ଛାତ୍ରଛାତ୍ରୀଙ୍କ ମନୋବଳ ଦୃଢ଼ ହେବ; ନୂଆ ଚାକିରି ପାଇବେ

Published By : Prameya-News7 Bureau | June 27, 2023 IST

ମେଷ:~ ସପ୍ତମ ଚନ୍ଦ୍ର ଯୋଗୁଁ ବିବିଧ ପ୍ରକାରର ସୁଖପ୍ରାପ୍ତି ହେବ। ମିତ୍ର ଲାଭର ଯୋଗ ରହିଛି। ଆଜି ସମସ୍ତ ସମସ୍ୟାକୁ ପଛରେ ପକାଇ ଆଗକୁ ବଢ଼ିବାକୁ ମନସ୍ଥ ହେବେ। କାର୍ଯ୍ୟ କ୍ଷେତ୍ରରେ ନିଜକୁ ପ୍ରଭାବଶାଳୀ ମନେ କରିବେ। ଛାତ୍ରଛାତ୍ରୀ ନୂତନ ପନ୍ଥା ଅବଲମ୍ବନ କରିବେ।

ବୃଷ:~ ସୁଖ ସୌଭାଗ୍ୟ ଲାଭ କରିବେ। ଶତ୍ରୁଙ୍କ ହାନି ହେବ। ଆଜି ଦିନଟି ଆତ୍ମବିଶ୍ବାସ ରେ ପୁରି ରହିବ। ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବ। କର୍ମ କ୍ଷେତ୍ରରେ ନିଜ କର୍ମରେ ଧ୍ୟାନ ଦିଅନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀଙ୍କ ମନୋବଳ ଦୃଢ଼ ହେବ।

ମିଥୁନ:~ ଆଜି ଦିନଟି ମଧ୍ୟମ ଫଳ ଦେବ। ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ସାମାନ୍ୟ ଚିନ୍ତାରେ ରହିବେ। ମଲିମାକୋଦ୍ଦମା ଆପଣଙ୍କ ସପକ୍ଷରେ ରହିବ। ପରିଶ୍ରମ ଅଧିକ ରହିବ। ଗୃହକୁ ଅତିଥିଙ୍କ ଆଗମନ ହେବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ବିଦ୍ୟାର୍ଥୀମାନେ ପରିଶ୍ରମୀ ହେବେ।

କର୍କଟ:~ ଦିନଟି ମିଶ୍ର ଫଳ ପ୍ରଦାନ କରିବ। ପରିବାରରେ କଳହ ହେବାର ସମ୍ଭାବନା ରହିଛି। ଚାକିରି କ୍ଷେତ୍ରରେ ସହଯୋଗୀଙ୍କ ସହ ମତଭେଦ ସୃଷ୍ଟି ହେବ। ବ୍ୟବସାୟରେ ନେଣ ଦେଣ ଲାଗିରହିବ। ଚିନ୍ତାଗ୍ରସ୍ତ ହେବ। ବିଦ୍ୟାର୍ଥୀ ବିଳମ୍ବରେ ସଫଳତା ପ୍ରାପ୍ତ କରିବେ।

ସିଂହ:~ ରାଜ ସମ୍ମାନ ପ୍ରାପ୍ତିର ଯୋଗ ରହିଛି। ପରିବାରରେ ସୁଖ ଶାନ୍ତି ଲାଗି ରହିବ। ମନ ପ୍ରଫୁଲ୍ଲ ରହିବ। ବ୍ୟବସାୟରେ ଉତ୍ତମ ଫଳ ପ୍ରାପ୍ତ ହେବ। ଆଧ୍ୟାତ୍ମିକ ଚିନ୍ତା ଧାରାରେ ବିଶ୍ୱାସ ରଖିବେ। ନୂଆ ଚାକିରି ମିଳିପାରେ। ଯାନ ବାହାନ କ୍ରୟ ପାଇଁ ଦିନଟି ଭଲ ରହିଛି।

କନ୍ୟା:~ ଦିନଟି ଉତ୍ତମ ଫଳ ଦେବ। ବାହ୍ୟ ସ୍ଥାନରୁ ପ୍ରଶଂସା ମିଳିବ। ଅଟକିଥିବା ସରକାରୀ କାର୍ଯ୍ୟ କାଲି ଆଗକୁ ବଢିବ। ବ୍ୟବସାୟରେ ଆଶା ଅନୁସାରେ ଲାଭ ପ୍ରାପ୍ତି ହେବ। ଯାନବାହାନ କ୍ରୟ କରିବେ। ବିଦ୍ୟାର୍ଥୀ ଗୃଜନନଙ୍କ ଆଶୀର୍ବାଦ ନିଅନ୍ତୁ।

ତୁଳା:~ ଆଜି ରାଶିକୁ ଶ୍ରୀ ଚନ୍ଦ୍ର ଯୋଗରହିଛି। ଚାକିରୀରେ ନିଶ୍ଚିନ୍ତ ପଦୋନ୍ନତି ଯୋଗ ରହିଛି। ଆୟର ପରିମାଣ ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ ବିଦ୍ୟାର୍ଥୀ ଲାଭବାନ ହେବେ। ବ୍ୟବସାୟ ଆଗକୁ ବଢ଼ିବ। ପଶୁ କ୍ରୟ କରିବା ନିଷେଧ।

ବିଛା:~ ଦ୍ଵାଦଶ ଚନ୍ଦ୍ର ହେତୁ ବ୍ୟୟ ବୃଦ୍ଧି ହେବ। ଦିନଟି ମିଶ୍ର ଫଳ ଦେବ। କର୍ମ କ୍ଷେତ୍ରରେ ସମସ୍ୟା ଦେଖା ଦେବ। ବ୍ୟବସାୟରେ କ୍ଷତି ହେବାର ଯୋଗ ରହିଛି। ପତି ପତ୍ନୀଙ୍କ ଭିତରେ ମନୋମାଳିନ୍ୟ ଦେଖା ଦେବ। ବିଦ୍ୟାର୍ଥୀ ଅଳସୁଆ ହେବେ।

ଧନୁ:~ ଗୃହରେ ମାଙ୍ଗଳିକ କାର୍ଯ୍ୟ ହେବ। ବନ୍ଧୁଙ୍କ ଗମନ ଗୃହକୁ ହେବ। କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବାରୁ ମନ ପ୍ରଫୁଲ୍ଲ ରହିବ। ଧନ ଆଗମନ ର ସୂଚନା ରହିଛି। ବ୍ୟବସାୟ ଆଗକୁ ବଢିବ। କର୍ମ କ୍ଷେତ୍ରରେ ସହଯୋଗ ଓ ଶିକ୍ଷା କ୍ଷେତ୍ରରେ ସଫଳତାର ଯୋଗ ରହିଛି।

ମକର:~ ଆର୍ଥିକ ସ୍ଥିତିରେ ସୁଧାର ଦେଖାଦେବ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇ ଖୁସି ହେବେ। ପରିବାରର ସହଯୋଗ ମିଳିବ। ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହୋଇ ପାରନ୍ତି। ଅଟକିଥିବା କାର୍ଯ୍ୟର ପୁନଆରମ୍ଭ ହେବ। ଗୃହସ୍ଥ ଜୀବନ ସୁଖମୟ ହେବ।

କୁମ୍ଭ:~ ଦିନଟି ଖୁସିରେ କଟିବ। ରାଜନୀତିରେ ପଦୋନ୍ନତିର ଯୋଗ ରହିଛି। ନୂଆ ଚାକିରି ଆଜି ଆପଣଙ୍କ ହାତ ପାଖରେ ପହଞ୍ଚିବ। ଅଧିକ ପରିଶ୍ରମ ହେଲେ ମଧ୍ୟ ଆଜି ସମସ୍ତ କାର୍ଯ୍ୟ ସଫଳ ହେବ। କର୍ମ କ୍ଷେତ୍ର ରେ ପ୍ରଶଂସା ମିଳିବ। ବିଦ୍ୟାର୍ଥୀମାନେ ସଫଳ ହେବେ।

ମୀନ:~ ଶାରୀରିକ ପୀଡା ଅନୁଭବ କରିବେ। ବନ୍ଧନର ଭୟ ଲାଗି ରହିବ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ। ପରିବାରରେ ସାଧାରଣ ସମସ୍ୟା କୁ ନେଇ ବିବାଦ ସୃଷ୍ଟି ହେବ। ଛାତ୍ରଛାତ୍ରୀ ଅଧ୍ୟୟନରେ ସମୟ ନିବେଶ କରିବାକୁ ଇଚ୍ଛା ପ୍ରକାଶ କରିବେ ନାହିଁ।

ଜ୍ୟୋତିର୍ବିଦ:~ ସିଦ୍ଧାର୍ଥ ଶେଖର ନାୟକ (ଯାଜପୁର) 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.