AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସରକାରୀ କ୍ଷେତ୍ରରୁ ଲାଭବାନ ହୋଇପାରନ୍ତି; ଦାମ୍ପତ୍ୟ ଜୀବନ ସୁଖମୟ ହେବ…

20/08/2022 at 7:45 PM

ମେଷ – ଆକସ୍ମିକ ଆବଶ୍ୟକତା ପୁରଣ କରିବା ସକାଶେ ଧାର ଉଧାର କରିବାକୁ ପଡିପାରେ । ଆକସ୍ମିକ ଅନିତୁ ଦୂରକୁ ଯାତ୍ରା, ପଡୋଶିନୀଙ୍କ ସହ ମତାନ୍ତର, ଆନୁଷ୍ଠାନିକ କାର୍ଯ୍ୟରେ ପ୍ରେରଣା ପାଇବେ । ଉଦ୍ୟମର ସଫଳତା ପ୍ରାପ୍ତି ଦିଗରେ ଜଣେ ଗୌରବର୍ଣ୍ଣ ବ୍ୟକ୍ତି ସାହାର୍ଯ୍ୟ କରିବେ।

ଶୁଭ ରଙ୍ଗ ଲାଲ, ଶୁଭ ଅଙ୍କ ୧

ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ

ରୋଗୀ- ବ୍ୟାୟାମ୍ କରିବା ଉଚିତ୍।

ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ।

କର୍ମଜୀବି- ସ୍ୱକାର୍ଯ୍ୟ କରିବେ।

ବ୍ୟବସାୟୀ- ବିଜୟୀ ହେବେ।

ଗୃହିଣୀ- ମିତ୍ର ସୁଖ ପାଇବେ।

ବୃଷ – ଦୀର୍ଘ ଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ବନ୍ଧୁଙ୍କ ସହାୟତାରେ ସମ୍ପନ୍ନ ହୋଇଯିବ । ଆଜି ଘରେ ଯେମିତି ବାହାରେ ମଧ୍ୟ ସେମିତି ସବୁଠି ଆଦର ଓ ସମ୍ମାନ, ପ୍ରଶଂସା ମଧ୍ୟରେ ମନ ଖୁସି ହୋଇଯିବ। ଅନ୍ୟ ଦ୍ୱାରା ଧନ ହାନିର ସୂଚନା ପ୍ରତି ସତର୍କ ରହିବା ଭଲ ।

ଶୁଭ ରଙ୍ଗ ମେରୁନ୍, ଶୁଭ ଅଙ୍କ ୫ ।

ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।

ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।

କର୍ମଜୀବି- ପ୍ରଶଂସିତ ହେବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।

ଗୃହିଣୀ- ଧାର୍ମିକ ହେବେ ।

ମିଥୁନ – ସାମାଜିକ କ୍ଷେତ୍ରରେ ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି । କଳହ ଠାରୁ ନିଜକୁ ମୁକ୍ତ ରଖି ପାରନ୍ତି । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଶ୍ରମ ଯେତେ ଅଧିକ ହେଲେ ବି ତା’ର ମୂଲ୍ୟ ମିଳିବ । ବହୁ ମିତ୍ର ବ୍ୟକ୍ତିଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ।

ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।

ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ନୂଆ ଡିଲ୍ ମିଳିବ ।

ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

କର୍କଟ – ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ଅଭାବ ନ ଥିଲେ କ’ଣ ହେଲା ହାତ ଖାଲି ରହିବା ଫଳରେ କିଣିବାକୁ ଇଚ୍ଛା ଥିଲେ ମଧ୍ୟ କିଣି ପାରିବେ ନାହିଁ । ପରିସ୍ଥିତି ବଶତଃ ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡିପାରେ ।

ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।

ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

ବ୍ୟବସାୟୀ- ସଫଳତା ମିଳିବ ।

ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।

ସିଂହ – ଅସମର୍ଥିତ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆଗରେ ନ ହେଲେ ମଧ୍ୟ ପଛରେ ବହୁତ କଥା କହିପାରନ୍ତି । ପରୋପକାରୀ ,ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। ଚିତ୍ତ ସନ୍ତୁଷ୍ଟ ହେବ । ଅତି ସୁଖୀ ହୋଇପାରନ୍ତି । ବିବିଧ ଧନଯୁକ୍ତ ଓ ସହିଷ୍ଣୁ ମୌମ୍ୟ ମୂର୍ତ୍ତି ସମ୍ପନ୍ନ ହୋଇପାରନ୍ତି ।

 ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

ଚାଷୀ- ଉତ୍ତମ ଫଳ ପାଇବେ ।

ରୋଗୀ- ସତର୍କତାର ଦିନ ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

କର୍ମଜୀବି- ପ୍ରଶଂସିତ ହେବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

କନ୍ୟା – ଆଜି ବାଣିଜ୍ୟ, ଲେଖାପଢା, ଆଲୋଚନା, ମନୋରଞ୍ଜନ ରୁ ଖୁସି ରହିବେ। ବହୁ ଶୁଭଫଳ ଆଶା କରାଯାଏ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ଏବଂ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଭଲ ଆୟ ଓ ଦାମ୍ପତ୍ୟ ଜୀବନ ସୁଖପ୍ରଦ ସହ ଚିନ୍ତାଧାରା ଉନ୍ନତମାନର ହେବ।

ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୬ ।

ଚାଷୀ- ଜଳ ସଞ୍ଚୟ କରନ୍ତୁ ।

ରୋଗୀ- ଚକ୍ଷୁ ପୀଡା ହେବ ।

ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।

କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।

ଗୃହିଣୀ- ଭାଗ୍ୟଶାଳୀ ହେବେ ।

ତୁଳା – ଆଲୋଚନା କାଳରେ ନିଜର ସିଦ୍ଧାନ୍ତ ବଦଳାଇବାକୁ ପଡିପାରେ । ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । କାର୍ଯ୍ୟରେ ବାଧା-ବିଘ୍ନ ଉପୁଜି ପାରେ। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହେବା ଭଲ । ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ ।

ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

ରୋଗୀ- ଚକ୍ଷୁ ପୀଡା ହେବ ।

ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।

କର୍ମଜୀବି- କରତ୍‌କର୍ମା ହେବେ ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ବିଛା – ଆଜି ପ୍ରତ୍ୟେକ କାମ ଯଥା ସମୟରେ ସମ୍ପନ୍ନ ହେବାରେ କୌଣସି ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ ମନୋବୃତ୍ତି ପୋଷଣ କରି ସମସ୍ୟା ସୃଷ୍ଟି କରିପାରନ୍ତି । ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି କଳହ ସୃଷ୍ଟି ହେବାର ଆଶଙ୍କା ରହିଛି।

ଶୁଭ ରଙ୍ଗ ନୀଳ, ଶୁଭ ଅଙ୍କ ୯

ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ଧନୁ – କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ ଓ କାମ ହାସଲ କରିବେ । ଯାହା ଇଚ୍ଛା କରିବେ; ତାହା ପାଇପାରନ୍ତି । କର୍ତ୍ତବ୍ୟନିଷ୍ଠ ହେବେ । ଶୁଭ ଖବରରେ ମନ ଉଲ୍ଲସିତ ହୋଇପାରେ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଆର୍ଥିକ ସ୍ଥିତି ଅଧିକ ମଜଭୁତ ହେବ । ବିବାଦୀୟ ଘଟଣାରେ ବିଜୟୀ ହେବେ।

ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୫ ।

ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।

ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।

କର୍ମଜୀବି- ପ୍ରମୋସନ୍ ମିଳିବ ।

ବ୍ୟବସାୟୀ- ବିଜୟୀ ହେବେ ।

ଗୃହିଣୀ- ମିତ୍ର ସୁଖ ପାଇବେ ।

ମକର – କର୍ମକ୍ଷେତ୍ରରେ ପ୍ରତିଟି ପ୍ରତିବନ୍ଧକକୁ ଦୃଢତାର ସହ ସମ୍ମୁଖୀନ ହୋଇ ସମାଧାନ କରିବେ । ସେବା-ପୂଜାକୁ ଆଦରି ନେଇପାରନ୍ତି । କ୍ଷମତାରେ ଅଭିବୃଦ୍ଧି ଘଟାଇ ତା’ର ସଦ୍‌ବ୍ୟବହାର କରିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଭକ୍ତିଗାଥା ଶ୍ରବଣ କରିପାରନ୍ତି ।

 ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୯ ।

ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

ରୋଗୀ- ୟୋଗା କରନ୍ତୁ ।

ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।

ଗୃହିଣୀ- ମିତ୍ର ସୁଖ ପାଇବେ ।

କୁମ୍ଭ – ସମାଜିକ ସ୍ତରରେ , ଶୁଭକାର୍ଯ୍ୟରେ କିମ୍ବା ଆନୁଷ୍ଠାନିକ କାମରେ ଯୋଗ ଦେଇ ପ୍ରଶଂସିତ ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବାକୁ ପଡିବ । ଯାନବାହନ ଚଳାଚଳ, ଉଚ୍ଚ ସ୍ଥାନ ଆରୋହଣ ଓ ଜଳଯାତ୍ରାରେ ସତର୍କ ରହିବାକୁ ପଡିବ ।

ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୬ ।

ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।

ରୋଗୀ- ସତର୍କତାର ଦିନ ।

ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।

କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

ବ୍ୟବସାୟୀ- ବିଜୟୀ ହେବେ ।

ଗୃହିଣୀ- ସ୍ୱାଭିମାନୀ ହେବେ ।

ମୀନ – ନିଜ ମତକୁ ସାବ୍ୟସ୍ତ କରିବାକୁ ଯାଇ ସମାଲୋଚିତ ହୋଇପାରନ୍ତି । ଆଜି ଅବୁଝା ସନ୍ତାନ, ଅନାଦର ଆମନ୍ତ୍ରଣ , ଅଯଥା ତର୍କ ଜନିତ ବ୍ୟସ୍ତତା ବୃଦ୍ଧି ପାଇବ । କିନ୍ତୁ ମଙ୍ଗଳଙ୍କ ସୁପ୍ରଭାବରୁ ଆର୍ଥିକ ଉନ୍ନତି ହେବ । ସଭା ସମିତି କ୍ଷେତ୍ର ଉତ୍ତମ ରହିବ ।

ଶୁଭ ରଙ୍ଗ ଗ୍ରୀନ୍, ଶୁଭ ଅଙ୍କ ୩ ।

ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।

ଛାତ୍ରଛାତ୍ରୀ- ବିଜ୍ଞ ହେବେ ।

କର୍ମଜୀବି- ଅର୍ଥ ହାନୀ ହେବ ।

ବ୍ୟବସାୟୀ- ଅର୍ଥ ହାନୀ ହେବ ।

ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।

   Related Posts