ବ୍ୟବସାୟ ଲାଭଜନକ ହେବ; ପୁତ୍ର ସୁଖ ମିଳିବ

Published By : Prameya-News7 Bureau | November 24, 2022 IST

ମେଷ:~ କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ଦେଖା ଦେଇପାରେ । କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍ ବ୍ୟବହାର କରିବା କାଠିକର ପାଠ ହେବ ।କାମ ସୁରୁଖୁରୁରେ ସମ୍ପନ୍ନ ହେବା ସକାଶେ ବନ୍ଧୁଙ୍କ ସାହାର୍ଯ୍ୟ ନେବାକୁ ପଡିପାରେ । ସୁଯୋଗର ଉପଯୋଗ କରିବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଆର୍ଥିକ ସହାୟତା ପାଇ କାର୍ଯ୍ୟ ହାସଲ କରିପାରନ୍ତି ।

ଶୁଭ ରଙ୍ଗ:~ ମେରୁନ୍, ଶୁଭ ଅଙ୍କ:~ ୯

ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।

ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।

ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।

କର୍ମଜୀବି- ସମ୍ମାନିତ ହେବେ ।

ବ୍ୟବସାୟୀ- ଅର୍ଥ ହାନୀ ହେବ ।

ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

ବୃଷ:~ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍ ଦେବାକୁ ପଡିପାରେ । ସଭା ସମିତି ରେ ସମ୍ମାନନୀୟ ବ୍ୟକ୍ତି ଙ୍କ ଦ୍ୱାରା ପ୍ରଶଂସିତ ହୋଇପାରନ୍ତି । ସଭାସମିତିରେ ସଫଳତା ହାସଲ କରିବେ, କିନ୍ତୁ ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିପାରନ୍ତି ।କଷ୍ଟ ଦାୟକ କାର୍ଯ୍ୟରୁ ମୁକ୍ତ ହୋଇପାରନ୍ତି । ଶ୍ରମର ମୂଲ୍ୟାଙ୍କନ ହେବ । ଦ୍ରବ୍ୟ ଲାଭର ସୂଚନା ମିଳୁଛି । ପରୋପକାରୀ ହେବେ । ଶୁଭ ରଙ୍ଗ:~ ଧଳା, ଶୁଭ ଅଙ୍କ:~ ୬ ।

ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

କର୍ମଜୀବି- ପ୍ରମୋସନ୍ ମିଳିବ ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।

ରୋଗୀ- ଅସାଧ୍ୟ  ରୋଗ ରୁ ମୁକ୍ତ ହେବେ ।

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

ମିଥୁନ:~ ସ୍ୱାମୀ ସ୍ତ୍ରୀ ରେ ମତାନ୍ତର, ପ୍ରତିଦ୍ୱନ୍ଦ୍ୱିତାରେ ବିଫଳତା ଓ ଯାତ୍ରା, ବ୍ୟବସାୟ ସନ୍ତୋଷଜନକ ନ ହୋଇପାରେ। ଆତ୍ମୀୟମାନଙ୍କ ପରୋକ୍ଷ ଶତ୍ରୁତା ହେତୁ ମାନସିକ ଶାନ୍ତି ବ୍ୟାହତ ହେବାର ସୂଚନା ରହିଛି । ଆଶା କରୁଥିବା ସାହାର୍ଯ୍ୟ ମିଳିବ, ତଥାପି ଧନକ୍ଷୟର ଆଶଙ୍କା ଅଛି । ଠାକୁରଙ୍କ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ସୁଖ ପ୍ରାପ୍ତ କରିବେ ।

ଶୁଭ ରଙ୍ଗ ଗ୍ରୀନ୍, ଶୁଭ ଅଙ୍କ ୧

ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।

ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।

କର୍ମଜୀବି- ପ୍ରଶଂସିତ ହେବେ ।

ବ୍ୟବସାୟୀ- ଅର୍ଥ ହାନୀ ହେବ ।

ଗୃହିଣୀ- ସୁଖଭାରା ଦିନଟି ।

କର୍କଟ:~ ପରିସ୍ଥିତି ପ୍ରତି ସଜାଗ ରହି କାମ କରିବା ଭଲ ହେବ, ଅନ୍ୟଥା ମାନସିକ ଦୁଶ୍ଚିନ୍ତା ରେ ପଡିବେ ।ଶେଷ ସମୟରେ ସୁଯୋଗ ହାତଛଡା ହୋଇପାରେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାରେ ହେଳା କଲେ ପରେ ଅନୁତାପ କରିବାକୁ ସମୟ ପାଇବେ ନାହିଁ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ । ନିଜ କାର୍ଯ୍ୟ ତୃପ୍ତିକର ହୋଇପାରେ ।

ଶୁଭ ରଙ୍ଗ:~ କଫି, ଶୁଭ ଅଙ୍କ:~ ୮

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ବ୍ୟବସାୟୀ- ନୂଆ ଡିଲ୍ ମିଳିବ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।

ସିଂହ:~ ଭଲ କାମ କଲେ ମଧ୍ୟ ପ୍ରଶଂସା ପାଇବା କଷ୍ଟ କର ହୋଇପାରେ । ପ୍ରତ୍ୟେକ କ୍ଷେତ୍ରରେ ସୁଫଳ ଲାଭ ସକାଶେ ଆଶାବାଦିନୀ ହେବେ । ଉପକାରୀର ପ୍ରତ୍ୟୁପକାର କରିବାକୁ ଚେଷ୍ଟା କରିବେ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡିବ । ବହୁ ସୁଖର ଅଧିକାରି ହେବେ ।

ଶୁଭ ରଙ୍ଗ:~ ନୀଳ, ଶୁଭ ଅଙ୍କ:~ ୩

ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ରୋଗୀ- ଡାକ୍ତରଙ୍କ ପରାମର୍ଶରେ ହିଁ ମେଡିସିନ୍ ଖାଆନ୍ତୁ ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

କର୍ମଜୀବି- ପ୍ରଶଂସିତ ହେବେ ।

ବ୍ୟବସାୟୀ- ଅର୍ଥ ହାନୀ ହେବ ।

ଗୃହିଣୀ- ସୁଖୀ ହେବେ ।

କନ୍ୟା:~ ଶୁଭ ପ୍ରଭାବରୁ ଯୁକ୍ତିଯୁକ୍ତ ବାର୍ତ୍ତାଳାପ କରି ବିବାଦୀୟ ପରିସ୍ଥିତି କୁ ସୁଧାରି ନେବେ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି ।ଗୃହକାର୍ଯ୍ୟ ଆନନ୍ଦଦାୟକ ହେବ। ବିଚାର ବିମର୍ଶ ଓ ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ହସ ଖୁସିରେ ସମୟ ବିତାଇ ପାରନ୍ତି।

ଶୁଭ ରଙ୍ଗ:~ କଳା, ଶୁଭ ଅଙ୍କ:~ ୪

ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।

କର୍ମଜୀବି- କରତ୍‌କର୍ମା ହେବେ ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

ରୋଗୀ- ଅସୁସ୍ଥ ଅନୁଭବ କରିବେ ।

ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ତୁଳା:~ ଆକସ୍ମିକ କେତେକ ସମସ୍ୟା ଦେଖା ଦେବା କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ । ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରିବେ । ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା  ଭଲ ।ପଡୋଶୀମାନଙ୍କ ଫମ୍ପା ଉପଦେଶ ଆପଣଙ୍କ ପକ୍ଷେ ବିରକ୍ତିକର ହୋଇପାରେ । ଧର୍ମ କାର୍ଯ୍ୟରେ ମନୋନିବେଶ କରିପାରନ୍ତି ।

ଶୁଭ ରଙ୍ଗ:~ କଫି, ଶୁଭ ଅଙ୍କ:~ ୬

ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।

ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି ।

କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

ଗୃହିଣୀ- ସଦିଚ୍ଛା ଭାବ ରହିବ ।

ବିଛା:~ ନୂଆ ଯୋଜନାର ରୂପ ରେଖ ଉପରେ ଗୁରୁତ୍ୱ ଦେବେ । ନୀଇ ସଂସର୍ଗରୁ ଦୂରେଇ ନ ରହିଲେ ଅସୁବିଧାର ସମ୍ମୁଖୀନ ହେବେ । ଅର୍ଥ ସଂକଟ ହେତୁ କାମଗୁଡିକ ସମ୍ପନ୍ନ ଦିଗରେ ସମସ୍ୟା ସୃଷ୍ଟି ହେବ ।ସୁଦୃଢ ମନୋବଳକୁ ପାଥେୟ କରି କାର୍ଯ୍ୟ ସମ୍ପାଦନ କରିବେ । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ହର୍ଷ ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ ହେବ ।

 ଶୁଭ ରଙ୍ଗ:~ କ୍ରୀମ୍, ଶୁଭ ଅଙ୍କ:~ ୯

ଗୃହିଣୀ- ମିତ୍ର ସୁଖ ପାଇବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।

କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।

ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।

ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।

ଧନୁ:~ ଅନୁକୂଳତା ସତ୍ତ୍ୱେ ବାରମ୍ବାର ଚିନ୍ତା କରିବା ପରେ କୌଣସି ପଦକ୍ଷେପ ନେବା ଠିକ୍ ହେବ ।ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାମ ହାସଲ କରିବେ । ଆଶାବାଦୀ ହୋଇପାରନ୍ତି । ଆଶା ପୂରନ ହେବ । କର୍ମକୁଶଳତା ପ୍ରକାଶ ପାଇବ । ଧର୍ମ ଅନୁଷ୍ଠାନର ନେତୃତ୍ୱ ନେଇ ପାରନ୍ତି । କୃଷିରୁ ଲାଭବାନ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।

ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।

ମକର:~ ସାହାର୍ଯ୍ୟ ସହଯୋଗର ଅଭାବ ରହିବ ନାହିଁ, କିନ୍ତୁ ଏଥିପାଇଁ କିଛି ବୁଦ୍ଧିର ଖେଳ ଖେଳିବାକୁ ପଡିବ ।ବିଭିନ୍ନ ସୂତ୍ରରୁ ରୋଜଗାର ବୃଦ୍ଧି ପାଇବ କିନ୍ତୁ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ । ମନରେ ବ୍ୟାକୁଳତା ବୃଦ୍ଧି ହୋଇପାରେ । ସୌଜନ୍ୟତା ପ୍ରକାଶ କରିପାରନ୍ତି । ଆୟ ଉତ୍ତମ ଧରଣର ହେବ । ଉଚ୍ଚ ସମ୍ମାନ ଲାଭ କରିବେ ।

ଶୁଭ ରଙ୍ଗ:~ ମେରୁନ୍, ଶୁଭ ଅଙ୍କ:~ ୫

ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

ରୋଗୀ- ଅସାଧ୍ୟ  ରୋଗ ରୁ ମୁକ୍ତ ହେବେ ।

ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

କୁମ୍ଭ:~ କୌଣସି ବ୍ୟକ୍ତି ବିଶେଷଙ୍କ ସହାୟତାରୁ ଉପକୃତ ହେବେ ।ପାରିବାରିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାର୍ଯ୍ୟ କରିବେ । ବ୍ୟୟ ଯୋଗ ଅଛି । ଧର୍ମାସକ୍ତ ହେବେ । ମତିମାନ ହୋଇପାରନ୍ତି । ପୁତ୍ର,ମିତ୍ର ହେତୁକ ସୁଖ ଭୋଗ କରିବେ। ନାନା ସୁନ୍ଦର ବସ୍ତୁ ଲାଭ କରିପାରନ୍ତି ।

ଶୁଭ ରଙ୍ଗ:~ ୟେଲୋ, ଶୁଭ ଅଙ୍କ:~ ୧

ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।

ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।

ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।

କର୍ମଜୀବି- ଜଳଯାତ୍ରା ମନା ।

ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।

ଗୃହିଣୀ- ପରକୁ ଆପଣାର କରିବେ ।

ମୀନ:~ ସଭାସମିତି, ଆନୁଷ୍ଠାନିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ପ୍ରୟୋଗାତ୍ମକ କୌଶଳ କାରଣରୁ ଅସାଧ୍ୟ କାମ ସାଧନ କରିବାରେ ସମର୍ଥ ହେବେ।ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ଭଲ। ମନସ୍କାମନା ପୂରଣ ହୋଇପାରେ। ବ୍ୟବସାୟ ଲାଭଜନକ ହେବ ।

ଶୁଭ ରଙ୍ଗ:~ ନୀଳ, ଶୁଭ ଅଙ୍କ:~ ୪

ଗୃହିଣୀ- ସୁଖୀ ହେବେ ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ।

ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।

ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.