ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଫେବୃଆରୀ ୨୪ରେ ଭାରତ ଗସ୍ତରେ ଆସିବେ। ତେବେ ରାଷ୍ଟ୍ରପତିଙ୍କ ଆଗମନ ପୂର୍ବରୁ ତାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ପହଞ୍ଚିସାରିଲାଣି ସମସ୍ତ ସାଜ ସର଼ଞ୍ଜାମ। ଏଥିରେ ତାଙ୍କ ଖାସ୍ ହେଲିକପ୍ଟର ମେରିନ-ୱାନ ମଧ୍ୟ ଇତିମଧ୍ୟରେ ଗୁଜୁରାଟରେ ପହଞ୍ଚିଯାଇଛି। କୁହାଯାଉଛି ଏହି ହେଲିକପ୍ଟର ଯୋଗେ ଟ୍ରମ୍ଫ ତାଜ ପରିଦର୍ଶନ ଲାଗି ଆଗରା ଯିବେ। ତେବେ ଆସନ୍ତୁ ଜାଣିବା ଟ୍ରମ୍ଫଙ୍କ ହେଲିକପ୍ଟର ଖାସ କାହିଁକି ?
{"id":226823,"sizeSlug":"large"}
ଟ୍ରମ୍ଫଙ୍କ ଏହି ହେଲିକପ୍ଟର ମେରିନ ୱାନ ଏକାକୀ ଆକାଶରେ ଉଡେନି। ଏହି ହେଲିକପ୍ଟର ଯେଉଁ ଆଡେ ବି ଯାଏ ତା ସହ ୫ଟି ସମାନ ପ୍ରକାରର ହେଲିକପ୍ଟରଙ୍କ ଏକ ସ୍କ୍ୱାର୍ଡ ବି ଉଡାଣ କରିଥାଏ। ଯଦି ଅଚାନକ ଶତ୍ରୁ ଆକ୍ରମଣର ଆଶଙ୍କା ଉପୁଜେ ଏଥିରେ ନିଜେ ଶତ୍ରୁ ହିଁ ଧୋକା ଖାଇଯାଏ କେଉଁଟି ମେରିନ-ୱାନ୍।
{"id":226824,"sizeSlug":"large"}
ମେରିନ ୱାନର ଆଉ ଯାହା ସ୍ୱତନ୍ତ୍ରତା ରହିଛି ତାହା ହେଉଛି ଏହାର ପରିବହନ କ୍ଷମତା। ଏହି ହେଲିକପ୍ଟରର କ୍ୟାବିନରେ ଏକକାଳୀନ ୧୪ ଜଣ ଯାତ୍ରା କରିପାରନ୍ତି। ହେଲିକପ୍ଟରଟି ଏପରି ଭାବେ ନିର୍ମିତ ହୋଇଛି ଯାହାର କ୍ୟାବିନକୁ ବାହରର ଶବ୍ଦ ଶୁଣାଯାଇନଥାଏ। ଏଣୁ ହେଲିକପ୍ଟରରେ ଯାତ୍ରା ବେଳେ ଟ୍ରମ୍ଫ ସାଧାରଣ ଶ୍ୱରରେ ବି ପାଖରେ ବସିଥିବା ଯାତ୍ରୀଙ୍କ ସହ କଥା ହୋଇପାରନ୍ତି। ତାଙ୍କୁ ଜୋରରେ କହିବାକୁ ପଡିନଥାଏ। ତେବେ ସବୁଠୁ ବଡ କଥା ହେଉଛି ଯାତ୍ରା ବେଳେ ଯଦି କ୍ଷେପଣାସ୍ତ୍ର ଆକ୍ରମଣ ବି ହୁଏ ଏହି ହେଲିକପ୍ଟର ତାର ସଫଳ ମୁକାବିଲା କରିପାରିବ। ଆକାଶରେ ଉଡୁଥିବା ବେଳେ ଯଦି ଏହାର ଗୋଟିଏ ଇଞ୍ଜିନ ଅଚଳ ବି ହୁଏ ତେବେ ଦ୍ୱିତୀୟ ଓ ତୃତୀୟ ଇଞ୍ଜିନରେ ଏହା ଉଡାଣ କରିପାରିବ। ଏହା ଛଡା ହେଲିକପ୍ଟରର ସୁରକ୍ଷିତ କମ୍ୟୁନିକେସନ ଲାଇନ ଯୋଗୁ ଆକାଶ ଯାତ୍ରା କାଳରେ ମଧ୍ୟ ଟ୍ରମ୍ଫ କାହା ସହ କଥା ହୋଇପାରିଥାନ୍ତି।