ଅପ୍ରେଲ୍ ୧୯ ତାରିଖ ଶୁକ୍ରବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | April 19, 2024 IST

ମେଷ- ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବ । ଧନ ପ୍ରାପ୍ତିର ଯୋଗ ରହିଛି । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଗୃହରେ ଆନନ୍ଦର ମହୋଲ ଦେଖାଯିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟବସାୟ ମଧ୍ୟମ ଫଳ ଦେବ ।

ବୃଷ- ମାନହାନି ହେବା ସହ ଅଙ୍ଗରେ ଆଘାତ ଲାଗିପାରେ । ମାନସିକ ଅଶାନ୍ତି କିଛି ମାତ୍ରାରେ ଦେଖାଦେବ । ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଖୁବ ଭଲ ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି କଷ୍ଟ ଦାୟକ ହେବ ।

ମିଥୁନ- ଦିନଟି ଉତ୍ତମ ଫଳ ଦେବ । ମନ ପ୍ରଫୁଲ୍ଲ ରହିବ । ନୂତନ ଯାନବାହାନ କ୍ରୟ କରିପାରନ୍ତି । ଅର୍ଥପ୍ରାପ୍ତିର ଯୋଗ ରହିଛି । ବ୍ୟବସାୟରେ ବୃଦ୍ଧି ହେବ । ପରିବାରରେ କିଛି ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ ।

କର୍କଟ- ସ୍ଵାସ୍ଥ୍ୟଗତ ସମସ୍ୟା ଯୋଗୁଁ ଖର୍ଚ୍ଚାନ୍ତ ହେବେ । ଚାକିରି କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ମନ ଅଶାନ୍ତ ରହିବ। ଧୈର୍ଯ୍ୟହରା ହୁଅନ୍ତୁ ନାହିଁ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ । ବିଦ୍ୟାର୍ଥୀମାନେ ବନ୍ଧୁଙ୍କୁ ପାଇ ଖୁସି ହେବେ ।

ସିଂହ- ମନ ପ୍ରଫୁଲ୍ଲ ଓ ଉତ୍ସାହିତ ରହିବ । ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ  । ସନ୍ତାନଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତାରେ ପଡ଼ିପାରନ୍ତି । ସମ୍ପତ୍ତିରେ ବୃଦ୍ଧି ହୋଇପାରେ । ବ୍ୟବସାୟରେ ସାମାନ୍ୟ ମାନ୍ଦାବସ୍ଥା ଦେଖାଦେବ । ବିଦ୍ୟାର୍ଥୀମାନେ ନୂତନ ପ୍ରୟାସ କରିବେ। 

କନ୍ୟା-  ଦିନଟି ଏତେ ମାତ୍ରାରେ ଭଲ ଫଳ ଦେବ ନାହିଁ । କାର୍ଯ୍ୟ କ୍ଷେତ୍ରରେ ଦ୍ଵନ୍ଦ ଲାଗି ରହିବ । ମିତ୍ରଙ୍କ ସହଯୋଗ ମିଳିବ, ହେଲେ ମଧ୍ୟ ବ୍ୟବସାୟରେ ଅଧିକ ପରିଶ୍ରମ ଯୋଗ ରହିଛି । ପରିବାରରେ କଳହ ହୋଇପାରେ ।

ତୁଳା- ଦିନଟି ଉତ୍ତମ ଫଳ ଦେବ । କାର୍ଯ୍ୟ କ୍ଷେତ୍ରରେ ତତ୍ପର ହେବେ । ଆୟ ବୃଦ୍ଧି ହେବ । ପୁରୁଣା ମିତ୍ରଙ୍କୁ ଭେଟି ଆନନ୍ଦ ପାଇବେ । ଅର୍ଥ ନିବେଶ କରିବା ପାଇଁ ଦିନଟି ଉତ୍ତମ ରହିଛି । ବିଦ୍ୟାର୍ଥୀମାନେ ଲାଭବାନ ହେବେ ।

ବିଛା- ନିଜକୁ ଦୃଢ଼ ରଖିଲେ ଦିନଟି ବହୁତ ଭଲରେ କଟିବ । ଉନ୍ନତିର ନୂଆ ବାଟ ଦେଖାଯିବ ।  ଆୟ ବୃଦ୍ଧି ହେବ । ନୂତନ କାର୍ଯ୍ୟ କିମ୍ବା ବ୍ୟବସାୟ ପାଇଁ ଦିନଟି ବହୁତ ଭଲ ରହିଛି ।  ଛାତ୍ରଛାତ୍ରୀମାନେ ମନରେ ବିଶ୍ୱାସ ରଖନ୍ତୁ ।

ଧନୁ-  ଦିନଟି ମଧ୍ୟମ ଫଳ ଦେବ । ଅଟକିଥିବ କାର୍ଯ୍ୟର ପୁନଃ ଆରମ୍ଭ ହେବ । ପତି ପତ୍ନୀଙ୍କ ମଧ୍ୟରେ ସହଯୋଗ ଦେଖିବାକୁ ମିଳିବ । ମିତ୍ରଙ୍କ ଦ୍ଵାରା ଆୟ ଯୋଗ ମଧ୍ୟ ରହିଛି । ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ ।

ମକର- ଘାତ ଚନ୍ଦ୍ର ରହିଥିବାରୁ କିଛି ମାନସିକ ସମସ୍ୟା ଦେଖା ଦେଇପାରେ । ମନୋବଳ ଦୃଢ଼ ରହିବେ । କାର୍ଯ୍ୟରେ ସଫଳତା ଡେରିରେ ମିଳିବ । ବିଦ୍ୟାର୍ଥୀମାନେ ପାଠରେ ମନୋନିବେଶ କରିବେ । ପରିବାରରେ ମନୋମାଳିନ୍ୟା ଲାଗି ରହିବ  ।

କୁମ୍ଭ- ଆନନ୍ଦ ଉତ୍ସାହର ସହିତ ଦିନଟି ଅତିବାହିତ ହେବ । ଧନ ପ୍ରାପ୍ତି ଯୋଗ ରହିଛି । ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଦେଇଥିବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ଯୋଗ ଅଛି । ପ୍ରେମ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟରେ ଲାଭ ଯୋଗ ରହିଛି ।

ମୀନ- ଦିନଟି ଉତ୍ତମ ଫଳ ଦେବ । ମନ ପ୍ରସନ୍ନ ରହିବ । ବ୍ୟବସାୟରେ ବୃଦ୍ଧି ହେବ । ଅଧିକ ପରିଶ୍ରମ ମଧ୍ୟ କରିବାକୁ ପଡ଼ିପାରେ । ଭ୍ରମଣ ଯୋଗ ରହିଛି । ପରିବାରରେ ଶତ୍ରୁ ଭୟ ଦେଖା ଦେଇପାରେ । ବିଦ୍ୟାର୍ଥୀମାନେ ଉଚ୍ଚାଭିଳାସୀ ହେବେ ।

 

ଶ୍ରୀ ସିଦ୍ଧାର୍ଥ ଶେଖର ନାୟକଜ୍ୟୋତିର୍ବିଦ୍‌ଯାଜପୁର

ଯୋଗାଯୋଗ - 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.