ଜୁଲାଇ ୧୦ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | July 10, 2024 IST

ମେଷ- ଦିନଟି ବହୁତ ଭଲ ରହିଛି । ଅନ୍ୟକୁ ସାହାଯ୍ୟ କରିବେ। ସମୟ ସହିତ ତାଳ ଦେଇ ଚାଲିବେ । କିଛି ଜରୁରୀ କାର୍ଯ୍ୟ ପୂର୍ଣ୍ଣ ହେବ । ଛାତ୍ର ଛାତ୍ରୀଙ୍କ ପାଇଁ ଦିନଟି ବିଶେଷ ଭଲ ରହିଛି । ଦୁର୍ଜନଙ୍କ ଠାରୁ ଦୂରେଇ ରୁହନ୍ତୁ ।

ବୃଷ- ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ବାଦ ବିବାଦ ଲାଗିପାରେ । କର୍ମ କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି । ବ୍ୟବସାୟରେ ସଫଳତା ମିଳିବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ମାନସିକ ସ୍ତରରେ କିଛି ମାତ୍ରାରେ ଦ୍ବେଷ ଦେଖାଦେବ ।

ମିଥୁନ- କାର୍ଯ୍ୟ କ୍ଷେତ୍ରରେ ନିଜକୁ ବ୍ୟସ୍ତ ରଖିବେ। ଅଟକିଥିବା କାର୍ଯ୍ୟର ପୁନଃ ଆରମ୍ଭ କରିବେ । ଛାତ୍ରଛାତ୍ରୀମାନେ ନିଜ କାର୍ଯ୍ୟରେ ମନୋନିବେଶ କରିବେ। ଦମ୍ପତିମାନଙ୍କ ପାଇଁ ଦିନଟି ବ୍ୟସ୍ତ ବହୁଳ ରହିବ।

କର୍କଟ- କର୍କଟ ରାଶିର ଘାତ ଚନ୍ଦ୍ର ।  ଦିନଟି ଆପଣଙ୍କୁ ମଧ୍ୟମ ଫଳଦେବ ।  ଚିନ୍ତାକୁ ମନରୁ ଦୂରୀଭୂତ କରନ୍ତୁ । ଧନ ଲାଭର ସଂଯୋଗ ରହିଛି । ଖର୍ଚ୍ଚ ମଧ୍ୟ ଅଧିକ ହୋଇପାରେ । ଛାତ୍ର ଛାତ୍ରୀମାନେ ଭବିଷ୍ୟତ ଚିନ୍ତାରେ ରହିବେ ।

ସିଂହ- ଭାଗ୍ୟ ଆପଣଙ୍କ ସାଥ ଦେବ । ଶ୍ରୀ ଚନ୍ଦ୍ର ରହିଥିବାରୁ ଧନ ପ୍ରାପ୍ତିର ଯୋଗ ରହିଛି । ବୈବାହିକ ସମ୍ପର୍କରେ ମନୋମାଳିନ୍ୟ ଦେଖିବାକୁ ଦେଖାଦେଇପାରେ । ଅଯଥା ଖର୍ଚ୍ଚରୁ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରନ୍ତୁ । 

କନ୍ୟା- କିଛି ମାନସିକ ସମସ୍ୟା  ଦେଖା ଦେଇପାରେ । ମନୋବଳ ଦୃଢ଼ ରହିବେ । କାର୍ଯ୍ୟରେ ସଫଳତା ବିଳମ୍ବରେ ମିଳିବ। ବିଦ୍ୟାର୍ଥୀ ମାନେ ପାଠରେ ମନୋନିବେଶ କରିବେ । ପରିବାରରେ ମନୋମାଳିନ୍ୟା ଲାଗି ରହିବ ।

ତୁଳା- ଉଦ୍ଧାର ମନୋଭାବ ରହିବ । କାର୍ଯ୍ୟ କ୍ଷେତ୍ରରେ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି । ଆର୍ଥିକ ସ୍ଥିତି ଦୁର୍ବଳ ହେବ । ବନ୍ଧୁମାନଙ୍କ ସହଯୋଗ ମିଳିବ । ପରିବାରରେ ଚାଲିଥିବା ସମସ୍ୟାର ସମାଧାନ ହୋଇଯିବ । ବିଦ୍ୟାର୍ଥୀମାନେ ଚଞ୍ଚଳ ହେବେ ।

ବିଛା- ବିରୋଧୀମାନେ ହଇରାଣ କରିବାକୁ ପ୍ରୟାସ କରିବେ । କର୍ମ କ୍ଷେତ୍ରରେ ସାବଧାନ ଅବଲମ୍ବନ କରନ୍ତୁ । ଆର୍ଥିକ ଅନଟନ ଦେଖା  ଦେଇପାରେ । ବିଦ୍ୟାର୍ଥୀମାନେ ଅବହେଳିତ ହେବେ । କାର୍ଯ୍ୟ ବ୍ୟସ୍ତରେ ରହିବେ ।

ଧନୁ- ଇଚ୍ଛା କରିଥିବା ଜିନିଷକୁ ପ୍ରାପ୍ତ କରିପାରନ୍ତି । ସେବା ପୂଜାରେ ମନୋନିବେଶ କରିବେ । ମନ ଧ୍ୟାନ ଦେଇ କାର୍ଯ୍ୟ କଲେ ନିଶ୍ଚିନ୍ତ ସଫଳତା ମିଳିବ । ବିଦେଶ ଯାତ୍ରାର ଯୋଗ ରହିଛି । ଛାତ୍ର ଛାତ୍ରୀମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । 

ମକର-  ଦିନରେ କିଛି ବାଧା ବିଘ୍ନ ଦେଖା ଦେଇପାରେ । ସୁଖ ହାନି ହେବାର ସମ୍ଭାବନା ରହିଛି । କରିଥିବା ଆର୍ଥିକ ଯୋଜନାରୁ ଲାଭ ପ୍ରାପ୍ତ ହେବ । ବିଦ୍ୟାର୍ଥୀମାନେ ପାଠରେ ମନୋନିବେଶ କରିବେ ନାହିଁ । ବ୍ୟବସାୟରେ ମଧ୍ୟମ ଫଳ ମିଳିବ ।

କୁମ୍ଭ- ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଚାକିରିରେ ପଦୋନ୍ନତି ଘଟିବ । ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ରହିଛି । ମନ-ସମ୍ମାନ ମିଳିବ । ଭାବିଚିନ୍ତି କାର୍ଯ୍ୟ ନିଷ୍ପତ୍ତି ନିଅନ୍ତୁ । ମିତ୍ର ଲାଭର ଯୋଗ ରହିଛି ।

ମୀନ- ଦିନଟି ଆପଣଙ୍କୁ ମଧ୍ୟମ ଫଳ ପ୍ରାପ୍ତ କରାଇବ। ନିର୍ଣ୍ଣୟ ଆପଣଙ୍କ ପକ୍ଷରେ ରହିବ । ସାମାନ୍ୟ ମାନସିକ ଅଶାନ୍ତି ଦେଖାଦେବ । କିନ୍ତୁ ନିଜ ନିୟନ୍ତ୍ରଣ ଯୋଗୁଁ ତାହା ଆପଣ ସମାଧାନ କରିବାକୁ ସକ୍ଷମ ହେବେ । ବ୍ୟବସାୟରେ ଲାଭ କ୍ଷତି ଲାଗି ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.