suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ଧର୍ଯ୍ୟବାନ ହେବେ; ଆଶାନୁରୂପ ଅର୍ଥ ମିଳିବ

26/12/2022 at 8:46 PM

ମେଷ:~ ଯେଉଁଥି ପାଇଁ ଚିନ୍ତା କରୁଥିଲେ ଆଜି ତାହା ସାମାନ୍ୟ ବିଳମ୍ବରେ ପାଇଯିବେ।ଆଜି ଦିନଟି ସାମଗ୍ରିକ ଦୃଷ୍ଟି କୋଣ ରୁ ଭଲ ରେ କଟିବ। ଦୀର୍ଘ ଦିନରୁ ଜମା ପଡୁ ନଥିବା ବନ୍ଧୁ କିମ୍ବା ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହିପାରେ। ଘରକୁଆସିଥିବା ଜନେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିବ। ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ କରିବାରେ ସମର୍ଥ ହେବେ।

ଶୁଭ ରଙ୍ଗ:~ ଧଳା, ଶୁଭ ଅଙ୍କ:~୭

ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।

ରୋଗୀ- ଅସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।

କର୍ମଜୀବି- ସମ୍ମାନିତ ହେବେ ।

ବ୍ୟବସାୟୀ- ଅର୍ଥ ହାନୀ ହେବ ।

ଗୃହିଣୀ- ସୁଖଭାରା ଦିନଟି ।

ବୃଷ:~ କର୍ମ କ୍ଷେତ୍ରରେ ବାଧା ଉପୁଜିବ ତଥାପି ବ୍ୟସ୍ତ ହୁଅନ୍ତୁ ନାହିଁ, କାମ ଅଟକିବ ନାହିଁ।ବ୍ୟବସାୟ କ୍ଷେତ୍ରରେ ଅଧିକ କିଛି ଆଶା ମନରେ ଦୁଃଖ ଦେଇପାରେ। କର୍ମକ୍ଷେତ୍ରରେ, ସଭାସମିତିରେ , ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ସାମୟିକ ଭାବେ ଦୈହିକ ଦୁର୍ବଳତାକର୍ମକ୍ଷେତ୍ରକୁ ମନ୍ଥର କରିବ। କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ।

ଶୁଭ ରଙ୍ଗ:~ ୟେଲୋ, ଶୁଭ ଅଙ୍କ:~ ୨

ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।

କର୍ମଜୀବି- ସରକାରୀ ସ୍ତରରୁ ଲାଭ ଉଠାଇବେ ।

ଛାତ୍ରଛାତ୍ରୀ- ଠିକ୍ କଥା ବି ଭୁଲ୍ ଲାଗିବ ।

ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।

ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

ମିଥୁନ:~ ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହି ନ ପାରେ। କୌଣସି ବନ୍ଧୁଙ୍କୁ ଅନୁରୋଧ କରି କାମ ହାସଲ ଚେଷ୍ଟା କରିବେ। ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ। ଧାର କରଜ କରି ପାରିବାରିକ ଆବଶ୍ୟକତା ଚଳାଇ ନେବେ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହୋଇପାରନ୍ତି।

ଶୁଭ ରଙ୍ଗ:~ ନୀଳ, ଶୁଭ ଅଙ୍କ:~ ୬

ଚାଷୀ- ଧୀରସ୍ଥିର ପ୍ରକୃତିର ହୋଇପାରନ୍ତି ।

ରୋଗୀ- ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଛାତ୍ରଛାତ୍ରୀ- ବିଦ୍ୟା ଗ୍ରହଣ କରିବେ ।

କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।

ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।

କର୍କଟ:~ ଦୀର୍ଘଦିନର ଦେଷ୍ଟା ପରେ ଋଣ ସୂତ୍ରରେ ଆଜି ହିଁ ଅର୍ଥଲାଭ କରିବେ।ଫେରିଯାଉଥିବା ବନ୍ଧୁ ଲେଉଟି ଆସିବ, ଫଳରେ ନିଜ କାମଗୁଡିକୁ ସମ୍ପନ୍ନ କରିବାରେବ୍ୟସ୍ତତା ବଢିଯାଇପାରେ। ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟିର କାରଣ ହୋଇପାରେ। ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ ସବୁ କିଛି ଠିକ୍ ହୋଇଯିବ।

ଶୁଭ ରଙ୍ଗ:~ ମେରୁନ୍, ଶୁଭ ଅଙ୍କ:~ ୧

ଗୃହିଣୀ- ସଦିଚ୍ଛା ଭାବ ରହିବ ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

କର୍ମଜୀବ- ଟ୍ରାନସ୍‌ଫର ହୋଇପାରେ ।

ଛାତ୍ରଛାତ୍ରୀ- ଠିକ୍ କଥା ବି ଭୁଲ୍ ଲାଗିବ ।

ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।

ଚାଷୀ- ଧୀରସ୍ଥିର ପ୍ରକୃତିର ହୋଇପାରନ୍ତି ।

ସିଂହ:~ ପ୍ରତିଦ୍ୱନ୍ଦ୍ୱୀଙ୍କ କାର୍ଯ୍ୟକଳାପ, ଶିଳ୍ପ, ବାଣିଜ୍ୟରେ ପ୍ରତିବନ୍ଧକ ଓ ଯାତ୍ରାରେ ଦୁଶ୍ଚିନ୍ତା ବଢିପାରେ। ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହେଲେ ବି ଅନ୍ୟମାନେ ସାହାର୍ଯ୍ୟ କରିବ। ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି। ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇବା ସୂଚନା ରହିଛି। ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି। ଦୀର୍ଘ ଦିନରୁ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ।

ଶୁଭ ରଙ୍ଗ:~ ଗ୍ରୀନ୍, ଶୁଭ ଅଙ୍କ:~ ୫

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

କର୍ମଜୀବି- ଅର୍ଥ ହାନୀ ହେବ ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।

କନ୍ୟା:~ କଠୋର ପରିଶ୍ରମ କିମ୍ବା ବିଶେଷ ଭ୍ରମଣଜନିତ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ବିଶାଖା ନକ୍ଷତ୍ର ସକାଶେ ପରିବାରରେ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିଯିବ। ପ୍ରତିଯୋଗିତାରେ ସଫଳତା ପାଇବେ। ଆଜି ଦିନଟି ଘର କାମ ସାଙ୍ଗକୁ ଅଫିସ କାମର ଜଞ୍ଜାଳ ବଳିଯିବ। ପୁରାତନ ରୋଗର ପୀଡା ଅନୁଭବ ହୋଇପାରେ। ହଠାତ୍‌ କୌଣସି ଖବର ପାଇ ବିସ୍ମୟ ପ୍ରକାଶ

ଶୁଭ ରଙ୍ଗ:~ ମେରୁନ୍, ଶୁଭ ଅଙ୍କ:~ ୨

ଚାଷୀ- ଆlର୍ଥିକ ସ୍ଥିତି ସ୍ୱଚ୍ଛଳତା ଦେଖା ଦେବ ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି ।

କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।

ବ୍ୟବସାୟୀ- ବନ୍ଧୁଙ୍କ ସହାୟତାକୁ ହାତଛଡା କରନ୍ତୁ ନାହିଁ ।

ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ତୁଳା:~ କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍‌ତି ବିଶେଷ ସହାୟତା କରିବେ। ଅନୁକୂଳ ଗ୍ରହ ସ୍ଥିତିକାରଣରୁ ଅଟକି ରହିଥିବା କାମ ଆଜି ହୋଇଯିବ। ପରିବାରରଆବଶ୍ୟକତାକୁ ଉପଲବ୍ଧିକରି ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଜୁଦ୍‌ଖୋର ମନୋଭାବ ତ୍ୟାଗ କଲେ କେତେକାଂଶରେ ଉପକୃତ ହେବେ।

ଶୁଭ ରଙ୍ଗ:~ ପିଙ୍କ୍, ଶୁଭ ଅଙ୍କ:~ ୭

ଗୃହିଣୀ- ସୁବିମଳ କୀର୍ତ୍ତି ଅଧିକାରୀ ହେବେ ।

ବ୍ୟବସାୟୀ- ଅର୍ଥ ହାନୀ ହେବ ।

କର୍ମଜୀବ- ସୁ ସମ୍ବାଦ ପାଇବେ ।

ଛାତ୍ରଛାତ୍ରୀ- ଅମାନିଆ ହୋଇପାରନ୍ତି ।

ରୋଗୀ- ସୁସ୍ଥ ହେବେ ।

ଚାଷୀ- ଆର୍ôଥକ ସ୍ଥିତି ସ୍ୱଚ୍ଛଳତା ଦେଖା ଦେବ ।

ବିଛା:~ ଆକସ୍ମିକ ଭାବରେ ଦୀର୍ଘଦିନର ସମ୍ପର୍କର ସୂତ୍ର ଛିନ୍ନ ହେବାର ସୂଚନା ରହିଛି।ଅନୁକୂଳ ଗ୍ରହ ସ୍ଥିତି କାରଣରୁ ଅଟକି ରହିଥିବା କାମ ଆଜି ହୋଇଯି। ସ୍ଥଗିତରହିଥିବା କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ। ପ୍ରତିଟି ସମୟରେ ନୀଚ ସଂସର୍ଗରୁଦୂରେଇ ରହନ୍ତୁ। ଆଲୋଚନା ଦ୍ୱାରା ପାରିବାରିକ ସମସ୍ୟାର ସରଳ ସମାଧାନ ହୋଇଯିବ। ଭାବୁଥିବା କାମଟିକୁ ଶେଷ କରିପାରିବେନି।

ଶୁଭ ରଙ୍ଗ:~ ବ୍ରାଉନ୍, ଶୁଭ ଅଙ୍କ:~ ୪

ଚାଷୀ- କର୍ମ ଲାଭଜନକ ହେବ।

ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ।

କର୍ମଜୀବି- କାର୍ଯ୍ୟରେ ସଫଳ ହେବେ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ।

ଗୃହିଣୀ- ଧାର୍ମିକ ହେବେ ।

ଧନୁ:~ ଅବହେଳା ସାଙ୍ଗକୁ କାଳକ୍ଷେପଣ ନୀତି ହେତୁ ସଫଳତା ପାଇବା କଷ୍ଟକର ହୋଇପଡ଼ିବ। ବନ୍ଧୁଙ୍କ ନିକଟରୁ ଯେତେ ପାଇଲେ ମଧ୍ୟ ଆହୁରି ପାଇବାକୁ ବ୍ୟାକୁଳତା ପ୍ରକାଶ କରିବେ।ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିତର୍କ ଠାରୁ ଦୂରେଇ ରହିବା ଭଲ। ଆଜିର ନୁତନ କର୍ମାରମ୍ଭ

ପ୍ରୀତିପଦ ହେବ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ସାଧାରଣ କଥାରେ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ।

ଶୁଭ ରଙ୍ଗ:~ ଲାଲ୍, ଶୁଭ ଅଙ୍କ:~ ୬

ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ବନ୍ଧୁଙ୍କ ସହାୟତାକୁ ହାତଛଡା କରନ୍ତୁ ନାହିଁ ।

କର୍ମଜୀବ- ସୁ ସମ୍ବାଦ ପାଇବେ ।

ଛାତ୍ରଛାତ୍ରୀ- ବାପା ମା ଙ୍କ କଥା ମାନିବେ ।

ରୋଗୀ- ଆତ୍ମ ସନ୍ତୋଷ ଲାଭ କରିବେ ।

ଚାଷୀ- ସରକାରଙ୍କ କୃପା ପ୍ରାପ୍ତ ହେବ ।

ମକର:~ ଆତି ନିଜର ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି। ପରିବାରର ସଦସ୍ୟଙ୍କ ଠାରୁ କିମ୍ବା ସହକର୍ମୀଙ୍କ ତରଫରୁ ସାହାର୍ଯ୍ୟ ଆସିପାରେ।ବନ୍ଧୁମାନଙ୍କ ସହ ବ୍ୟବହାରରେ ସଂଯମ ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇ ପଡିବେ। କର୍ମାରମ୍ଭ, ଯାନବାହନ, ଲୋକସମ୍ପର୍କ, ସଭାସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିବେ। ଆଶାନୁଯାୟୀ ଅର୍ଥ ସାହାର୍ଯ୍ୟ ପାଇବେ। ହଠାତ୍ କୌଣସି ଖବର ପାଇ ଖୁସି ହେବେ।

ଶୁଭ ରଙ୍ଗ:~ ଗ୍ରୀନ୍, ଶୁଭ ଅଙ୍କ:~ ୯

ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।

ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।

ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।

କୁମ୍ଭ:~ ଆର୍ଥିକ ଅଭିବୃଦ୍ଧି ନିମି ତତ୍ପରତା ପ୍ରକାଶ କରିପାରନ୍ତି। କୌଣସି ପରିଚିତ ବ୍ୟକ୍ତିଙ୍କ କାର୍ଯ୍ୟ କଳାପ କର୍ମକ୍ଷେତ୍ରକୁ ବୁଶୃଙ୍ଖଳିତ କରିପାରେ। ନିକଟ ସମ୍ପର୍କୀୟମାନଙ୍କ ସହ ସୁଭଭ୍ରମଣ ଯୋଗ ରହିଛି। ନେତୃସ୍ଥାନୀୟ ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ। ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ଚିନ୍ତା କରୁଥିବା କଥାଟି ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ।

ଶୁଭ ରଙ୍ଗ:~ ନାରଙ୍ଗୀ, ଶୁଭ ଅଙ୍କ:~ ୧

ଗୃହିଣୀ- ଧର୍ଯ୍ୟବାନ୍ ହେବେ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍କୁ ହାତଛଡା କରନ୍ତୁ ନାହିଁ ।

କର୍ମଜୀବି- ଜଳଯାତ୍ରା ମନା।

ଛାତ୍ରଛାତ୍ରୀ- ଠିକ୍ କଥା ବି ଭୁଲ୍ ଲାଗିବ।

ରୋଗୀ- ଆତ୍ମ ସନ୍ତୋଷ ଲାଭ କରିବେ।

ଚାଷୀ- ସରକାରଙ୍କ କୃପା ପ୍ରାପ୍ତ ହେବ।

ମୀନ:~ ସାଧାରଣ କଥାରେ ଝଗଡା ସାଙ୍ଗକୁ ପରିବାରରେ ଅଶାନ୍ତି ସୃଷ୍ଟି ହୋଇପାରେ। ଆର୍ଥିକ ଦିଗରୁ ସମସ୍ୟା ଲାଗି ରହିବ, ଅବଶ୍ୟ ସମାଧାନ ର ପନ୍ଥା ଖୋଜି ପାଇବେ। ପାରିବାରିକ କ୍ଷେତ୍ରରେ କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିବ। କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ। ଖଳ ଲୋକଙ୍କ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

ଶୁଭ ରଙ୍ଗ:~ ନାରଙ୍ଗୀ, ଶୁଭ ଅଙ୍କ:~ ୪

ଚାଷୀ- ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି ।

ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।

ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।

କର୍ମଜୀବି- ସମ୍ମାନିତ ହେବେ ।

ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।

ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

   Related Posts