ମେ' ୨୪ ତାରିଖ, ଶୁକ୍ରବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | May 24, 2024 IST

ମେଷ - ମନ ଉତ୍ସାହିତ ରହିବା ସହ ପରିବାରରେ ନୂତନ କର୍ମ ଆରମ୍ଭ ହେବ। ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତି ହେବ। ଅଟକିଥିବା କାର୍ଯ୍ୟର ସମାପ୍ତି ହେବ। ଚାକିରିରେ କର୍ମକ୍ଷେତ୍ରରେ ଅଧିକ କଠିନ ପରିଶ୍ରମ ହେବ। ଜୀବନ ମଧ୍ୟ ଅସଂଗଠିତ ହେବ।

ବୃଷ - ଶ୍ରୀ ଚନ୍ଦ୍ର ରହିଥିବାରୁ ମନ ପ୍ରଫୁଲ୍ଲ ଓ ଉତ୍ସାହିତ ରହିବ। କର୍ମ କ୍ଷେତ୍ରରେ ସର୍ବଜନ ପ୍ରିୟ ହେବେ। ବ୍ୟବସାୟ ସମ୍ବନ୍ଧୀୟ ବିଷୟ ପ୍ରତି ସାବଧାନ ରୁହନ୍ତୁ। ବିଦ୍ୟାର୍ଥୀମାନଙ୍କ ଦ୍ଵାରା କିଛି ନୂତନ କାର୍ଯ୍ୟ ସମ୍ପନ୍ନ ହେବ।

ମିଥୁନ - ଦ୍ଵାଦଶ ଚନ୍ଦ୍ର ହେତୁ ଆଶାବାଦୀ ହେବେ। ଅଙ୍ଗରେ ଆଘାତ ଲାଗିବା ଭଳି ସମସ୍ୟା ଦେଖା ଦେଇପାରେ। ସାବଧାନତାର ସହ କାର୍ଯ୍ୟ କଲେ ସର୍ବ ମଙ୍ଗଳ ହେବ। ଘରେ ଆପଣଙ୍କ ବିଷୟରେ ସକାରାତ୍ମକ ଚିତ୍ର ସୃଷ୍ଟି ହେବ ଯାହା ଆପଣଙ୍କ ପାଇଁ ସହାୟକ ହେବ।

କର୍କଟ - ଆଜି ଏକାଦଶ ଚନ୍ଦ୍ର ରହିଥିବାରୁ ଆଜି ଦିନଟି ଆପଣଙ୍କୁ ଭଲ ଫଳ ଦେବ। ଚାକିରି କ୍ଷେତ୍ରରେ କ୍ଷମତା ବୃଦ୍ଧି ହେବ। ଜୟଲାଭ କରିବେ। ପଦୋନ୍ନତିର ଯୋଗ ରହିଛି। ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିବାର ସହିତ ସମୟ ଅତିବାହିତ କରିବେ।

ସିଂହ - ଅଧିକ ଆୟର ଯୋଗ ରହିଛି। ଯାହା ଫଳରେ ମାନସିକ ଓ ଶାରୀରିକ ସ୍ତରରେ ଆପଣ ମଜବୁତ ରହିବେ। ଘରକୁ ନୂତନ ବନ୍ଧୁଙ୍କ ଆଗମନ ହୋଇପାରେ । ଧନ ସଞ୍ଚୟ କରିବା ପାଇଁ ଦିନ ଟି ଉତ୍ତମ ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ଦିନ ଟି ଉତ୍ତମ ରହିଛି।

କନ୍ୟା - ଶୁକ୍ଳ ପକ୍ଷ ନବମ ଚନ୍ଦ୍ର ରହିଥିବାରୁ କାର୍ଯ୍ୟ କ୍ଷେତ୍ରରେ ସଫଳ ହେବାର ସମ୍ଭାବନା ରହିଛି। ଅତିଥିମାନେ ଘରକୁ ଆସିବେ। ମାନସିକ ଚାପ ସ୍ୱାସ୍ଥ୍ୟକୁ ଖରାପ କରିପାରେ। ଟଙ୍କା କାରବାରରେ ଅଧିକ ସତର୍କ ରୁହନ୍ତୁ। ଦିନଟି ଏତେ ଶୁଭ ଫଳ ପ୍ରଦାନ କରିବ ।

ତୁଳା - ନିରାଶ୍ରୟ ହେବାକୁ ପଡ଼ିପାରେ। ମାନସିକ ଅଶାନ୍ତି ଓ ଶାରୀରିକ ପୀଡା ହେବାର ସମ୍ଭାବନା ରହିଛି। ବ୍ୟବସାୟରେ କ୍ଷତି ସହିବାର ସମ୍ଭାବନା ରହିଛି । ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା କୁ ନେଇ ଚିନ୍ତାରେ ରହିବେ।

ବିଛା - ସପ୍ତମ ଚନ୍ଦ୍ର କାଳ ଭୋଗ ହେତୁ ଦିନଟିରେ କର୍ମ ଚଞ୍ଚଳ ହୋଇ କାର୍ଯ୍ୟ କରିବେ। ଚାକିରିରେ ମଧ୍ୟମ ଫଳ ପ୍ରାପ୍ତ ହେବ। ବ୍ୟବସାୟରେ ଆଜି ଆପଣଙ୍କୁ ଆଶା ଅନୁସାରେ ଫଳ ପ୍ରାପ୍ତି ହେବ। ପରିବାର ସହ ସମୟ ଅତିବାହିତ କରିବେ। ଯାନବାହାନରେ ସତର୍କତା ଅବଲମ୍ବନ କରନ୍ତୁ।

ଧନୁ - ଷଷ୍ଠ ଚନ୍ଦ୍ର ରହିଥିବାରୁ ଆଜି ଆପଣଙ୍କୁ ବନ୍ଧୁମାନଙ୍କ ସହଯୋଗ ମିଳିବ। ଆତ୍ମବିଶ୍ୱାସୀ ହେବେ। କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି ହେବ। ଧର୍ଯ୍ୟବାନ ହେବାକୁ ଚେଷ୍ଟା କରନ୍ତୁ। ଦାମ୍ପତ୍ୟ ଜୀବନରେ କିଛି କୁ ପ୍ରଭାବ ପଡ଼ିପାରେ । ବିବିଧ ସୁଖ ପ୍ରାପ୍ତିର ଯୋଗ ରହିଛି ।

ମକର - ରାଶିରେ ପଞ୍ଚମ ଚନ୍ଦ୍ର ରହିଥିବାରୁ କୌଣସି ବି କାରଣ ରୁ ମନ ଦୁଃଖ ରହିବ। ଚାକିରି କ୍ଷେତ୍ରରେ ସାମାନ୍ୟ ଅସୁବିଧା ଦେଖା ଦେବ। ଦମ୍ପତିଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିବ। ବାୟୁ ଜନିତ ସମସ୍ୟା ଦେଖା ଦେବ। ଛାତ୍ରଛାତ୍ରୀମାନେ ଏତେ ଉତ୍ତମ ଫଳ ପ୍ରାପ୍ତ କରିବେ ନାହିଁ।

କୁମ୍ଭ - ଆକସ୍ମିକ କଳହ ଯୋଗୁଁ ବ୍ୟସ୍ତତା ବଢିବ। ମନରେ ଥିବା ଅହଂ ଭାବକୁ ଦୂରେଇ ରଖନ୍ତୁ। ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ । କୌଣସି ଅଜଣା ଲୋକଙ୍କ ସହ କଳହ ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ଜମିଜମାକୁ ନେଇ କିଛି ଅସୁବିଧା ଦେଖା ଦେଇପାରେ ।

ମୀନ - ରାଜ ସମ୍ମାନ ପ୍ରାପ୍ତିର ଯୋଗରହିଛି । ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟିବ। ବ୍ୟୟ ଠାରୁ ଆୟ ଅଧିକ ପରିମାଣରେ ହେବ। ପୁରୁଣା ବନ୍ଧୁଙ୍କୁ ପାଇ ଖୁସି ଅନୁଭବ କରିବେ। ଶାରୀରିକ ଓ ମାନସିକ ସ୍ତରରେ ନିଜକୁ ସଞ୍ଜମ ରଖିବେ। କର୍ମ କ୍ଷେତ୍ରରେ ସମ୍ମାନ ପ୍ରାପ୍ତି ହେବ।

 

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ 

 ଯୋଗାଯୋଗ - ୮୨୪୯୮୨୬୬୮୨

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.