ବିନୀତ ସ୍ୱଭାବର ହେବେ; ସରକାରୀ ଅର୍ଥ ମିଳିପାରେ

Published By : Prameya-News7 Bureau | October 13, 2022 IST

ମେଷ – ସାଧାରଣ କଥାକୁ କେନ୍ଦ୍ର କରି ପାରିବାରିକ କ୍ଷେତ୍ର ରେ ଅସ୍ଥିରତାର ସମ୍ଭାବନା

ରହିଛି । ପରିବାରରେ କାହାର ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ

ହୋଇପାରେ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ବୁଝି-ବିଚାରି

କାର୍ଯ୍ୟ କରିବାକୁ ପଡିବ । ପରଚର୍ଚ୍ଚାରୁ ବିରତ ହେବା ଉଚିତ ।

ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

ଚାଷୀ- ଅନ୍ୟ ଚାଷ କରିବାକୁ ମନ ବଳାଇବେ ।

ରୋଗୀ- ଅସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।

କର୍ମଜୀବି- ସମ୍ମାନିତ ହେବେ ।

ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।

ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

ବୃଷ – ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରା ରୁ ସୁଫଳ ପାଇବେ ।

ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିପାରନ୍ତି । ସାହାର୍ଯ୍ୟ କରିବାକୁ ଯାଇ ପର ପାଇଁ ନିଜେ

ହଇରାଣରେ ପଡିପାରନ୍ତି । ଆର୍ଥିକ ସମସ୍ୟା ଯୋଗୁଁ ଅର୍ନ୍ତଦ୍ୱନ୍ଦ୍ୱ ଉପୁଜି ପାରେ । ଉଚ୍ଚ

ଆଶା ଫଳବତୀ ହେବ । ସୁଖ-ଶାନ୍ତିରେ ଦିନଟି ଅତିବାହିତ କରିପାରନ୍ତି ।

ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୩ ।

ଗୃହିଣୀ- ମାନସିକ ଶାନ୍ତି ପାଇବେ ।

ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।

କର୍ମଜୀବି- ବିଦେଶରେ ଥିଲେ ଅସୁବିଧା ଦେଖା ଦେବ ।

ଛାତ୍ରଛାତ୍ରୀ- ବଡ ଲୋକଙ୍କ କଥା ଶୁଣିବେ ନାହିଁ ।

ରୋଗୀ- ଅଳସୁଆ ଲାଗିପାରେ ।

ଚାଷୀ- କ୍ଳାନ୍ତି ଅନୁଭବ କରିବେ ।

ମିଥୁନ - କଠୋର କଥା କହିବା କାରଣରୁ ନିଜ ନିଜର ସାଙ୍ଗସାଥୀଙ୍କ ମଧ୍ୟ ରେ ସାମୟିକ ଅଶାନ୍ତି

ଦେଖା ଦେଇପାରେ । ପାରିବାରିକ କ୍ଷେତ୍ରରେ ମାନସିକ ଅସ୍ଥିରତା କାରଣରୁ ନିଜ ଲୋକଙ୍କୁ

ଭୁଲ୍ ବୁଝିବେ । ଦିନଟି ଶୁଭଫଳ ଦାୟକ ହେବ । ପରିବାରରେ ବୁଝାମଣାକୁ ସଜାଡି ନେଇ

ପାରିବେ । ଆର୍ôଥକ ସ୍ଥିତି ସ୍ୱଚ୍ଛଳ ରହିବ । ଲୋକ କଲ୍ୟାଣକର କାର୍ଯ୍ୟରେ ଅଭିରୁଚି

ବଢିବ ।

ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।

ରୋଗୀ- ଅସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ଅର୍ଥ ଲାଭ ହେବ ।

ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

କର୍କଟ – ଆଶା କରିଥିବା ଖବର ପାଇ ଖୁସି ହୋଇଯିବେ । ଆଜି ମାନସିକ ସ୍ଥିରତା

କେତେ ମାତ୍ରାରେ କ୍ଷୁଣ୍ଣ ହୋଇପାରେ । ପ୍ରଶାସନିକ ସ୍ତରରେ ପରିଚାଳନାଗତ ସମସ୍ୟା ବୃଦ୍ଧି

ପାଇବ । ଖର୍ଚ୍ଚାନ୍ତ ଯୋଗ ଅଛି । ଯାନବାହନ ଯୁକ୍ତ ହୋଇପାରନ୍ତି । ରାଜପୂଜିତ ଓ

ପରାକ୍ରମଶାଳୀ ହେବେ । ବିବାଦୀୟ ବିତର୍କ ଶୁଣିବେ, ମାତ୍ର ଭାଗ ନେବେ ନାହିଁ ।

ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୪ ।

ଗୃହିଣୀ- ମାନସିକ ଶାନ୍ତି ପାଇବେ ।

ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।

କର୍ମଜୀବି- କରତ୍‌କର୍ମା ହେବେ ।

ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।

ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।

ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ସିଂହ – କର୍ମକ୍ଷେତ୍ରରେ ସମସ୍ୟା ହଠାତ୍ ଦେଖା ଦେଇଥିବା କାରଣରୁ ମନ ବିଚଳିତ ରହିବ । ଆଜି

ଦିନଟିରେ ବିବାଦିୟ କଥାରେ ମୁଣ୍ଡ ନ ପୂରାଇବା ଭଲ ହେବ । ଧର୍ମ ଧାରଣା ବଢିବ । ଅନ୍ତଃକରଣ

ପବିତ୍ର ରହିବ । ଆହାର ବିହାରରେ ନିୟମିତ ନ ହେଲେ ସ୍ୱାସ୍ଥ୍ୟ ସମସ୍ୟା ଆସିପାରେ । ସଜ୍ଜନ

ସଂପର୍କ, କାର୍ଯ୍ୟ ଶୃଙ୍ଖଳା, ସହଯୋଗ ଓ ଉତ୍ତମ ପାରିବାରିକ ବୁଝାମଣା ରହିବ ।

ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ରୋଗୀ- ୟୋଗା କରନ୍ତୁ ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

କର୍ମଜୀବି- ଅର୍ଥ ହାନୀ ହେବ ।

ବ୍ୟବସାୟୀ- ସଫଳତା ମିଳିବ ।

ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

କନ୍ୟା – ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ ଏବଂ ରାଜନୈତିକ କ୍ଷେତ୍ରରେ ତୀବ୍ର

ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବେ । ବାରମ୍ବାର କାନକୁହା କଥା ଶୁଣି ଆପଣଙ୍କ

ପ୍ରିୟଲୋକଟିର ମନୋଭାବ ବଦଳିଯାଇପାରେ । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା

ମିଳିବ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସାମାନ୍ୟ ଶାରିରୀକ କ୍ଳେଶ ଭୋଗ କରିପାରନ୍ତି ।

ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

ଗୃହିଣୀ- ସୁଖୀ ହେବେ ।

ବ୍ୟବସାୟୀ- ବାହାରେ ବ୍ୟବସାୟ କରିବା କଷ୍ଟ ହେବ ।

କର୍ମଜୀବି- ସମ୍ମାନ ପାଇବେ ।

ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।

ରୋଗୀ- ସତର୍କତାର ଦିନ ।

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

ତୁଳା – ପ୍ରଶାସନିକ ସ୍ତରରେ କାରଣ ନ ଥାଇ ଦୋଷୀ ସାବ୍ୟସ୍ତ ହେବେ । ବ୍ୟବସାୟରେ ସମସ୍ୟା

ଗୁରୁତର ଆକାର ଧାରଣ କରିବ ଓ କ୍ଷତିରେ ପଡିପାରନ୍ତି । ଶ୍ରମ ସାର୍ଥକ ହେବ । ଆନନ୍ଦ,ଉତ୍ସବ

ଲାଗି ରହିବ । ଧୈର୍ଯ୍ୟବାନ୍ ହେବେ । ମନ ପ୍ରସନ୍ନ ରହିବ । ସୁଖ-ଶାନ୍ତି ପାଇଁ ପୂଜାର୍ଚ୍ଚନା

କରିପାରନ୍ତି । ସରକାରୀ ଅର୍ଥ ମିଳିପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।

ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।

ଛାତ୍ରଛାତ୍ରୀ- ବିଜ୍ଞ ହେବେ ।

କର୍ମଜୀବି- ସମ୍ମାନିତ ହେବେ ।

ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।

ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

ବିଛା – ସ୍ୱାସ୍ଥ୍ୟ ସମସ୍ୟା ପୂର୍ଣ୍ଣମାତ୍ରାରେ ଉପଶମ ନ ହେଲେ ମଧ୍ୟ କେତେକାଂଶ ରେ ନିୟନ୍ତ୍ରଣ ମଧ୍ୟରେ

ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆନନ୍ଦିତ ରହିବେ । ଦୈହିକ

କ୍ଳାନ୍ତି ଅବସାଦ ବଢିବ । ଉତ୍ସବାନୁଷ୍ଠାନରେ ସକ୍ରିୟ ଅଂଶ ଗ୍ରହଣ କରିବେ । କର୍ମ ପ୍ରେରଣା

ଲାଭ, ଉତ୍ତମ ଭୋଜନ, ପାରିବାରିକ ସୁଖ, ଯାନ ବାହନରେ ବ୍ୟୟ ଓ ଆଇନ ଅଦାଲତରୁ ଶୁଭଫଳ

ପାଇପାରନ୍ତି ।

ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୯ ।

ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।

କର୍ମଜୀବି- କର୍ମଚଞ୍ଚଳ ରହିବେ ।

ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।

ରୋଗୀ-ସତର୍କତାର ଦିନ ।

ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

ଧନୁ – ଆର୍ଥିକ ସ୍ଥିତି କ୍ରମଶଃ ଦୁର୍ବଳ ରହିବା କାରଣରୁ ସାମୟିକ ଚିନ୍ତା କରିବାକୁ

ପଡିବ । ବିଗତ ଦିନରେ ସୃଷ୍ଟି ହୋଇଥିବା ସମସ୍ୟା ଆଜି ସମାଧାନ ହୋଇଯିବ । ମିଳିଥିବା

ସୁଯୋଗକୁ ହାତ ଛଡା କରିବେ ନାହିଁ । ଆନନ୍ଦ ଉଲ୍ଲାସରେ ସମୟ ଅତିବାହିତ କରିପାରନ୍ତି ।

ପାରିବାରିକ ଜୀବନ ସୁଖପ୍ରଦ ହେବ । ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବେ । ଶୁଭ

ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।

ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।

ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।

କର୍ମଜୀବି- ପ୍ରଶଂସିତ ହେବେ ।

ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।

ଗୃହିଣୀ- ସୁଖ ଅନୁଭବ କରିବେ ।

ମକର – ଶିଳ୍ପ,ବାଣିଜ୍ୟ ଓ ପରିବହନ ପାଇଁ ଅସୁବିଧା ହେବ ନାହିଁ । ଆନୁଷ୍ଠାନିକ କାର୍ଯ୍ୟରେ

ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିପାରେ । କର୍ମ କ୍ଷେତ୍ରରେ ମନୋମାଳିନ୍ୟ ଅଧିକ ରହିବ ।

କାର୍ଯ୍ୟ ବ୍ୟସ୍ତତା, କିଛି ସ୍ୱାସ୍ଥ୍ୟ ସମସ୍ୟା ଆଣିପାରେ । ମାନସିକ ଭୟ ଓ ଉଦବେଗ ବଢିପାରେ,

ବନ୍ଧୁମାନେ ପରୋକ୍ଷରେ ଶତ୍ରୁତା ଆଚରଣ କରିବେ ।

ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ବ୍ୟବସାୟୀ- ପ୍ରଚୁର ଲାଭ ହେବ ।

କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।

ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।

ଚାଷୀ- କ୍ଳାନ୍ତି ଅନୁଭବ କରିବେ ।

କୁମ୍ଭ - ପାରିବାରିକ କ୍ଷେତ୍ରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି କଳହ ସୃଷ୍ଟି ହେବାର ସମ୍ଭାବନା

ରହିଛି । ଆଜିର ଜୀବନଚର୍ଯ୍ୟା ରେ ବାଧ୍ୟ ବାଧକତାରେ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ

ହେବେ । ମନ୍ତ୍ରଣାଦାତା ଓ ଶତ୍ରୁଦମନରେ ସଫଳ ହେବେ । ସର୍ବ ସୁଖ ମିଳିପାରେ । ନୀତିବାଦୀ ଓ

ଶାସ୍ତ୍ରାଭ୍ୟାସୀ ହେବେ । ବିନୀତ ସ୍ୱଭାବର ହୋଇପାରନ୍ତି । ସ୍ତ୍ରୀ ଧନ ହେତୁ ସୁଖୀ ହୋଇପାରନ୍ତି ।

ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।

ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।

ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।

ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।

କର୍ମଜୀବି- ଅର୍ଥ ହାନୀ ହେବ ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

ମୀନ - ନିଜ ଲୋକମାନଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି । ପରିବାରରେ କାହାର

ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ । ରକ୍ତ ପ୍ରଦୂଷଣ

ସମସ୍ୟା ଆସିପାରେ । ପାରିବାରିକ ବୁଝାମଣା ରହିବ। ଏକାଧିକ କାର୍ଯ୍ୟରେ ହାତ ଦେଇ

ହଇରାଣ ହେବେ ।

ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

ଗୃହିଣୀ- ମାନସିକ ଶାନ୍ତି ପାଇବେ ।

ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।

କର୍ମଜୀବି- ସହଯୋଗ ମିଳିବ ।

ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।

ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।

ଚାଷୀ- ଉତ୍ତମ ଫଳ ପାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.