LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବାଧା ବିଘ୍ନ ଦେଖା ଦେଇ ପାରେ, ପ୍ରେମ ସମ୍ପର୍କ ସୁଦୃଢ ହେବ

31/03/2023 at 8:03 PM

ମେଷ – ମୂଲ୍ୟବାନ ଦ୍ରବ୍ୟ କିଛି ନଷ୍ଟ ହୋଇ ପାରେ । ଦିନରେ କିଛି ବାଧା ବିଘ୍ନ ଦେଖା ଦେଇ ପାରେ । କରିଥିବା ଆର୍ଥିକ ଯୋଜନା ରୁ ଲାଭ ପ୍ରାପ୍ତ ହେବ ।ବିଦ୍ୟାର୍ଥୀ ମାନେ ପାଠ ରେ ମନୋନିବେଶ କରିବେ ନାହିଁ ।ବ୍ୟବସାୟ ରେ ମଧ୍ୟମ ଫଳ ମିଳିବ ।

ବୃଷ -କାର୍ଯ୍ୟ କ୍ଷେତ୍ରରେ ଶନିବାର ଆପଣଙ୍କ ପ୍ରାଧାନ୍ୟ ବୃଦ୍ଧି ପାଇବ । ପୁରୁଣା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ସମୟ ଲାଗିବ । ଧନ ସଂପତ୍ତି ରେ ବୃଦ୍ଧି ଘଟିବ । ପ୍ରେମ ସମ୍ପର୍କ ସୁଦୃଢ ହେବ । ଛାତ୍ର ଛାତ୍ରୀ ମାନେ ଅଧିକ ପଢିବାକୁ ଇଛୁକ ହେବେ ।ବ୍ୟବସାୟ ରେ ଦେଖି ରଖି କାର୍ଯ୍ୟ କରନ୍ତୁ ।

ମିଥୁନ – ଆଳସ୍ୟର ବଶବର୍ତ୍ତୀ ହେବେ । ମାନସିକ ସ୍ଥିତି ଠିକ୍ ରହିବ ନାହିଁ । କିଛି ଭୁଲ ନିଷ୍ପତି ମଧ୍ୟ ନେଇ ପାରନ୍ତି । ଅନ୍ୟ ଲୋକଙ୍କ କଥା କୁ ଅଧିକ ଗୁରୁତ୍ଵ ଦେବ । ଏକା ସହ ଏକାଧିକ କାର୍ଯ୍ୟରେ ଯୋଗଦାନ କରିବେ।

କର୍କଟ – ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଚାକିରିରେ ପଦୋନ୍ନତି ଘଟିବ ।ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ରହିଛି ।ବିଦେଶ ଯାତ୍ରା ପାଇଁ ଦିନଟି ଖୁବ୍ ଭଲ ରହିବ। ଛାତ୍ରଛାତ୍ରୀ ମାନେ ପ୍ରତିଯୋଗିତାରେ ବିଜୟ ହାସଲ କରିବେ।

ସିଂହ – ଶତ୍ରୁ ଭୟ ରହିବ । ଆୟ ଠାରୁ ବ୍ୟୟ ଅଧିକ ରହିବ । ଭ୍ରମଣ ଯୋଗୁଁ ଖର୍ଚ୍ଚାନ୍ତ ହେବେ ।ନୂତନ ବିନିଯୋଗରେ ବିପୁଳ ଅର୍ଥ କ୍ଷତି ହୋଇପାରେ । ପିଲାମାନଙ୍କଠାରୁ ଭଲ ଖବର ଗ୍ରହଣ କରାଯାଇପାରେ। ଗ୍ୟାସ ଜନିତ ସମସ୍ୟା ହୋଇପାରେ ।

କନ୍ୟା – ଗୃହ ରେ ନିଶ୍ଚିନ୍ତ ଭାବରେ ଶୁଭ କାର୍ଯ୍ୟ ହେବ ।ସର୍ବ କାର୍ଯ୍ୟ ସଫଳ ହେବ । ଧନପ୍ରପ୍ତିର ଯୋଗ ରହିଛି ।ଇଚ୍ଛା କରିଥିବା ବସ୍ତୁକୁ ଆଜି ପ୍ରାପ୍ତ କରିବେ। ଆପଣ ଜଣେ ବନ୍ଧୁଙ୍କ ସାହାଯ୍ୟରେ ଲାଭ ପାଇଁ ସୁଯୋଗ ପାଇପାରିବେ । ନିଜ ସ୍ବାସ୍ଥ୍ୟ ର ଯତ୍ନ ନିଅନ୍ତୁ।

ତୁଳା – ଦୂର ଯାତ୍ରା ର ଯୋଗ ରହିଛି। ସର୍ବ କାର୍ଯ୍ୟ ସଫଳ ହେବ । ମାନ ରେ ଆତ୍ମ ସନ୍ତୋଷ ଲାଗି ରହିବ।ଆଜି ଆପଣ କାମ କରିବାକୁ ନୂଆ ସୁଯୋଗ ପାଇବେ । ସମସ୍ୟାର ସମାଧାନ ହେବ । ପରିବାର ସଦସ୍ୟ ସାହାଯ୍ୟ କରିବେ ।

ବିଛା – ମନରେ ବିଷାଦର ର ଭାବ ସୃଷ୍ଟି ହେବ । ପରୋପକାର କରି ଖୁସି ଅନୁଭବ କରିବେ ।କାର୍ଯ୍ୟ କ୍ଷେତ୍ର ରେ ଆଜି ଆପଣଙ୍କୁ କିଛି ନୂଆ ଶିଖିବାକୁ ମିଳିବ। ଲାଗି ରହିଥିବା ମାଲି ମକୋଦ୍ଦାମା ର ଆଜି ଅନ୍ତ ଘଟିବ ।

ଧନୁ – ଅର୍ଥ ବ୍ୟୟ ର ଯୋଗ ରହିଛି । ଅଙ୍ଗ ରେ ଆଘାତ ଲାଗିବା ଭି ସମସ୍ୟା ଦେଖା ଦେବ । ପୁରୁଣା କାର୍ଯ୍ୟ କୁ ସଂପୂର୍ଣ୍ଣ କରିବାକୁ ସମୟ ଲାଗିବ । ଧନ ସଂପତ୍ତି ରେ ବୃଦ୍ଧି ଘଟିବ । ପ୍ରେମ ସମ୍ପର୍କ ସୁଦୃଢ ହେବ। ଛାତ୍ର ଛାତ୍ରୀ ମାନେ ଅଧିକ ପଢିବାକୁ ଇଛୁକ ହେବେ ।

ମକର – ସର୍ବ କାର୍ଯ୍ୟ ସିଦ୍ଧି ହେବ ।କର୍ମ କ୍ଷେତ୍ର ରେ ବୁଦ୍ଧିବିଚାରୀ କାର୍ଯ୍ୟ କରନ୍ତୁ। ଯାନ ବାହାନ ଚଳାଚଳ ରେ ସତର୍କତା ଅବଲମ୍ବନ କରଦମ୍ପତି ଙ୍କ ମଧ୍ୟରେ ସୁସମ୍ପର୍କ ଲାଗି ରହିବ ।ବ୍ୟବସାୟ ରେ ଆୟ ବ୍ୟୟ ସମାନ ହେବ ।

କୁମ୍ଭ – ଏହାର ଅର୍ଥ ଆଜି କର୍ମ କ୍ଷେତ୍ର ରେ କ୍ଷମତା ର ବିକାଶ ହେବ । ଧର୍ମ କର୍ମ ରେ ମନୋନିବେଶ କରିବେ ।ଦିନଟି ବ୍ୟସ୍ତ ବହୁଳ ରହିଲେ ମଧ୍ୟ ଅନେକ ସୁଫଳ ପ୍ରଦାନ କରିବ ।ବ୍ୟବସାୟ ରେ ଲାଭ ଯୋଗ ରହିଛି ।ଭାଗ୍ୟ ସାଥ ଦେବ ।

ମୀନ – ଅର୍ଥ ବିଷୟରେ ଚିନ୍ତା କରିବେ । ବନ୍ଧୁ ଙ୍କ ସହ କିଛଦିନ ବିଶେଷ ଆଲୋଚନା ରେ ଦିନରେ କଟିବ ।ଦାମ୍ପତ୍ୟ ଜୀବନରେ ବିବାଦର ସମ୍ଭାବନା ଅଛି । ପିତାମାତାଙ୍କ ଆଶୀର୍ବାଦ ନେବା ପରେ ଘରୁ ବାହାରକୁ ଯାଆନ୍ତୁ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର

   Related Posts