ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଆନୁଷ୍ଠାନିକ କାର୍ଯ୍ୟରୁ ପ୍ରଶଂସିତ ହେବେ; ଉନ୍ନତିର ମାର୍ଗ ମିଳିବ

22/11/2022 at 8:00 PM

ମେଷ – ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ସକାଶେ ଅଶାନ୍ତି ଅନୁଭବକରିପାରନ୍ତି। ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ଶତ୍ରୁତା କଲେ କ୍ଷତିରେ ପଡିବେ। କର୍ମକ୍ଷେତ୍ରରେ ପାରିପାଶ୍ୱିର୍କ ପରିସ୍ଥିତି କେତେକାଂଶରେ ଭଲ ରହିବା କାରଣରୁ କାମଗୁଡିକ ଅଟକିବ ନାହିଁ। ସାମାଜିକ ସ୍ତରରେ ସାହିତ୍ୟ,କଳା,ସଙ୍ଗିତ କାର୍ଯ୍ୟରେ ଅଗ୍ରଗତିଘଟିବ।

ଶୁଭ ରଙ୍ଗ:~ ଧଳା, ଶୁଭ ଅଙ୍କ:~ ୩

ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍ କୁ ହାତଛଡା କରନ୍ତୁ ନାହିଁ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ।

ବୃଷ – ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଦୀର୍ଘ ଦିନରୁଅଟକି ରହିଥିବା କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇବେ। ଦରକାରୀକାଗଜପତ୍ର କୋଣସି ଅଲଗା ସ୍ଥାନରେ ରଖି ଠିକ୍ ସମୟରେ ପାଇପାରିବେ ନାହିଁ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ। ଆନୁଷ୍ଠାନିକ କ୍ଷେତ୍ରରେଗଠନମୂଳକ କାର୍ଯ୍ୟର ଗତି ମନ୍ଥର ହେବ। ପରିବାରରେ ଭୁଲ୍ ବୁଝାମଣାରୁ ମାନୋମାଳିନ୍ୟ ଘଟିପାରେ।

ଶୁଭ ରଙ୍ଗ:~ ଲାଇଟ୍ ପିଙ୍କ୍, ଶୁଭ ଅଙ୍କ:~ ୨

ଚାଷୀ- ଜଳ ସଞ୍ଚୟ କରନ୍ତୁ।

ରୋଗୀ- ଅସୁସ୍ଥ ଅନୁଭବ କରିବେ।

ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ।

କର୍ମଜୀବି- ପ୍ରଶଂସିତ ହେବେ।

ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ।

ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ।

ମିଥୁନ – ଦୁର୍ବଳ ଶୁକ୍ର ପ୍ରଭାବରୁ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବେ। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ବିଦେଶ ଯାତ୍ରାକୁ ମନ ବଳାଇବେ। ପରୋକ୍ଷ ଶତ୍ରୁତାପ୍ରତି ସଜାଗ ରହି କାମ କରିବା ଭଲ ହେବ। ଆଲୋଚନା ପରିସରରେ ସତର୍କତାର ସହ କଥାବାର୍ତ୍ତାନ କଲେ ଅପଦସ୍ଥ ହୋଇପାରନ୍ତି। ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି।

ଶୁଭ ରଙ୍ଗ:~ ଧଳା, ଶୁଭ ଅଙ୍କ:~ ୧

ବ୍ୟବସାୟୀ- ବିଜୟୀ ହେବେ।

କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।

ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।

ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।

ଗୃହିଣୀ- ପରକୁ ଆପଣାର କରିବେ ।

କର୍କଟ – ଯାନବାହନ, ଦୋକାନ ବଜାର, ସଭା ସମିତିରୁ ଉପକୃତ ହେବେ। କର୍ମକ୍ଷେତ୍ରରେ ନିଜରଭୁଲ୍ ବୁଝାମଣାଜନିତ ବିଶୃଙ୍ଖଳା ମାନସିକ ସ୍ଥିତିକୁ କଳୁଷିତ କରିବ। କର୍ମକ୍ଷେତ୍ରରେଉଚ୍ଚବର୍ଗଙ୍କ ସାହାର୍ଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ। ମଉଜିଆ କଥା କହି ଅନ୍ୟକୁ ଆପଣାର କରିବେ, ଯାହାକି କାମ ହାସଲରେ ସାହାର୍ଯ୍ୟ କରିବ।

ଶୁଭ ରଙ୍ଗ:~ ନାରଙ୍ଗୀ, ଶୁଭ ଅଙ୍କ:~ ୪

ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍ କୁ ହାତଛଡା କରନ୍ତୁ ନାହିଁ ।

କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ ।

ଛାତ୍ରଛାତ୍ରୀ- ସ୍ମରଣ ଶକ୍ତି ପାଇଁ ବୁଧକାରକ ଚେର ବ୍ୟବହାର କରନ୍ତୁ ।

ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।

ସିଂହ – ପରିବାରରେ ଏମିତି କେତେକ କଥା ଘଟିପାରେ, ଯାହାକି ଅନ୍ୟ ସମ୍ମୁଖରେ ମଧ୍ୟଆଦୌ କହିପାରବେ ନାହିଁ। ଈର୍ଷା ଓ ଅସୂୟା ମନୋଭାବ ଓ ପୋଷଣ କରି ନିଜ ଲୋକମାନେଶତ୍ରୁତା ଆଚରଣ କରିପାରନ୍ତି। ଅଧିକାଂଶ ସମୟ ଆର୍ଥିକ ଅନଟନ, ରୋଗ,ଋଣ ଓ ପରୋକ୍ଷଶତ୍ରୁତା ଯୋଗୁ ବ୍ୟସ୍ତ ରହିବେ। ପୁନଶ୍ଚ କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି।

ଶୁଭ ରଙ୍ଗ:~ ଆକାଶୀ, ଶୁଭ ଅଙ୍କ:~ ୯

ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।

ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

କର୍ମଜୀବି- ପ୍ରଶଂସିତ ହେବେ ।

ବ୍ୟବସାୟୀ- ଅର୍ଥ ହାନୀ ହେବ ।

ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।

କନ୍ୟା – ଆର୍ଥିକ, ସାମାଜିକ ଓ ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାରର ରହିବ। ପାରିବାରିକ ସ୍ତରରେ ସମସ୍ତଙ୍କ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ନିଜପରିସରରେ କୌଣସି ସ୍ପର୍ଶକତା କାଥାରେ ଚିହ୍ନା ପଡନ୍ତୁ ନାହିଁ । ଅଧିକାଂଶ ସମୟରେଅପୂରଣୀୟ ଆଶା ମନରେ ନିରାଶା ଭାବ ସୃଷ୍ଟି କରିବ। ଅବଶ୍ୟ କେତେକ କ୍ଷେତ୍ରରେ ବନ୍ଧୁମାନଙ୍କ ସହ ଯୋଗରୁ ଉତ୍ସାହିତ ହେବେ।

ଶୁଭ ରଙ୍ଗ:~ ଧଳା, ଶୁଭ ଅଙ୍କ:~ ୨

ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍ କୁ ହାତଛଡା କରନ୍ତୁ ନାହିଁ ।

କର୍ମଜୀବି- ସଫଳତା ହାତ ଛଡା ହୋଇଯିବ ।

ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।

ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।

ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ତୁଳା – ନିଜର ଲୋକମାନେ ଶତ୍ରୁତା କରି କେତେକ କାମ ପାଇଁ ପ୍ରତିବନ୍ଧକ ସାଜିବେ।ପରିବାରରେ ସାଧାରଣ କଥାରେ ପାଟିତୁଣ୍ଡ ହୋଇ କଚେରି ପର୍ଯ୍ୟନ୍ତ ଯାଇପାରନ୍ତି।ପାରିପାଶ୍ୱିର୍କ ପରିସ୍ଥିତି ଭଲ ନ ଥିଲେ ମଧ୍ୟ ଦିନ ଗୋଟାଏ ପରେ ଏକପ୍ରକାର ସାମାଧାନରରାସ୍ତା ବାହାର କରିବାରେ ସମର୍ଥ ହେବେ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଙ୍କ ପ୍ରତି ସତର୍କ ରୁହନ୍ତୁ।

ଶୁଭ ରଙ୍ଗ ନାରଙ୍ଗୀ, ଶୁଭ ଅଙ୍କ ୧

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ।

ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ।

ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ।

କର୍ମଜୀବି- ସମ୍ମାନିତ ହେବେ।

ବ୍ୟବସାୟୀ- ଅର୍ଥ ହାନୀ ହେବ।

ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ।

ବିଛା – ଶିଳ୍ପ, ବ୍ୟବସାୟ, ପରିବହନ, ଏଜେନ୍‌ଶିପ୍‌, କଳା, ସାହିତ୍ୟ ଓ ମନୋରଞ୍ଜନକାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହାୟତାରେ ବହୁ କଷ୍ଟ ସ୍ୱୀକାର କରି ଟଙ୍କାଯୋଗାଡ କରିବାରେ ସକ୍ଷମ ହେବେ। ବିଭିନ୍ନ ପ୍ରକାର ପାରିବାରିକ ସମସ୍ୟା ବିଷୟଚିନ୍ତାକରି ମନ ଭାରାକ୍ରାନ୍ତ ରହିବ। କର୍ମକ୍ଷେତ୍ରରେ ନୀଚ ସଂସର୍ଗରୁ ଦୂରେଇ ରହିବ। ଭଲ, ଅନ୍ୟଥା କଳହର ସମ୍ଭାବନା ରହିଛି।

ଶୁଭ ରଙ୍ଗ ଧୂଷର, ଶୁଭ ଅଙ୍କ ୮ ।

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ ।

ଛାତ୍ରଛାତ୍ରୀ- ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ ।

ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।

ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।

ଧନୁ – କର୍ମକ୍ଷେତ୍ରରେ ଆକଦ୍ମିକ ଅସୁବିଧା ଦେଖା ଦେବା କାରନରୁ କାମ ହାସଲ କଷ୍ଟକର ହେବ।ଟାଉଟରି କରୁଥିବା ଲୋକଟି ପ୍ରତି ସତର୍କ ରହନ୍ତୁ, ନତୁବା ଅସୁବିଧାରେ ପଡିପାରନ୍ତି।ଆଜି ଦିନଟି ପ୍ରତିଟି କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇବ। ସଭାସମିତି, ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।

ଶୁଭ ରଙ୍ଗ:~ କ୍ରୀମ୍, ଶୁଭ ଅଙ୍କ:~ ୧

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

ରୋଗୀ- ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।

କର୍ମଜୀବି- ସମ୍ମାନିତ ହେବେ ।

ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।

ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ମକର – ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ସକାଶେ ପରିବାରରେ ବ୍ୟସ୍ତତା ବଢିପାରେ। ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଭଲ ସମ୍ପର୍କ ରହିଥିବା ବନ୍ଧୁଟି କ୍ରମଶଃ ଦୂରେଇ ଯିବ। ବିଭିନ୍ନସୂତ୍ରରୁ ରୋଜଗାର ବୃଦ୍ଧି ପାଇବ ଓ କୌଣସି କ୍ଷେତ୍ରରେ ତାହାକୁ ବିନିଯୋଗ କରିବାପାଇଁ ଚେଷ୍ଟା କରି ଉପକୃତ ହେବେ। ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ।

ଶୁଭ ରଙ୍ଗ:~ କ୍ରୀମ୍, ଶୁଭ ଅଙ୍କ:~ ୩

ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

କର୍ମଜୀବି- କାର୍ଯ୍ୟରେ ଅବହେଳା କରିବେ ନାହିଁ ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।

ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।

ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

କୁମ୍ଭ – ଆଶାନୁରୂପ ସୁଫଳ ପାଇବାରେ କୌଣସି ଅସୁବିଧା ହେବ ନାହିଁ। ଅବଶ୍ୟ କଚେରିମାମଲା ମନ୍ଥର ହୋଇପାରେ। ସତର୍କତା ଅଭାବରୁ ଟଙ୍କା, ସୁନା, ଚୋରି ହୋଇଯାଇପାରେ।ଲକ୍ଷ୍ୟ ଭ୍ରଷ୍ଟ ହୋ ମରୀଚିକା ପଛରେ ଦୌଡି ପାରନ୍ତି। ଆତ୍ମୀୟମାନଙ୍କ ସହ ଯୋଗରେ ସହଜ ଓସୁବିଧାରେ ଆଜିର କାମଗୁଡିକ ସମ୍ପନ୍ନ ହୋଇଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ସୁବିଧା ହେବ ନାହିଁ।

ଶୁଭ ରଙ୍ଗ:~ ଧଳା, ଶୁଭ ଅଙ୍କ:~ ୧

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

ମୀନ – କର୍ମକ୍ଷେତ୍ରରେ ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁ ସାହାର୍ଯ୍ୟ କରିବେ। କୌଣସି ବନ୍ଧୁଙ୍କମିଥ୍ୟା ପ୍ରତିଶ୍ରୁତିରେ ସବୁ ଦୁଃଖ ଭୁକିଯିବେ, ଯାହାକି ପରିକ୍ଷଣରେ ପାରିବାରିକଜୀବନରେ ପ୍ରତିକୂଳ ପ୍ରଭାବ ପକାଇବ। ଈର୍ଷାପରାୟଣ ନିଜ ଲୋକଙ୍କ କଦର୍ଯ୍ୟ ବ୍ୟବହାରରେଅସନ୍ତୁଷ୍ଟ ହୋଇପାରନ୍ତି। ନିର୍ମାଣ ଓ ପରିବହନରେ ସଫଳତା ହାସଲ କରିବେ ଓ ଜମା ଧନ ବୃଦ୍ଧି ପାଇବ।

ଶୁଭ ରଙ୍ଗ:~ ନାରଙ୍ଗୀ, ଶୁଭ ଅଙ୍କ:~ ୪

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍ କୁ ହାତଛଡା କରନ୍ତୁ ନାହିଁ ।

କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ ।

ଛାତ୍ରଛାତ୍ରୀ- ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ ।

ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।

ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

   Related Posts