Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ପରିସ୍ଥିତି ଅନୁକୂଳ ରହିବ; ନୂଆ ସମ୍ପତ୍ତି କ୍ରୟ କରି ପାରନ୍ତି

9/03/2023 at 8:50 PM

ମେଷ:~ ଗୃହ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଗୃହରେ ଅନ୍ୟ ମାନଙ୍କ କଥା ରେ ପରିଚାଳିତ ହୋଇ ପାରନ୍ତି। ପରିସ୍ଥିତି ଅନୁକୂଳ ରହିବ। ଧନ ପ୍ରାପ୍ତିର ଯୋଗ ରହିଛି।

ବୃଷ:~ ନିଜକୁ ବ୍ୟସ୍ତ ବହୁଳ କର୍ମରେ ନିୟୋଜିତ କରିବେ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିଛି। ଆକସ୍ମିକ ଖୁସି ଖବର ମିଳିବ। ସୁଖ ସମ୍ମାନ ବୃଦ୍ଧି ପାଇବ।

ମିଥୁନ:~ ଅଯଥା ବ୍ୟୟ ଯୋଗ ରହିଛି। ଅନୁକୂଳ ପରିସ୍ଥିତି ରେ ଯାତ୍ରା ଆରମ୍ଭ କରନ୍ତୁ। ଅଯଥା ଯୁକ୍ତି କରନ୍ତୁ ନାହିଁ। ଦୁର୍ଜନଙ୍କ ଠାରୁ ସାବଧାନ ରୁହନ୍ତୁ।

କର୍କଟ:~ ଚାକିରି କ୍ଷେତ୍ରରେ ଉନ୍ନତି ଘଟିବ। ମିତ୍ରଙ୍କ ଠାରୁ ସାହାଯ୍ୟ ମିଳିବ। ଧନ ପ୍ରାପ୍ତିର ସମ୍ଭାବନା ରହିଛି। କିଛି ନୂଆ କରିବାକୁ ପ୍ରେରଣା ମିଳିବ।

ସିଂହ:~ ନିଜକୁ ସର୍ବଦା ବ୍ୟସ୍ତ ରଖିବେ। ବ୍ୟବସାୟ ଭଲ ହେବ। ଛାତ୍ରଛାତ୍ରୀମାନେ ପାଠରେ ମନଯୋଗ ଦେବେ। ବାକିଥିବା କାର୍ଯ୍ୟ ସଫଳ ହେବ।

କନ୍ୟା:~ ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିବ ଏବଂ ପାରିବାରିକ ଜୀବନ ରେ ଖୁସି ଲାଗିରହିବ। ଆୟ ବୃଦ୍ଧିର ଯୋଗ ରହିଛି। ସମାଜରେ ପ୍ରତିଷ୍ଠା ଲାଭ କରିବେ। ବିଦ୍ୟାର୍ଥୀ ନୂତନସ୍ଥାନ ପ୍ରାପ୍ତ କରିବେ। ଦାମ୍ପତ୍ୟ ଜୀବନ ମଧୁର ହେବ।

ତୁଳା:~ ଆଜି ଆପଣ ନିଜକୁ ଶକ୍ତିରେ ପରିପୂର୍ଣ୍ଣ ଅନୁଭବ କରିବେ। ଆପଣ ଯାହା ବି କାମ କରନ୍ତି, ସମୟ ପୂର୍ବରୁ ଏହା ସମାପ୍ତ ହେବ। କର୍ମ କ୍ଷେତ୍ର ରେ ଅଭିଜ୍ଞତା ରୁ ଲାଭ ମିଳିବ। ଭ୍ରମଣ ଯୋଗ ରହିଛି ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିବ।

ବିଛା:~ ଆପଣଙ୍କୁ କିଛି କାମ ପାଇଁ ଯାତ୍ରା କରିବାକୁ ପଡିବ। ମାନସିକ ବିଭ୍ରାଟ ହେତୁ କାର୍ଯ୍ୟରେ ଧ୍ୟାନ ଦେବାରେ ଅସୁବିଧା ହେବ। ନିଜ ସାଥୀଙ୍କୁ ହୃଦୟର ଜିନିଷ ଲୁଚାନ୍ତୁ ନାହିଁ। ଚାକିରି ବୃତ୍ତିରେ ବୟସ୍କମାନଙ୍କ ସହଯୋଗ ମିଳିବ। ବିଦ୍ୟାର୍ଥୀ ଲାଭବାନ ହେବେ।

ଧନୁ:~ ଆଜି ଆପଣଙ୍କୁ ମିଶ୍ର ଫଳ ଲାଭ ହେବ। ଶିକ୍ଷା କ୍ଷେତ୍ର ରେ ନିଜକୁ ଅଣଦେଖା କରନ୍ତୁ ନାହିଁ। ବାହ୍ୟ ଲୋକଙ୍କ ଦ୍ଵାରା ଠକାମୀର ଶିକାର ହୋଇ ପାରନ୍ତି। କାହା କଥାରେ ପଡ଼ି ନିର୍ଣ୍ଣୟ ନିଅନ୍ତୁ ନାହିଁ। ଦାମ୍ପତ୍ୟ ଜୀବନରେ ଖୁସି ଲାଗି ରହିବ।

ମକର:~ କିଛି ନୂତନ ସମସ୍ୟା ଆଜି ସୃଷ୍ଟି ହୋଇ ପାରେ। ଛାତ୍ର ଛାତ୍ରୀ ମାନେ ମନ ଲଗାଇ ପରିଶ୍ରମ କରିବେ। ନୂଆ ଯୋଜନା ପାଇଁ କାର୍ଯ୍ୟ ଆରମ୍ଭ କରିବେ। କାର୍ଯ୍ୟ କ୍ଷେତ୍ରରେ ମନରେ ଥିବା କଥା ଗୁପ୍ତରେ ରଖନ୍ତୁ।

କୁମ୍ଭ:~ ଦିନଟି ଭଲ ଫଳ ଦେବ। ଚାକିରି ରେ ଉନ୍ନତି ହେବ ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଭ୍ରମଣ ର ଯୋଗ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀମାନେ ଆଶାତୀତ ଫଳ ପ୍ରାପ୍ତ କରିବେ।

ମୀନ:~ ବ୍ୟସ୍ତ ହୋଇ କୌଣସି ନିଷ୍ପତି ନିଅନ୍ତୁ ନାହିଁ। ସଂପତ୍ତି କ୍ରୟ କରିବା ପାଇଁ ଆଗ୍ରହୀ ହେବେ। ବନ୍ଧୁଙ୍କଠାରୁ ଉପହାର ମିଳିବ। ବ୍ୟବସାୟୀମାନେ ଅଧିକ ଲାଭ ଆଶା ରେ ରହିବେ।

   Related Posts