ଜୁଲାଇ ୨୯ ତାରିଖ, ସୋମବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | July 29, 2024 IST

ମେଷ - ଆଶାବାଦୀ ହୋଇ ରହିବେ । ମନ ଉତ୍ସାହିତ ରହିବା ସହ ପରିବାରରେ ନୂତନ କର୍ମ ଆରମ୍ଭ ହେବ। ବ୍ୟବସାୟ ରେ ମଧ୍ୟମ ଫଳ ପ୍ରାପ୍ତି ହେବ। ଅଟକିଥିବ କାର୍ଯ୍ୟ ର ସମାପ୍ତି ହେବ ଚାକିରିରେ କର୍ମକ୍ଷେତ୍ରରେ ଅଧିକ କଠିନ ପରିଶ୍ରମ ହେବ ।

ବୃଷ - ଶ୍ରୀ ଚନ୍ଦ୍ର ହେତୁ ସମ୍ମାନ ପ୍ରାପ୍ତି ର ଯୋଗରହିଛି । ଈଶ୍ୱର ବିଶ୍ୱାସୀ ହେବେ ।ମନ ପ୍ରଫୁଲ୍ଲ ଓ ଉତ୍ସାହିତ ରହିବ । କର୍ମ କ୍ଷେତ୍ର ରେ ସର୍ବଜନ ପ୍ରିୟ ହେବେ । ବ୍ୟବସାୟ ସମ୍ବନ୍ଧୀୟ ବିଷୟ ପ୍ରତି ସାବଧାନ ରୁହନ୍ତୁ । ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା କିଛି ନୂତନ କାର୍ଯ୍ୟ ସମ୍ପନ୍ନ ହେବ ।

ମିଥୁନ - ଦ୍ଵାଦଶ ଚନ୍ଦ୍ର କୃଷ୍ଣ ପକ୍ଷ ହେତୁ କାର୍ଯ୍ୟ ହାନି ହୋଇ ପାରେ । ଅରେ ଆଘାତ ଲାଗିବା ଭଳି ସମସ୍ୟା ଦେଖା ଦେଇ ପାରେ । ସାବଧାନ ତା ର ସହ କାର୍ଯ୍ୟ କଲେ ସର୍ବ ମଙ୍ଗଳ ହେବ ।ଘରେ ଆପଣଙ୍କ ବିଷୟରେ ସକାରାତ୍ମକ ଚିତ୍ର ସୃଷ୍ଟି ହେବ ଯାହା ଆପଣଙ୍କ ପାଇଁ ସହାୟକ ହେବ ।

କର୍କଟ - ଏକାଦଶ ଚନ୍ଦ୍ର ରହିଥିବାରୁ ଦିନଟି ଆପଣଙ୍କୁ ଭଲ ଫଳ ଦେବ । ଚାକିରି କ୍ଷେତ୍ର ରେ କ୍ଷମତା ବୃଦ୍ଧି ହେବ ।ଜୟ ଲାଭ କରିବେ । ପଦୋନ୍ନତି ର ଯୋଗ ରହିଛି । ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିବାର ସହିତ ସମୟ ଅତିବାହିତ କରିବେ ।

ସିଂହ - ଅଧିକ ଆୟ ର ଯୋଗ ରହିଛି ଯାହା ଫଳ ରେ ମାନସିକ ଓ ଶାରୀରିକ ସ୍ତରରେ ଆପଣ ମଜବୁତ ରହିବେ । ଘରକୁ ନୂତନ ବନ୍ଧୁଙ୍କ ଆଗମନ ହୋଇ ପାରେ । ଧନ ସଞ୍ଚୟ କରିବା ପାଇଁ ଦିନ ଟି ଉତ୍ତମ ରହିଛି । ଛାତ୍ର ଛାତ୍ରୀ ଙ୍କ ପାଇଁ ଦିନ ଟି ଉତ୍ତମ ରହିଛି ।

କନ୍ୟା - ନବମ ଚନ୍ଦ୍ର ରହିଥିବାରୁ କାର୍ଯ୍ୟ କ୍ଷେତ୍ର ରେ ନୀରବ ରୁହନ୍ତୁ ।କଳହ ର ସମ୍ଭାବନା ରହିଛି । ଅତିଥିମାନେ ଘରକୁ ଆସିବେ ।ମାନସିକ ଚାପ ସ୍ୱାସ୍ଥ୍ୟକୁ ଖରାପ କରିପାରେ । ଟଙ୍କା କାରବାରରେ ଅଧିକ ସତର୍କ ରୁହନ୍ତୁ । ଦିନଟି ଏତେ ଶୁଭ ଫଳ ପ୍ରଦାନ କରିବ ନାହିଁ ।

ତୁଳା - ନିରାଶ୍ରୟ ହେବାକୁ ପଡ଼ି ପାରେ ମାନସିକ ଅଶାନ୍ତି ଓ ଶାରୀରିକ ପୀଡା ହେବାର ସମ୍ଭାବନା ରହିଛି । ବ୍ୟବସାୟ ରେ କ୍ଷତି ସହିବର ସମ୍ଭାବନା ରହିଛି । ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା କୁ ନେଇ ଚିନ୍ତା ରେ ରହିବେ । ପରିବାର ରେ ସୁଖ ସନ୍ତୋଷ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ ।

ବିଛା - ସମ୍ପ୍ତମ ଚନ୍ଦ୍ର କାଳ ଭୋଗ ହେତୁ ଦିନଟି ରେ କର୍ମ ଚଞ୍ଚଳ ହୋଇ କାର୍ଯ୍ୟ କରିବେ । ଚାକିରି ରେ ମଧ୍ୟମ ଫଳ ପ୍ରାପ୍ତ ହେବ । ବ୍ୟବସାୟରେ ଆଜି ଆପଣଙ୍କୁ ଆଶା ଅନୁସାରେ ଫଳ ପ୍ରାପ୍ତି ହେବ ତଥାପି ଘାତଚନ୍ଦ୍ର ହେତୁ ଯାନବାହାନ ରେ ସତର୍କତା ଅବଲମ୍ବନ କରନ୍ତୁ ।

ଧନୁ - ଷଷ୍ଠ ଚନ୍ଦ୍ର ରହିଥିବାରୁ ଆସନ୍ତାକାଲି ଆପଣଙ୍କୁ ବନ୍ଧୁ ମାନଙ୍କ ସହଯୋଗ ମିଳିବ। ଆତ୍ମ ବିଶ୍ୱାସୀ ହେବେ । କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି ହେବ । ଧର୍ଯୋବାନ ହେବାକୁ ଚେଷ୍ଟା କରନ୍ତୁ । ଦାମ୍ପତ୍ୟ ଜୀବନରେ କିଛିକୁ ପ୍ରଭାବ ପଡ଼ି ପାରେ । ବିବିଧ ସୁଖ ପ୍ରାପ୍ତି ର ଯୋଗ ରହିଛି ।

ମକର - ରାଶିରେ ପଞ୍ଚମ ଚନ୍ଦ୍ର ରହିଥିବାରୁ କୌଣସି ବି କାରଣରୁ ମନ ଦୁଃଖ ରହିବ ।ଚାକିରି କ୍ଷେତ୍ରରେ ସାମାନ୍ୟ ଅସୁବିଧା ଦେଖା ଦେବ । ଦମ୍ପତିଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିବ । ବାୟୁ ଜନିତ ସମସ୍ୟା ଦେଖା ଦେବ ।। ଛାତ୍ର ଛାତ୍ରୀ ମାନେ ଏତେ ଉତ୍ତମ ଫଳ ପ୍ରାପ୍ତ କରିବେ ନାହିଁ ।

କୁମ୍ଭ - ଆକସ୍ମିକ କଳହ ଯୋଗୁଁ ବ୍ୟସ୍ତତା ବଢିବ । ମନରେ ଥିବା ଅହଂ ଭାବ କୁ ଦୂରେଇ ରଖନ୍ତୁ ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ । କୌଣସି ଅଜଣା ଲୋକଙ୍କ ସହ କଳହ ହୋଇପାରେ । ସ୍ବାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ ।ଜମିଜମା କୁ ନେଇ କିଛି ଅସୁବିଧା ଦେଖା ଦେଇ ପାରେ ।

ମୀନ - ରାଜ ସମ୍ମାନ ପ୍ରାପ୍ତି ର ଯୋଗରହିଛି । ସ୍ବାସ୍ଥ୍ୟ ଅବସ୍ଥା ରେ ଉନ୍ନତି ଘଟିବ । ବ୍ୟୟ ଠାରୁ ଆୟ ଅଧିକ ପରିମାଣ ରେ ହେବ ।ପୁରୁଣା ବନ୍ଧୁ ଙ୍କୁ ପାଇ ଖୁସି ଅନୁଭବ କରିବେ ।ଶାରୀରିକ ଓ ମାନସିକ ସ୍ତରରେ ନିଜକୁ ସଞ୍ଜମ ରଖିବେ । କର୍ମ କ୍ଷେତ୍ରରେ ସମ୍ମାନ ପ୍ରାପ୍ତି ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.