ଅଟକି ଥିବା କାର୍ଯ୍ୟକୁ ଆପଣ ସଂପୂର୍ଣ୍ଣ କରିବେ, କିଛି ଶୁଭ ସମାଚାର ପାଇ ଖୁସି ହେବେ
22/02/2023 at 6:54 PM

ମେଷ – ଦିନଟି ଆପଣଙ୍କୁ ମିଶ୍ର ଫଳ ପ୍ରଦାନ କରିବ । ଗୃହରେ କଳହ ଯୋଗ ସହିତ ମାନସିକ ଅଶାନ୍ତି ଦେଖା ଦେବ । ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଅବନତି ଘଟିବ । ବ୍ୟବସାୟ ମଧ୍ୟମ ଫଳ ଦେବ । ବିଦ୍ୟାର୍ଥୀ ମାନେ ଅଳସୁଆ ହେବେ ।
ବୃଷ – ଦିନଟି ଉତ୍ତମ ଫଳ ପ୍ରଦାନ କରିବ । ଗୃହରେ ଶାନ୍ତି ଓ ମନ ପ୍ରଫୁଲ୍ଲ ରହିବ । ନିବେଶ କରିଥିବା ଧନରୁ ଉତ୍ତମ ଲାଭ ମିଳିବ । ପୂର୍ବ ସମସ୍ୟାର ସମାଧାନର ବାଟ ଦେଖା ଯିବ । ଚାକିରି କ୍ଷେତ୍ରରେ ପ୍ରଭାବଶାଳୀ ହେବେ ।
ମିଥୁନ – ଦିନଟି ଆପଣଙ୍କୁ ଶୁଭ ଦାୟକ ହେବ । ନିବେଶ ପାଇଁ ଦିନଟି ବହୁତ ଭଲ ରହିଛି । କର୍ମ କ୍ଷେତ୍ର ରେ ଲାଗିଥିବା ସମସ୍ୟା ର ଆଜି ସମାଧାନ ହେବ । ରାଜନୀତି ରେ ସାହାଯ୍ୟ ମିଳିବ । ବିଦ୍ୟାର୍ଥୀ ମାନେ ବିଶେଷ ଭାବେ ଉପକୃତ ହେବେ ।
କର୍କଟ – ଆସନ୍ତାକାଲି ଆପଣ କାର୍ଯ୍ୟ କ୍ଷେତ୍ରରେ ଚଳଚଞ୍ଚଳ ରହିବେ । ପୁରୁଣା ବକେୟା ଅର୍ଥ ଆଜି ଆପଣ ଫେରି ପାଇବେ । ପରିବାରରେ ମାଙ୍ଗଳିକ କାର୍ଯ୍ୟ ହେବ । କାର୍ଯ୍ୟ କ୍ଷେତ୍ରରେ ନୂତନ ଯୋଜନାର ପ୍ରଣୟନ କରି ପ୍ରଶଂସା ପାଇବେ । ବିଦ୍ୟାର୍ଥୀ ମାନେ ଚଞ୍ଚଳମନା ହୋଇ ଭୁଲ କରିବେ ।
ସିଂହ – ଦିନଟି ଆଜି ମଧ୍ୟମ ଫଳ ପ୍ରଦାନ କରିବ । ଠକାମୀ ର ଶିକାର ହୋଇ ପାରନ୍ତି । ପ୍ରାତ୍ତ ରୁ ଭଗବାନ ଙ୍କୁ ପ୍ରାର୍ଥନା କରି କାର୍ଯ୍ୟ ଆରମ୍ଭ କରନ୍ତୁ । ଯକୃତ ଜନିତ ସମସ୍ୟା ଦେଖା ଦେବ । ବ୍ୟବସାୟ ର ଲାଭ କ୍ଷତି ସମାନ ହେବ ।
କନ୍ୟା – ଦିନଟିରେ ସକାରାତ୍ମକ ଚିନ୍ତା ଧାରା ଦେଇ ଗତି କରିବେ । ଧନର ସଦୂପ ଯୋଗ କଲେ ତାହା ଆଜି ବୃଦ୍ଧି ପାଇବ । ଚାକିରି କ୍ଷେତ୍ରରେ ଆତ୍ମ ସନ୍ତୋଷ ଲାଭ କରିବେ । ଦୂର ସ୍ଥାନ କୁ ଭ୍ରମଣ ରେ ଯାଇ ପାରନ୍ତି । ବିଦ୍ୟାର୍ଥୀ ମାନେ ଶାନ୍ତ ରହିବେ ।
ତୁଳା – ଆଜି ଦିନଟି ଏତେ ଭଲ ଫଳ ପ୍ରଦାନ କରିବ ନାହିଁ ।ମନ ବ୍ୟକୁଳୀତ ରହିବ । ସନ୍ତାନର ସ୍ବାସ୍ଥ୍ୟାବସ୍ଥା କୁ ନେଇ ଚିନ୍ତା ରେ ରହିବେ । ଦୁରସ୍ଥାନ କୁ ଯାତ୍ରା କରିବେ । ଖର୍ଚ୍ଚ ର ଭାର ଅଧିକ ହୋଇପାରେ । ବ୍ୟବସାୟ ରେ ପରିବର୍ତ୍ତନ ର ଯୋଗ ରହିଛି ।
ବିଛା – ଦିନଟି ଭଲ ଫଳ ପ୍ରଦାନ କରିବ । ମାନସିକ ଶାନ୍ତି ମିଳିବ ।ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । କାର୍ଯ୍ୟ କ୍ଷେତ୍ର ରେ ଗୁରୁଜନ ଙ୍କ ସହାୟତା ମିଳିବ । ନିଜ ଆତ୍ମ ବିଶ୍ୱାସ ଯୋଗୁଁ ନୂତନ କାର୍ଯ୍ୟ ସଫଳ ହେବ । ମନରେ ସାମାନ୍ୟ ଦ୍ୱେଷ ଦେଖା ଦେଇ ପାରେ ।
ଧନୁ – ଆଜି ଦିନଟି ରେ ଆର୍ଥିକ ସ୍ଥିତି ରେ ସୁଧାର ଆସିବ। ନିବେଶ ରୁ ଆଜି ଆପଣଙ୍କୁ ଲାଭ ମିଳିବ । ଚାକିରିରେ ଉପର ମହଲା ରୁ ଶୁଭ ଖବର ମିଳିବ । ନିଜ ପାଇଁ ମଧ୍ୟ କିଛି ସମୟ ଦେବେ । ବ୍ୟବସାୟ ରେ ଲାଭ ଯୋଗ ରହିଛି । ଦମ୍ପତି ମାନେ ନୂତନ ଅଳଙ୍କାର କ୍ରୟ କରିବେ ।
ମକର – ଆଜି ଦିନଟି ଆପଣଙ୍କୁ ମିଶ୍ର ଫଳ ପ୍ରଦାନ କରିବ । ବନ୍ଧୁ ଙ୍କ ସହଯୋଗ ରେ ଆଗକୁ ବଢ଼ିବେ। ରାଜନୀତି ପାଇଁ ଦିନଟି ଅତ୍ୟନ୍ତ ଭଲ ରହିଛି । କାର୍ଯ୍ୟ କ୍ଷେତ୍ର ରେ ସାମାନ୍ୟ ମାନସିକ ଚାପ ଦେଖା ଦେବ। ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତା ରେ ବିଜୟ ଲାଭ କରିବେ ।
କୁମ୍ଭ – ଆଜି ଦିନଟି ଭଲ ଫଳ ପ୍ରଦାନ କରିବ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି । ନୂତନ ବ୍ୟବସାୟ ଆରମ୍ଭ ଆଜି କଲେ ଶୁଭ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆଜି କାହାକୁ ଉଧାର ଦିଅନ୍ତୁ ନାହିଁ । ପରିବାର ସହଯୋଗ ମିଳିବ ।
ମୀନ – ଅଟକି ଥିବା କାର୍ଯ୍ୟକୁ ଆଜି ଆପଣ ସଂପୂର୍ଣ୍ଣ କରିବେ । ସମ୍ପର୍କୀୟଙ୍କ ସହ ସମୟ ଅତିବାହିତ କରିବେ । କିଛି ଶୁଭ ସମାଚାର ପାଇ ଖୁସି ହେବେ । ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ସଫଳତା ଅର୍ଜନ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।