ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ନୂତନ ଇଚ୍ଛା ଜାଗ୍ରତ ହେବ; ମକଦ୍ଦମାରେ ଜୟଯୁକ୍ତ ହେବେ

2/02/2023 at 11:21 PM

ମେଷ:~ ଆଜି ଆପଣଙ୍କୁ ପରିଶ୍ରମର ଫଳ ନିଶ୍ଚୟ ପ୍ରାପ୍ତି ହେବ। ନିଜ କର୍ମକୁ ନେଇ ଅଧିକ ବ୍ୟସ୍ତ ରେ ସମୟ କରିବେ। ମୁଣ୍ଡ ବିନ୍ଧା ଭଳି ରୋଗ ଦେଖା ଦେଇ ପାରେ।ଦମ୍ପତି ଙ୍କ ପାଇଁ ଦିନ ଟି ବହୁତ୍ ଶୁଭ ରହିଛି। ଛାତ୍ର ଛାତ୍ରୀ ଙ୍କ ପାଇଁ ପରିଶ୍ରମ ନେଇ ଫଳପ୍ରାପ୍ତି।

ବୃଷ:~ କିଛି ଆଶା ର ପୂରଣ ନ ହୋଇ ପାରିବାରୁ ମନ ବ୍ୟକୁଳିତ ହୋଇ ପାରେ। ମନରେ କିଛି ନୂଆ କରିବାର ଇଚ୍ଛା ଜାଗୃତ ହେବ। ନିଜର ଜରୁରୀ ବସ୍ତୁ ଆଜି ଆପଣ କ୍ରୟ କରି ପାରନ୍ତି ।ପ୍ରେମ ସମ୍ପର୍କ ରେ ଅନେକ ଖୁସି ଲାଭ କରି ପାରନ୍ତି। ଅଣ୍ଟା ବ୍ୟଥା ଭଳି କିଛି ସମସ୍ୟା ଦେଖା ଦେଇ ପାରେ।

ମିଥୁନ:~ ପରିବାର ଲୋକଙ୍କ ସହିତ କିଛି ବିଶେଷ ମୁହୂର୍ତ୍ତ ଅତିବାହିତ କରି ପାରନ୍ତି। ବନ୍ଧୁ ମାନଙ୍କ ସହ ଆମୋଦ ପ୍ରମୋଦ ରେ ଦିନଟି କାଟିବ। ବ୍ୟବସାୟୀମାନଙ୍କ ପାଇଁ ଦିନଟି ବିଶେଷ ଭଲ ରହିଛି। ଲାଭ ଯୋଗ ଅଛି। ଛାତ୍ର ଛାତ୍ରୀ ମାନେ ନିଜର ଲୁଚିଥିବା ପ୍ରତିଭା କୁ ସାମ୍ନା କୁ ଆଣିବେ।

କର୍କଟ:~ ନୂଆ ଚାକିରି ଆଜି ଆପଣଙ୍କୁ ପ୍ରାପ୍ତ ହୋଇ ପାରେ। ଆପଣଙ୍କୁ ଆଜି କେହି ନିଜ କର୍ମରୁ ହଟି ଅନ୍ୟ କର୍ମ କରିବା ପାଇଁ ବାଧ୍ୟ କରି ପାରନ୍ତି। ସତର୍କ ରୁହନ୍ତୁ । ମହିଳା ମାନଙ୍କୁ ଆଜି କିଛି ଅସୁବିଧା ର ସମ୍ମୁଖୀନ ହେବାକୁ ପଡି ପାରେ । ଛାତ୍ର ଛାତ୍ରୀ ମାନେ କ୍ୟାରିୟର କୁ ନେଇ ଚିନ୍ତା ରେ ରହିବେ । ବ୍ୟବସାୟ ମଧ୍ୟମ ଫଳ ମିଳିବ ।

ସିଂହ:~ ଚାକିରି କ୍ଷେତ୍ର ରେ ଉନ୍ନତି ଯୋଗ ରହିଛି। ଭୂମି କ୍ରୟ କରିବେ। ବ୍ୟବସାୟ ରେ ସୁଫଳ ମିଳିବ। ଅଳଙ୍କାର କ୍ରୟ କରି ପାରନ୍ତି। ଛାତ୍ର ଛାତ୍ରୀ ମାନଙ୍କର ପାଠ ରେ ମନ ଲାଗିବ ନାହିଁ। ପ୍ରେମ ସମ୍ପର୍କ ରେ ନିଜକୁ ଭାଗ୍ୟ ଶାଳୀ ମାନେ କରିବେ ।ଶନି ଆଜି ଆପଣଙ୍କର ମଙ୍ଗଳ କରିବେ।

କନ୍ୟା:~ ନିଜକୁ ଭାଗ୍ୟବାନ ମନେ କରିବେ। ଆଜି ରାଶିରେ ଆପଣଙ୍କର ଶ୍ରୀ ଚନ୍ଦ୍ର ଯୋଗୁଁ ସର୍ବ କାର୍ଯ୍ୟ ରେ ଉନ୍ନତି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ର ଆଜି ସଂପୂର୍ଣ୍ଣ ନିରାକରଣ ହେବ। ପରିବାରରେ ହସ ଖୁସି ର ମହୋଲ ଲାଗି ରହିବ। ବ୍ୟବସାୟ ରେ ଅନେକ ଲାଭ ଯୋଗ ରହିଛି। ବିଦ୍ୟାର୍ଥୀ ମାନେ ସଫଳତା ପ୍ରାପ୍ତ କରିବେ।

ତୁଳା:~ ଆପଣଙ୍କ ଦିନଟି ଆଜି ସଫଳତା ର ସହ ସଂପୂର୍ଣ୍ଣ ହେବ। ପରୋପକାର କରି ନିଜକୁ ଖୁସି ଅନୁଭବ କରିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଛାତ୍ର ଛାତ୍ରୀ ମାନେ କୃତ କାର୍ଯ୍ୟ ହେବେ। ଦମ୍ପତି ମାନେ ଆଲୋଚନା କରି କିଛି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି ।

ବିଛା:~ କାର୍ଯ୍ୟ କ୍ଷେତ୍ର ରେ ଅଶାନ୍ତି ଦେଖା ଦେଇ ପାରେ। ସୁଖ ହାନି ଘଟି ପାରେ। ଅନେକ କାର୍ଯ୍ୟ ଏକ ସହ ଆସି ପହଞ୍ଚିବା ଯୋଗୁଁ ନିଜକୁ ଚିନ୍ତିତ ମାନେ କରି ପାରନ୍ତି ।ମାଲି ମାକୋଦ୍ଦମ ରେ ଜୟଯୁକ୍ତ ହେବେ। ବ୍ୟବସାୟ ମଧ୍ୟମ ଫଳ ଦେବ।

ଧନୁ:~ ଘଟଣା କିଛି ଆପଣଙ୍କୁ ଆଶ୍ଚର୍ଯ୍ୟ କରି ପାରେ। ବନ୍ଧୁ ଆପଣଙ୍କ ଘରକୁ ଆସି ପାରନ୍ତି।ବାକି ରହିଥିବା କାର୍ଯ୍ୟ ଆଜି ସଂପୂର୍ଣ୍ଣ ହେବ।ବ୍ୟବସାୟ ରେ ସଫଳତା ମିଳିବ ।ମହିଳା ମାନେ ଗୃହ କାର୍ଯ୍ୟ ରେ ଅଧିକ ମନୋନିବେଶ କରିବେ।

ମକର:~ ଚିନ୍ତା କରିଥିବା ବିଷୟରେ ପରିବର୍ତ୍ତନ ଆଣି ପାରନ୍ତି। ଅହଙ୍କାର ର ବଶବର୍ତ୍ତୀ ହୋଇ କିଛି ଭୁଲ ନିଷ୍ପତି ନେବେ। ଅଳପ କିଛି ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇ ପାରେ ।ଭାଙ୍ଗି ଥିବା ସମ୍ପର୍କ ଯୋଡ଼ିଭେବ ର ଯଥେଷ୍ଟ ସମ୍ଭାବନା ରହିଛି। ଛାତ୍ର ଛାତ୍ରୀ ମାନେ ନୂତନ ଚିନ୍ତାଧାରା ର ବଶବର୍ତ୍ତୀ ହେବେ।

କୁମ୍ଭ:~ ସହ କର୍ମୀ ଙ୍କ ସହ ବିଶେଷ ଆଲୋଚନା କରିବେ। ବ୍ୟବସାୟ ରେ ବିଶେଷ ଭଲ ଫଳ ପ୍ରାପ୍ତି ହେବ। ପତିପତ୍ନୀ ଙ୍କ ପାଇଁ ଦିନଟି ବିଶେଷ ଭଲ ରହିଛି । ସ୍ବାସ୍ଥ୍ୟ ସଂପୂର୍ଣ୍ଣ ସୁସ୍ଥ ରହିବ। ଛାତ୍ରଛାତ୍ରୀ ମାନେ ଭବିଷ୍ୟତ ଚିନ୍ତା ରେ ରହିବେ।

ମୀନ:~ ସବୁ କର୍ମ ରେ ଆପଣ ସଂପୂର୍ଣ୍ଣ ଯୋଗ ଦାନ ଦେବେ। ଅନେକ ବିଧ ବିଘ୍ନ ର ସାମ୍ନା କରିବାକୁ ପଡ଼ିବ। ଛାତ୍ର ଛାତ୍ରୀ ଙ୍କ ପାଟି ମଧ୍ୟମ ଫଳ ପ୍ରାପ୍ତ ହେବ। ଉଚ୍ଚ ପଦବୀ ମିଳିବାର ଯୋଗ ଅଛି। ଦମ୍ପତି ମାନେ ଖୁସି ରେ ଦିନଟି କାଟିବେ।

ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର

   Related Posts