ଛାତ୍ରଛାତ୍ରୀ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ; ଆର୍ଥିକ ସହାୟତା ମିଳିବ
8/02/2023 at 10:13 PM

ମେଷ:~ ଆଜି ଦିନଟି ଆପଣଙ୍କର ବହୁତ୍ ଭଲ ରେ କଟିବ। ଆରମ୍ଭ କରିଥିବା କାର୍ଯ୍ୟ ଠିକ୍ ସମୟରେ ଶେଷ ହେବ। ଚାକିରୀରେ ରେ ପଦୋନ୍ନତି ଘଟିବାର ସମ୍ଭାବନା ଅଛି। ସ୍ବାସ୍ଥ୍ୟ ଅବସ୍ଥା ରେ ଉନ୍ନତି ଘଟିବ। ଅର୍ଥ ନିବେଶ ରେ ଲାଭ ଦାୟକ ହେବ।
ବୃଷ:~ ମିଳୁ ନଥିବା ଧନର କାଲି ମିଳିବ। ଆପଣଙ୍କ କାର୍ଯ୍ୟରେ ଖୁସି ହୋଇ ବନ୍ଧୁମାନଙ୍କ ଦ୍ଵାରା ପ୍ରଶଂସା ର ପାତ୍ର ହେବେ। ପ୍ରେମ ସମ୍ପର୍କ ସୁଦୃଢ ହେବ। ଲୁଚି ରହିଥିବା ଦକ୍ଷତାର ପରି ପ୍ରକାଶ ହେବ।ବିଦ୍ୟାର୍ଥୀ ମାନେ ଉତ୍ତମ ଫଳ ପ୍ରାପ୍ତ କରିବେ।
ମିଥୁନ:~ ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଖୁବ୍ ଭଲ ରହିଛି। ଜମିଜମା କୁ ନେଇ ରହିଥିବା ବିବାଦର ଅନ୍ତ ଘଟିବ। କର୍ମ ବ୍ୟସ୍ତତାରେ ଦିନଟି କଟିବ। ଚିନ୍ତା ବଢ଼ି ପାରେ। ବାଣିଜ୍ୟରେ ମଧ୍ୟମ ଫଳ ପ୍ରାପ୍ତ ହେବ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ପଛରେ ରହିବେ।
କର୍କଟ:~ ଆଜି ଦିନଟିରେ ଆପଣ ଚିନ୍ତା ରେ ପଡ଼ିବେ। ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନ୍ନତି ଦେଖା ଦେବ। ମିତ୍ରଙ୍କ ଠାରୁ ଉପହାର ମିଳିବ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ବିଦ୍ୟାର୍ଥୀମାନେ ଅସଫଳ ହେବେ।
ସିଂହ:~ଚାକିରି ରେ ସଫଳତା ମିଳିବ।ଦିନଟି ରେ ଉନ୍ନତି ଆଶାନୁରୂପ ହେବ। ବିଦେଶ ଯାତ୍ରା ଆପଣଙ୍କ ମୟ ଲାଭଦାୟକ ସାବ୍ୟସ୍ତ ହେବ। କିଛି ଲୁଚି ରହିଥିବା ମିଥ୍ୟା ଆଜି ସର୍ବ ସମ୍ମୁଖକୁ ଆସି ପାରେ। ସନ୍ତାନ ଙ୍କ ସହ ମନ ମାଳୀନ୍ୟ ହୋଇପାରେ।
କନ୍ୟା:~ କର୍ମ ରେ ଆପଣଙ୍କୁ ମଧ୍ୟମ ଫଳ ପ୍ରାପ୍ତି ଯୋଗ ରହିଛି। ଅଯଥା ଖର୍ଚ୍ଚାନ୍ତ ହୋଇ ପାରନ୍ତି। ଶତ୍ରୁଙ୍କ ଠାରୁ ଦୂରତା ରକ୍ଷା କରନ୍ତୁ। ନିବେଶ ପାଇଁ ଦିନଟି ଉତ୍ତମ ରହିଛି। ବିଦ୍ୟାର୍ଥୀ ମାନଙ୍କୁ ପ୍ରଶଂସା ମିଳି ପାରେ।
ତୁଳା:~ ଦିନଟି ବହୁତ୍ ଖୁସି ରେ କଟିବ। ପରିବାରରେ ସାଧାରଣ ସମସ୍ୟା ସୃଷ୍ଟି ହେବ। ଉଚ୍ଚ ପଦସ୍ଥ ଲୋକଙ୍କ ସହ ଆଜି ମିଳନ ହେବ। ବ୍ୟବସାୟରେ ଲାଭ ଯୋଗ ରହିଛି। ବିଦ୍ୟାର୍ଥୀ ମାନେ ସଫଳତା ପ୍ରାପ୍ତ କରିବେ।
ବିଛା:~ ବାକିଥିବା କାର୍ଯ୍ୟକୁ ସମୟାନୁସାରେ ପୂରଣ କରନ୍ତୁ। ବନ୍ଧୁଙ୍କ ସହ ଅଧିକାଂଶ ସମୟ କଟିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଉପଯୁକ୍ତ ହେବେ। ବଡ଼ ପଦବୀ ପାଇଁ ଆଶାୟୀ ହେବେ।
ଧନୁ:~ଅନ୍ୟଦିନ ତୁଳନା ରେ ଆଜି ଦିନଟି ଅଧିକା ଭଲ ଫଳ ପ୍ରଦାନ କରିବ। ଅଯଥା ଖର୍ଚ୍ଚାନ୍ତ ହେବେ। ପରିବାରରୁ ପ୍ରଶଂସା ମିଳିବ। ପୂର୍ବୁବ୍ରୁ ଥିବା ବିବାଦ ର ଅନ୍ତ ଘଟିବ। ବିଦ୍ୟାର୍ଥୀ ମାନେ ପରୀକ୍ଷାକୁ ନେଇ ଚିନ୍ତାରେ ରହିବେ।
ମକର:~ ଆଜି ଦିନଟି ଅନୁକୂଳ ରହିବ। ସାମାଜିକ କାର୍ଯ୍ୟରେ ମନୋନିବେଶ କରିବେ। ପରିବାରରୁ ଆର୍ଥିକ ସହାୟତା ମିଳିବ। ମିଛ ପ୍ରତିଶ୍ରୁତି ଦିଅନ୍ତୁ ନାହିଁ। ବିଦ୍ୟାର୍ଥୀ ମାନଙ୍କ ମନ ଉଣା ରହିବ।
କୁମ୍ଭ:~ ମିତ୍ରଙ୍କ ଠାରୁ ଭଲ ଖବର ମିଳିବ। ଧନ ସଂପତ୍ତି କ୍ରୟ କରିବେ। ପ୍ରତିଶ୍ରୁତି ଆଜି ପୂରଣ କରନ୍ତୁ। ଅନ୍ୟ ଲୋକଙ୍କ କାର୍ଯ୍ୟ ରେ ସମୟ ନିବେଶ କରିବେ। ଆପଣଙ୍କ କାର୍ଯ୍ୟରେ ବାଧା ଉପୁଜିବା
ମୀନ:~ ଚାକିରି ରେ ଉନ୍ନତି ଘଟିବ। ଲକ୍ଷ୍ୟ ସ୍ଥଳ ରେ ପହଞ୍ଚିବେ। ବ୍ୟବସାୟ ରେ ଲାଭ ଯୋଗ ରହିଛି। କର୍ମ କ୍ଷେତ୍ର ରେ ନୂତନ ପଦବୀ ମିଳି ପାରେ। ପରିବାରରେ ସାମାନ୍ୟ ମନୋମାଳିନ୍ୟ ଦେଖା ଦେବ। ଛାତ୍ରଛାତ୍ରୀ ମାନେ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ।