କାର୍ଯ୍ୟ ହାସଲ କରିବେ; ସୁଖ ସମୃଦ୍ଧି ବଢ଼ିବ

Published By : Prameya-News7 Bureau | December 05, 2022 IST

ମେଷ:~ ସଭାସମିତି, ମାଲିମକଦ୍ଦମା କିମ୍ବା ରଚନାତ୍ମକ କାର୍ଯ୍ୟରେଅଗ୍ରଗତି ଘଟିବ। ବନ୍ଧୁ ଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟସାଧନକରିବା ପାଇଁ ଚେଷ୍ଟିତ ହେବେ। ଶୁଭ ସଂସ୍ଥାନରୁ ତଥା ସହ-ଯୋଗମନୋଭାବରୁ ସମସ୍ତଙ୍କର ଆଦରଣୀୟ ହେବେ। ନିଜ ଇଚ୍ଛା ଅନୁସାରେ ଫଳ ପାଇବେ। ଆୟ ଆଶାନୁରୂପ ହେବ।

ଶୁଭ ରଙ୍ଗ:~ କଫି, ଶୁଭ ଅଙ୍କ:~ ୨

ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ।

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ।

କର୍ମଜୀବି- ଅର୍ଥ ମିଳିବ।

ବ୍ୟବସାୟୀ- ଅର୍ଥ ଲାଭ ହେବ।

ଗୃହିଣୀ- ସୁଖୀ ହେବେ।

ବୃଷ:~ ପ୍ରତିଶ୍ରୁତି ରୁ ଓହରିବା କାରଣରୁ ଶେଷ ସମୟରେ ବନ୍ଧୁଙ୍କଉପରୁ ବିଶ୍ୱାସ ହରାଇ ପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀମାନେ ଆପଣଙ୍କ ପରାମର୍ଶ ଲୋଡିପାରନ୍ତି । ଯେଉଁ କାମ ପାଇଁଚେଷ୍ଟା କରୁଛନ୍ତି ସେଥିରେ ସଫଳତା ଆଶା ରହିଛି । ଦେଶ ଦର୍ଶନର ସୁଯୋଗ ମିଳିବ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ।

ଶୁଭ ରଙ୍ଗ:~ ଲାଲ୍, ଶୁଭ ଅଙ୍କ:~ ୪

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।

ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।

ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

ମିଥୁନ:~ ପରିବହନ ଓ ବ୍ୟବସାୟ କ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବାରେସଫଳ ହେବେ । ସାମାଜିକ ସ୍ତରରେ ତଥା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ଅଫିସ୍ କାମରେ ଆପଣଙ୍କର ସହକର୍ମୀମାନେ ସହ-ଯୋଗର ହାତ ବଢାଇପାରନ୍ତି । ଘାତଚନ୍ଦ୍ର ଥାଇ ବି ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହୋଇପାରେ ।

ଶୁଭ ରଙ୍ଗ:~ ଗ୍ରୀନ୍, ଶୁଭ ଅଙ୍କ:~ ୯

ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ।

ରୋଗୀ- ବ୍ୟାୟାମ୍ କରିବା ଉଚିତ୍।

ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ।

କର୍ମଜୀବି- ସହଯୋଗ ମିଳିବ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ।

ଗୃହିଣୀ- ସୁଖ ଅନୁଭବ କରିବେ।

କର୍କଟ:~ ଦୁର୍ବଳତା ସ୍ୱାସ୍ଥ୍ୟହାନି କାରଣ ହୋଇପାରେ ।ପରିସ୍ଥିତି ତାଡନାରେ ଆକସ୍ମିକ ଭାବେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ । ବିଶିଷ୍ଟବ୍ୟକ୍ତିଙ୍କ ସଙ୍ଗ ଲାଭର ସୁଯୋଗ ପାଇବେ । ପାରିବାରିକ ଦୃଷ୍ଟି କୋଣରୁ ଦିନଟି ମନ୍ଦ ନ ହେଲେ ମଧ୍ୟ ନିଜ ଲୋକ ଜଣେ ସମସ୍ୟା ସୃଷ୍ଟି କରିପାରନ୍ତି । କୌଣସି ଶୁଭାକାଂକ୍ଷୀଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । ପରିବାରରେ ସନ୍ତାନ ହେତୁକ ପୀଡା ଅନୁଭବ କରିବେ ।

ଶୁଭ ରଙ୍ଗ:~ ନାରଙ୍ଗୀ, ଶୁଭ ଅଙ୍କ:~ ୮

ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ ।

ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।

ସିଂହ:~ ଅଳ୍ପ କେତେ ଦିନ ହେଲା ଖୋଜୁଥିବା ଜିନିଷର ସନ୍ଧାନଆଜି ହିଁ ମିଳିବ । ଦକ୍ଷତାଜନିତ ସାମାଜିକ ସ୍ତରରେ ସମ୍ମାନ ଲାଭ କରିବାର ସୁଯୋଗ ଜୁଟିପାରେ । କୌଣସି ପ୍ରମାଣ ନ ଥାଇ ପଡୋଶୀଙ୍କ ଠାରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡିବେ । ଧନ ପ୍ରାପ୍ତ ହେବାର ସୂଚନା ମିଳୁଛି । ଉତ୍ତମ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିପାରେ।

ଶୁଭ ରଙ୍ଗ:~ ୟେଲୋ, ଶୁଭ ଅଙ୍କ:~ ୨

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

ରୋଗୀ- ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

କର୍ମଜୀବି- ଅର୍ଥ ହାନୀ ହେବ ।

ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।

ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।

କନ୍ୟା:~ ଘରେ ବନ୍ଧୁ ମିଳନ କିମ୍ବା ବନ୍ଧୁଙ୍କ ଅପ୍ରତ୍ୟାଶିତଆଗମନ ରୁ ଖୁସି ହୋଇଯିବେ । ସଂଯୋଗରୁ ଆଜିଯେତିକି ପାଇବେ ତାହାର ଦୁଇ ଗୁଣ ଖର୍ଚ୍ଚ କରିବାକୁ ବାଧ୍ୟହେବେ । ରାଜନୀତି ତଥା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇପ୍ରଶଂସିତ ହେବେ । ନୂତନ ଯୋଜନା ଆପଣଙ୍କ ପାଇଁ ଆନନ୍ଦଦାୟକ ହେବ । ମନରେ ଗର୍ବଭାବ ଉଦ୍ରେକ ହୋଇପାରେ ।

ଶୁଭ ରଙ୍ଗ:~ ମେରୁନ୍, ଶୁଭ ଅଙ୍କ:~ ୪

ଗୃହିଣୀ- ନୂଆବସ୍ତ୍ର ଲାଭ ହେବ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍ କୁ ହାତଛଡା କରନ୍ତୁ ନାହିଁ।

କର୍ମଜୀବି- ସ୍ୱକାର୍ଯ୍ୟ କରିବେ।

ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

ତୁଳା:~ ଆକସ୍ମିକ ସୃଷ୍ଟି ହୋଇଥିବା ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ସାହାର୍ଯ୍ୟ ମାରିବେ । ପ୍ରତ୍ୟେକ କ୍ଷେତ୍ରରେ ନକାରାତ୍ମକ ଚିନ୍ତାଧାରା ମନକୁ ବେଶି ବିବ୍ରତ କରିବ । କର୍ମକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ ।

ଶୁଭ ରଙ୍ଗ:~ ନୀଳ, ଶୁଭ:~ ଅଙ୍କ ୭

ଚାଷୀ- ଶ୍ରମ ସାର୍ଥକ ହେବ ।

ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।

ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

ବିଛା:~ ଭଲ ପଡୁ ନ ଥିବା ବ୍ୟକ୍ତି ଖାଲରେ ପକାଇବାକୁ ଚେଷ୍ଟା କଲେ ମଧ୍ୟ ସଫଳ ହେବେ ନାହିଁ । ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିବେ । ସାହାର୍ଯ୍ୟ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିବେ । ସୁଖୀ ହେବ । ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ ।

ଶୁଭ ରଙ୍ଗ:~ ଲାଲ୍, ଶୁଭ ଅଙ୍କ:~ ୩

ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍ କୁ ହାତଛଡା କରନ୍ତୁ ନାହିଁ ।

କର୍ମଜୀବି- କାର୍ଯ୍ୟରେ ଅବହେଳା କରିବେ ନାହିଁ ।

ଛାତ୍ରଛାତ୍ରୀ- ସ୍ମରଣ ଶକ୍ତି ପାଇଁ ବୁଧକାରକ ଚେର ବ୍ୟବହାର କରନ୍ତୁ ।

ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

ଧନୁ:~ କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ପରିବାରରେ ଝଗଡା ଲାଗିପାରେ । ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିବଶତଃ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହୋଇପାରନ୍ତି । ଭୁଲ୍ ବୁଝାମଣାରୁ ସୁସମ୍ପର୍କ କ୍ଷୁଣ୍ଣ ହେବା କାରଣରୁ ଆତ୍ମୀୟସ୍ୱଜନଙ୍କ ପାଇଁ ଚିନ୍ତା ବଢିପାରେ । ଅଟକି ଥିବା କାର୍ଯ୍ୟରେ ଆଗକୁ ବଢିପାରନ୍ତି । ସମ୍ମାନିତ ହେବେ ।

ଶୁଭ ରଙ୍ଗ:~ ପିଙ୍କ୍, ଶୁଭ ଅଙ୍କ:~ ୯

ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।

ବ୍ୟବସାୟୀ- ଅର୍ଥ ଲାଭ ହେବ ।

ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

ମକର:~ କର୍ମକ୍ଷେତ୍ରରେ ସାମାନ୍ୟ ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି ହେଲେ ମଧ୍ୟ ଅନ୍ୟ କୌଣସି ଅସୁବିଧା ହେବ ନାହିଁ । ଆପଣଙ୍କୁ ଆରୋଗ୍ୟଲାଭ, ପାରିବାରିକ ଶାନ୍ତି ଏବଂ ବ୍ୟବସାୟିକ ସଫଳତା ମିଳିବ । କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ । ଆଶାବାଦି ହୋଇପାରନ୍ତି । ଭାଗ୍ୟଶାଳୀ ହେବେ ।

ଶୁଭ ରଙ୍ଗ:~ ଲାଲ୍, ଶୁଭ ଅଙ୍କ:~ ୧

ଗୃହିଣୀ- ସୁଖ ଅନୁଭବ କରିବେ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ।

କର୍ମଜୀବି- ପ୍ରମୋସନ୍ ମିଳିବ ।

ଛାତ୍ରଛାତ୍ରୀ- ବିଜ୍ଞ ହେବେ ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

କୁମ୍ଭ:~ ଆନୁଷ୍ଠାନିକ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । କର୍ମଜଞ୍ଜାଳ ବୃଦ୍ଧି ଜନିତ ଆପଣ ଘର କଥା ବୁଝିବା ପାଇଁ ସମୟ ପାଇବେ ନାହିଁ । ଆନୁଷ୍ଠାନିକ କାର୍ଯ୍ୟ କିମ୍ବା ସଭାସମିତିରେ ଯୋଗଦେଲେ ପ୍ରଶଂସା ଓ ପ୍ରତିଷ୍ଠା ପାଇପାରିବେ। ଐଶ୍ୱର୍ଯ୍ୟଯୁକ୍ତ ହେବେ, ସୁସ୍ଥ ଓ ନିରାମୟ ରହିବେ ।

ଶୁଭ ରଙ୍ଗ:~ ନୀଳ, ଶୁଭ ଅଙ୍କ:~ ୫

ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।

ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।

ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।

କର୍ମଜୀବି- ପ୍ରଶଂସିତ ହେବେ ।

ବ୍ୟବସାୟୀ- ଅର୍ଥ ଲାଭ ହେବ ।

ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।

ମୀନ:~ଅତୀତ ରେ ଘଟିଯାଇଥିବା ଘଟଣା ଗୁଡିକୁ ଅସ୍ୱାଭାବିକ ଭାବେ ଚିନ୍ତା କରିପାରନ୍ତି । ବିବାଦୀୟ ଘଟଣାକୁ ଦୂରେଇ ରହିବା ପ୍ରାୟତଃ ଭଲ ହେବ । କେତେକ କ୍ଷେତ୍ରରେ ହାତରୁ ଖାଇ ପର ପାଇଁ ଖଟିବାକୁ ପଡିପାରେ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି ।

ଶୁଭ ରଙ୍ଗ:~ ବ୍ରାଉନ୍, ଶୁଭ ଅଙ୍କ:~ ୭

ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

ବ୍ୟବସାୟୀ- ବିଜୟୀ ହେବେ ।

କର୍ମଜୀବି- ଜଳଯାତ୍ରା ମନା ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.