ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ରହି ଯାଇଥିବା କାମ ଗୁଡିକ ସହଜ ଓ ସୁବିଧାରେ ହେବ, କାର୍ଯ୍ୟଭାର ବଢିବ

16/11/2022 at 8:50 PM

ମେଷ–ବିଗତ ଦିନରୁ ରହି ଯାଇଥିବା କାମ ଗୁଡିକ ସହଜ ଓ ସୁବିଧାରେ ହେବ । ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁସୁଫଳ ପାଇବେ ।କାର୍ଯ୍ୟଭାର ବଢିବ ।ବନ୍ଧୁବର୍ଗରୁ ଅକୁଣ୍ଠ ସାହାଯ୍ୟ ସହଯୋଗ ପାଇବେ ।ଲକ୍ଷ୍ୟ ପୂରଣ କରିବେ ।ସୌଖୀନ ଦ୍ରବ୍ୟର ଉପଭୋକ୍ତା ହେବେ।ଶୁଭ ରଙ୍ଗ ବ୍ରାଉନ୍।ଶୁଭ ଅଙ୍କ ୨ ।

 ଚାଷୀ- ଗୋବର ଖତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

 ରୋଗୀ- ଅସୁସ୍ଥ ଅନୁଭବକରିବେ ।

 ଛାତ୍ରଛାତ୍ରୀ- ପାଠପଢା ପ୍ରତିସଜାଗରହିବେ ।

 କର୍ମଜୀବି- ଅର୍ଥ ହାନୀହେବ ।

 ବ୍ୟବସାୟୀ- ଅର୍ଥ ହାନୀ ହେବ ।

 ଗୃହିଣୀ-ସୁଖ ଅନୁଭବ କରିବେ ।

ବୃଷ–ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇ ପାରନ୍ତି, ଏଣୁ ସତର୍କତାର ସହ କାମ କରିବା ଭଲ । ଅସନ୍ତୁଳନ କଥାବାର୍ତ୍ତାରୁ ସମସ୍ୟା ଜାଲରେ ଛନ୍ଦି ହୋଇଯିବେ । ଆହାର ବିହାରରେ ନିୟମିତ ନ ହେଲେ ସ୍ୱାସ୍ଥ୍ୟ ସମସ୍ୟା ଆସିପାରେ । ସଜ୍ଜନ ସଂପର୍କ, କାର୍ଯ୍ୟଶୃଙ୍ଖଳା, ସହଯୋଗ ଓ ଉତ୍ତମ ପାରିବାରିକ ବୁଝାମଣା ରହିବ ।ଶୁଭରଙ୍ଗଗ୍ରୀନ୍ ।ଶୁଭ ଅଙ୍କ ୫ ।

 ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

 ବ୍ୟବସାୟୀ- ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।

 କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।

 ଛାତ୍ରଛାତ୍ରୀ- ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ ।

 ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।

 ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

ମିଥୁନ – ଆର୍ଥିକ ସ୍ୱଚ୍ଛଳ ଥାଇ ମଧ୍ୟ କାମ ସୁବିଧାରେ ହୋଇ ପାରିବ ନାହିଁ।ରାହୁଙ୍କ ଗୃହ ସ୍ଥିତି ଜନିତ ରାଜନୀତିସ୍ତରରେ ବିବାଦୀୟ ପରିସ୍ଥିତି ଭିନ୍ନ ରୂପ ନେଇ ପାରେ।ପରିବାରରେ ବୁଝାମଣାକୁ ସଜାଡି ନେଇ ପାରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ ।ଲୋକକଲ୍ୟାଣକର କାର୍ଯ୍ୟରେ ଅଭିରୁଚି ବଢିବ । ପାକକ୍ରିୟାଜନିତ କେତେ କସ୍ୱାସ୍ଥ୍ୟ ସମସ୍ୟା ଆସିବ ।ଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୬ ।

 ଚାଷୀ- କୀଟ ନାଶକରସଠିକ୍‌ସମୟରେବ୍ୟବହାରକରନ୍ତୁ ।

 ରୋଗୀ-ସୁସ୍ଥ ଅନୁଭବକରିବେ ।

 ଛାତ୍ରଛାତ୍ରୀ-ବିଦ୍ୱାନ୍‌ହେବେ ।

 କର୍ମଜୀବି- ସମ୍ମାନିତ ହେବେ ।

 ବ୍ୟବସାୟୀ-ଅର୍ଥ ଲାଭହେବ ।

 ଗୃହିଣୀ- ନୂଆ ବସ୍ତ୍ର ଲାଭ ହେବ ।

କର୍କଟ– ବ୍ୟବସାୟ, ବାଣିଜ୍ୟ, ପରିବହନ, ଜମିଜମା, କଳକାରଖାନା, ସଭାସମିତିରେ ସଫଳତା ଅର୍ଜନ କରିବେ ।ଘାତଚନ୍ଦ୍ରଭୋଗ ହେତୁ ଦିନଟି ନ୍ୟୁନ ଫଳଦାୟକ ହେବ । ଦୂର ଯାତ୍ରାରେ ଅସଫଳା, କର୍ମ ବିଶୃଙ୍ଖଳା, ବିବାଦରେ ପରାଜିତ ହେବେ । ପୁରାତନ ରୋଗ ପୁନଃଭୋଗ ହୋଇପାରେ।ଶୁଭରଙ୍ଗଗ୍ରୀନ୍।ଶୁଭ ଅଙ୍କ ୮ ।

 ଗୃହିଣୀ- ଘର କାମରେବ୍ୟସ୍ତ ରହିବେ ।

 ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

 କର୍ମଜୀବି-  ଜଳ ଯାତ୍ରା ମନା ।

 ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।

 ରୋଗୀ-ରୋଗରୁମୁକ୍ତହୋଇପାରନ୍ତି ।

 ଚାଷୀ- ଶ୍ରମସାର୍ଥକହେବ ।

ସିଂହ –ବନ୍ଧୁମାନେ ସହ-ଯୋଗ ର ପ୍ରତିଶ୍ରୁତି ଦେବେ, ଯାହାକାମକୁ ଆସିବ ନାହିଁ । ଅର୍ଥ ଲାଭ କିମ୍ବା କଳ୍ପନାର ବାହାରେ ଥିବା କୌଣସି କାର୍ଯ୍ୟ ହାସଲ ହେତୁ ଖୁସି ରହିବେ ।ପରସ୍ପର ବିରୋଧ ଚିନ୍ତା ଧାରା ଲାଗି ରହିବ । ନକରାତ୍ମକ ଚିନ୍ତା ଅଧିକ ଆସିବ । ପିଲାମାନେ ଅବାଧ୍ୟ ହୋଇପାରନ୍ତି।ବୈଷୟିକ କ୍ଷେତ୍ର ସୁଧାରିବାକୁ ଚେଷ୍ଟା କରିବେ ।ଶୁଭରଙ୍ଗକ୍ରୀମ୍ ।ଶୁଭ ଅଙ୍କ ୮ ।

 ଚାଷୀ-ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।

 ରୋଗୀ- ସୁସ୍ଥ ଅନୁଭବ କରିବେ ।

 ଛାତ୍ରଛାତ୍ରୀ-ବିଦ୍ୟାରେ ମନ ଦେବେ ।

 କର୍ମଜୀବି- ଅର୍ଥ ହାନୀ ହେବ ।

 ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।

 ଗୃହିଣୀ- ସୁଖ ଅନୁଭବ କରିବେ ।

କନ୍ୟା– ସଭାସମିତି, କଳା, ସାହିତ୍ୟ, ମନୋରଞ୍ଜନାଦିରେ ସାମିଲହୋଇପାରନ୍ତି ।ହିତୈଷୀଙ୍କ ସାହାଯ୍ୟରୁ ପାରିବାରିକ ସମସ୍ୟା ସମାଧାନ ହୋଇଯିବ ।ବହୁବ୍ୟକ୍ତିଙ୍କ  ପାଖରେ ବିରୋଧୀ ଭାବ ଆଚରଣ କରି ପାରନ୍ତି। ମାନସିକ ଦୁଃଖ ବଢିବ । ଅର୍ଥାଗମ ହେଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହେବ ନାହିଁ।ଗୃହଭୂମି ସମସ୍ୟାସବୁ ଅଧିକ ଲମ୍ବା ହେବ ।ଶୁଭ ରଙ୍ଗ ଗାଢ ନୀଳ ।ଶୁଭ ଅଙ୍କ ୪ ।

ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁଉତ୍ତମ ।

ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।

କର୍ମଜୀବି- କରତ୍‌ କର୍ମା ହେବେ ।

ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।

ରୋଗୀ- ରୋଗରୁ ମୁକ୍ତ ହୋଇ ପାରନ୍ତି ।

ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।

ତୁଳା– ଅର୍ଥ ଲାଭ କିମ୍ବା କଳ୍ପନାର ବାହାରେ ଥିବା କୌଣସି କାର୍ଯ୍ୟ ହାସଲ ହେତୁ ଖୁସି ରହିବେ।ସଭାସମିତି, କଳା, ସାହିତ୍ୟ, ମନୋରଞ୍ଜନାଦିରେ ସାମିଲ ହୋଇ ପାରନ୍ତି ।ସାତ୍ତ୍ୱିକ ବାତାବରଣ ମିଳିବ ।ଶ୍ରଦ୍ଧା ଓ ପ୍ରତିଷ୍ଠା ପାଇବେ । ସଜ୍ଜନ ସଂପର୍କ, ଅର୍ଥାଗମ, ଲୋକ କଲ୍ୟାଣ କାର୍ଯ୍ୟ ସଂପାଦନ ହେବ ।ସୌଖୀନ ଦ୍ରବ୍ୟ କ୍ରୟ କରି ପାରନ୍ତି ।ଶୁଭ ରଙ୍ଗ ପିଙ୍କ୍ ।ଶୁଭ ଅଙ୍କ ୧ ।

 ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

 ରୋଗୀ- ଅସାଧ୍ୟ  ରୋଗରୁ ମୁକ୍ତ ହେବେ ।

 ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

 କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।

 ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

 ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ବିଛା– ହେତୈଷୀଙ୍କ ସାହାଯ୍ୟରୁ ପାରିବାରିକ ସମସ୍ୟା ସମାଧାନ ହୋଇଯିବ । ଆଜି ଆପଣ ନିଜ ଲୋକଙ୍କ ଉପରେ ଭରସା କରି ପାରିବେ ନାହିଁ ।ବୈଷୟିକ କ୍ଷେତ୍ର ବ୍ୟାପକ ହେବ ଓ ଜନାଦୃତି ମିଳିବ ।ବସ୍ତ୍ର ଆଭୂଷଣ ପ୍ରାପ୍ତିଯୋଗ ଦିନର ପ୍ରଥମାର୍ଦ୍ଧରେ ଭୋଗ ହେବ । ପ୍ରତ୍ୟେକ କର୍ମର ଆଶାନୁରୂପ ଫଳ ପାଇବେ।ଶୁଭ ରଙ୍ଗ ୟେଲୋ ।ଶୁଭ ଅଙ୍କ ୪ ।

 ବ୍ୟବସାୟୀ- ବିଜୟୀହେବେ ।

 କର୍ମଜୀବି- କାର୍ଯ୍ୟକରି ପ୍ରଶଂସିତ ହେବେ ।

 ଛାତ୍ରଛାତ୍ରୀ-ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ ।

 ରୋଗୀ- ଅସାଧ୍ୟ ରୋଗରୁ ମୁକ୍ତ ହେବେ ।

 ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

 ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ଧନୁ – ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ ନ କଲେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡିବ ।ଉତ୍ସବାନୁଷ୍ଠାନରେ ସକ୍ରିୟ ଅଂଶଗ୍ରହଣ କରିବେ ।କର୍ମ ପ୍ରେରଣା ଲାଭ, ଉତ୍ତମଭୋଜନ, ପାରିବାରିକ ସୁଖ, ଯାନ ବାହନରେ ବ୍ୟୟ ଓ ଆଇନ ଅଦାଲତରୁ ଶୁଭ ଫଳ ପାଇପାରନ୍ତି ।ଶୁଭ ରଙ୍ଗ ଗାଢ ନୀଳ ।ଶୁଭ ଅଙ୍କ ୯ ।

 ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

 ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

 କର୍ମଜୀବି- କାର୍ଯ୍ୟକରି ପ୍ରଶଂସିତ ହେବେ ।

 ଛାତ୍ରଛାତ୍ରୀ- ବିଦ୍ୱାନ୍‌ ହେବେ ।

 ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।

 ଚାଷୀ- ଜଳବାୟୁ ବିଭାଗ ସହ ଯୋଗାଯୋଗ ରଖନ୍ତୁ ।

ମକର– ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ । ଯାହାକଲେ ମଧ୍ୟ କୌଣସି ଅସୁବିଧା ରହିବ ନାହିଁ । ଅଫିସ୍‌ରେ କୌଣସି ମିଥ୍ୟାଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ।ପାରିବାରିକ ବୁଝାମଣା ରହିବ ।ଏକାଧିକ କାର୍ଯ୍ୟରେ ହାତ ଦେଇ ହଇରାଣ ହେବେ ।ମାନସିକ ଉଦବେଗ, ଅସ୍ଥିରତା ବୃଦ୍ଧି, ଦେବା ଦେବୀ ନିଷ୍ଠା ଅତୁଟ ରହିବ ।ଶୁଭ ରଙ୍ଗ ୟେଲୋ ।ଶୁଭ ଅଙ୍କ ୩ ।

 ଗୃହିଣୀ- ସୁଖ ଅନୁଭବକରିବେ ।

 ବ୍ୟବସାୟୀ- ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।

 କର୍ମଜୀବି- ଜଳଯାତ୍ରା ମନା ।

 ଛାତ୍ରଛାତ୍ରୀ- ଠିକ୍ କଥା ବିଭୁଲ୍‌ ଲାଗିବ ।

 ରୋଗୀ-  ସାମାନ୍ୟ ସୁସ୍ଥ ଅନୁଭବ କରିବେ ।

 ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

କୁମ୍ଭ  – ଶତ୍ରୁତା କରୁଥିବା ବ୍ୟକ୍ତି ଦ୍ୱାରା ଅସମ୍ମାନିତ ହୋଇପାରନ୍ତି ।ଗୁରୁଜନଙ୍କ ହସ୍ତକ୍ଷେପ ଫଳରେ ପାରିବାରିକ ତିକ୍ତତାର ସମାପ୍ତି ଘଟାଇବେ ।ପାରସ୍ପରିକ ଉତ୍ତମ ବୁଝାମଣା ରହିବ ।ସାଧାରଣ କଥାରେ ପ୍ରତିକ୍ରିୟା ପ୍ରକାଶ ନ କରିବା ଲାଭ ଦାୟକ ହେବ ।ଗୁରୁଜନଙ୍କ ଆର୍ଶୀବାଦ ମିଳିବ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୭ ।

 ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।

 ରୋଗୀ- ଅସୁସ୍ଥ ଅନୁଭବ କରିବେ ।

 ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

 କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।

 ବ୍ୟବସାୟୀ- ସଫଳତାକୁ ହାତ ଛଡା କରନ୍ତୁ ନାହିଁ ।

 ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।

ମୀନ -ଅଧିକାଂଶ ସମୟକୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ । ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇପାରେ, ଯାହାକି ଚିନ୍ତା ବୃଦ୍ଧିକରିବ ।କାର୍ଯ୍ୟବ୍ୟସ୍ତତା, କିଛି ସ୍ୱାସ୍ଥ୍ୟ ସମସ୍ୟା ଆଣିପାରେ।ମାନସିକ ଭୟ ଓ ଉଦବେଗ ବଢିପାରେ, ବନ୍ଧୁମାନେ ପରୋକ୍ଷରେ ଶତ୍ରୁତା ଆଚରଣ କରିବେ।ଶୁଭ ରଙ୍ଗଗ୍ରୀନ୍ ।ଶୁଭ ଅଙ୍କ ୧ ।

 ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

 ରୋଗୀ- ଡାକ୍ତରଙ୍କ ପରାମର୍ଶରେହିଁମେଡିସିନ୍‌ଖାଆନ୍ତୁ ।

 ଛାତ୍ରଛାତ୍ରୀ- ବିଦ୍ୟା ଗ୍ରହଣ କରିବେ ।

 କର୍ମଜୀବି- ପ୍ରଶଂସିତ ହେବେ ।

 ବ୍ୟବସାୟୀ- ସଫଳତାକୁ ହାତ ଛଡା କରନ୍ତୁ ନାହିଁ ।

 ଗୃହିଣୀ-  ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।

   Related Posts