ଜୁଲାଇ ୩୧ ତାରିଖ, ବୁଧବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | July 31, 2024 IST

ମେଷ- ତୃତୀୟ ଚନ୍ଦ୍ର କାରଣରୁ ଆପଣଙ୍କ ପାଇଁ ଖୁସିର ଦିନ ହେବ। ଆପଣ ବୁଦ୍ଧି ଏବଂ ବିବେକ ସହିତ ନିଷ୍ପତ୍ତି ନେଇ ଆପଣ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିପାରିବେ। ଦୀର୍ଘ ସମୟ ଧରି ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।

ବୃଷ- କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେତୁ ଆପଣଙ୍କୁ ଯାତ୍ରା କରିବାକୁ ପଡ଼ିପାରେ । କାର୍ଯ୍ୟ କ୍ଷେତ୍ରରେ ପ୍ରୟାସ ସଫଳ ହେବ | କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବେ। ଦାମ୍ପତ୍ୟ ଜୀବନରେ ଖୁସି ଲାଗି ରହିବ। ବନ୍ଧୁଙ୍କ ସହଯୋଗ ପାଇବେ ।

ମିଥୁନ- ଚାକିରି କରୁଥିବା ବ୍ୟକ୍ତିଙ୍କୁ ନୂତନ ଚାକିରି ଯୋଗ ରହିଛି । ଧନ ସଞ୍ଚୟ ପାଇଁ ଦିନଟି ଉତ୍ତମ ରହିଛି । ବ୍ୟବସାୟିକ କାର୍ଯ୍ୟକଳାପ ବୃଦ୍ଧି ପାଇବ। ଦାୟିତ୍ବକୁ ଭଲ ଭାବରେ ପୂରଣ କରିବେ। ବିଦ୍ୟାର୍ଥୀମାନେ ମନଲଗାଇ ପଢ଼ିବେ ।

କର୍କଟ- ପ୍ରତିଷ୍ଠା ବୃଦ୍ଧି ପାଇବ । ଶାରୀରିକ ଓ ମାନସିକ ଶାନ୍ତି ମିଳିବ। ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ । ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ। ଭାବନାକୁ ନିଜ ନିୟନ୍ତ୍ରଣରେ ରଖନ୍ତୁ। ବିଦ୍ୟାର୍ଥୀମାନେ ଖୁସି ଖବର ପାଇବେ ।

ସିଂହ- ଚାକିରି ସହ ଜଡ଼ିତ ଅନେକ ନୂତନ ବିକଳ୍ପ ପାଇପାରିବେ । ଶୀଘ୍ର ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍ । ବ୍ୟବସାୟ ପ୍ରସଙ୍ଗରେ ଯୋଜନାଗୁଡ଼ିକ କାର୍ଯକାରୀ ହେବ। ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ। ଆୟରେ ବୃଦ୍ଧି ହେବ ।

କନ୍ୟା- ପରିବାର ସଦସ୍ୟଙ୍କ ସହିତ ଖୁସିର ମୁହୂର୍ତ୍ତ ବିତାଇବେ । ବ୍ୟବସାୟରେ ପ୍ରଗତି ପାଇଁ ଅନେକ ସୁବର୍ଣ୍ଣ ସୁଯୋଗ ପାଇବେ | କର୍ମକ୍ଷେତ୍ରରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ସମର୍ଥ ହେବେ । ମାନସିକ ଶାନ୍ତି ବଜାୟ ରହିବ ।

ତୁଳା- ଦିନଟିରେ ଆର୍ଥିକ ଉନ୍ନତି ହେବ | କୌଣସି ଇଚ୍ଛା ପୂରଣ ହୋଇପାରେ। ଅବିବାହିତ ଲୋକଙ୍କ ପାଇଁ ଦିନଟି ଭଲ ଅଟେ । ବିବାହ ପ୍ରସ୍ତାବ ପାଇବାର ମଧ୍ୟ ସମ୍ଭାବନା ଅଛି । ଆକସ୍ମିକ ଅର୍ଥ ଲାଭ ରହିଛି। ବିଦ୍ୟାର୍ଥୀ ମାନେ ଲାଭବାନ ହେବେ ।

ବିଛା- କିଛି କାମ ପାଇଁ ଯାତ୍ରା କରିବାକୁ ପଡ଼ିବ | ମାନସିକ ବିଭ୍ରାଟ ହେତୁ କାର୍ଯ୍ୟରେ ଧ୍ୟାନ ଦେବାରେ ଅସୁବିଧା ହେବ । ନିଜ ସାଥୀଙ୍କୁ ହୃଦୟର ଜିନିଷ ଲୁଚାନ୍ତୁ ନାହିଁ । ଚାକିରି ବୃତ୍ତିରେ ବୟସ୍କମାନଙ୍କ ସହଯୋଗ ମିଳିବ। ବିଦ୍ୟାର୍ଥୀ ଲାଭବାନ ହେବେ ।

ଧନୁ- ନିଜକୁ ଶକ୍ତିରେ ପରିପୂର୍ଣ୍ଣ ଅନୁଭବ କରିବେ। ଆପଣ ଯାହା ବି କାମ କରନ୍ତି, ସମୟ ପୂର୍ବରୁ ଏହା ସମାପ୍ତ ହେବ। କର୍ମ କ୍ଷେତ୍ରରେ ଅଭିଜ୍ଞତାରୁ ଲାଭ ମିଳିବ। ଭ୍ରମଣ ଯୋଗ ରହିଛି। ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିବ ।

ମକର- ପରିବାର ସଦସ୍ୟଙ୍କ ସହିତ ସର୍ବାଧିକ ସମୟ ବିତାଇବାକୁ ଏକ ସୁଯୋଗ ପାଇବେ । ରାଜନୈତିକ ବ୍ୟକ୍ତିମାନେ ସମାଜରେ ଏକ ଭଲ ଭାବମୂର୍ତ୍ତି ପାଇବେ। ବ୍ୟବସାୟ ସନ୍ତୋଷ ଜଣକ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । 

କୁମ୍ଭ- ମିଶ୍ରିତ ଫଳାଫଳ ଆସିବ, ଯାହା ଆପଣଙ୍କ ସପକ୍ଷରେ ରହିବ। ଅଦରକାରୀ କାର୍ଯ୍ୟକଳାପରେ ଆପଣଙ୍କର ସମୟ ଏବଂ ଶକ୍ତି ନଷ୍ଟ କରନ୍ତୁ ନାହିଁ । ନିଷ୍ପତ୍ତି ଉପରେ ଉପଯୁକ୍ତ ଧ୍ୟାନ ଦିଅ । ଆର୍ଥିକ ଚିନ୍ତାରେ ରହିପାରନ୍ତି ।

ମୀନ- ଦିନଟି ଏତେ ଭଲ ଫଳ ପ୍ରଦାନ କରିବ ନାହିଁ । ଅଙ୍ଗରେ ସାମାନ୍ୟ ଆଘାତ ଲାଗିବାର ଆଶଙ୍କା ରହିଛି । ବିଦ୍ୟାର୍ଥୀମାନେ ଅଳସୁଆ ହେବେ । କୌଣସି ସ୍ଥାନରେ ମାନହାନି ହେବାର ସମ୍ଭାବନା ରହିଛି। କର୍ତ୍ତବ୍ୟ ପରାୟଣ ହେଲେ ମଧ୍ୟ କାର୍ଯ୍ୟ ବିଳମ୍ବରେ ସମ୍ପାଦିତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.