ଶରୀର ସୁସ୍ଥ ରହିବ; ପରିଶ୍ରମରୁ ପ୍ରଚୁର ଅର୍ଥାଗମ ହେବ

Published By : Prameya-News7 Bureau | November 06, 2022 IST

ମେଷ:~ କୌଣସି ବନ୍ଧୁ ସ୍ୱତଃପ୍ରବୃତ୍ତ ଭାବରେ ସାହାର୍ଯ୍ୟ କରିବାକୁ ଆଗେଇ ଆସିବେ ।କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସହ ସହମତିରେ କାର୍ଯ୍ୟ କଲେ ସଫଳତା ପାଇବେ । ପ୍ରଖର ମାନସିକତାରେଦୁରୂହ କାର୍ଯ୍ୟ ସମ୍ପାଦନ କରିବାରେ ସିଦ୍ଧିହସ୍ତ ହେବେ। ପ୍ରଚୁର ଅର୍ଥାଗମର ସୂଚନା ମିଳୁଛି । ସ୍ୱକୁଳ ପ୍ରଧାନ ହୋଇପାରନ୍ତି । ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ। ସୁସ୍ଥ ରହିବେ।

ଶୁଭ ରଙ୍ଗ:~ ଧଳା, ଶୁଭ ଅଙ୍କ:~ ୫

ଚାଷୀ- ଉତ୍ତମ ଫଳ ପାଇବେ ।

ରୋଗୀ- ସତର୍କତାର ଦିନ ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

କର୍ମଜୀବି- ପ୍ରଶଂସିତ ହେବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ବୃଷ:~ ପରିବାରରେ ସନ୍ତାନଙ୍କ କୃତି ଓ କୃତିତ୍ୱ ରେ ଖୁସି ହୋଇପାରନ୍ତି । ଅଫିସ୍ ରେସ୍ଥଗିତ କାମ ପାଇଁ ଅନ୍ୟକୁ କିମ୍ବା ନିଜ ଘର ଲୋକଙ୍କୁ କୈଫିୟତ୍ ଦେବାକୁପଡିପାରେ । ବିଚାର ଓ କାର୍ଯ୍ୟଦକ୍ଷତା ପ୍ରଦର୍ଶନରେ ଉଚ୍ଚ କର୍ତ୍ତୃପକ୍ଷ ସନ୍ତୁଷ୍ଟ ରହିବେ । ଉଚ୍ଚ ଅଭିଳାଷପୂରଣ ହେବ । ଦାମ୍ପତ୍ୟ ସୁଖ, ପରୋପକାର, ଆର୍ଥିକ ସ୍ୱଚ୍ଛଳତା, ରାଜନୀତିରେ ଉତ୍ତମ ବୁଝାମଣା, ଧର୍ମାନୁଷ୍ଠାନ ସହ ସୁସଂପର୍କ ରଖିବେ।

ଶୁଭ ରଙ୍ଗ:~ଲାଲ୍ । ଶୁଭ ଅଙ୍କ:~ ୧

ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍।

ରୋଗୀ- ଚକ୍ଷୁ ପୀଡା ହେବ ।

ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।

କର୍ମଜୀବି- କରତ୍‌କର୍ମା ହେବେ ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ମିଥୁନ - ମାନସିକ ଅସ୍ଥିରତା କୁ ବୃଦ୍ଧି କରିବାରେ ବନ୍ଧୁଙ୍କ ପରୋକ୍ଷ କାର୍ଯ୍ୟାବଳୀ ଅନନ୍ୟକାରଣ ହୋଇପାରେ। ସନ୍ତାନଙ୍କ ସମସ୍ୟା ସମାଧାନ ଓ ଚିନ୍ତା ମନକୁ ଆନନ୍ଦୋଳିତ କରିପାରେ।ପାରିବାରିକ ସୁଖ ସୌଭାଗ୍ୟ ଅବ୍ୟାହତ ରହିବ। ଜମିବାଡି ସଂପର୍କୀତ ବିବାଦ ସମାଧାନକରିବେ। ମାନସିକ ଅସ୍ଥିରତା ଦୂର ହେବ ନାହିଁ । କର୍ମକ୍ଷେତ୍ରରେ ସ୍ଥିତି ସୁଦୃଢ କରିବେ। ବନ୍ଧୁମାନେ ସହ-ଯୋଗୀ ହେବେ ।

ଶୁଭ ରଙ୍ଗ:~ ଗ୍ରୀନ୍, ଶୁଭ ଅଙ୍କ:~ ୮

ଚାଷୀ- ଜଳ ସଞ୍ଚୟ କରନ୍ତୁ ।

ରୋଗୀ- ଚକ୍ଷୁ ପୀଡା ହେବ ।

ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।

କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।

ଗୃହିଣୀ- ଭାଗ୍ୟଶାଳୀ ହେବେ ।

କର୍କଟ:~ ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ପ୍ରସ୍ତୁତି ପର୍ବ ଜୋର୍ ଦାରକରିପାରନ୍ତି । କୌଣସି ଆତ୍ମୀୟଙ୍କ ଅସହଯୋଗ ଓ ପରୋକ୍ଷ ସମାଲୋଚନା ରେ କ୍ଷୁବ୍‌ଧ ହେବେ ।ଘାତଚନ୍ଦ୍ର ଦିନସାରା ଭୋଗ ହେବ । ସ୍ଥିର ବୁଦ୍ଧି ପ୍ରୟୋଗଗନ କଲେ ପ୍ରତି କ୍ଷେତ୍ରରେ କ୍ଷତିସହିବେ । ସ୍ୱାସ୍ଥ୍ୟରେ ଅବନତି, ପାରିବାରିକ ସୁଖ, କର୍ମକ୍ଷେତ୍ରରେ ନେତୃତ୍ୱ ଲାଭ, ଦୂର ଯାତ୍ରାରେ ବ୍ୟୟ, ବ୍ୟବସାୟରେ ସମୃଦ୍ଧି ଓ ରାଜନୀତିରେ ଅଧୋଗତି ଆସିବ।

ଶୁଭ ରଙ୍ଗ:~ କ୍ରୀମ୍,  ଶୁଭ ଅଙ୍କ:~ ୧

ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।

ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।

କର୍ମଜୀବି- ପ୍ରମୋସନ୍ ମିଳିବ ।

ବ୍ୟବସାୟୀ- ବିଜୟୀ ହେବେ ।

ଗୃହିଣୀ- ମିତ୍ର ସୁଖ ପାଇବେ ।

ସିଂହ:~ ବନ୍ଧୁଙ୍କ ପରାମର୍ଶରେ ନୂତନ କାମ ଆରମ୍ଭ ଲାଗି ଚେଷ୍ଟା କରିପାରନ୍ତି। ପାରିବାରିକକ୍ଷେତ୍ରରେ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ। ଶ୍ରୀ ଚନ୍ଦ୍ର ଭୋଗ ପାଇଁଦିନଟି ମଙ୍ଗଳ ଦାୟକ ଅଟେ। ମନରେ ସନ୍ତୋଷ କର୍ମରେ ଶୃଙ୍ଖଳା, ସଜ୍ଜନ ସଂପର୍କ, ପରୋପକାର, ସୁଖାଦ୍ୟ, ମନୋରଂଜନ ଏବଂ ବସ୍ତ୍ରାଳଙ୍କାର ପ୍ରାପ୍ତି ଯୋଗ ଅଛି। ରାଜନୀତିରେ ଉଚ୍ଚ ପଦାସୀନଙ୍କ ସାହଚର୍ଯ୍ୟ ମିଳିବ।

ଶୁଭ ରଙ୍ଗ:~ କେଶରୀ, ଶୁଭ ଅଙ୍କ:~ ୧

ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।

ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।

କର୍ମଜୀବି- ପ୍ରଶଂସିତ ହେବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।

ଗୃହିଣୀ- ଧାର୍ମିକ ହେବେ ।

କନ୍ୟା:~ ଉପସ୍ଥିତ ସମସ୍ୟା ସମାଧାନ କ୍ଷେତ୍ରରେ ଉପରିସ୍ଥ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବକରିପାରନ୍ତି । ଆଜି ଅପରାହ୍ନରେ ଭ୍ରମଣ ସୁଯୋଗ ଲାଭ କରିବେ । କର୍ମକ୍ଷେତ୍ରରେ ଅଯଥାଅଭିଯୋଗ ଆସିବ । ଉଚ୍ଚ କର୍ତ୍ତୃପକ୍ଷ ନିରବ ରହିବାକୁ ବାଧ୍ୟ ହେବେ । ଦୈହିକ ସ୍ୱାସ୍ଥ୍ୟ ସେପରିଭଲ ନ ରହିପାରେ । ଯାନ ବାହାନରେ ବ୍ୟୟ ସାମାଜିକ ପ୍ରତିଷ୍ଠା, ବ୍ୟବସାୟରେ ଉନ୍ନତି,ଧର୍ମକାର୍ଯ୍ୟରେ ଆଗ୍ରହ ।

ଶୁଭ ରଙ୍ଗ ଗୋଲଡେନ୍ । ଶୁଭ ଅଙ୍କ ୬ ।

ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।

ଛାତ୍ରଛାତ୍ରୀ- ବିଜ୍ଞ ହେବେ ।

କର୍ମଜୀବି- ଅର୍ଥ ହାନୀ ହେବ ।

ବ୍ୟବସାୟୀ- ଅର୍ଥ ହାନୀ ହେବ ।

ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।

ତୁଳା:~ କର୍ମକ୍ଷେତ୍ରରେ ସନସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ କେତେକ କାମ ଅଧୁରା ରହିଯିବ ।ବ୍ୟବସାୟ, ପେିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବାରେ ବନ୍ଧୁ ସାହାର୍ଯ୍ୟ କରିବେ। ଦିନଟି ଶାନ୍ତିସନ୍ତୋଷ ପ୍ରଦାୟକ ହେବ। ମାଙ୍ଗଳିକ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିବେ। ବ୍ୟୟ ହେଲେମଧ୍ୟ କାର୍ଯ୍ୟମାନ ସଂପାର୍ଦିତ ହେବ। ଦ୍ରବ୍ୟ ଲାଭ,ନିମ୍ନଅଙ୍ଗରେ ପୀଡା କିମ୍ବା ଗୁରୁଜନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତା ବଢାଇବ।

ଶୁଭ ରଙ୍ଗ ଧଳା, ଶୁଭ ଅଙ୍କ ୨

ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।

ରୋଗୀ- ସତର୍କତାର ଦିନ ।

ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।

କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

ବ୍ୟବସାୟୀ- ବିଜୟୀ ହେବେ ।

ଗୃହିଣୀ- ସ୍ୱାଭିମାନୀ ହେବେ ।

ବିଛା:~ ନିଜର ଚତୁଃପାଶ୍ୱର୍ରେ ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡିକଠିକ୍ ଭାବେ ସମ୍ପୂର୍ଣ୍ଣ ହେବ ନାହିଁ। ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପଡିବ। ପରୋକ୍ଷରେଶତ୍ରୁ ବଢିବେ । ଥଣ୍ଡା ସର୍ଦ୍ଦି ହେତୁକ ସ୍ୱାସ୍ଥ୍ୟ ସମସ୍ୟା ଆସିବ । ଯାନବାହନରେ ବ୍ୟୟ ଉଦ୍ୟମସଫଳ, ଆଧ୍ୟାତ୍ମିକ ଅନୁଚିନ୍ତନ ବୃଦ୍ଧି,ବ୍ୟବସାୟିକି ଲାଭ ଓ ରାଜନୀତିରେ କ୍ଷମତା ବୃଦ୍ଧି ।

ଶୁଭ ରଙ୍ଗ:~ଗୋଲାପି । ଶୁଭ ଅଙ୍କ:~ ୯ ।

ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।

ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ନୂଆ ଡିଲ୍ ମିଳିବ ।

ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

ଧନୁ:~ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ମନ ହାଲୁକା ହୋଇଯିବ । ଯେତେପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ଅନ୍ୟମାନଙ୍କୁ ତାହା ସାଧାରଣ ମନେ ହେବ । ଆର୍ଥିକସ୍ଥିତି ସ୍ୱଚ୍ଛଳ ରହିବ । ମନରେ ସନ୍ତୋଷ କର୍ମରେ ନିୟମିତତା, ବ୍ୟୟ ଆବଶ୍ୟକତା ଅନୁସାରେକରିବେ । ପରିବାରରେ ଗୁରୁଜନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତା ବଢାଇବ । ବୈଷୟିକ ଉନ୍ନତି, ପରୋପକାର କରି ଆତ୍ମ ସନ୍ତୋଷ ପାଇବେ ।

ଶୁଭ ରଙ୍ଗ ନାଲି, ଶୁଭ ଅଙ୍କ ୫

ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।

ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।

ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।

କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

ବ୍ୟବସାୟୀ- ବିଜୟୀ ହେବେ ।

ଗୃହିଣୀ- ମିତ୍ର ସୁଖ ପାଇବେ ।

ମକର:~ ସଭାସମିତିରେ ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । ବନ୍ଧୁଙ୍କ ସାନ୍ନିଧ୍ୟଲାଭରୁ ଏକାନ୍ତବୋଧ ହ୍ରାସ ପାଇବ । ସାରାଦିନ ଘାତଚନ୍ଦ୍ର ଭୋଗ ହେବ । ଅଭାବ ଅନଟନ ,କାର୍ଯ୍ୟକ୍ରମରେ ବିଶୃଙ୍ଖଳା, ପରୋକ୍ଷରେ ଶତ୍ରୁ ବୃଦ୍ଧି , ମାନସିକ ଅସହାୟତା, ବନ୍ଧୁ ବାନ୍ଧବଙ୍କଠାରୁ ଗଠନ ମୂଳକ ପରାମର୍ଶ ପାଇବେ ।

 ଶୁଭ ରଙ୍ଗ:~ ନୀଳ, ଶୁଭ ଅଙ୍କ:~ ୯ ।

ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

କୁମ୍ଭ:~ କର୍ମକ୍ଷେତ୍ର ରେ ସରକାରୀ ସ୍ତରରୁ ସମ୍ମାନିତ ହେବେ। ସାମାଜିକ ସ୍ତରରେ ଜନମଙ୍ଗଳକାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଆୟ ଉପାର୍ଜନରେ ଅନିଶ୍ଚିତ ସ୍ଥିତିଆସିପାରେ । ବିବେକାନୁମୋଦିତ କାମ ସର୍ବଦା କରଣୀୟ । ଅଣ୍ଟା ମେରୁଦଣ୍ଡରେ ପୀଡା, ଉଚ୍ଚ ସଂପର୍କରେ ଉନ୍ନତି , ବ୍ୟୟ ବୃଦ୍ଧି, ପରିବାରରେ ମତ ପାର୍ଥକ୍ୟର ସମ୍ଭାବନା ଅଛି ।

ଶୁଭ ରଙ୍ଗ:~ ଗ୍ରୀନ୍, ଶୁଭ ଅଙ୍କ:~ ୬ ।

ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

ରୋଗୀ- ୟୋଗା କରନ୍ତୁ ।

ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।

ଗୃହିଣୀ- ମିତ୍ର ସୁଖ ପାଇବେ ।

ମୀନ - ଜମିଜମା, ଗୃହସୀମା, କିମ୍ବା ଘରଭଡା କୁ କେନ୍ଦ୍ର କରି ସାମାନ୍ୟ ଝଗଡା ସୃଷ୍ଟିହୋଇପାରେ । ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ ।ଶୁଭାକାଂକ୍ଷୀମାନେ ସହ-ଯୋଗର ହାତ ବଢେଇବେ । ବାସ ଗୃହରେ ଆବଶ୍ୟକ ଥିବା ସଂସ୍କାରଆଣିପାରିବେ । ପରିବାରରେ ସମ୍ୟକ ବୁଝାମଣା, ଉପହାର ପ୍ରାପ୍ତି ଦୂର ଯାତ୍ରାରେ ବ୍ୟୟ ଆଧ୍ୟାତ୍ମିକ ଦିଗରେ ବିଶ୍ୱାସ ଓ ରାଜନୀତିରେ ଜନାବୃତି ମିଳିବ ।

 ଶୁଭ ରଙ୍ଗ:~ ହଳଦୀଆ, ଶୁଭ ଅଙ୍କ:~ ୩ ।

ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।

ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

ବ୍ୟବସାୟୀ- ସଫଳତା ମିଳିବ ।

ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.