ପ୍ରତିଯୋଗିତାରେ ସଫଳ ହେବେ; ସ୍ତ୍ରୀଙ୍କ ପରାମର୍ଶ ଉତ୍ତମ ସାବ୍ୟସ୍ତ ହେବ

Published By : Prameya-News7 Bureau | September 21, 2022 IST

ମେଷ:~ ସମସ୍ୟା ବିଜଡିତ ରହିବା କାରଣରୁ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେଅବହେଳା କରିପାରନ୍ତି। ଆଜି ଶନି ଓ ଚନ୍ଦ୍ରଙ୍କ ଷଡାଷ୍ଟକ ସ୍ଥିତି ଯୋଗୁ ମନ ମୁତାବକକାମ କରିବାରେ ବିଫଳ ହେବେ। ଅବଶ୍ୟ ପ୍ରତିଯୋଗିତାରେ ସଫଳତା ଯୋଗୁ କେତେକାଂଶରେ ମନକୁ ବୁଝାଇ ଖୁସି ରହିବେ।

 ଶୁଭ ରଙ୍ଗ:~ ଗ୍ରୀନ୍, ଶୁଭ ଅଙ୍କ:~ ୬

ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ।

ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ।

କର୍ମଜୀବି- ପ୍ରଶଂସିତ ହେବେ।

ବ୍ୟବସାୟୀ- ଅର୍ଥ ଲାଭ ହେବ।

ଗୃହିଣୀ- ଧାର୍ମିକ ହେବେ।

ବୃଷ:~ କର୍ମକ୍ଷେତ୍ରରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବା ସାଙ୍ଗକୁ ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେସମସ୍ୟା ଦୁର ହୋଇପାରେ। ଧନସ୍ଥ ରାହୁ ଓ ଧନାଧିଙ୍କ ଦୁର୍ବଳତା କାରଣରୁ ଅର୍ଥ ସମ୍ପର୍କୀୟ ବିବାଦର ସମ୍ମୁଖୀନ ହୋଇପାରନ୍ତି। କର୍ମ କ୍ଷେତ୍ରରେ ସାଧାରଣ କଥାରେ କୌଣସି ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ।

 ଶୁଭ ରଙ୍ଗ:~ ବ୍ରାଉନ୍, ଶୁଭ ଅଙ୍କ:~ ୩

ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ।

ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ।

କର୍ମଜୀବି- ସ୍ୱକାର୍ଯ୍ୟ କରିବେ।

ଛାତ୍ରଛାତ୍ରୀ- ଥଣ୍ଡା କାଷ ହୋଇପାରେ।

ରୋଗୀ- ବ୍ୟାୟାମ୍ କରିବା ଉଚିତ୍।

ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍।

ମିଥୁନ:~ ଆଲୋଚନା ପରିସରରେ ବନ୍ଧୁମାନଙ୍କ ପରାମର୍ଶକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ଧନାଧିପ ସପ୍ତମ ଭାବସ୍ଥ ପ୍ରଭାବରେ ଋଣ ପରିଶୋଧ କରିବା ସକାଶେ କିମ୍ବା ବିଭିନ୍ନ ପ୍ରକାରରଧନ୍ଦା କରିବା ସକାଶେ ମନ ବଳାଇ ପାରନ୍ତି । କର୍ମକ୍ଷେତ୍ର, ବ୍ୟବସାୟରେ ସ୍ତ୍ରୀଙ୍କ ପରାମର୍ଶକୁ ଗ୍ରହଣକଲେ ମନ୍ଦ ହେବନି।

ଶୁଭ ରଙ୍ଗ:~ ଧଳା,  ଶୁଭ ଅଙ୍କ:~ ୭

ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍।

ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ।

କର୍ମଜୀବି- ଅର୍ଥ ହାନୀ ହେବ।

ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ।

ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ।

କର୍କଟ:~ ବନ୍ଧୁ ଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟାକୁ ବଢାଇ ଦେଇପାରେ। ଯାନ୍ତ୍ରିକ ତ୍ରୁଟିଯୋଗୁ ଯାତ୍ରାରେ ବିଳମ୍ବ ଘଟିବ। ଚନ୍ଦ୍ର ପାପଗ୍ରହଙ୍କ ପ୍ରଭାବରୁ ମୁକ୍ତ ଯୋଗୁ ମାନସିକସ୍ଥିତି ପ୍ରାୟତଃ ଭଲ ରହିବ କିନ୍ତୁ ଅଶ୍ଳେଷା ନକ୍ଷତ୍ର ଯୋଗୁ କର୍ମବ୍ୟସ୍ତତା ବୃଦ୍ଧିପାଇପାରେ। ସାଧାରଣ କଥାକୁ ବଡ କରି ସହକର୍ମୀମାନେ କଳହର ମାତ୍ରାକୁ ବଢାଇଦେଇପାରନ୍ତି।

ଶୁଭ ରଙ୍ଗ:~ ୟେଲୋ, ଶୁଭ ଅଙ୍କ:~ ୪

ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ।

ବ୍ୟବସାୟୀ- ବନ୍ଧୁଙ୍କ ସହାୟତାକୁ ହାତଛଡା କରନ୍ତୁ ନାହିଁ।

କର୍ମଜୀବି- ସଫଳତା ହାତ ଛଡା ହୋଇଯିବ।

ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ।

ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି।

ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ।

ସିଂହ:~ କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ସୁଯୋଗ ଅଭାବରୁ ଯେତେପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟିନିନ୍ଦାଗାନ କରିବେ। କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ପ୍ରତିବନ୍ଧକ ଦେଖା ଦେଇପାରେ।

ଶୁଭ ରଙ୍ଗ:~ ଲାଲ୍, ଶୁଭ ଅଙ୍କ:~ ୨

ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ।

ରୋଗୀ- ଅସୁସ୍ଥ ଅନୁଭବ କରିବେ।

ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ।

କର୍ମଜୀବି- ସମ୍ମାନିତ ହେବେ।

ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ।

ଗୃହିଣୀ- ସୁଖ ଅନୁଭବ କରିବେ।

କନ୍ୟା:~ ଧର୍ମାନୁଷ୍ଠାନ କିମ୍ବା ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଲେ ପ୍ରଶଂସିତ ହେବେ । ଧନସ୍ଥାନକୁ ଧନାଧିପତି ଦେଖୁଥିବାରୁ ହଠାତ୍ ଆଜି ବହୁତ ଦିନରୁ ଟଙ୍କା ବାକି ରଖିଥିବାଲୋକଟି ଘରେ ଆସି ଟଙ୍କା ଦେଇଯିବ । ଅଫିସରେ ସାଧାରଣ କଥାରେ ମତାନ୍ତରରୁ ବିତର୍କ ସୃଷ୍ଟିହେବାର ସୂଚନା ରହିଛି ।

ଶୁଭ ରଙ୍ଗ:~ ବ୍ରାଉନ୍, ଶୁଭ ଅଙ୍କ:~ ୭

ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ।

କର୍ମଜୀବି- କରତ୍‌କର୍ମା ହେବେ।

ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ।

ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ।

ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍।

ତୁଳା:~ ସକାଳୁ ହିତୈଷୀଙ୍କ ନିକଟରୁ ଶୁଭ ଖବର ପାଇ ଖୁସି ହୋଇଯିବେ । ଅନୁକୂଳଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କର ସମସ୍ତ ଆଶା ଓ କାମନା ପୂର୍ଣ୍ଣତା ଲାଭ କରିବ । ଆଇନରସହାୟତା ନେଇ ମାଲିମୋକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।

ଶୁଭ ରଙ୍ଗ:~ ଗ୍ରୀନ୍,  ଶୁଭ ସଂଖ୍ୟା:~ ୨

ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ।

ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ।

ଛାତ୍ରଛାତ୍ରୀ- ଅନ୍‌ଲାଇନ୍ ବିଦ୍ୟା ଆରୋହଣ କରିବେ।

କର୍ମଜୀବି- କର୍ମ କ୍ଷେତ୍ରରେ ଉନ୍ନତି ମିଳିବ।

ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ।

ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ।

ବିଛା:~ ଖଳ ଲୋକଙ୍କ କଥାକୁ ବିଶ୍ୱାସ କରି ନିଜର ଅତି ବିଶ୍ୱସ୍ତ କର୍ମଚାରୀଟିରମନୋଭାବ ବଳିଯାଇପାରେ । ଅଷ୍ଟମାଧିପତି ନବମ ଭାବରେ ରହି ଆପଣଙ୍କ ଉଦ୍ୟମ ଓଚିନ୍ତାଧାରାକୁ ବିକ୍ଷିପ୍ତ କରିପାରନ୍ତି । ଆଜି ଘର କାମ ସାଙ୍ଗକୁ ଅଫିସ୍ କାମର ଚାପବଢିଯିବା କାରଣରୁ ବ୍ୟସ୍ତତା ବଢି ଯାଇପାରେ ।

ଶୁଭ ରଙ୍ଗ:~ କ୍ରୀମ୍, ଶୁଭ ଅଙ୍କ:~ ୯

ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ।

ବ୍ୟବସାୟୀ- ନୂଆ ଡିଲ୍ ମିଳିବ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ।

ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ।

ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ।

ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ।

ଧନୁ:~ ପ୍ରଶାସନ, ରାଜନୀତି, ଯାତ୍ରା ଓ କଚେରୀ ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ ।ରାହୁ ଓ ରାଶିରେ ପାପଗ୍ରହ ପ୍ରଭାବରେ ବିଭିନ୍ନ ପ୍ରକାରର ସମସ୍ୟା ଓ ପ୍ରତିବନ୍ଧକ ଭିତର ଦେଇଚଳିବା ପାଇଁ ବାଧ୍ୟ ହେବେ ।ପରିବହନ, ଆମଦାନୀ କାରବାର କ୍ଷେତ୍ରରେ ନିଜ ନିଜ ସ୍ଥାନରେ ବେଶ୍ ଖୁସୀ ରହିବେ ।

ଶୁଭ ରଙ୍ଗ:~ କଫି, ଶୁଭ ଅଙ୍କ:~ ୫

ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ।

ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ।

କର୍ମଜୀବି- ପ୍ରଶଂସିତ ହେବେ।

ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ।

ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।

ମକର:~ ଯାତ୍ରାରେ ଅଜଣା ଅଶୁଣା ବ୍ୟକ୍ତି ପ୍ରତି ସତର୍କ ରୁହନ୍ତୁ । ଶନି ଓ ଚନ୍ଦ୍ରଙ୍କ ସ୍ଥିତିକାରଣରୁ ଆପଣ ଭାବୁଥିବା ଗୋଟିଏ କଥା କହିଲା ବେଳକୁ ତାହା ଓଲଟା ହୋଇଯାଇପାରେ । ଫଳରେ ବନ୍ଧୁଙ୍କ ସହ ବିତର୍କଜନିତ ଅଶାନ୍ତିକର ପରିସ୍ଥିତି ସୃଷ୍ଟି ହୋଇପାରେ।

ଶୁଭ ରଙ୍ଗ:~ ୟେଲୋ, ଶୁଭ ଅଙ୍କ:~ ୭

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ।

କର୍ମଜୀବି- କାର୍ଯ୍ୟରେ ଅବହେଳା କରିବେ ନାହିଁ।

ଛାତ୍ରଛାତ୍ରୀ- ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ।

ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି।

ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ।

କୁମ୍ଭ:~ଲକ୍ଷ୍ୟ ହାସଲରେ ଅସୁବିଧା ହେବ ନାହିଁ। ଷଷ୍ଠାଧିପ ସପ୍ତମ ଭାବସ୍ଥ ଯୋଗୁ ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସବୁ କାମଗୁଡିକ ଘାତପ୍ରତିଘାତ ମଧ୍ୟ ଦେଇ ସମ୍ପନ୍ନ ହେବାର ସୂଚନା ରହିଛି। ପରିବାରରେ କାହାର ସ୍ୱାସ୍ଥ୍ୟ ସକାଶେ ମନ ବ୍ୟସ୍ତ ରହିପାରେ।

ଶୁଭ ରଙ୍ଗ:~ ନୀଳ, ଶୁଭ ଅଙ୍କ:~ ୪

ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ।

ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ।

ଛାତ୍ରଛାତ୍ରୀ- ଅନ୍‌ଲାଇନ୍ ବିଦ୍ୟା ଆରୋହଣ କରିବେ।

କର୍ମଜୀବି- କାର୍ଯ୍ୟରେ ସଫଳ ହେବେ।

ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ।

ଗୃହିଣୀ- ସୁଖ ଅନୁଭବ କରିବେ।

ମୀନ:~କୌଣସି ମହିଳାଙ୍କ ତରଫରୁ ସମସ୍ୟା ଆସିପାରେ । ଶତ୍ରୁମାନେ ପରୋକ୍ଷରେ ସମସ୍ୟା ସୃଷ୍ଟିକରିବା ସକାଶେ ଯୋଜନା କରିପାରନ୍ତି । ଚତୁର୍ଥ ଭାଗରେ ରାହୁ ଥିବାରୁ ଷରୋଇ କ୍ଷେତ୍ରରେଆତ୍ମୀୟମାନେ କେତେକ କାରଣରୁ କେନ୍ଦ୍ରକରି ବିଶ୍ୱାସଘାତକତା କରିପାରନ୍ତି । ଶୁକ୍ରଙ୍କଧନ ଭାବ ସଂସ୍ଥାନରୁ ଅର୍ଥ ଲାଭ ସହ ବହୁ ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି ।

ଶୁଭ ରଙ୍ଗ:~ ମେରୁନ୍, ଶୁଭ ଅଙ୍କ:~ ୩

ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ।

କର୍ମଜୀବି- ସ୍ୱକାର୍ଯ୍ୟ କରିବେ।

ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ।

ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ।

ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.