ମେଷ- ମେଷ ରାଶି ପାଇଁ ଷଷ୍ଠ ଚନ୍ଦ୍ର । ଦିନଟିରେ ବହୁତ ଭଲ ଯୋଗ ରହିଛି । ରାଜନୀତିରେ ସଫଳତା ପ୍ରାପ୍ତି ହେବ। ଛାତ୍ର ଛାତ୍ରୀ ମାନେ ପରୀକ୍ଷାରେ ସଫଳତା ପ୍ରାପ୍ତ କରିବେ । ବ୍ୟବସାୟରେ ଅଟକିଥିବା କାର୍ଯ୍ୟ ଆଗକୁ ବଢ଼ିବ ।
ବୃଷ- ଶୁକ୍ଳ ପକ୍ଷ ପଞ୍ଚମ ଚନ୍ଦ୍ର ରହିଥିବାରୁ ଦିନଟି ଉତ୍ତମ ଫଳ ଦେବ । ବ୍ୟବସାୟରେ ଆଶାନୁରୂପ ଫଳ ପ୍ରାପ୍ତ ହେବ। ଚାକିରି କ୍ଷେତ୍ରରେ ନିରବତା ରକ୍ଷା କରିବା ନିହାତି ଆବଶ୍ୟକ।
ମିଥୁନ- ଦିନଟି ଆଶାନୁରୂପ ଫଳ ଦେବ ନାହିଁ। ଚାକିରି କ୍ଷେତ୍ରରେ ମାନହାନି ହୋଇପାରେ । ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଛାତ୍ର ଛାତ୍ରୀମାନେ ସଫଳତା ପ୍ରାପ୍ତ କରିବେ । କିଛି ଖୁସି ଖବର ମିଳିବ । ଯାନ ବାହନରେ ସାତର୍କତା ନିହାତି ଆବଶ୍ୟକ ।
କର୍କଟ- ତୃତୀୟ ଚନ୍ଦ୍ର କାଳ ଭୋଗ ହେତୁ ଦିନଟି ଶୁଭରେ କଟିବ । ଦାମ୍ପତ୍ୟ ଜୀବନରେ ଶାନ୍ତି ଦେଖା ଦେବ । ଧାର୍ମିକ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ଆୟର ଯୋଗ ରହିଛି । ବ୍ୟବସାୟରେ ଅଟକିଥିବା କାର୍ଯ୍ୟ ପୁଣି ଆରମ୍ଭ ହେବ ।
ସିଂହ- ଶୁକ୍ଳ ପକ୍ଷରେ ଦ୍ଵିତୀୟ ଚନ୍ଦ୍ର ଶୁଭ । ଅଟକିଥିବା ଧନ ପାଇ ଖୁସି ହେବେ । କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସା ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବ୍ୟବସାୟରେ ଜଗି ରଖି କାର୍ଯ୍ୟ କଲେ ଆୟ ଉତ୍ତମ ହେବ । ବିଦ୍ୟାର୍ଥୀଙ୍କ ପରିଶ୍ରମ ସଫଳତା ଦେବ ।
କନ୍ୟା- ଶ୍ରୀ ଚନ୍ଦ୍ର ରହିଥିବାରୁ ଦିନଟି ବହୁତ ଖୁସି ଖବର ଦେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଶତ୍ରୁଙ୍କ ପରାଜୟ ହେବ। କର୍ମକ୍ଷେତ୍ରରେ ନୂତନ ପଦ ପଦବୀରେ ଯୋଗଦାନ କରିବେ। ବ୍ୟବସାୟ ଖୁବ ଭଲ ହେବ ।
ତୁଳା- ଅର୍ଥ ନିବେଶ ପାଇଁ ଦିନଟି ଅଶୁଭ ଅଟେ । ସନ୍ତାନଙ୍କ ପାଇଁ ସାମାନ୍ୟ ଚିନ୍ତାରେ ରହିବେ । ପ୍ରେମ ସମ୍ପର୍କରେ ନୂତନ ଆଶା ଉଜ୍ଜୀବିତ ହେବ। କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ବ୍ୟୟର ପରିମାଣ ଅଧିକ ରହିବ।
ବିଛା- ଏକାଦଶ ଚନ୍ଦ୍ର ହେତୁ ଦିନଟି ଭଲ ଫଳ ଦେବ। ନୂଆ ବ୍ୟବସାୟ ଆରମ୍ଭ ପାଇଁ ଦିନଟି ଶୁଭ ରହିଛି। ରାଜନୀତି ସମ୍ମାନିତ ହେବାର ଯୋଗ ଅଛି । କାର୍ଯ୍ୟ କ୍ଷେତ୍ରରେ ଦାୟିତ୍ବବାନ ହେବେ। ଗୃହରେ ପୂଜା ପାଠର ଆୟୋଜନ ହେବ ।
ଧନୁ- ଦଶମ ଚନ୍ଦ୍ର କାଳ ଭୋଗ ହେତୁ ଚାକିରି କ୍ଷେତ୍ରରେ ନିଶ୍ଚିନ୍ତ ଶୁଭ ଖବର ମିଳିବ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଅତି ଉତ୍ତମ ରହିଛି। ବ୍ୟବସାୟରେ ଧନ ପ୍ରାପ୍ତିର ଯୋଗ ରହିଛି । ବନ୍ଧୁଙ୍କ ଦ୍ଵାରା ଆୟର ଅବସର ପ୍ରାପ୍ତ ହେବ । ବିବାହ ପ୍ରସ୍ତାବ ଆସିବ ।
ମକର- ସ୍ବାସ୍ଥ୍ୟ କ୍ଷେତ୍ରରେ ସମସ୍ୟା ଦେଖା ଦେବ। ଭ୍ରମଣର ଯୋଗ ରହିଛି। ଚାକିରିରେ ସ୍ଥାନ ପରିବର୍ତ୍ତନ ହେବ। ପୁରୁଣା ବନ୍ଧୁଙ୍କ ସହ ମିଳନ ହେବ। ବ୍ୟବସାୟ ମଧ୍ୟମ ଫଳ ଦେବ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ।
କୁମ୍ଭ- ଭାଗ୍ୟର ସାଥ ମିଳିବ । ଦୂର ଯାତ୍ରା କରିପାରନ୍ତି । ଯେକୌଣସି କ୍ଷେତ୍ରରୁ ଶୁଭ ସମାଚାର ମିଳିବ । ଜୀବନ ସାଥୀଙ୍କ ସହଯୋଗ ମିଳିବ । ମାଲିମୋକଦ୍ଦମାରେ ଜୟଯୁକ୍ତ ହେବେ। ବିଦ୍ୟାର୍ଥୀମାନେ ପ୍ରଗତି କରିବେ ।
ମୀନ- ପରିବାରରେ ଖୁସି ଦେଖିବାକୁ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଅନିଚ୍ଛା ସତ୍ତ୍ୱେ ଖର୍ଚ୍ଚ ବୃଦ୍ଧି ହେବ। ନିଜ ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ। ଦୂର ଯାତ୍ରା କରିବେ। ଗୃହରେ ଧାର୍ମିକ କାର୍ଯ୍ୟର ଆୟୋଜନ ହେବ ।