scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୁରୁଷଙ୍କ ତୁଳନାରେ ମହିଳାଙ୍କର ମୁଣ୍ଡବିନ୍ଧା ଅଧିକ ହୋଇଥାଏ, ଜାଣନ୍ତୁ ୬ଟି ବଡ କାରଣ

14/12/2018 at 12:07 PM

ପୁରୁଷଙ୍କ ତୁଳନାରେ ମହିଳାଙ୍କର ଅଧିକ ମୁଣ୍ଡବିନ୍ଧା ହୋଇଥାଏ । ଏହା ପଛର କାରଣ ଦୁଇଥାକିଆ ଜୀବନ ଜୀଇଁବା ହୋଇଥାଇପାରେ । ଏହା ବ୍ୟତୀତ ହର୍ମୋନ କାରଣରୁ ମଧ୍ୟ ମୁଣ୍ଡବିନ୍ଧା ହୋଇପାରେ । ମାତ୍ର କେତେକ ସ୍ଥିତିରେ ମୁଣ୍ଡବିନ୍ଧା ଶରୀରର କେଉଁଠି କିଛି ହୋଇଥିଲେ ଜଣାଇ ଦେଇଥାଏ । ପ୍ରକୃତରେ କହିବାକୁ ଗଲେ ମୁଣ୍ଡବିନ୍ଧା କେବଳ ମୁଣ୍ଡର ଯନ୍ତ୍ରଣା କାରଣରୁ ହୋଇନଥାଏ । ଏହା ପଛରେ କିଛି ଅଲଗା କାରଣ ମଧ୍ୟ ରହିଥାଇପାରେ । ଶରୀରର ଯେକୌଣସି  ଅଂଶରେ ଯନ୍ତ୍ରଣା ଅଥବା କିଛି ଅନ୍ୟ ରୋଗ ହୋଇଥିଲେ ମଧ୍ୟ ମୁଣ୍ଡବିନ୍ଧା ହୋଇଥାଏ ।

କେଉଁ କାରଣରୁ ହୋଇପାରେମୁଣ୍ଡବିନ୍ଧା :

ଟେନସନ – ପ୍ରକୃତରେ ମୁଣ୍ଡର କେଉଁ ଅଂଶରେ ଯନ୍ତ୍ରଣା ହେଉଛି ସେଥିରୁ ଆପଣଙ୍କ ମନର ସ୍ଥିତି କଣ ଅଛି ତାହା ଅନୁମାନ କରାଯାଇପାରିବ । ଯଦି ଆପଣଙ୍କ ମୁଣ୍ଡର ଉଭୟ ପାର୍ଶ୍ବରେ ଯନ୍ତ୍ରଣା ହେଉଛି ତେବେ ଜାଣିନିଅନ୍ତୁ ଯେ, ଏହା ଟେନସନ କାରଣରୁ ହେଉଛି । ଟେନସନ କାରଣରୁ ମୁଣ୍ଡର ଉଭୟ ପାର୍ଶ୍ବ ବିନ୍ଧା ହୋଇଥାଏ ।

ମସ୍ତିସ୍କ – ଯଦି ଆପଣଙ୍କର ମସ୍ତିସ୍କ ଅଂଶରେ ଯନ୍ତ୍ରଣା ହେଉଛି ତେବେ ଜାଣିନିଅନ୍ତୁ ଯେ ତାହା କୌଣସି ସାମାନ୍ୟ ଯନ୍ତ୍ରଣା ନୁହେଁ । ଏଭଳି ଯନ୍ତ୍ରଣା ମାଇଗ୍ରେନ୍ ହୋଇପାରେ । ଏହା ଆପଣଙ୍କ ନର୍ଭ ଯୋଗୁଁ ହୋଇଥାଏ । ମସ୍ତିଷ୍କ ଯନ୍ତ୍ରଣା ପ୍ରାୟତଃ ମୁଣ୍ଡର ମଧ୍ୟ ଅଂଶରେ ହୋଇଥାଏ । ଯଦି ଆପଣ ଏଭଳି ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ପାଚନକ୍ରିୟା– କେତେକ ସମୟରେ ମୁଣ୍ଡବିନ୍ଧାର ସମ୍ପର୍କ ପେଟ ସମସ୍ୟା ସହ ଜଡିତ ହୋଇଥାଏ । ପାଚନକ୍ରିୟା ଠିକ୍‌ ଭାବେ ନହେବା ଫଳରେ ମୁଣ୍ଡବିନ୍ଧା ହୋଇପାରେ । ଯଦି ମୁଣ୍ଡର ଗୋଟିଏ ପାର୍ଶ୍ବରେ ଅଧିକ ସମୟ ଧରି ଯନ୍ତ୍ରଣା ହେଉଛି ତେବେ ଏହା ଏସିଡିଟି ଓ ଡାଇରିଆର ଲକ୍ଷଣ ମଧ୍ୟ ହୋଇପାରେ ।

ଇନ୍ଦ୍ରିୟ – କେତେକ ସମୟରେ ଏକ ବିଶେଷ ଧରଣର ଶବ୍ଦ ଶୁଣିବା ଫଳରେ ମୁଣ୍ଡବିନ୍ଧା ଆରମ୍ଭ ହୋଇଥାଏ । ଘଣ୍ଟାଘଣ୍ଟା ଧରି ଫୋନ୍‌ରେ କଥା ହେବା ଦ୍ବାରା ମଧ୍ୟ ମୁଣ୍ଡବିନ୍ଧା ହୋଇଥାଏ । କିଛି ପରଫ୍ୟୁମ୍‌ର ଗନ୍ଧ କାରଣରୁ ମଧ୍ୟ ମୁଣ୍ଡ ବିନ୍ଧିଥାଏ । କହିବାକୁ ଗଲେ ଅଲଗା ଅଲଗା ଇନ୍ଦ୍ରୀୟ କାରଣରୁ ଭୀଷଣ ମୁଣ୍ଡବିନ୍ଧା ହୋଇଥାଏ ।

ଅଧିକ ସମୟ ଚିନ୍ତାକରିବା – ମସ୍ତିଷ୍କ ଯେତେବେଳେ ଅଧିକ ଚିନ୍ତା କରିଥାଏ ସେତେବେଳେ ମୁଣ୍ଡରେ ଯନ୍ତ୍ରଣା ହୋଇଥାଏ। ଯଦି ଆପଣ କିଛି ଜିନିଷକୁ ନେଇ ଅଧିକ ଭାବୁଛନ୍ତି ବା ଚିନ୍ତା କରୁଛନ୍ତି ତେବେ ସେତେବେଳେ ଆପଣ ମୁଣ୍ଡରେ ଯନ୍ତ୍ରଣା ଅନୁଭବ କରିଥାନ୍ତି ।

ହର୍ମୋନ – ମୁଣ୍ଡବିନ୍ଧା ପଛରେ ହର୍ମୋନ ଏକ ମୁଖ୍ୟ କାରଣ ହୋଇଥାଏ । ବେଳେ ବେଳେ ହର୍ମୋନ କାରଣରୁ ହୃଦୟ ସ୍ପନ୍ଦନ ଅଧିକ ହୋଇଥାଏ ଏବଂ ଝାଳ ବୋହିବାକୁ ମଧ୍ୟ ଲାଗେ । ଏଭଳି ପରିସ୍ଥିତିରେ ମଧ୍ୟ ମୁଣ୍ଡବିନ୍ଧା ସମସ୍ୟା ଦେଖାଦେଇଥାଏ।

   Related Posts