scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅଧିକ ଅର୍ଥ ଲାଭର ଯୋଗ ରହିଛି; ବ୍ୟବସାୟରେ ସଫଳତା ମିଳିବ

27/05/2023 at 9:28 PM

ମେଷ:~ ଆଜି ଆପଣଙ୍କ ଦିନଟି ବହୁତ୍ ଭଲ ରହିଛି। ଅନ୍ୟକୁ ସାହାଯ୍ୟ କରିବେ। ସମୟ ସହିତ ତାଳ ଦେଇ ଚଳିବେ। କିଛି ଜରୁରୀ କାର୍ଯ୍ୟ ଆଜି ପୂର୍ଣ୍ଣ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ବିଶେଷ ଭଲ ରହିଛି।

ବୃଷ:~ ବନ୍ଧୁ ଓ ପରିବାର ବର୍ଗଙ୍କ ସହ ସମୟ ଅତିବାହିତ କରିବେ। କର୍ମ କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ବ୍ୟବସାୟରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ମାନସିକ ସ୍ତରରେ କିଛି ମାତ୍ରାରେ ଦ୍ୱେଷ ଦେଖା ଦେବ।

ମିଥୁନ:~ କାର୍ଯ୍ୟକ୍ଷେତ୍ରରେ ନିଜକୁ ବ୍ୟସ୍ତ ରଖିବେ। ଅଟକି ଥିବା କାର୍ଯ୍ୟର ଆଜି ପୁନରାରମ୍ଭ କରିବେ। ଛାତ୍ରଛାତ୍ରୀ ମାନେ ନିଜ କାର୍ଯ୍ୟରେ ମନୋନିବେଶ କରିବେ। ଦମ୍ପତିଙ୍କ ପାଇଁ ଦିନଟି ବ୍ୟସ୍ତ ବହୁଳ ରହିବ।

କର୍କଟ:~ ଆଜି କର୍କଟ ରାଶିର ଘାତଚନ୍ଦ୍ର। ଆଜିର ଦିନଟି ଆପଣଙ୍କୁ ମଧ୍ୟମ ଫଳ ଦେବ। ଚିନ୍ତାକୁ ମନରୁ ଦୂର କରନ୍ତୁ। ଧନ ଲାଭର ସଂଯୋଗ ରହିଛି।ଖର୍ଚ୍ଚ ମଧ୍ୟ ଅଧିକ ହୋଇ ପାରେ। ଛାତ୍ର ଛାତ୍ରୀ ମାନେ ଭବିଷ୍ୟତ ଚିନ୍ତାରେ ରହିବେ।

ସିଂହ:~ ଭାଗ୍ୟ ଆଜି ଆପଣଙ୍କ ସାଥ ଦେବ। ଶ୍ରୀ ଚନ୍ଦ୍ର ରହିଥିବାରୁ ଧନ ପ୍ରାପ୍ତି ଯୋଗ ରହିଛି। ବୈବାହିକ ସମ୍ପର୍କ ରେ ମନ ମଳିନ୍ୟା ଦେଖିବାକୁ ମିଳିପାରେ। ଅଯଥା ଖର୍ଚ୍ଚରୁ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରନ୍ତୁ। ବିଦ୍ୟାର୍ଥୀମାନେ ଆଶାୟୀ ହେବେ।

କନ୍ୟା:~ କିଛି ମାନସିକ ସମସ୍ୟା ଦେଖା ଦେଇପାରେ । ମନୋବଳ ଦୃଢ଼ ରହିବେ। କାର୍ଯ୍ୟ ରେ ସଫଳତା ଡେରିରେ ମିଳିବ । ବିଦ୍ୟାର୍ଥୀ ମାନେ ପାଠ ରେ ମନୋନିବେଶ କରିବେ । ପରିବାର ରେ ମନ ମାଳିନ୍ୟା ଲାଗି ରହିବ ।

ତୁଳା:~ କାର୍ଯ୍ୟ କ୍ଷେତ୍ର ରେ କିଛି ବଡ଼ ନିଷ୍ପତି ନେଇ ପାରନ୍ତି ।ଆର୍ଥିକ ସ୍ଥିତି ଦୁର୍ବଳ ହେବ । ବନ୍ଧୁ ମାନଙ୍କ ସହଯୋଗ ମିଳିବ । ପରିବାରରେ ଚାଲିଥିବା ସମସ୍ୟା ର ସମାଧାନ ହୋଇ ଯିବ ।

ବିଛା:~ ବିରୋଧୀ ମାନେ ହଇରାଣ କରିବାକୁ ପ୍ରୟାସ କରିବେ । କର୍ମ କ୍ଷେତ୍ର ରେ ସାବଧାନ ଅବଲମ୍ବନ କରନ୍ତୁ । ଆର୍ଥିକ ଅନଟନ ଦେଖା ଦେଇ ପାରେ ।ବିଦ୍ୟାର୍ଥୀ ମାନେ ଅବହେଳିତ ହେବେ ।

ଧନୁ:~ ଇଚ୍ଛା କରିଥିବା ଜିନିଷ କୁ ପ୍ରାପ୍ତ କରି ପାରନ୍ତି । ମନ ଧ୍ୟାନ ଦେଇ କାର୍ଯ କଲେ ଆଜି ନିତ୍ସ୍ୟ ସଫଳତା ମିଳିବ ।ବିଦେଶ ଯାତ୍ରା ର ଯୋଗ ରହିଛି ।ଛାତ୍ର ଛାତ୍ରୀ ମାନେ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବେ ।

ମକର:~ ଦିନରେ କିଛି ବାଧା ବିଘ୍ନ ଦେଖା ଦେଇ ପାରେ । କରିଥିବା ଆର୍ଥିକ ଯୋଜନା ରୁ ଲାଭ ପ୍ରାପ୍ତ ହେବ ।ବିଦ୍ୟାର୍ଥୀ ମାନେ ପାଠ ରେ ମନୋନିବେଶ କରିବେ ନାହିଁ ।ବ୍ୟବସାୟ ରେ ମଧ୍ୟମ ଫଳ ମିଳିବ ।

କୁମ୍ଭ:~ ଧର୍ମ କାର୍ଯ୍ୟ ରେ ନିଜକୁ ନିୟୋଜିତ କରିବେ । ଚାକିରି ରେ ପଦୋନ୍ନତି ଘଟିବ ।ବ୍ୟବସାୟ ରେ ଅଧିକ ଅର୍ଥ ଲାଭ ର ଯୋଗ ର ହିଛି ।ମନ ସମ୍ମାନ ମିଳିବ । ଭାବିଚିନ୍ତି କାର୍ଯ୍ୟ ନିଷ୍ପତି ନିଅନ୍ତୁ ।

ମୀନ:~ ଆଜି ଦିନଟି ଆପଣଙ୍କୁ ମଧ୍ୟମ ଫଳ ପ୍ରାପ୍ତ କରାଇବ।ନିର୍ଣ୍ଣୟ ଆପଣଙ୍କ ପକ୍ଷ ରେ ରହିବ । ସାମାନ୍ୟ ମାନସିକ ଅଶାନ୍ତି ଦେଖା ଦେବ । କିନ୍ତୁ ନିଜ ନିଅନ୍ତ୍ରଣ ଯୋଗୁଁ ତାହା ଆପଣ ସମାଧାନ କରିବାକୁ ସକ୍ଷମ ହେବେ ।ବ୍ୟବସାୟ ରେ ଲାଭ କ୍ଷତି ଲାଗି ରହିବ ।

   Related Posts