ମ୍ୟାଚ ଆରମ୍ଭ ହେବାର ଠିକ ୭ ମିନିଟ ପୂର୍ବରୁ ବିପକ୍ଷ ଟିମ ଅଧିନାୟକଙ୍କୁ କାହିଁକି ସାକ୍ଷାତ କରିଥାନ୍ତି କୋହଲି ? ଜାଣନ୍ତୁ ଏହାର କାରଣ

Published By : Prameya-News7 Bureau | July 02, 2019 IST

ବର୍ମିଂହାମ୍ ୨/୭ : ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଯେକୌଣସି ଦେଶ ସହ ମ୍ୟାଚ ଖେଳିବାର ୭ ମିନିଟ ପୂର୍ବରୁ ବିପକ୍ଷ ଟିମ ଅଧିନାୟକଙ୍କ ସହ ପଡିଆ ବାଉଣ୍ଡ୍ରି ନିକଟକୁ ଯାଇ କଥାବାର୍ତ୍ତା କରିଥାନ୍ତି । ଏହା ପଛରେ ଏକ ବଡ କାରଣ ରହିଛି । ଏହା କୌଣସି ଏମିତି ସେମିତି କାରଣ ନୁହେଁ । ଏହା କ୍ରିକେଟର ଏକ ପ୍ରୋଟୋକଲ ।ଏହି ପ୍ରୋଟୋକଲକୁ ସମସ୍ତ ଟିମ ପାଳନ କରିଥାନ୍ତି । ଏହି ପ୍ରୋଟୋକଲ ଅନୁଯାୟୀ, ପ୍ଲେଇଂ ଇଲେଭେନରେ କେଉଁ କେଉଁ ଖେଳାଳି ଅଛନ୍ତି ସେହି ତାଲିକାର ଆଦାନ ପ୍ରଦାନ ହୋଇଥାଏ । ଏହାକୁ ଫଲୋ କରିବାର ମଧ୍ୟ ଅନେକ ନିୟମ ରହିଛି ।

ଏଥିପାଇଁ ସବୁଠାରୁ ପ୍ରଥମେ ଟିମ ମ୍ୟାନେଜରଙ୍କୁ ଏକ ନୋମିନେସନ ଫର୍ମ ଭର୍ତ୍ତି କରିବାକୁ ପଡେ । ଏହି ଫର୍ମରେ ଖେଳାଳିଙ୍କ ଜର୍ସି ନମ୍ବର, ନାଁ ଏବଂ ବ୍ୟାଟିଂ କ୍ରମ ରହିଥାଏ । ଏହା ସହ ଅଧିନାୟକ ଏବଂ ୱିକେଟ କିପରଙ୍କ ନାଁ ସାମ୍ନା ସମସ୍ତ ସୂଚନା ଦେବାକୁ ପଡିଥାଏ ।

ଏହି ଦାୟିତ୍ୱ ଟିମ ମ୍ୟାନେଜରଙ୍କ ଉପରେ ରହିଥାଏ ଯେ ଫର୍ମରେ ଦିଆଯାଇଥିବା ସମସ୍ତ ଠିକ ଅଛି ନା ନାହିଁ । ଆଇସିସି ନିୟମ ଅନୁଯାୟୀ, ଏହି ସୂଚନା ମ୍ୟାଚ ଆରମ୍ଭ ହେବାର ୭ ମିନିଟ ପୂର୍ବରୁ ଟିମର ଅଧିନାୟକଙ୍କୁ ଦେବାକୁ ପଡିଥାଏ । ବେଳେବେଳେ ଶେଷ ମୁହୂର୍ତ୍ତରେ ବ୍ୟାଟିଂ କ୍ରମର ନିଷ୍ପତ୍ତି ନିଆଯାଇଥାଏ ।

ଅନ୍ତରାଷ୍ଟ୍ରୀୟ କ୍ରିକେଟ ନିୟମ ଅନୁଯାୟୀ, ଟିମ ନୋମିନେସନ ଫର୍ମର ୪ଟି କପି ଅଧିନାୟକଙ୍କ ପାଖରେ ଥାଏ । ଏହି ଫର୍ମକୁ ନେଇ ସେ ବାଉଣ୍ଡ୍ରି ପାଖକୁ ଯାଇଥାନ୍ତି । ଏହାପରେ ଉଭୟ ଟିମର କ୍ୟାପଟେନ ଏହି ଫର୍ମ ଅଦଳବଦଳ କରିଥାନ୍ତି । ଏହି ପ୍ରକ୍ରିୟା ଖେଳ ଆରମ୍ଭ ହେବାର ଠିକ ୭ ମିନିଟ ପୂର୍ବରୁ ହୋଇଥାଏ ।

ଏହା ଏକ ପ୍ରକାର ମେମ୍ବର ପାର୍ଟିସିପେସନ ଏଗ୍ରିମେଣ୍ଟ ଫର୍ମ । ମ୍ୟାଚରେ କେତେଜଣ ଏବଂ କେଉଁ କେଉଁ ଖେଳାଳି ଖେଳିଛନ୍ତି ଏହି ଫର୍ମରେ ସମ୍ପୂର୍ଣ ବିବରଣୀ ଥାଏ । ଏହି ଏଗ୍ରିମେଣ୍ଟକୁ କୌଣସି ଟିମ ଭାଙ୍ଗି ପରିବେନାହିଁ । ଏହି ଏଗ୍ରିମେଣ୍ଟ ଅନ୍ତରାଷ୍ଟ୍ରୀୟ କ୍ରିକେଟ ନିୟମ ସହ ସମ୍ବନ୍ଧିତ ।

ଗତ ମ୍ୟାଚରେ ଟିମ ମ୍ୟାନେଜର ରବି ଶାସ୍ତ୍ରୀ ଏହି ଫର୍ମ ଦେଇଥିଲେ । ଏଥିରେ ଟିମର ଖେଳାଳିଙ୍କ ଜର୍ସି ନମ୍ବର ମଧ୍ୟ ଦିଆଯାଇଥିଲା । ଏହି ନମ୍ବର ଅନୁସାରେ ଆପଣ ଖେଳାଳିଙ୍କୁ ସହଜରେ ଚିହ୍ନି ପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.