ମେଷ- ଦିନଟି ବହୁତ ଭଲ ରହିଛି । ଅନ୍ୟକୁ ସାହାଯ୍ୟ କରିବେ। ସମୟ ସହିତ ତାଳ ଦେଇ ଚଳିବେ । କିଛି ଜରୁରୀ କାର୍ଯ୍ୟ ପୂର୍ଣ୍ଣ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ବିଶେଷ ଭଲ ରହିଛି । ଦୁର୍ଜନଙ୍କ ଠାରୁ ଦୂରେଇ ରୁହନ୍ତୁ। ପାରିବାରିକ ସମସ୍ୟା ଉପୁଜିପାରେ ।
ବୃଷ- ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ବାଦ-ବିବାଦ ଲାଗିପାରେ। ମନୋବଳ ହ୍ରାସ ପାଇବ। କର୍ମ କ୍ଷେତ୍ରରେ ପ୍ରତିବନ୍ଧକର ଯୋଗ ରହିଛି। ବ୍ୟବସାୟରେ ସଫଳତା ମିଳିବ । ଖାଦ୍ୟ ପେୟରେ ସଂଯମତା ରକ୍ଷା କରନ୍ତୁ । ମାନସିକ ସ୍ତରରେ କିଛି ମାତ୍ରାରେ ଦ୍ବେଷ ଦେଖା ଦେବ ।
ମିଥୁନ- କାର୍ଯ୍ୟ କ୍ଷେତ୍ରରେ ନିଜକୁ ବ୍ୟସ୍ତ ରଖିବେ। ଅଟକିଥିବା କାର୍ଯ୍ୟ ପୁନଃ ଆରମ୍ଭ କରିବେ । ଛାତ୍ରଛାତ୍ରୀମାନେ ନିଜ କାର୍ଯ୍ୟରେ ମନୋନିବେଶ କରିବେ। ଦମ୍ପତିମାନଙ୍କ ପାଇଁ ଦିନଟି ବ୍ୟସ୍ତ ବହୁଳ ରହିବ । ପୁରୁଣା ସମ୍ପର୍କ ପୁଣି ଯୋଡ଼ି ହେବ। କୌଣସି କଥାକୁ ନେଇ ସାମାନ୍ୟ ବିବ୍ରତ ହେବେ ।
କର୍କଟ- କର୍କଟ ରାଶିର ଘାତ ଚନ୍ଦ୍ର। ଦିନଟି ମଧ୍ୟମ ଫଳ ଦେବ। କୁଚିନ୍ତା ମନରୁ ଦୂରୀଭୂତ କରନ୍ତୁ । ଧନ ଲାଭର ଯୋଗ ରହିଛି । ଖର୍ଚ୍ଚ ମଧ୍ୟ ଅଧିକ ହୋଇପାରେ । ଛାତ୍ର ଛାତ୍ରୀମାନେ ଭବିଷ୍ୟତ ଚିନ୍ତାରେ ରହିବେ ।
ସିଂହ- ଭାଗ୍ୟ ଆପଣଙ୍କ ସାଥ ଦେବ । ଶ୍ରୀ ଚନ୍ଦ୍ର ରହିଥିବାରୁ ଧନ ପ୍ରାପ୍ତି ଯୋଗ ରହିଛି । ବୈବାହିକ ସମ୍ପର୍କରେ ମନୋମାଳିନ୍ୟ ଦେଖିବାକୁ ମିଳିପାରେ। ଅଯଥା ଖର୍ଚ୍ଚରୁ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରନ୍ତୁ । ବିଦ୍ୟାର୍ଥୀମାନେ ଆଶାୟୀ ହେବେ । ଆର୍ଥିକ ଅନଟନର ସାମ୍ନା କରିବାକୁ ପଡ଼ିପାରେ ।
କନ୍ୟା- କିଛି ମାନସିକ ସମସ୍ୟା ଦେଖାଦେଇପାରେ । ମନୋବଳ ଦୃଢ଼ ରହିବେ । କାର୍ଯ୍ୟରେ ସଫଳତା ଡେରିରେ ମିଳିବ । ବିଦ୍ୟାର୍ଥୀମାନେ ପାଠରେ ମନୋନିବେଶ କରିବେ ନାହିଁ। ପରିବାରରେ ମନୋମାଳିନ୍ୟ ଲାଗି ରହିବ। ଅପରାହ୍ନରେ ବନ୍ଧୁଙ୍କ ଆଗମନ ହେତୁ ସୁସମ୍ବାଦ ପାଇବେ । ଅନ୍ୟ ମନସ୍କ ହେତୁ କାର୍ଯ୍ୟରେ ବ୍ୟତିକ୍ରମ ହେବ।
ତୁଳା- ଉଦାର ମନୋଭାବ ରହିବ । କାର୍ଯ୍ୟ କ୍ଷେତ୍ରରେ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି । ଉଚ୍ଚପଦସ୍ଥ ଅଧିକାରୀଙ୍କ ଠାରୁ ସାହାଯ୍ୟ ପ୍ରାପ୍ତ ହେବା । ଆର୍ଥିକ ସ୍ଥିତି ସୁଦୃଢ ହେବ । ବନ୍ଧୁମାନଙ୍କ ସହଯୋଗ ମିଳିବ । ପରିବାରରେ ଚାଲିଥିବା ସମସ୍ୟାର ସମାଧାନ ହୋଇଯିବ । ବିଦ୍ୟାର୍ଥୀମାନେ ଚଞ୍ଚଳ ହେବେ ।
ବିଛା- ବିରୋଧୀମାନେ ହଇରାଣ କରିବାକୁ ପ୍ରୟାସ କରିବେ। ଏକାଧିକ କାର୍ଯ୍ୟ ହାତକୁ ନେଇ ବିବ୍ରତ ହେବେ। କର୍ମ କ୍ଷେତ୍ରରେ ସାବଧାନ ଅବଲମ୍ବନ କରନ୍ତୁ ନହେଲେ ବିବାଦକୁ ଆସିବେ। ଆର୍ଥିକ ଅନଟନ ଦେଖାଦେଇପାରେ। ବିଦ୍ୟାର୍ଥୀମାନେ ଅବହେଳିତ ହେବେ । କାର୍ଯ୍ୟ ବ୍ୟସ୍ତରେ ରହିବେ, ଲୋକ ସମ୍ପର୍କ ବୃଦ୍ଧି ପାଇବ ।
ଧନୁ- ଇଚ୍ଛା କରିଥିବା ଜିନିଷକୁ ପ୍ରାପ୍ତ କରିପାରନ୍ତି । କର୍ମ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ। ପୂଜାରେ ମନୋନିବେଶ କରିବେ । ମନ ଧ୍ୟାନ ଦେଇ କାର୍ଯ୍ୟ କଲେ ନିଶ୍ଚିନ୍ତ ସଫଳତା ମିଳିବ। ଲୋନ୍ ଚିନ୍ତାରେ ଚିନ୍ତିତ ହେବେ । ଛାତ୍ରୀମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ସ୍ବାସ୍ଥ୍ୟରେ ଅବନତି ଦେଖାଦେବାର ସମ୍ଭାବନା ରହିଛି ।
ମକର- ଦିନରେ କିଛି ବାଧା ବିଘ୍ନ ଦେଖାଦେଇପାରେ । କର୍ମ କ୍ଷେତ୍ରରେ ଚାପ ସୃଷ୍ଟି ହେବ । ବ୍ୟବସାୟରେ ହାନି ହେବାର ସମ୍ଭାବନା ରହିଛି । କରିଥିବା ଆର୍ଥିକ ଯୋଜନାରୁ ଲାଭ ପାଇବେ। ବିଦ୍ୟାର୍ଥୀମାନେ ପାଠରେ ମନୋନିବେଶ କରିବେ ନାହିଁ। ଶାରୀରିକ ଦୁର୍ବଳତା ହେତୁ ମନୋବଳ ଭାଙ୍ଗିବ ।
କୁମ୍ଭ- ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ନୂତନ କାର୍ଯ୍ୟ କିମ୍ବା ବ୍ୟବସାୟ ଆରମ୍ଭ କରିପାରନ୍ତି । ଚାକିରିରେ ପଦୋନ୍ନତି ଘଟିବ । ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗର ହିଛି । ମାନ- ସମ୍ମାନ ମିଳିବ । ଭାବିଚିନ୍ତି କାର୍ଯ୍ୟ ନିଷ୍ପତ୍ତି ନିଅନ୍ତୁ । ମିତ୍ର ଲାଭ ର ଯୋଗ ରହିଛି । ଶିଳ୍ପ ଓ ପରିବହନ କ୍ଷେତ୍ରରେ ଉନ୍ନତି । ବିଦ୍ୟାର୍ଥୀ ଲାଭବାନ ହେବେ ।
ମୀନ- ଦିନଟି ଆପଣଙ୍କୁ ମଧ୍ୟମ ଫଳ ପ୍ରାପ୍ତ କରାଇବ। ନିର୍ଣ୍ଣୟ ଆପଣଙ୍କ ପକ୍ଷରେ ରହିବ । ଖାଦ୍ୟପେୟରେ ଅନିୟମିତତା ହେତୁ ସ୍ବାସ୍ଥ୍ୟ ହାନି ହେବ । ସାମାନ୍ୟ ମାନସିକ ଅଶାନ୍ତି ଦେଖା ଦେବ । କିନ୍ତୁ ନିଜ ନିୟନ୍ତ୍ରଣ ଯୋଗୁଁ ତାହା ଆପଣ ସମାଧାନ କରିବାକୁ ସକ୍ଷମ ହେବେ। ବ୍ୟବସାୟରେ ଲାଭ କ୍ଷତି ଲାଗି ରହିବ । ସମସ୍ୟା ଆସିଲେ ସରଳ ସମାଧାନ ଖୋଜନ୍ତୁ ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ - 8249826682