ବ୍ୟବସାୟରେ ଆସାନୁରୂପ ଫଳ ମିଳିବ; ବିଜୟ ହାସଲ କରିବେ
26/05/2023 at 9:16 PM

ମେଷ:~ ଶୁକ୍ଳ ପକ୍ଷ ପଞ୍ଚମ ଚନ୍ଦ୍ର ବଳବାନ ହେତୁ ଆଜି ଦିନଟି ରେ ସେବା ପୂଜା ରେ ମନୋନିବେଶ କରିବେ। ନିଜକୁ ସର୍ବଦା ବ୍ୟସ୍ତ ରଖିବେ। ବ୍ୟବସାୟ ଭଲ ହେବ। ଛାତ୍ର ଛାତ୍ରୀ ମାନେ ପାଠରେ ମନଯୋଗ ଦେବେ। ବାକିଥିବା କାର୍ଯ୍ୟ ସଫଳ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ବୃଷ:~ ଚତୁର୍ଥ ଚନ୍ଦ୍ର ଭୋଗ ଯୋଗୁଁ ଆଜି ଦିନଟି ଏତେ ଭଲ ଫଳ ପ୍ରଦାନ କରିବ ନାହିଁ । ପ୍ରତିରୋଧର ଶିକାର ହେବେ। ଅଜଣା ବ୍ୟକ୍ତି ଙ୍କ ପାଇଁ ଠକାମୀ ର ଶିକାର ହୋଇ ପାରନ୍ତି । ବିଦ୍ୟାର୍ଥୀ ଙ୍କ ପାଇଁ ଦିନ ଟି ଆଳସ୍ୟ ରେ କଟିବ ।
ମିଥୁନ:~ ନିବେଶ କରିଥିବା ଧନ ରୁ ଆପଣ ଆଜି ବହୁତ୍ ଲାଭ ପାଇ ପାରିବେ। ସମ୍ମାନ ପ୍ରାପ୍ତି ହେବାର ଯୋଗ ରହିଛି। ବ୍ୟବସାୟରେ ଉତ୍ତମ ଫଳ ପ୍ରାପ୍ତ ହେବ। ପ୍ରେମସମ୍ପର୍କ ସୁଦୃଢ ହେବ। କୌଣସି ସ୍ଥାନ କୁ ଭ୍ରମଣ ର ଯୋଗ ମଧ୍ୟ ରହିଛି।
କର୍କଟ:~ ଶୁକ୍ଳପକ୍ଷ ତ୍ୱିତୀୟ ଚନ୍ଦ୍ର କାରଣରୁ ଅନ୍ୟ ଚର୍ଚ୍ଚା କରି ସମୟ ନଷ୍ଟ କରିବେ। ଅଧିକ ପରିଶ୍ରମ ରେ ଦିନଟି କଟିବ। ବ୍ୟବସାୟ ରେ ଆସନୁରୂପ ଫଳ ପ୍ରାପ୍ତି ହେବ । ଛାତ୍ରଛାତ୍ରୀ ସମୟ ନଷ୍ଟ କରିବେ। ବହୁ ସମୟରୁ ଲାଗି ରହିଥିବା କଳହ ର ଆଜି ପୂର୍ଣ୍ଣଚ୍ଛେଦ ପଡ଼ିବ।
ସିଂହ:~ ଆଜି ସିଂହ ରାଶି ପାଇଁ କଲ୍ୟାଣୀ ଚନ୍ଦ୍ର ବା ଶ୍ରୀ ଚନ୍ଦ୍ର ତେଣୁ ଦିନଟି ଆପଣଙ୍କୁ ଉତ୍ତମ ଫଳ ପ୍ରଦାନ କରିବ। ଧନଧାନ୍ୟ ରେ ବୃଦ୍ଧି ଘଟି ପାରେ । ବ୍ୟବସାୟୀ ଙ୍କ ପାଇଁ ଦିନଟି ବିଶେଷ ଶୁଭ ଦାୟକ ରହିଛି । ଚାକିରି ଖୋଜୁଥିବା ବ୍ୟକ୍ତି ଙ୍କୁ ନୂଆ ସ୍ଥାନ ପ୍ରାପ୍ତି ହୋଇପାରେ ।
କନ୍ୟା:~ ଦ୍ଵାଦଶ ଚନ୍ଦ୍ର କାଳ ଭୋଗ ହେତୁ ଆପଣଙ୍କୁ ଆଜି କେହି ନିଜ କର୍ମରୁ ହଟି ଅନ୍ୟ କର୍ମ କରିବା ପାଇଁ ବାଧ୍ୟ କରି ପାରନ୍ତି । ମହିଳା ମାନଙ୍କୁ ଆଜି କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡି ପାରେ । ଛାତ୍ର ଛାତ୍ରୀ ମାନେ କ୍ୟାରିୟର କୁ ନେଇ ଚିନ୍ତା ରେ ରହିବେ ।
ତୁଳା:~ ଦେଇଥିବା ଧନ ରାଶି ଆଜି ଆପଣ ଫେରି ପାଇବା ର ଯଥେଷ୍ଟ ସମ୍ଭାବନା ରହିଛି ।ଏକାଦଶ ଚନ୍ଦ୍ର ରହିଥିବାରୁ ସର୍ବ କାର୍ଯ୍ୟ ସଫଳ ହେବ । ବ୍ୟବସାୟ ରେ ଆର୍ଥିକ ସ୍ଥିତି ଦୃଢ଼ ହେବ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ନୂତନ ସ୍ଥାନ ପ୍ରାପ୍ତି ଯୋଗ ରହିଛି ।
ବିଛା:~ ସର୍ବ କାର୍ଯ୍ୟ ରେ ସିଦ୍ଧି ଯୋଗ ରହିଛି । ଯାତ୍ରା କରିବା ପାଇଁ ଦିନଟି ଅତ୍ୟନ୍ତ ଶୁଭ ଦାୟକ ରହିଛି । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବା ସହିତ ଅଚାନକ ଧନ ପ୍ରାପ୍ତି ର ସମ୍ଭାବନା ରହିଛି । ଛାତ୍ର ଛାତ୍ରୀ ଙ୍କ ପାଇଁ ଦିନ ଟି ବିଶେଷ ଭଲ ରହିବ ।
ଧନୁ:~ ଆଜି ଧନୁ ରାଶି କୁ ନବମ ଚନ୍ଦ୍ର ଏବଂ ଶୁକ୍ଳପକ୍ଷ ରେ ଚନ୍ଦ୍ର ବଳବାନ ହୋଇ ଥିବାରୁ ଆପଣଙ୍କ ଦିନଟି ଆଜି ସଫଳତା ର ସହ ସଂପୂର୍ଣ୍ଣ ହେବ । ପରୋପକାର କରି ନିଜକୁ ଖୁସି ଅନୁଭବ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଛାତ୍ର ଛାତ୍ରୀ ମାନେ କୃତ କାର୍ଯ୍ୟ ହେବେ । ଗୃହ କୁ ବନ୍ଧୁ ଙ୍କ ଆଗମନ ହେବ।
ମକର:~ ବ୍ୟୟ ଅଧିକ ହେବ ।ଉଧାର ଦିଅନ୍ତୁ ନାହିଁ । ବନ୍ଧୁ ମାନଙ୍କ ସହ ମନ ମାଳିନ୍ୟ ଘଟି ପାରେ । ନୂତନ ଜାଗା କୁ ବୁଲିବାକୁ ଯିବେ । ବିବାଦୀୟ ପରିସ୍ଥିତି ଉପୂଜି ପାରେ । ବୈବାହିକ ଜୀବନ ଜଂଜାଳ ମୟ ହେବ ।ଛାତ୍ର ଛାତ୍ରୀ ମାନେ ଅବହେଳିତ ହେବେ ।
କୁମ୍ଭ:~ ସପ୍ତମ ଚନ୍ଦ୍ର ରହି ଥିବାରୁ ଅଧିକ ଆୟ ର ଯୋଗ ରହିଛି ।ପତ୍ନୀ ଙ୍କ ଠାରୁ କିଛି ଉପହାର ମିଳି ପାରେ । ଛାତ୍ର ଛାତ୍ରୀ ମାନ ଙ୍କ ପାଇଁ ଦିନଟି ଭଲ ରହିଛି। ନିଜକୁ ଆଜି ଆଶଙ୍କା ଭିତରେ ରଖିବେ । ଖୁସି ହେବାକୁ ଚାହୁଁ ଥିଲେ ବି ହୋଇ ପାରିବେ ନାହିଁ।
ମୀନ:~ ଷଷ୍ଠ ଚନ୍ଦ୍ର ଯୋଗୁଁ ସର୍ବ କାର୍ଯ୍ୟ ରେ ସିଦ୍ଧି ହେବ। ପରିଶ୍ରମ ଅଧିକ ହେବ। ଅଚାନକ ଧନ ପ୍ରାପ୍ତିର ସମ୍ଭାବନା ରହିଛି। ଛାତ୍ର ଛାତ୍ରୀଙ୍କ ପରିଶ୍ରମର ଫଳପ୍ରାପ୍ତି ହେବ। ନୂତନ ବସ୍ତୁ କିମ୍ବା ଅଳଙ୍କାର କ୍ରୟ କରିବେ। ବିଦ୍ୟାର୍ଥୀମାନେ ପ୍ରତିଯୋଗିତା ରେ ବିଜୟ ହାସଲ କରିବେ।