ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଏବେ ମନେ ପଡୁଛନ୍ତି ଋଷି ସୁନକ! ଲିଜ୍ ଟ୍ରସ୍‌ଙ୍କୁ ପ୍ରଧାନମନ୍ତ୍ରୀ କରି ପସ୍ତଉଛନ୍ତି ବ୍ରିଟେନବାସୀ, ଜାଣନ୍ତୁ କାହିଁକି ?

28/09/2022 at 7:35 PM

ଲଣ଼୍ଡନ ୨୮।୯: ଚଳିତମାସ ପ୍ରାରମ୍ଭରେ ବ୍ରିଟେନ କଞ୍ଜରଭେଟିଭ ପାର୍ଟିର ନେତା ନିର୍ବାଚନରେ ଋଷି ସୁନକ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଲିଜ୍‌ ଟ୍ରସ୍‌ଙ୍କ ଠାରୁ ୨୦ ହଜାର ଭୋଟରେ ହାରି ଯାଇଥିଲେ। ଏଣୁ କଞ୍ଜରଭେଟିଭ ପାର୍ଟି ଟ୍ରସ୍‌ଙ୍କୁ ନିଜ ନେତା ବାଛି ଥିଲା। ଏବେ ଟ୍ରସ ପ୍ରଧାନମନ୍ତ୍ରୀ ହେବାର ମାସଟିଏ ବି ହୋଇନି ଋଷି ସୁନକ ଏବେ ଦେଶବାସୀଙ୍କ ମନେପଡିଲେଣି। କାରଣ ଦେଶର ଅର୍ଥ ବ୍ୟବସ୍ଥାକୁ ସମ୍ଭାଳିବାରେ ଲିଜ୍ ଟ୍ରସ୍‌ ବିଫଳ ହେଉଛନ୍ତି।  ଏଣୁ ଅଧିକାଂଶ ଦେଶବାସୀ ଋଷି ସୁନକଙ୍କୁ ସକ୍ରିୟ ରାଜନୀତିରେ ଦେଖିବାକୁ ଚାହୁଁଛନ୍ତି।

ବୋରିସ ଜନସନ୍‌ଙ୍କ ସରକାରରେ ଋଷି ସୁନକ ଅର୍ଥମନ୍ତ୍ରୀ ଥିଲେ। ନିର୍ବାଚନ କ୍ୟାମ୍ପେନରେ ଲୋକଙ୍କୁ ଲୋଭେଇବା ଭଳି କୌଣସି ପ୍ରତିଶ୍ରୁତି ଦେବାକୁ ପଛକୁ ହଟି ଯାଇଥିଲେ। ତେବେ ତାଙ୍କୁ ଯଦି ଦଳର ନେତା ମନୋନୀତ କରାଯାଏ ଦେଶର ଅର୍ଥ ବ୍ୟବସ୍ଥାକୁ ସୁସଂହତ କରିବେ ବୋଲି ପ୍ରତିଶ୍ରୁତି ଦେଉଥିଲେ। ଅପରପକ୍ଷେ ଲିଜ ଟ୍ରସ୍‌ ଅନେକ ଲୋଭନୀୟ ପ୍ରତିଶ୍ରୁତି ଘୋଷଣା କରି ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ପରିସ୍ଥିତିକୁ ସମ୍ଭାଳି ପାରୁ ନାହାନ୍ତି।

ପ୍ରଧାନମନ୍ତ୍ରୀ ନିର୍ବାଚନ କାଳରେ ଲିଜ ଟ୍ରସ୍ ଗୋଟିଏ ପରେ ଗୋଟିଏ ଲୋଭନୀୟ ପ୍ରତିଶ୍ରୁତି ଦେଉଥିବା ବେଳେ ଋଷି ସୁନକ ତାଙ୍କୁ ବାରମ୍ବର ସତର୍କ କରୁଥିଲେ। ଏକ ନ୍ୟୁଜ ଡିବେଟ୍‌ରେ ସେ ଏପରି କୌଣସି ପ୍ରତିଶ୍ରୁତି ଦେବେ ନାହିଁ ଯାହା ପରେ ପୁରଣ କରିବା କଷ୍ଟକର  ହୋଇପଡିବ ବୋଲି ସ୍ପଷ୍ଟ ରୂପେ କହିଥିଲେ। ତେବେ ଟ୍ରସ ଲୋକଙ୍କୁ ଶୁଳ୍କ ହ୍ରାସ ଓ ବିଦ୍ୟୁତ ବିଲ୍ ଦେୟ ହ୍ରାସ କରିବାର ପ୍ରତିଶ୍ରୁତି ଦେଇପକାଇଥିଲେ। ଯାହା ଏବେ ସେ ପୂରଣ କରିବା ମଧ୍ୟ ଅସମ୍ଭବ।

ନିର୍ବାଚନ ସରିଯାଇଛି ଦେଶକୁ ନୂଆ ପ୍ରଧାନମନ୍ତ୍ରୀ ମିଳିସାରିଛନ୍ତି। ହେଲେ ଲୋକେ କ୍ୟାମ୍ପେନ ବେଳର ବିତର୍କ ଭିଡିଓ ସେୟାର କରି ସୁନକଙ୍କୁ ମନେ ପକାଉଛନ୍ତି। ସେତେବେଳେ ଋଷି ସୁନକ ଯାହା କହିଥିଲେ ଏବେ ତାହା ସତ୍ୟ ପ୍ରମାଣିତ ହେଉଛି। ମୂଲ୍ୟ ବୃଦ୍ଧିକୁ ନେଇ ଲିଜ୍ ଟ୍ରସ ଯାହା କହୁଛନ୍ତି ଓ ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି ତାହା ପରୀ କଥା ବୋଲି ଋଷି ସୁନକ କହିଥିଲେ। ଏବେ ପରିସ୍ଥିତି ଏପରି ହୋଇଛି ଯେ ବ୍ରିଟେନରେ ଲୋକେ ଇକୋନମିକ୍ସକୁ ଟ୍ରସୋନମିକ୍ସ କହିବାକୁ ଲାଗିଲେଣି।   

   Related Posts