oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଧର୍ଯ୍ୟବାନ୍ ହେବେ; ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ

17/09/2022 at 8:10 PM

ମେଷ :~ କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ସଫଳତା ପାଇବେ ନାହିଁ। ଏହା ସାଙ୍ଗକୁ ପରିବାରରେ ଅର୍ଥ ସମ୍ପର୍କ କୁ ନେଇ ଭ୍ରାତୃବିବାଦ ଦେଖା ଦେଇ ପାରେ। ଆଜି ଆପଣଙ୍କୁ ଆଶାଅନୁଯାୟୀ ଅର୍ଥ ଲାଭ , ବ୍ୟବସାୟିକ ସଫଳତା ମିଳିବ। ପରିବହନରେ ସମସ୍ୟା ସମାଧାନ ଓ କଚେରି ମାମଲାରେ ବିଜୟୀ ହେବା ନିଶ୍ଚିତ।

ଶୁଭ ରଙ୍ଗ:~ ଧଳା, ଶୁଭ ଅଙ୍କ:~ ୮

ଗୃହିଣୀ- ସୁବିମଳ କୀର୍ତ୍ତିର ଅଧିକାରୀ ହେବେ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ।

କର୍ମଜୀବ- ସୁଯୋଗ ପ୍ରାପ୍ତ କରିବେ।

ଛାତ୍ରଛାତ୍ରୀ- ଅନ୍ୟ ଉପରେ ରାଗ ରଖିବେ।

ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ।

ଚାଷୀ- ଧୀରସ୍ଥିର ପ୍ରକୃତିର ହୋଇପାରନ୍ତି।

ବୃଷ :~  ଆନୁଷ୍ଠାନିକ କାମରେ କେତେକାଂଶରେ ସଫଳ ହେବେ। କୌଣସି ନୂତନ ଯୋଜନା ସକାଶେ ମନ ବଳାଇବେ। ଅଟକି ରହିଥିବା କାମଟିକୁ ପୁନଃ ଆରମ୍ଭ କରିବାକୁ ମନସ୍ଥ କରିପାରନ୍ତି। ଅନ୍ୟକୁ ସାହାର୍ଯ୍ୟ ପ୍ରତିଶ୍ରୁତି ଦେଇ ହାସଲ କରିବେ।

ଶୁଭ ରଙ୍ଗ:~ ପିଚ୍, ଶୁଭ ଅଙ୍କ:~ ୧

ଚାଷୀ- ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି।

ରୋଗୀ- ଡାକ୍ତରଙ୍କ ପରାମର୍ଶରେ ହିଁ ମେଡିସିନ୍ ଖାଆନ୍ତୁ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ।

କର୍ମଜୀବି- ସମ୍ମାନିତ ହେବେ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ।

ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ।

ମିଥୁନ :~ କାର୍ଯ୍ୟ ବ୍ୟସ୍ତତା ଯୋଗୁ ମନ ଖୁସି କରିବାର ଅବସର ପାଇବେ ନାହିଁ। ଆଜି ସନ୍ଧ୍ୟା ରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ଭୁଲ୍ ବୁଝାମଣା କାରଣରୁ ପାରିବାରିକ ସମସ୍ୟାର ସମାଧାନ କଷ୍ଟକର ହେବ। ସହକର୍ମୀ ସାହାର୍ଯ୍ୟର ପ୍ରତିଶ୍ରୁତି ଦେଇ ଶେହ ସମୟରେ ନାସ୍ତିବାଣୀ ଶୁଣାଇ ପାରନ୍ତି।

ଶୁଭ ରଙ୍ଗ:~ ପିଚ୍, ଶୁଭ ଅଙ୍କ:~ ୩

ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ।

କର୍ମଜୀବ- ସୁଯୋଗ ପ୍ରାପ୍ତ କରିବେ।

ଛାତ୍ରଛାତ୍ରୀ- ଠିକ୍ କଥା ବି ଭୁଲ୍ ଲାଗିବ।

ରୋଗୀ- ସୁସ୍ୱାଦୁ ଭୋଜନ ମିଳିବ।

ଚାଷୀ- ଆର୍ଥିକ ସ୍ଥିତି ସ୍ୱଚ୍ଛଳତା ଦେଖା ଦେବ।

ଗୃହିଣୀ- ମିତ୍ର ସୁଖ ପାଇବେ।

କର୍କଟ :~  ଯଦ୍ଦ୍ୱାରା କୌଣସି ଘରୋଇ କଥା ଭିତରେ ନିଜର ଅସୁବିଧା ଜଣାଇ ସାହାର୍ଯ୍ୟ ଭିକ୍ଷା କରିବେ। କର୍ମକ୍ଷେତ୍ରରେ କଠିନ ଶ୍ରମ, ଅତ୍ୟଧିକ ମାନସିକ ଚାପଜନିତ ସ୍ୱାସ୍ଥ୍ୟ ଭଲ ରହିନ ପାରେ। ଅତ୍ୟଧିକ ଭାବ ପ୍ରବଣତା ହେତୁ କେତେକ ଆକସ୍ମିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ।

ଶୁଭ ରଙ୍ଗ:~ ଧୂସର, ଶୁଭ ଅଙ୍କ:~ ୭

ଗୃହିଣୀ- ସଦିଚ୍ଛା ଭାବ ରହିବ।

ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ।

କର୍ମଜୀବ- ସୁଯୋଗ ପ୍ରାପ୍ତ କରିବେ।

ଛାତ୍ରଛାତ୍ରୀ- ଅନ୍ୟ ଉପରେ ରାଗ ରଖିବେ।

ରୋଗୀ- ବ୍ୟାୟାମ୍ କରିବା ଉଚିତ୍।

ଚାଷୀ- କର୍ମ ଲାଭଜନକ ହେବ।

ସିଂହ :~ ବହୁତ ଦିନରୁ ମନରେ ଚିନ୍ତା କରିଥିବା କାମଟିକୁ ଆଜି ସମ୍ପନ୍ନ କରିବେ। ମତଭେଦ କାରଣରୁ ପରିବାର ମଧ୍ୟରେ ଅଟକି ରହିଥିବା କାର୍ଯ୍ୟ ସକାଶେ ଅନୁତାପ କରିବେ। କର୍ମକ୍ଷେତ୍ରରେ ଅକାରଣ ଅଭିଯୋଗ ସକାଶେ ଅନ୍ତରଙ୍ଗ ବନ୍ଧୁଟି ଉପରେ ସନ୍ଦେହ ଘନିଭୂତ ହୋଇପାରେ।

ଶୁଭ ରଙ୍ଗ:~ ଲାଲ୍, ଶୁଭ ଅଙ୍କ:~ ୨

ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ।

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ।

କର୍ମଜୀବି- କାର୍ଯ୍ୟରେ ସଫଳ ହେବେ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ।

ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ।

କନ୍ୟା :~  ସାଧାରଣ ଯୁକ୍ତିତର୍କ ହେତୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ। ସମସ୍ତ ପ୍ରକାରର ସୁବିଧା ଥାଇ ମଧ୍ୟ କାମଟି ଅଟକି ରହିବା କାରଣରୁ କ୍ଷୋଭ ପ୍ରକାଶ କରିବେ। ବହୁତ ଦିନରୁ ପ୍ରତୀକ୍ଷା କରିଥିବା ସରକାରୀ ସ୍ତରରୁ ହଠାତ୍ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ।

ଶୁଭ ରଙ୍ଗ:~ ଧୂସର, ଶୁଭ ଅଙ୍କ:~ ୫

ଗୃହିଣୀ- ନୂଆବସ୍ତ୍ର ଲାଭ ହେବ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ।

କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ।

ଛାତ୍ରଛାତ୍ରୀ- ସଠିକ୍ ନିର୍ଣ୍ଣୟ ନେବେ।

ରୋଗୀ- ଆତ୍ମ ସନ୍ତୋଷ ଲାଭ କରିବେ।

ଚାଷୀ- ଧୀରସ୍ଥିର ପ୍ରକୃତିର ହୋଇପାରନ୍ତି।

ତୁଳା :~ ପରିବାର ଭିତରେ ସୌହାର୍ଦ୍ଦ୍ୟତା ମଧ୍ୟରେ କାମ କରିବାରେ ବିଫଳ ହେବେ। ନିଜ ମନ ଅନୁଯାୟୀ କୌଣସି କାମ ସମ୍ପନ୍ନ ନ ହେବା କାରଣରୁ ମାନସିକ ଅସ୍ଥିରତା ସୃଷ୍ଟି ହେବ। ବିଶେଷ ଗୁରୁତର ନ ହେଲେ ମଧ୍ୟ ପରିବାରରେ ସାଧାରଣ କଥାରୁ କଳହ ସୃଷ୍ଟି ହୋଇପାରେ।

 ଶୁଭ ରଙ୍ଗ:~ ପିଙ୍କ୍, ଶୁଭ ଅଙ୍କ:~ ୯

ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍।

ରୋଗୀ- ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଛାତ୍ରଛାତ୍ରୀ- ବିଜ୍ଞ ହେବେ।

କର୍ମଜୀବି- ପ୍ରଶଂସିତ ହେବେ।

ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ।

ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ।

ବିଛା :~ ପ୍ରାତଃ ଭ୍ରମଣ, ଦେବଦର୍ଶନ ଓ କୌଣସି ନୂତନ ଜିନିଷ କିଣିବାକୁ ମନ ବଳାଇ ପାରନ୍ତି। କର୍ମ କ୍ଷେତ୍ରରେ ପ୍ରତିବନ୍ଧକ ଉପୁଜିବା ଜନିତ କେତେକ ଗୁରୁତ୍ୱପୂର୍ଣ୍ଣ କାମ ସମ୍ପନ୍ନ କରିପାରିବେ ନାହିଁ। ସାଧାରନ କଥାକୁ କେନ୍ଦ୍ର କରି ପରିବାରରେ ମନାନ୍ତରର ଆଶଙ୍କା ରହିଛି।

ଶୁଭ ରଙ୍ଗ:~ ୟେଲୋ, ଶୁଭ ଅଙ୍କ:~ ୨

ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ।

ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ।

କର୍ମଜୀବି- ସ୍ୱକାର୍ଯ୍ୟ କରିବେ।

ଛାତ୍ରଛାତ୍ରୀ- ଅମାନିଆ ହୋଇପାରନ୍ତି।

ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ।

ଚାଷୀ- ଆର୍ଥିକ ସ୍ଥିତି ସ୍ୱଚ୍ଛଳତା ଦେଖା ଦେବ।

ଧନୁ :~ ଭାଇଙ୍କ ଅଭାବ ଅସୁବିଧାକୁ କେନ୍ଦ୍ର କରି ମନ ଅଶାନ୍ତି ରହିପାରେ। ଅନିଷ୍ଟ ଚିନ୍ତା ନ କରୁଥିଲେ ମଧ୍ୟ ଆତ୍ମୀୟମାନେ ଭୁଲ୍ ବୁଝି ଦୂରେଇ ଯାଉଥିବାର ଅନୁଭବ କରିପାରନ୍ତି। ସମ୍ପର୍କୀୟଙ୍କ ପ୍ରତାରଣା ପୂର୍ଣ୍ଣ କଥାକୁ ବିଶ୍ୱାସ କରି ସ୍ତ୍ରୀ ଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ।

ଶୁଭ ରଙ୍ଗ:~ ଧଳା, ଶୁଭ ଅଙ୍କ :~  ୭

ଚାଷୀ- ଜଳ ସଞ୍ଜୟ କରନ୍ତୁ।

ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି।

କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ।

ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ।

ଗୃହିଣୀ- ନୂଆବସ୍ତ୍ର ଲାଭ ହେବ।

ମକର :~ ସୁବିଧାବାଦୀ ସହକର୍ମୀ ଆପଣଙ୍କୁ ଅସ୍ତ୍ର ରୂପେ ବ୍ୟବହାର କରିବାକୁ ଚେଷ୍ଟା କରିବେ। କୌଣସି ବିବାଦୀୟ ଘଟଣାବଳୀ ମନକୁ ଭାରାକ୍ରାନ୍ତ କରିପାରେ। ନୂତନ ଭାବେ ଆରମ୍ଭ କରିବାକୁ ମନସ୍ଥ କରିଥିବା କାମଟି ଆଦୌ ଅଟକିବ ନାହିଁ।

ଶୁଭ ରଙ୍ଗ:~ ନାରଙ୍ଗୀ, ଶୁଭ ଅଙ୍କ:~ ୮

ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ।

ବ୍ୟବସାୟୀ- ଅର୍ଥ ଲାଭ ହେବ।

କର୍ମଜୀବି- ଜଳଯାତ୍ରା ମନା।

ଛାତ୍ରଛାତ୍ରୀ- ଅନ୍ୟ ଉପରେ ରାଗ ରଖିବେ।

ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି।

ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ।

କୁମ୍ଭ :~ ଅଭାବନୀୟ ପରିସ୍ଥିତି ମଧ୍ୟରେ ଗତି କରିବାକୁ ପଡିବ। ତାହା ସାଙ୍ଗକୁ କେତେକ ଅପ୍ରୀତିକର ପରିସ୍ଥିତିର ସାମନା କରିବାକୁ ପଡିପାରେ। ଆଜି ପ୍ରତିଯୋଗୀତା, ପ୍ରତିଦ୍ୱନ୍ଦ୍ୱିତା, ମାଲିମୋକଦ୍ଦମା, ପ୍ରଭୃତିରେ ଆପଣଙ୍କ ସପକ୍ଷରେ ଅନୁକୂଳ ରହିବ। ଆଲୋଚନା କ୍ଷେତ୍ରରେ ସମସ୍ୟା ଦୂରେଇ ଯିବ।

ଶୁଭ ରଙ୍ଗ :~ ବାଦାମୀ, ଶୁଭ ଅଙ୍କ :~ ୪

ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ।

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ।

ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ।

ଗୃହିଣୀ- ଧର୍ଯ୍ୟବାନ୍ ହେବେ।

ମୀନ :~ ଭାଇ, ଭଉଣୀ କିମ୍ବା ପଡୋଶିନୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମକରିପାରନ୍ତି। କର୍ମକ୍ଷେତ୍ରରେ ମତାନ୍ତର, ଶତ୍ରୁତା ଓ ଶିକ୍ଷା,ସନ୍ତାନ କ୍ଷେତ୍ରରେ ପ୍ରତିକୂଳତା ସୃଷ୍ଟିକରିବେ। ଆପଣଙ୍କ ସମ୍ମୁଖରେ ମିଠା କଥା କହୁଥିବା ବ୍ୟକ୍ତିଙ୍କ ଅଭିସନ୍ଧିମୂଳକ କାର୍ଯ୍ୟକଳାପ ପ୍ରତି ସଜାଗ ରହି କାମ କରିବା ଭଲ ହେବ।

ଶୁଭ ରଙ୍ଗ :~  ନୀଳ, ଶୁଭ ଅଙ୍କ :~  ୬

ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ।

କର୍ମଜୀବ- ସୁ ସମ୍ବାଦ ପାଇବେ।

ଛାତ୍ରଛାତ୍ରୀ- ବାପା ମା ଙ୍କ କଥା ମାନିବେ।

ରୋଗୀ- ଆତ୍ମ ସନ୍ତୋଷ ଲାଭ କରିବେ।

ଚାଷୀ- କାର୍ଯ୍ୟରେ ସଫଳତା ପାଇବେ।

   Related Posts