ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ମନୋସ୍କାମନା ପୂରଣ ହେବ; କର୍ମକ୍ଷେତ୍ରରେ ଉତ୍ସାହ ବଢ଼ିବ

23/11/2022 at 8:20 PM

ମେଷ:~ କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ଦେଖା ଦେଇପାରେ । କେତେକକ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍ ବ୍ୟବହାର କରିବା କାଠିକର ପାଠହେବ । କାମ ସୁରୁଖୁରୁରେ ସମ୍ପନ୍ନ ହେବା ସକାଶେ ବନ୍ଧୁଙ୍କ ସାହାର୍ଯ୍ୟନେବାକୁ ପଡିପାରେ । ସୁଯୋଗର ଉପଯୋଗ କରିବେ । କର୍ମକ୍ଷେତ୍ରରେଉତ୍ସାହ ବୃଦ୍ଧି ପାଇବ । ଆର୍ଥିକ ସହାୟତା ପାଇ କାର୍ଯ୍ୟ ହାସଲ କରିପାରନ୍ତି ।

ଶୁଭ ରଙ୍ଗ:~ ମେରୁନ୍, ଶୁଭ ଅଙ୍କ:~ ୯

ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।

ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।

ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।

କର୍ମଜୀବି- ସମ୍ମାନିତ ହେବେ ।

ବ୍ୟବସାୟୀ- ଅର୍ଥ ହାନୀ ହେବ ।

ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

ବୃଷ:~ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍ ଦେବାକୁପଡିପାରେ । ସଭା ସମିତି ରେ ସମ୍ମାନନୀୟ ବ୍ୟକ୍ତି ଙ୍କ ଦ୍ୱାରା ପ୍ରଶଂସିତହୋଇପାରନ୍ତି। ସଭାସମିତିରେ ସଫଳତା ହାସଲ କରିବେ, କିନ୍ତୁ ପରକଥାରେପଡି ନିଜ ଲୋକଙ୍କୁ ଭୁଲ୍ ବୁଝିପାରନ୍ତି। କଷ୍ଟ ଦାୟକ କାର୍ଯ୍ୟରୁ ମୁକ୍ତହୋଇପାରନ୍ତି । ଶ୍ରମର ମୂଲ୍ୟାଙ୍କନ ହେବ । ଦ୍ରବ୍ୟ ଲାଭର ସୂଚନା ମିଳୁଛି ।ପରୋପକାରୀ ହେବେ ।

ଶୁଭ ରଙ୍ଗ:~ ଧଳା, ଶୁଭ ଅଙ୍କ:~ ୬

ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

କର୍ମଜୀବି- ପ୍ରମୋସନ୍ ମିଳିବ ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।

ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

ମିଥୁନ:~ ସ୍ୱାମୀ ସ୍ତ୍ରୀ ରେ ମତାନ୍ତର, ପ୍ରତିଦ୍ୱନ୍ଦ୍ୱିତାରେ ବିଫଳତା ଓଯାତ୍ରା, ବ୍ୟବସାୟ ସନ୍ତୋଷଜନକ ନ ହୋଇପାରେ। ଆତ୍ମୀୟମାନଙ୍କ ପରୋକ୍ଷଶତ୍ରୁତା ହେତୁ ମାନସିକ ଶାନ୍ତି ବ୍ୟାହତ ହେବାର ସୂଚନା ରହିଛି। ଆଶାକରୁଥିବା ସାହାର୍ଯ୍ୟ ମିଳିବ, ତଥାପି ଧନକ୍ଷୟର ଆଶଙ୍କା ଅଛି। ଠାକୁରଙ୍କ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ସୁଖ ପ୍ରାପ୍ତ କରିବେ।

ଶୁଭ ରଙ୍ଗ:~ ଗ୍ରୀନ୍,  ଶୁଭ ଅଙ୍କ:~ ୧

ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।

ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।

କର୍ମଜୀବି- ପ୍ରଶଂସିତ ହେବେ ।

ବ୍ୟବସାୟୀ- ଅର୍ଥ ହାନୀ ହେବ ।

ଗୃହିଣୀ- ସୁଖଭାରା ଦିନଟି ।

କର୍କଟ:~ ପରିସ୍ଥିତି ପ୍ରତି ସଜାଗ ରହି କାମ କରିବା ଭଲ ହେବ, ଅନ୍ୟଥାମାନସିକ ଦୁଶ୍ଚିନ୍ତା ରେ ପଡିବେ। ଶେଷ ସମୟରେ ସୁଯୋଗ ହାତଛଡାହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାରେ ହେଳା କଲେ ପରେ ଅନୁତାପକରିବାକୁ ସମୟ ପାଇବେ ନାହିଁ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ। ନିଜ କାର୍ଯ୍ୟ ତୃପ୍ତିକର ହୋଇପାରେ।

ଶୁଭ ରଙ୍ଗ:~ କଫି, ଶୁଭ ଅଙ୍କ:~ ୮

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ବ୍ୟବସାୟୀ- ନୂଆ ଡିଲ୍ ମିଳିବ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ।

ସିଂହ:~ ଭଲ କାମ କଲେ ମଧ୍ୟ ପ୍ରଶଂସା ପାଇବା କଷ୍ଟ କର ହୋଇପାରେ।ପ୍ରତ୍ୟେକ କ୍ଷେତ୍ରରେ ସୁଫଳ ଲାଭ ସକାଶେ ଆଶାବାଦିନୀ ହେବେ। ଉପକାରୀର ପ୍ରତ୍ୟୁପକାର କରିବାକୁ ଚେଷ୍ଟା କରିବେ। ଘାତଚନ୍ଦ୍ରଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡିବ। ବହୁ ସୁଖର ଅଧିକାରି ହେବେ।

ଶୁଭ ରଙ୍ଗ:~ ନୀଳ, ଶୁଭ ଅଙ୍କ:~ ୩

ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ରୋଗୀ- ଡାକ୍ତରଙ୍କ ପରାମର୍ଶରେ ହିଁ ମେଡିସିନ୍ ଖାଆନ୍ତୁ ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

କର୍ମଜୀବି- ପ୍ରଶଂସିତ ହେବେ ।

ବ୍ୟବସାୟୀ- ଅର୍ଥ ହାନୀ ହେବ ।

ଗୃହିଣୀ- ସୁଖୀ ହେବେ ।

କନ୍ୟା:~ ଶୁଭ ପ୍ରଭାବରୁ ଯୁକ୍ତିଯୁକ୍ତ ବାର୍ତ୍ତାଳାପ କରି ବିବାଦୀୟପରିସ୍ଥିତି କୁ ସୁଧାରି ନେବେ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟଲାଭ କରିପାରନ୍ତି । ଗୃହକାର୍ଯ୍ୟ ଆନନ୍ଦଦାୟକ ହେବ । ବିଚାର ବିମର୍ଶ ଓଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ହସ ଖୁସିରେ ସମୟ ବିତାଇ ପାରନ୍ତି ।

ଶୁଭ ରଙ୍ଗ:~ କଳା, ଶୁଭ ଅଙ୍କ:~ ୪

ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ।

କର୍ମଜୀବି- କରତ୍‌କର୍ମା ହେବେ ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

ରୋଗୀ- ଅସୁସ୍ଥ ଅନୁଭବ କରିବେ ।

ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ତୁଳା:~ ଆକସ୍ମିକ କେତେକ ସମସ୍ୟା ଦେଖା ଦେବା କାରଣରୁନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ସାଧାରଣ କଥାକୁ ଜଟିଳଆକାରରେ ଗ୍ରହଣ କରିବେ। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବାଭଲ। ପଡୋଶୀମାନଙ୍କ ଫମ୍ପା ଉପଦେଶ ଆପଣଙ୍କ ପକ୍ଷେ ବିରକ୍ତିକରହୋଇପାରେ। ଧର୍ମ କାର୍ଯ୍ୟରେ ମନୋନିବେଶ କରିପାରନ୍ତି।

ଶୁଭ ରଙ୍ଗ:~ କଫି, ଶୁଭ ଅଙ୍କ:~ ୬

ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।

ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

 ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି ।

କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

ଗୃହିଣୀ- ସଦିଚ୍ଛା ଭାବ ରହିବ ।

ବିଛା:~ ନୂଆ ଯୋଜନାର ରୂପ ରେଖ ଉପରେ ଗୁରୁତ୍ୱ ଦେବେ। ନୀଇସଂସର୍ଗରୁ ଦୂରେଇ ନ ରହିଲେ ଅସୁବିଧାର ସମ୍ମୁଖୀନ ହେବେ। ଅର୍ଥ ସଂକଟହେତୁ କାମଗୁଡିକ ସମ୍ପନ୍ନ ଦିଗରେ ସମସ୍ୟା ସୃଷ୍ଟି ହେବ। ସୁଦୃଢ ମନୋବଳକୁ ପାଥେୟ କରି କାର୍ଯ୍ୟ ସମ୍ପାଦନ କରିବେ। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ହର୍ଷ ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ ହେବ।

ଶୁଭ ରଙ୍ଗ:~ କ୍ରୀମ୍, ଶୁଭ ଅଙ୍କ:~ ୯

ଗୃହିଣୀ- ମିତ୍ର ସୁଖ ପାଇବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।

କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।

ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।

ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।

ଧନୁ:~ ଅନୁକୂଳତା ସତ୍ତ୍ୱେ ବାରମ୍ବାର ଚିନ୍ତା କରିବା ପରେ କୌଣସିପଦକ୍ଷେପ ନେବା ଠିକ୍ ହେବ। ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧିପ୍ରୟୋଗ କରି କାମ ହାସଲ କରିବେ। ଆଶାବାଦୀ ହୋଇପାରନ୍ତି। ଆଶା ପୂରନ ହେବ। କର୍ମକୁଶଳତା ପ୍ରକାଶ ପାଇବ। ଧର୍ମ ଅନୁଷ୍ଠାନର ନେତୃତ୍ୱ ନେଇ ପାରନ୍ତି। କୃଷିରୁ ଲାଭବାନ ହେବେ।

ଶୁଭ ରଙ୍ଗ:~ ଗ୍ରୀନ୍, ଶୁଭ ଅଙ୍କ:~ ୨

ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।

ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।

ମକର:~ ସାହାର୍ଯ୍ୟ ସହଯୋଗର ଅଭାବ ରହିବ ନାହିଁ, କିନ୍ତୁ ଏଥିପାଇଁକିଛି ବୁଦ୍ଧିର ଖେଳ ଖେଳିବାକୁ ପଡିବ। ବିଭିନ୍ନ ସୂତ୍ରରୁରୋଜଗାର ବୃଦ୍ଧି ପାଇବ କିନ୍ତୁ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତାବଢିପାରେ। ମନରେ ବ୍ୟାକୁଳତା ବୃଦ୍ଧି ହୋଇପାରେ। ସୌଜନ୍ୟତାପ୍ରକାଶ କରିପାରନ୍ତି। ଆୟ ଉତ୍ତମ ଧରଣର ହେ। ଉଚ୍ଚ ସମ୍ମାନ ଲାଭ କରିବେ।

ଶୁଭ ରଙ୍ଗ:~ ମେରୁନ୍, ଶୁଭ ଅଙ୍କ:~ ୫

ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।

ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

କୁମ୍ଭ:~ କୌଣସି ବ୍ୟକ୍ତି ବିଶେଷଙ୍କ ସହାୟତାରୁ ଉପକୃତ ହେବେ।ପାରିବାରିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାର୍ଯ୍ୟ କରିବେ।ବ୍ୟୟ ଯୋଗ ଅଛି। ଧର୍ମାସକ୍ତ ହେବେ। ମତିମାନ ହୋଇପାରନ୍ତି।ପୁତ୍ର,ମିତ୍ର ହେତୁକ ସୁଖ ଭୋଗ କରିବେ। ନାନା ସୁନ୍ଦର ବସ୍ତୁ ଲାଭକରିପାରନ୍ତି।

ଶୁଭ ରଙ୍ଗ:~ ୟେଲୋ, ଶୁଭ ଅଙ୍କ:~ ୧

ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।

ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।

ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।

କର୍ମଜୀବି- ଜଳଯାତ୍ରା ମନା ।

ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।

ଗୃହିଣୀ- ପରକୁ ଆପଣାର କରିବେ ।

ମୀନ:~ ସଭାସମିତି, ଆନୁଷ୍ଠାନିକ କ୍ଷେତ୍ରରୁ ପ୍ରଶଂସିତ ହେବେ।ପ୍ରୟୋଗାତ୍ମକ କୌଶଳ କାରଣରୁ ଅସାଧ୍ୟ କାମ ସାଧନ କରିବାରେ ସମର୍ଥହେବେ। ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ଭଲ। ମନସ୍କାମନା ପୂରଣ ହୋଇପାରେ। ବ୍ୟବସାୟ ଲାଭଜନକ ହେବ।

ଶୁଭ ରଙ୍ଗ:~ ନୀଳ, ଶୁଭ ଅଙ୍କ:~ ୪

ଗୃହିଣୀ- ସୁଖୀ ହେବେ ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ ।

ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।

ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।

   Related Posts