ମେଷ:~ କର୍ମକ୍ଷେତ୍ରରେ ଅଟକି ରହିଥିଲେ ମଧ୍ୟ ସରଳ ସମାଧାନ ପୂର୍ବକକାର୍ଯ୍ୟ ହାସଲରେ ସମର୍ଥ ହେବେ। ପ୍ରିୟ ବ୍ୟକ୍ତିଟିର ଛଳନା ଓପ୍ରତାରଣାପୂର୍ଣ୍ଣ କଥାରେ ମନରୁ ସରସତା ଉଭେଇ ଯିବ। ଅସାବଧାନତାକାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁଁ କ୍ଷୋଭ ପ୍ରକାଶ କରିପାରନ୍ତି। ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି।
ଶୁଭ ରଙ୍ଗ:~ ଲାଲ୍, ଶୁଭ ଅଙ୍କ:~୬
ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।
ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।
ବୃଷ:~ ଚେଷ୍ଟା କରୁଥିବା କାର୍ଯ୍ୟ ସାଧନରେ ନିଜ ଲୋକଙ୍କ ତରଫରୁ ସହ- ଯୋଗ ପାଇବେନି । ଅଫିସ୍ କାମରେ ମାନସିକ ଅବସାଦ ଦୂର ହେବ ଏବଂ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଆସନ୍ତାକାଲିର ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଧପଡ କରିବାକୁ ପଡିବ । କୌଣସି ବନ୍ଧୁଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ ।
ଶୁଭ ରଙ୍ଗ:~ ଗୋଲାପି, ଶୁଭ ଅଙ୍କ:~ ୨
ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ଅର୍ଥହାନୀ ହେବ ।
ଗୃହିଣୀ- ସୁଖ ଅନୁଭବ କରିବେ ।
ମିଥୁନ:~ ବ୍ୟବସାୟ ଓ ବାଣୀଜ୍ୟରୁ ଲାଭବାନ୍ ହେବେ ଓ ପରିସ୍ଥିତି ବଦଳି ଯିବାରୁ ଖୁସି ଅନୁଭବ କରିବେ। ସମସ୍ୟା ଅପରିବର୍ତ୍ତିତ ରହିଥିଲେ ମଧ୍ୟ କିଛିଟା ଲାଘବ ହେବାର ସୂଚନା ରହିଛି। ପରିସ୍ଥିତିକୁ ଆଖିଆଗରେ ରଖି ଇଚ୍ଛା ନ ଥିଲେ ସୁଧା ହଠାତ୍ ଦୁରକୁ ଯିବାକୁ ପଡିବ। ଆର୍ଥିକ ଅନଟନ ଲାଗି ରହିବା କାରଣରୁ ବିଚଳିତ ବୋଧ କରିପାରନ୍ତି।
ଶୁଭ ରଙ୍ଗ:~ ୟେଲୋ, ଶୁଭ ଅଙ୍କ:~ ୬
ଚାଷୀ- ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ସଫଳତା ମିଳିବ ।
ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।
କର୍କଟ:~ କର୍ମ କ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ । ସ୍ୱାର୍ଥସାଧନାର ଲାଳସା ରଖି ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି । କେତେକ ଅପ୍ରୀତିକର ପରିସ୍ଥିତି ସାମନା କରି ଆଜି ପରିବାରର କୌଣସି ବ୍ୟକ୍ତିଙ୍କ ମନରେ ସରସତା ଆଗ ଭଳି ରହିବ ନାହିଁ ।
ଶୁଭ ରଙ୍ଗ:~ ଗ୍ରୀନ୍, ଶୁଭ ଅଙ୍କ:~ ୯
ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।
ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍, ପଳେଇ ଯାଇପାରେ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।
ସିଂହ:~ ପରିବାରର ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିବେ କିନ୍ତୁକୌଣସି ଉପାୟ ପାଇବେ ନାହିଁ। ଜମିଜମା ରେଜିଷ୍ଟ୍ରେଶନ୍ କିମ୍ବାନୂତନ ଚୁକ୍ତିପତ୍ର ସ୍ୱାକ୍ଷର ଅଥବା ନୂତନ ସ୍ଥାନକୁ ଯାତ୍ରା କରିପାରନ୍ତି। ଆଗାମୀ ସମୟରେ ପରିସ୍ଥିତି ବିଷୟକୁ ନେଇ ଖସଡା ପ୍ରସ୍ତୁତକରିପାରନ୍ତି। ବହୁତ ଦିନ ପରେ ଖୋଜୁଥିବା ଜିନିଷ ସନ୍ଧାନ ଡେରିରେ ମିଳିବ।
ଶୁଭ ଅଙ୍କ:~ ପିଚ୍, ଶୁଭ ଅଙ୍କ:~ ୩
ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।
କନ୍ୟା:~ ପଡୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ। ଯୋଗାଣକାରବାର ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ବିଭିନ୍ନପ୍ରକାରର କାରଣକୁ ନେଇ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ। ତରବର ନ ହୋଇ ଧୀରସ୍ଥିର ମନ ନେଇ କାମ କଲେ ସମସ୍ୟାର ସରଳ ସମାଧାନ ହେବ।
ଶୁଭ ରଙ୍ଗ:~ ନୀଳ, ଶୁଭ ଅଙ୍କ:~ ୭
ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ।
କର୍ମଜୀବି- ସହଯୋଗ ମିଳିବ।
ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍ କୁ ହାତଛଡା କରନ୍ତୁ ନାହିଁ।
ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ।
ତୁଳା:~ ଆନୁଷ୍ଠାନିକ କାମରେ ସହ-ଯୋଗ ପ୍ରଦାନ କରି ପ୍ରଶଂସିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ଆନୁଷ୍ଠାନିକ କ୍ଷେତ୍ରରେ ବିଚାରବୁଦ୍ଧି ହରାଇ ବନ୍ଧୁଙ୍କ କୁ ମନ୍ତ୍ରଣାରେ ପଡିପାରନ୍ତି। ବିଭିନ୍ନ ପ୍ରକାରର ଅସୁବିଧା ବିତରେ ଗତି କରୁଥିବାରୁ ଧୀରେ ଧୀରେ ମାନସିକ ଅବସ୍ଥା ଖରାପ ଦିଗକୁ ଗତି କରିବ।
ଶୁଭ ରଙ୍ଗ:~ ପିଚ୍, ଶୁଭ ଅଙ୍କ:~ ୧
ଚାଷୀ- ଜମିରୁ ବର୍ଷା ପାଣି ବାହାରିବାର ବ୍ୟବସ୍ଥା କରନ୍ତୁ ।
ରୋଗୀ- ଆର୍ୟୁରବେଦୀ ଚିକିତ୍ସା ଲାଭ ଦେବ ।
ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।
କର୍ମଜୀବି- ଜଳଯାତ୍ରା ମନା ।
ବ୍ୟବସାୟୀ- ମଧୁରଭାଷୀ ହେବେ ।
ଗୃହିଣୀ- ଭାଗ୍ୟଶାଳୀ ହେବେ ।
ବିଛା:~ ଆଶା କରୁଥିବା ଦିଗରୁ ଅର୍ଥ ପାଇବେ କିନ୍ତୁ ଏଥିପାଇଁ ସାମାନ୍ୟ କଷ୍ଟ ସ୍ୱୀକାର କରିବାକୁ ପଡିବ। ଅତି ନିକଟରେ ରହୁଥିବା ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। କ୍ରନିକ ରୋଗଜନିତ ଶାରୀରିକ ପୀଡାରେ କଷ୍ଟ ପାଇପାରନ୍ତି। ପାରିବାରିକ କ୍ଷେତ୍ରର କୌଣସି ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡିତ କରିବ। ଏମିତି କେତେକ ପରିସ୍ଥିତି ଭିତରେ ଚଳିବାକୁ ବାଧ୍ୟ ହେବେ।
ଶୁଭ ରଙ୍ଗ:~ କ୍ରୀମ୍, ଶୁଭ ଅଙ୍କ:~ ୭
ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ସୁଖ ଅନୁଭବ କରିବେ ।
ଧନୁ:~ ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିବେ ଏବଂ ବନ୍ଧୁମାନଙ୍କ ଆଚରଣରେ ଅସନ୍ତୁଷ୍ଟ ରହିବେ । ଆଜି ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହୋଇପାରେ । ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିବାର ଆଶଙ୍କା ରହିଛି। ଘରର ବରାଦ ଅନୁଯାୟୀ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିବାକୁ ବାଧ୍ୟ ହେବେ।
ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୫ ।
ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ୟୋଗା କରନ୍ତୁ ।
ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।
କର୍ମଜୀବି- ପ୍ରଶଂସିତ ହେବେ ।
ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।
ମକର:~ଆବଶ୍ୟକତା ପୂରଣ କରିବା ସକାଶେ ପର ପାଖରେ ମୁଣ୍ଡ ନୁଆଁଇବାକୁ ପଡିପାରେ । ବାରମ୍ବାର ପୁରୁଣା କଥାକୁ ବେଶି ଆଲୋଚନା କରିବା ଠିକ୍ ହେବନି । ଜଣେ ବନ୍ଧୁଙ୍କ ସାହାର୍ଯ୍ୟରେ ଆଜିର କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ । ପାଖ ପଡୋଶୀଙ୍କ ସହଯାତ୍ରୀ ହୋଇ ଆଜି ସୁଖଭ୍ରମଣ ଯୋଗ ରହିଛି।
ଶୁଭ ରଙ୍ଗ:~ନାରଙ୍ଗି, ଶୁଭ ଅଙ୍କ:~ ୨
ଚାଷୀ- ଅଧିକା ପାଣିରୁ , ହିନସ୍ତା ହୋଇପାରନ୍ତି ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।
କର୍ମଜୀବି- କର୍ମ କ୍ଷେତ୍ରରେ ଉନ୍ନତି ମିଳିବ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ମିତ୍ର ସୁଖ ପାଇବେ ।
କୁମ୍ଭ:~ ଦିନସାରା ଟେନ୍ସନ ଲାଗି ରହିବା କାରଣରୁ ମାନସିକ ସ୍ଥିତି ଠିକ୍ ରହିବ ନାହିଁ। ବହୁତ ଦୂରରୁ ଆସୁଥିବା ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତ ହେବେ। ପାରିବାରିକ ଜୀବନ ସୁଖ, ସନ୍ତୋଷ ରେ ଅତିବାହିତ ହେବ । ଆତ୍ମୀୟସ୍ୱଜନଙ୍କ ସହାୟତାରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ।
ଶୁଭ ରଙ୍ଗ ନୀଳ, ଶୁଭ ଅଙ୍କ ୬
ଚାଷୀ- ଅନ୍ୟ ଚାଷ କରିବାକୁ ମନ ବଳାଇବେ ।
ରୋଗୀ- ଚକ୍ଷୁ ପୀଡା ହେବ ।
ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।
କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।
ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍, ପଳେଇ ଯାଇପାରେ ।
ଗୃହିଣୀ- ଧାର୍ମିକ ହେବେ ।
ମୀନ:~ ବନ୍ଧୁଙ୍କ ପ୍ରେରଣା ରେ ସତ୍ ସଙ୍ଗ ସ୍ଥିତି କିମ୍ବା ଆଧ୍ୟାତ୍ମିକଭାବଧାରାରେ ଉଦ୍ ବୁଦ୍ଧ ହୋଇପାରନ୍ତି । ଘର ପାଇଁ ଅଳଙ୍କାର, ଔଷଧ ପତ୍ର ଓସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି । ବିଭିନ୍ନ କ୍ଷେତ୍ରରୁ ଅର୍ଥ ସଂଗ୍ରହରପ୍ରଚେଷ୍ଟା ଫଳବତୀ ହେବ । ପ୍ରତ୍ୟେକ କ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦଭିତରକୁ ଟାଣି ହୋଇଯିବେ । ପୁନଶ୍ଚ ଏକାଧିକ କାମରେ ହାତ ଦିଅନ୍ତୁ ନାହିଁ ।
ଶୁଭ ରଙ୍ଗ:~ ଧଳା, ଶୁଭ ଅଙ୍କ:~ ୩ ।
ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ- ସୁଖଭାରା ଦିନଟି ।