ଅଗଷ୍ଟ ୦୮ ତାରିଖ, ଗୁରୁବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | August 08, 2024 IST

ମେଷ- ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବ। ଧନ ପ୍ରାପ୍ତିର ଯୋଗ ରହିଛି। ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଗୃହରେ ଆନନ୍ଦର ମହୋଲ ଦେଖାଯିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟବସାୟ ମଧ୍ୟମ ଫଳ ଦେବ ।

ବୃଷ- ମାନ ହାନି ହୋଇପାରେ। ଅଙ୍ଗରେ ଆଘାତ ଲାଗି ପାରେ । ମାନସିକ ଅଶାନ୍ତି କିଛି ମାତ୍ରାରେ ଦେଖାଦେବ। ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଖୁବ ଭଲ ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଦିନଟି କଷ୍ଟ ଦାୟକ ହେବ ।

ମିଥୁନ- ଦିନଟି ଉତ୍ତମ ଫଳ ଦେବ । ମନ ପ୍ରଫୁଲ୍ଲ ରହିବ । ନୂତନ ଯାନବାହାନ କ୍ରୟ କରିପାରନ୍ତି । ଅର୍ଥ ପ୍ରାପ୍ତିର ଯୋଗ ରହିଛି । ବ୍ୟବସାୟରେ ବୃଦ୍ଧି ହେବ । ପରିବାରରେ କିଛି ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ।

କର୍କଟ- ସ୍ଵାସ୍ଥ୍ୟଗତ ସମସ୍ୟା ଯୋଗୁଁ ଖର୍ଚ୍ଚାନ୍ତ ହେବେ। ଚାକିରି କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ମନ ଅଶାନ୍ତି ରହିବ। ଧର୍ଯୋହରା ହୁଅନ୍ତୁ ନାହିଁ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ । ବିଦ୍ୟାର୍ଥୀମାନେ ବନ୍ଧୁଙ୍କୁ ପାଇ ଖୁସି ହେବେ ।

ସିଂହ- ମନ ପ୍ରଫୁଲ୍ଲ ଓ ଉତ୍ସାହିତ ରହିବ। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ସନ୍ତାନଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତାରେ ପଡ଼ିପାରନ୍ତି। ସମ୍ପତିରେ ବୃଦ୍ଧି ହୋଇପାରେ । ବ୍ୟବସାୟରେ ସାମାନ୍ୟ ମାନ୍ଦାବସ୍ଥା ଦେଖାଦେବ । ବିଦ୍ୟାର୍ଥୀମାନେ ନୂତନ ପ୍ରୟାସ କରିବେ। 

କନ୍ୟା- ଦିନଟି ଏତେ ମାତ୍ରାରେ ଭଲ ଫଳ ଦେବ ନାହିଁ । କାର୍ଯ୍ୟ କ୍ଷେତ୍ରରେ ଦ୍ଵନ୍ଦ ଲାଗି ରହିବ । ମିତ୍ରଙ୍କ ସହଯୋଗ ମିଳିବ, ହେଲେ ମଧ୍ୟ ବ୍ୟବସାୟରେ ଅଧିକ ପରିଶ୍ରମର ଯୋଗ ରହିଛି। ପରିବାରରେ କଳହ ହୋଇପାରେ ।

ତୁଳା- ଦିନଟି ଉତ୍ତମ ଫଳ ଦେବ। କାର୍ଯ୍ୟ କ୍ଷେତ୍ରରେ ତତ୍ପର ହେବେ। ଆୟ ବୃଦ୍ଧି ହେବ । ପୁରୁଣା ମିତ୍ରଙ୍କୁ ଭେଟି ଆନନ୍ଦ ପାଇବେ। ଅର୍ଥ ନିବେଶ କରିବା ପାଇଁ ଦିନଟି ଉତ୍ତମ ରହିଛି । ବିଦ୍ୟାର୍ଥୀମାନେ ଅନେକ ଲାଭବାନ ହେବେ ।

ବିଛା- ନିଜକୁ ଦୃଢ଼ ରଖିଲେ ଦିନଟି ବହୁତ୍ ଭଲରେ କଟିବ । ଉନ୍ନତିର ନୂଆ ବାଟ ଦେଖାଯିବ । ଆୟ ବୃଦ୍ଧି ହେବ । ନୂତନ କାର୍ଯ୍ୟ କିମ୍ବା ବ୍ୟବସାୟ ପାଇଁ ଦିନଟି ବହୁତ୍ ଭଲ ରହିଛି । ଛାତ୍ର ଛାତ୍ରୀମାନେ ମନରେ ବିଶ୍ୱାସ ରଖନ୍ତୁ ।

ଧନୁ- ଦିନଟି ମଧ୍ୟମ ଫଳ ଦେବ । ଅଟକିଥିବା କାର୍ଯ୍ୟର ପୁନଃଆରମ୍ଭ ହେବ । ପତି ପତ୍ନୀଙ୍କ ମଧ୍ୟରେ ସହଯୋଗ ଦେଖିବାକୁ ମିଳିବ । ମିତ୍ରଙ୍କ ଦ୍ଵାରା ଆୟର ଯୋଗ ରହିଛି । ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ ।

ମକର- ଘାତ ଚନ୍ଦ୍ର ରହିଥିବାରୁ କିଛି ମାନସିକ ସମସ୍ୟା ଦେଖା ଦେଇପାରେ । ମନୋବଳ ଦୃଢ଼ ରହିବେ । କାର୍ଯ୍ୟରେ ସଫଳତା ଡେରିରେ ମିଳିବ । ବିଦ୍ୟାର୍ଥୀମାନେ ପାଠରେ ମନୋନିବେଶ କରିବେ। ପରିବାରରେ ମନୋମାଳିନ୍ୟା ଲାଗି ରହିବ ।

କୁମ୍ଭ- ଆନନ୍ଦ ଉତ୍ସାହର ସହିତ ଦିନଟି ଅତିବାହିତ ହେବ । ଧନ ପ୍ରାପ୍ତି ଯୋଗ ରହିଛି । ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଦେଇଥିବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ଯୋଗ ଅଛି । ପ୍ରେମ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟରେ ଲାଭ ଯୋଗ ରହିଛି ।

ମୀନ- ଦିନଟି ଉତ୍ତମ ଫଳ ଦେବ । ମନ ପ୍ରସନ୍ନ ରହିବ । ବ୍ୟବସାୟରେ ବୃଦ୍ଧି ହେବ । ଅଧିକ ପରିଶ୍ରମ ମଧ୍ୟ କରିବାକୁ ପଡିପାରେ । ଭ୍ରମଣ ଯୋଗ ରହିଛି । ପରିବାରରେ ଶତ୍ରୁ ଭୟ ଦେଖାଦେଇପାରେ। ବିଦ୍ୟାର୍ଥୀ ମାନେ ଉଚ୍ଚାଭିଳାସୀ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.