ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ମନ ପ୍ରଫୁଲ୍ଲିତ ରହିବ; ଚାକିରିରେ ପଦୋନ୍ନତି ହୋଇପାରେ

31/01/2023 at 10:00 PM

ମେଷ:~ ପରିବାର ଲୋକଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। କିଛି ନୂଆ ଜିନିଷ ପାଇବା ଆଶାରେ ମନ ପ୍ରଫୁଲ୍ଲିତ ରହିବ। ଉଦବେଗ ପ୍ରକାଶ ପାଇବ। ଅନ୍ୟ କାହା ମନରେ କଷ୍ଟ ଦେଇପାରନ୍ତି।

ବୃଷ:~ ଆସନ୍ତାକାଲି ଆପଣଙ୍କ ରାଶିରେ ଶ୍ରୀଚନ୍ଦ୍ର ରହିଛି। ଯାହା ଫଳରେ ମାନସିକ ଓ ଶାରୀରିକ ସ୍ତରରେ ଆପଣ ମଜବୁତ ରହିବେ। ଘରକୁ ନୂତନ ବନ୍ଧୁଙ୍କ ଆଗମନ ହୋଇପାରେ। ଧନ ସଞ୍ଚୟ କରିବା ପାଇଁ ଦିନଟି ଉତ୍ତମ ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ଦିନର ପ୍ରଥମ ଭାଗଟି ବିଶେଷ ଶୁଭ ଦାୟକ ହେବ।

ମିଥୁନ:~ ସମାପ୍ତ କରିବାକୁ ଚାହୁଁଥିବା କାର୍ଯ୍ୟଟି ଅଧା ରୁ ଅଟକି ଯାଇପାରେ। ଚାକିରି କ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ଅଛି। ମହିଳାମାନଙ୍କ ପାଇଁ ଦିନଟି ବ୍ୟସ୍ତ ବହୁଳ ରହିବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ।

କର୍କଟ:~ ଦିନଟି ଆପଣଙ୍କୁ ଉତ୍ତମ ଫଳ ପ୍ରଦାନ କରିବ। ଧନଧାନ୍ୟରେ ବୃଦ୍ଧି ଘଟି ପାରେ। ବ୍ୟବସାୟୀଙ୍କ ପାଇଁ ଦିନଟି ବିଶେଷ ଶୁଭ ଦାୟକ ରହିଛି। ଚାକିରି ଖୋଜୁଥିବା ବ୍ୟକ୍ତି ଙ୍କୁ ନୂଆ ସ୍ଥାନ ପ୍ରାପ୍ତିହୋଇ ପାରେ।

ସିଂହ:~ ସମୟ ସହିତ ତାଳ ଦେଇ ଚାଲନ୍ତୁ ଦିନଟି ଶୁଭଦାୟକ ହେବ। ଘରକୁ ବନ୍ଧୁଙ୍କ ଆଗମନ ହୋଇପାରେ। ପାରିବାରିକ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀମାନେ ପାଠରେ ଅଧିକ ମନୋନିବେଶ କରିବେ। ମହିଳାମାନେ କର୍ମଚଞ୍ଚଳ ହେବେ।

କନ୍ୟା:~ ଚାହୁଁ ନଥିଲେ ମଧ୍ୟ ବାଧ୍ୟହୋଇ କିଛି କାର୍ଯ୍ୟ କରିବାକୁ ପଡ଼ିବ। କିଛି ଭଲ ସମ୍ବାଦ ପାଇ ନିଜକୁ ଗର୍ବିତ ଅନୁଭବ କରିପାରନ୍ତି। ମହିଳାମାନେ ନୂତନ ଅଳଙ୍କାର କ୍ରୟ କରିପାରନ୍ତି। ହଠାତ୍ ଖର୍ଚ୍ଚାନ୍ତ ମଧ୍ୟ ହେବାର ଯୋଗ ଅଛି।

ତୁଳା:~ ପତ୍ନୀଙ୍କ ସହଯୋଗ ମିଳିବ। ପୁରୁଣା ବନ୍ଧୁଙ୍କୁ ପାଇ ଖୁସି ହେବେ। ଦେହରେ ସାମାନ୍ୟ ଯନ୍ତ୍ରଣା ଦେଖା ଦେବ। ଆର୍ଥିକ ସ୍ଥିତି ମଧ୍ୟମ ରହିବ। କୌଣସି ବିଶେଷ କାର୍ଯ୍ୟକ୍ରମରେ ଯୋଗଦାନ କରିବେ।

ବିଛା:~ ଆଜି ଆପଣଙ୍କର ରାଶିରେ ଘାତଚନ୍ଦ୍ର ଯୋଗୁଁ ଶାରୀରିକ ଓ ମାନସିକ ସମସ୍ୟା କିଛି ଦେଖା ଦେବ। ଯାନବାହାନ ସତର୍କତାର ସହ ଚଳାନ୍ତୁ। ଆକସ୍ମିକ ଦୁର୍ଘଟଣାର ସମ୍ଭାବନା ରହିଛି। ପରିବାରରେ ସମସ୍ୟା ଦେଖା ଦେଇପାରେ। ଆତ୍ମବିଶ୍ୱାସ ବଜାୟ ରଖନ୍ତୁ।

ଧନୁ:~ ପତ୍ନୀଙ୍କ ଠାରୁ କିଛି ଉପହାର ମିଳିପାରେ। ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଭଲ ରହିଛି। ନିଜକୁ ଆଶଙ୍କା ଭିତରେ ରଖିବେ। ଖୁସି ହେବାକୁ ଚାହୁଁ ଥିଲେବି ହୋଇ ପାରିବେ ନାହିଁ।

ମକର:~ ସ୍ବାସ୍ଥ୍ୟ ଅବସ୍ଥାରେ ହାନି ଘଟିପାରେ। ଅନ୍ୟମାନଙ୍କ ଆଗରେ ନକହିବା କଥା କହିଦେଇପାରନ୍ତି। ନିଜ ଆତ୍ମଗର୍ବ ନିଜକୁ ଅସୁବିଧାରେ ପକାଇବ। ଛାତ୍ରଛାତ୍ରୀମାନଙ୍କ ପାଇଁ ବହୁ ଆଡ଼ମ୍ବରରେ ଲଘୁକ୍ରିୟା ସାବ୍ୟସ୍ତ ହୋଇପାରେ ।

କୁମ୍ଭ:~ ବ୍ୟସ୍ତ ବିବ୍ରତ ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ଆଲୋଚନା କରି କାର୍ଯ୍ୟ କଲେ ସଫଳତା ମିଳିବ। ବାହାର ଜାଗାକୁ ବୁଲିବାକୁ ଯାଇ ପାରନ୍ତି। କିଛି ନୂତନ ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟୀଙ୍କୁ ମଧ୍ୟମ ଫଳ ପ୍ରାପ୍ତ ହେବ। କର୍ମ ଚଞ୍ଚଳ ରହିବେ।

ମୀନ:~ ପରିବାର ରେ କଳହ ଯୋଗ ରହିଛି। ବ୍ୟବସାୟୀଙ୍କ ପାଇଁ ମଧ୍ୟମଫଳ ପ୍ରାପ୍ତ ହେବ। ଚାକିରିରେ ନୂତନ ସୁଯୋଗ କୁ ହାତଛଡ଼ା କରିବେ। ଛାତ୍ରଛାତ୍ରୀମାନେ ଅନ୍ୟ ମନସ୍କ ରହିବାର ଦେଖାଯିବ। ଅଳ୍ପ ଧନ ପ୍ରାପ୍ତି ଯୋଗ ରହିଛି।

   Related Posts