ମନ ଦୁଃଖିତ ହୋଇପାରେ, ପରିବାରରେ କଳହ ଉପୁଜିପାରେ
28/01/2023 at 9:50 PM

ମେଷ – କିଛି ମାତ୍ରାରେ ଦୁଃଖ ଆପଣଙ୍କୁ ପହଞ୍ଚି ପାରେ। ଦେହ ସୁସ୍ଥ ରହିବ । କାର୍ଯ୍ୟରେ ବାଧା ଉପୁଜି ପାରେ। ଶୁଭ ରଙ୍ଗ ନାଲି । ଶୁଭ ସଂଖ୍ୟା ୯।
ବୃଷ – ଅଜଣା ବ୍ୟକ୍ତିଙ୍କ ଦ୍ଵାରା ପ୍ରତାରିତ ହୋଇ ପାରନ୍ତି । ସୁଖ ସମ୍ମାନ ପ୍ରାପ୍ତି ହେବ । ନୂତନ କାର୍ଯ୍ୟକୁ ନେଇ ଆଶାବାଦୀ ରହିବେ । ଶୁଭ ରଙ୍ଗ ସବୁଜ । ଶୁଭ ସଂଖ୍ୟା ୬।
ମିଥୁନ – ଧନ ପ୍ରାପ୍ତିର ଯୋଗ ରହିଛି । ଏହା ସହ ବ୍ୟୟ ଯୋଗ ମଧ୍ୟ ରହିଛି । ପରିବାରରେ ସୁଖ ସମ୍ମାନ ଲାଗି ରହିବ । ଶୁଭ ରଙ୍ଗ ହଳଦିଆ । ଶୁଭ ସଂଖ୍ୟା ୫।
କର୍କଟ – କାର୍ଯ୍ୟରେ ସିଦ୍ଧି ଘଟିବ । ଆକସ୍ମିକ ଧନ ପ୍ରାପ୍ତି ହୋଇ ପାରେ । ଶୁଭ ରଙ୍ଗ ଧଳା । ଶୁଭ ସଂଖ୍ୟା ୧।
ସିଂହ – ଦାନ ଧର୍ମରେ ମନୋନିବେଶ କରିବେ । କାର୍ଯ୍ୟରେ ଉତ୍ସାହ ଦେଖା ଦେବ । ହୋଇ ନ ପାରିଥିବା କାର୍ଯ୍ୟ କାଲି ସଂପୂର୍ଣ୍ଣ ହେବ । ଶୁଭ ରଙ୍ଗ ସୁନେଲି। ଶୁଭ ସଂଖ୍ୟା ୫।।
କନ୍ୟା – ସୁଖାହାନି ହେବାର ସମ୍ଭାବନା ରହିଛି । ଦେବ ପୂଜାରେ ମନୋନିବେଶ କରିବେ । ପରିଶ୍ରମର ଫଳ ପ୍ରାପ୍ତି ହେବ । ଶୁଭ ରଙ୍ଗ ମାଟିଆ । ଶୁଭ ସଂଖ୍ୟା ୬
ତୁଳା – ଆମୋଦ ପ୍ରମୋଦରେ ଦିନଟି କଟିବ । ଦେହରେ ସାଧାରଣତଃ ପୀଡା ଅନୁଭବ ହୋଇପାରେ । କାର୍ଯ୍ୟରେ ସିଦ୍ଧି ଘଟିବ । ଶୁଭ ରଙ୍ଗ ଗୋଲାପି । ଶୁଭ ସଂଖ୍ୟା ୯।
ବିଛା – ଦୃଢ଼ ମନା ହୋଇ କାର୍ଯ୍ୟ କରିବେ । ପରାଜୟର ଭୟ ମନରେ ରହିବ । କିଛି ମାତ୍ରାରେ ଦେହ ପୀଡା ଦେଖାଦେଇପାରେ । ଶୁଭ ରଙ୍ଗ କଳା । ଶୁଭ ସଂଖ୍ୟା ୩।
ଧନୁ – ଆଳସ୍ୟର ବଶବର୍ତ୍ତୀ ହୋଇ ପାରନ୍ତି । ଗୁରୁଜନଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ । ଶତ୍ରୁଙ୍କ ଭୟ ରହିବ । ଶୁଭ ରଙ୍ଗ ବାଇଗଣୀ । ଶୁଭ ସଂଖ୍ୟା ୧।
ମକର – ପରିବାରରେ କଳହର ଯୋଗ ଦେଖା ଦେଇପାରେ । ଚିନ୍ତାଗ୍ରସ୍ତ ହୋଇ ରହିବେ । ନିଜ ଲୋଙ୍କଙ୍କ ଠାରୁ ପ୍ରତାରଣା ମିଳିପାରେ । ଶୁଭ ରଙ୍ଗ ଧୂସର ।ଶୁଭ ସଂଖ୍ୟା ୪।
କୁମ୍ଭ– ସମ୍ମାନିତ ହୋଇ ପାରନ୍ତି। କାର୍ଯ୍ୟରେ ସିଦ୍ଧି ଘଟିବ। ସାମାନ୍ୟ କଳହ ଯୋଗ ରହିଛି । ଶୁଭ ରଙ୍ଗ ନୀଳ। ଶୁଭ ସଂଖ୍ୟା ୩ ।।
ମୀନ – ମନରେ ଘୃଣା ଭାବ ଦେଖା ଦେଇ ପାରେ । ପରିଶ୍ରମୀ ହେବେ । ନିଜର ପ୍ରଧ୍ୟାନ୍ୟ ବୃଦ୍ଧି ପାଇବ । ଶୁଭ ରଙ୍ଗ ସବୁଜ । ଶୁଭ ସଂଖ୍ୟା ୧୦।
ସିଦ୍ଧାର୍ଥ ଶେଖର ନାୟକ, ଜ୍ୟୋତିଷ, ଯାଜପୁର