଝିଲା ଭଳି କିଛି ପ୍ରତିଶ୍ରୁତି, ମିଷ୍ଠାନ୍ନ ଭୋଜନ ମାଧ୍ୟମ ରେ ଲୋକପ୍ରିୟତା ହାସଲ କରିବେ । ଋଣ ଭାର କ୍ରମଶଃ ବୃଦ୍ଧି ପାଉଥିବା କାରଣରୁ ସାମୟିକ ଚିନ୍ତା କରିବେ । ଦୀର୍ଘ ପ୍ରତୀକ୍ଷାରେ ଅବସାନ ଘଟିବ ଏବଂ ହଠାତ୍ କୌନସି ଖବର ପାଇ ଖୁସି ହେବେ । ମାଙ୍ଗଳିକ ତଥା ଜନକଲ୍ୟାଣମୂଳକ କାମରେ ନିଜକୁ ନିୟୋଜିତ କରି ଖୁସି ରହିପାରନ୍ତି ।

ଶୁଭ ରଙ୍ଗ:~ କ୍ରୀମ୍, ଶୁଭ ଅଙ୍କ:~

ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।

ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

କର୍ମଜୀବି- ସମ୍ମାନିତ ହେବେ ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

ମୀନ:~ ନିଜର ଲୋକମାନଙ୍କ କାର୍ଯ୍ୟ କଳାପ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ସାମାଜିକ ସ୍ତରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ।ଅନ୍ୟମାନଙ୍କ ପ୍ରତି ଭଲ ଧାରଣା କ୍ରମଶଃ ହ୍ରାସ ପାଇପାରେ। ଆଜି ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବା ସହ ନିଜ ଲୋକମାନଙ୍କ ଶତ୍ରୁତା ଦୁଶ୍ଚିନ୍ତା କୁ ବୃଦ୍ଧି କରିବ। ଗତକାଲି ଠାରୁ ସ୍ଥଗିତ କାମକୁ ଆଜି ପୂରା କରିବା ପାଇଁ ନିଷ୍ପତ୍ତି ନେବେ। ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବା ଦ୍ୱାରା ଅଟକି ଥିବା କାମ ତ୍ୱରାନ୍ୱିତ ହେବ।

ଶୁଭ ରଙ୍ଗ:~ ୟେଲୋ, ଶୁଭ ଅଙ୍କ:~

ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।

କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

ଗୃହିଣୀ- ଧାର୍ମିକ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.