ପାରିବାରିକ ଖୁସି ବଢ଼ିବ; ଶତ୍ରୁ ଜୟୀ ହେବେ
14/03/2023 at 11:00 PM

ମେଷ:~ ବଦିନଟି ମଧ୍ୟମ ଫଳ ପ୍ରାପ୍ତ କରାଇବ। ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଚାକିରି ରେ ଉନ୍ନତି ଯୋଗ ରହିଛି। ସଭା ରେ ସମ୍ମାନିତ ହେବେ । ପ୍ରେମ ସମ୍ପର୍କ ରେ ଖୁସି ଖବର ମିଳିବ । ଛାତ୍ର ଛାତ୍ରୀ ମାନେ ଏତେ ଭଲ ଫଳ ପ୍ରଦାନ କରିବେ ନାହିଁ ।
ବୃଷ:~ ଦିନଟି ଭଲ ଫଳ ଦେବ ।ଧାର୍ମିକ କାର୍ଯ୍ୟ ରେ ଯୋଗଦାନ କରିବେ । ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ହେବ। ଆୟର ଯୋଗ ରହିଛି। କାହାକୁ ଉଧାର ଦିଅନ୍ତୁ ନାହିଁ । ଉଚ୍ଚ ସ୍ଥାନ ରୁ ଖୁସି ର ବାର୍ତ୍ତା ମିଳିବ ।
ମିଥୁନ:~ ବାକି ଥିବା କାର୍ଯ୍ୟ ଆଜି ସଫଳତା ର ସହ ସଂପୂର୍ଣ୍ଣ ହେବ ।ପରୋପକାର କରି ଖୁସି ଅନୁଭବ କରିବେ ।ସ୍ବାସ୍ଥ୍ୟ ଅବସ୍ଥା ରେ ଅବନତି ଦେଖା ଦେବ ।ପରିବାରରେ ଶୁଭ କର୍ମ ହେବ ।ବ୍ୟବସାୟୀ ମାନେ ଲାଭବାନ ହେବେ ।
କର୍କଟ:~ ଆଜି ଆପଣ ବିନା କାରଣରେ ଚିନ୍ତିତ ହେବେ ।ବ୍ୟବସାୟରେ ସାବଧାନ ରୁହନ୍ତୁ । ବିପଦପୂର୍ଣ୍ଣ କାର୍ଯ୍ୟକଳାପରୁ ଦୂରରେ ରୁହନ୍ତୁ । ଭଲ ସୁଯୋଗର ଲାଭ ଉଠାଇବାକୁ ଚେଷ୍ଟା କରନ୍ତୁ । ପାରିବାରିକ ସୁଖ ଏବଂ ସନ୍ତୁଷ୍ଟ ହେବ ।
ସିଂହ:~ ଅଜି ସନ୍ଧ୍ୟାରେ ଖୁସି ଖବର ପାଇ ଆତ୍ମ ସନ୍ତୋଷ ଲାଭ କରିବେ । କର୍ମକ୍ଷେତ୍ରରେ ସଫଳତାର ସମ୍ଭାବନା ଅଛି । ଆଜି ହଠାତ୍ ଧନ ପ୍ରାପ୍ତି ର ଯୋଗ ଅଛି । ବ୍ୟବସାୟ ରେ ଲାଭ ର ବିଶେଷ ସମ୍ଭାବନା ରହିଛି । ବିଦ୍ୟାର୍ଥୀ ମାନେ ଦୂର ସ୍ଥାନ କୁ ଭ୍ରମଣ ରେ ଯାଇ ପାରନ୍ତି ।
କନ୍ୟା:~ ଅର୍ଥ ନିବେଶ ପାଇଁ ଦିନଟି ଖୁବ୍ ଭଲ ରହିଛି । ସନ୍ତାନ ଙ୍କ ପାଇଁ ସାମାନ୍ୟ ଚିନ୍ତା ରେ ରହିବେ । ପ୍ରେମ ସମ୍ପର୍କ ରେ ତୁତନ ଆଶା ଉଜୀବିତ ହେବ ।କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ନେଇ ପାରନ୍ତି ।ବିଦ୍ୟାର୍ଥୀ ମାନେ ସଫଳତା ଅର୍ଜନ କରିବେ।
ତୁଳା:~ ଦିନଟି ଭଲ ଫଳ ଦେବ । ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଶୁଭ ରହିଛି । ରାଜନୀତି ସମ୍ମାନିତ ହେବାର ଯୋଗ ଅଛି ।କାର୍ଯ୍ୟ କ୍ଷେତ୍ର ରେ ଦାୟିତ୍ବବାନ ହେବେ । ଗୃହ ରେ ପୂଜା ପାଠ ର ଆୟୋଜନ ହେବ ।
ବିଛା:~ ଜୀବନରେ କରିଥିବା ଭଲ କର୍ମ ଗୁଡ଼ିକର ଫଳ ଆଜି ପ୍ରାପ୍ତ ହେବ । ବ୍ୟାପାର ରେ ଅଧିକ ଲାଭ ଯୋଗ ରହିଛି । ପୁରୁଣା ଋଣ କୁ ଆଜି ଆପଣ ପରିଶୋଧ କରିବାକୁ ସକ୍ଷମ ହେବେ ।ଅଟକି ରହିଥିବା ଧନ ଆଜି ପ୍ରାପ୍ତ ହେବ ।
ଧନୁ:~ ଧନ ପ୍ରାପ୍ତି ଯୋଗ ରହିଛି । ବଡ଼ ସଫଳତା ମିଳି ପାରେ । ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟମ ରହିବ । ଶତ୍ରୁଙ୍କୁ ଜୟ କରିବେ ।ଅଧିକ ପରିଶ୍ରମ ରେ ଦିନଟି କାଟିବ ।ବ୍ୟବସାୟ ରେ ସାବଧାନତା ଅବଲମ୍ବନ କରନ୍ତୁ ।