ମିଳୁନଥିବା ଧନ ପ୍ରାପ୍ତି ହେବ; ଗୃହକୁ ବନ୍ଧୁଙ୍କ ଆଗମନ ହୋଇପାରେ

Published By : Prameya-News7 Bureau | June 26, 2023 IST

ମେଷ:~ ଷଷ୍ଠ ଚନ୍ଦ୍ର ଯୋଗୁଁ ସବୁ ପ୍ରକାର ଶୁଭ ଦାୟକ। ବନ୍ଧୁ ମିଳନର ଯୋଗରହିବ। ବ୍ୟବସାୟରେ ଇଚ୍ଛାକୃତ ଲାଭ ପାଇବା ପରେ ଆପଣ ବହୁତ ଖୁସି ହେବେ। ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ସଚେତନ ରୁହନ୍ତୁ। ବିଦ୍ୟାର୍ଥୀମାନେ ପାଠକୁ ଅଧିକ ଗୁରୁତ୍ଵ ଦେବେ। 

ବୃଷ:~ ଶୁକ୍ଳପକ୍ଷ ପଞ୍ଚମ ଚନ୍ଦ୍ର ବଳବାନ ରହିଥିବାରୁ , ପାରିବାରିକ ଜୀବନ ଉତ୍ତମ ରହିବ ହେଲେ ମଧ୍ୟ, ମନ ସାମାନ୍ୟ ଚିନ୍ତାରେ ରହିପାରେ। ଶାରୀରିକ ଅସୁସ୍ଥତା ମଧ୍ୟ କିଛି ଦେଖାଦେବ। ବ୍ୟବସାୟରେ ଯାତ୍ରା କରି ପାରନ୍ତି ଯାହା ଆପଣଙ୍କୁ ଲାଭଦାୟକ ହେବ। ବିଦ୍ୟାର୍ଥୀମାନେ ଲାଭବାନ ହେବେ।

ମିଥୁନ:~ ପର ଚର୍ଚ୍ଚା କରି ସମୟ ନଷ୍ଟ କରିବେ। ଅଙ୍ଗରେ କୌଣସି ଆଘାତ ଲାଗିପାରେ। ଅପଦସ୍ତ ହେବାରୁ ନିଜକୁ ରୋକନ୍ତୁ। ମାନସିକ ଚିନ୍ତା ରେ ରହି ନିଷ୍ପତି ନେବେ। ଛାତ୍ରଛାତ୍ରୀମାନେ ବ୍ୟସ୍ତତାରେ ଦିନ କାଟିବେ। ବ୍ୟବସାୟ ମଧ୍ୟମ ଫଳ ଦେବ। ଦାମ୍ପତ୍ୟ ଜୀବନରେ କଳହ ଲାଗିପାରେ।

କର୍କଟ:~ ତୃତୀୟ ଚନ୍ଦ୍ର ଯୋଗ ରହି ଥିବାରୁ , ଦିନଟି ଖୁସି ରେ କଟିବ ଭ୍ରମଣ ର ଯୋଗ ରହିବ। କୌଣସି ସ୍ଥାନରୁ ସମ୍ମାନ ର ଅଧିକାରୀ ହେବେ। ଚାକିରି ରେ ପଦୋନ୍ନତି ମିଳିବ। ଲାଗିଥିବା ସମସ୍ୟାର ସମାଧାନ ହେବ। ବ୍ୟବସାୟ ରେ ଅଳ୍ପ ପରିଶ୍ରମ ରେ ଅଧିକ ଲାଭ ଯୋଗ ରହିଛି । ବିଦ୍ୟାର୍ଥୀ ଉଚ୍ଚଶିକ୍ଷା ଲାଭ କରିବେ।

ସିଂହ:~ କୌଣସି କାର୍ଯ୍ୟ କିମ୍ବା ବାସ୍ତୁ କୁ ନେଇ ଆଶାବାଦୀ ହୋଇ ରହିବ। ଜୀବନରେ କରିଥିବା ଭଲ କର୍ମ ଗୁଡ଼ିକର ଫଳ ଆଜି ପ୍ରାପ୍ତ ହେବ। ଆୟର ଯୋଗ ଉତ୍ତମ ରହିବ। ବ୍ୟାପାର ରେ ଅଧିକ ଲାଭ ଯୋଗ ରହିଛି। ପତ୍ନୀ ଙ୍କ ସହ ଆଲୋଚନା କରି କିଛି ନୂଆ କରିବାକୁ ମନସ୍ଥ କରିବେ।

କନ୍ୟା:~ ମନ ପ୍ରସନ୍ନ ଓ ପ୍ରଫୁଲ୍ଲ ରହିବ। ଉତ୍ତମ ଫଳ ଲାଭ ହେବ। ଧର୍ମ କାର୍ଯ୍ୟ ରେ ନିଜକୁ ନିୟୋଜିତ କରିବେ। ଚାକିରି ରେ ପଦୋନ୍ନତି ଘଟିବ। ବ୍ୟବସାୟରେ ଅଧିକ ଅର୍ଥ ଲାଭ ର ଯୋଗ ରହିଛି। ମାନ ସମ୍ମାନ ମିଳିବ। ବିଦ୍ୟାର୍ଥୀ ମାନେ ଅଧିକ ମନୋନିବେଶ କରିବେ।

ତୁଳା:~ ଦ୍ଵାଦଶ ଚାନ୍ଦ ରହିଥିବାରୁ , ଶାରୀରିକ ସମସ୍ୟା ଦେଖା ଦେବ। ତଳିପେଟରେ ଯନ୍ତ୍ରଣା ଦେଖାଦେବ ଆର୍ଥିକ ବ୍ୟୟ ରେ ଦିନଟି କଟିବ। ବଡ଼ ସଫଳତା ମିଳି ନପାରେ। ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟମ ରହିବ। ଅଧିକ ପରିଶ୍ରମରେ ଦିନଟି କଟିବ। ବିଦ୍ୟାର୍ଥୀ ଅମାନଯୋଗି ହୋଇପାରନ୍ତି।

ବିଛା:~ ଏକାଦଶ ଚନ୍ଦ୍ର ରେ ସର୍ବ କାର୍ଯ୍ୟ ସଫଳ ହେବା ସହ ଗୃହ ରେ ନୂତନ କାର୍ଯ୍ୟ ଆରମ୍ଭ ହେବ। ଦିନଟିରେ ବହୁତ୍ ଭଲ ଯୋଗ ରହିଛି। ରାଜନୀତି ରେ ସଫଳତା ପ୍ରାପ୍ତି ହେବ। ଛାତ୍ର ଛାତ୍ରୀ ମାନେ ପରୀକ୍ଷାରେ ସଫଳତା ପ୍ରାପ୍ତ କରିବେ। ବ୍ୟବସାୟରେ ଅଟକି ଥିବା କାର୍ଯ୍ୟ ଆଗକୁ ବଢିବ।

ଧନୁ:~ ଦଶମ ଚନ୍ଦ୍ର ରେ ସର୍ବ କର୍ଯ୍ୟ ସଫଳ ଚନ୍ଦ୍ର ରେ ସର୍ବଚାକିରି କ୍ଷେତ୍ର ରେ ସମ୍ମାନ ଓ ପଦୋନ୍ନତି ର ଯୋଗ ରହିଛି । ଗୃହକୁ ବନ୍ଧୁଙ୍କ ଆଗମନ ହୋଇପାରେ। ବ୍ୟବସାୟ ରେ ଲାଭ ଯୋଗ ରହିଛି। ମିଳୁନଥିବା ଧନ ପ୍ରାପ୍ତି ହେବ। ବିଦ୍ୟାର୍ଥୀ ମାନେ ଲାଭବାନ ହେବେ।

ମକର:~ ଆଜି ର ଦିନଟି ଆପଣଙ୍କୁ ମଧ୍ୟମ ଫଳ ଦେବ। ଶତ୍ରୁ ଭୟ ରହିବ। ଚିନ୍ତାକୁ ଦୂରୀଭୂତ କରନ୍ତୁ। ଧନ ଲାଭର ସଂଯୋଗ ରହିଛି। ଖର୍ଚ୍ଚ ମଧ୍ୟ ଅଧିକ ହୋଇ ପାରେ। ଛାତ୍ରଛାତ୍ରୀମାନେ ଭବିଷ୍ୟତ ଚିନ୍ତାରେ ରହିବେ। ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟା ଦେଖା ଦେଇପାରେ।

କୁମ୍ଭ:~ ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ । ଅଙ୍ଗରେ ଆଘାତ ଲାଗିପାରେ । ବ୍ୟବସାୟ ରେ ଧୀର ବୃଦ୍ଧି ହେବ । ଅଆୟ ଠାରୁ ବ୍ୟୟବଢିକ ରହିବ । ଅଧିକ ପରିଶ୍ରମ ମଧ୍ୟ ଆଜି କରିବାକୁ ପଡି ପାରେ । ଭ୍ରମଣ ଯୋଗ ରହିଛି । ପରିବାରରେ ସାମାନ୍ୟ ସ୍ବାସ୍ଥ୍ୟ ଗତ ସମସ୍ୟା ଦେଖା ଦେବ ।

ମୀନ:~ ସପ୍ତମ ଚନ୍ଦ୍ର ଯୋଗୁଁ ପରିବାର ରେ ସୁଖ ସନ୍ତୋଷ ରହିବ। ଚାକିରିରେ ଉତ୍ତମ ଫଳ ପ୍ରାପ୍ତ ହେବ। ବ୍ୟବସାୟ ରେ ଆଜି ଆପଣଙ୍କୁ ଆଶା ଅନୁସାରେ ଫଳ ପ୍ରାପ୍ତି ହେବ। ପରିବାର ସହ ସମୟ ଅତିବାହିତ କରିବେ। ଯାନବାହାନ ରେ ସତର୍କତା ଅବଲମ୍ବନ କରନ୍ତୁ। ବିଦ୍ୟାର୍ଥୀ ମାନେ ଉପକୃତ ହେବେ।

ଜ୍ୟୋତିର୍ବିଦ:~ ସିଦ୍ଧାର୍ଥ ଶେଖର ନାୟକ (ଯାଜପୁର), ଯୋଗାଯୋଗ - 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.