ନୂଆଦିଲ୍ଲୀ : ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆଉ ଆମ ଗହଣରେ ନାହାନ୍ତି। ୬୭ ବର୍ଷ ବୟସରେ ଅଗଷ୍ଟ ୬ ତାରିଖ ରାତିରେ ହୃଦଘାତ ଯୋଗୁ ତାଙ୍କର ପରଲୋକ ହୋଇଥିଲା। ତାଙ୍କ ଅନ୍ତ୍ୟେଷ୍ଟିରେ ଝିଅ ବାଁଶୁରୀ ସମସ୍ତ କର୍ମ କରିଥିଲେ। ଜଣେ ଲୋକ ଚରିତ୍ର ଥିଲେ ସୁଷମା। କିଛି ବି ତାଙ୍କର ବ୍ୟକ୍ତିଗତ ନଥିଲା। ଯାହା ବି ବ୍ୟକ୍ତିଗତ ଥିଲା ସେ ସମ୍ପର୍କରେ ଏପର୍ଯ୍ୟନ୍ତ ଅନେକ ଚର୍ଚ୍ଚା ହୋଇସାରିଲାଣି। ହେଲେ ସେ ତାଙ୍କ ଝିଅର ନାଁ କାହିଁ କି ବାଁଶୁରୀ ରଖିଥିଲେ ଜାଣନ୍ତି କି ? ଯଦି ଜାଣି ନାହାନ୍ତି ଆସନ୍ତୁ ଜାଣିବା।
{"id":142410,"width":582,"height":349}ଭଗବାନ ଶ୍ରୀକୃଷ୍ଣଙ୍କୁ ତାଙ୍କ ବଂଶୀ ବେଶ ପ୍ରିୟ ଥିଲା ଯେପରି ସୁଷମାଙ୍କୁ ତାଙ୍କ ଝିଅ। କୃଷ୍ଣଙ୍କ ଠାରେ ସୁଷମାଙ୍କର ଅଗାଧ ଆସ୍ଥା ଥିଲା। ଏଣୁ ଶ୍ରୀକୃଷ୍ଣଙ୍କ ଭଳି ବାଁଶୁରୀ ମଧ୍ୟ ବିଭିନ୍ନ ରୂପରେ ତାର ଭୂମିକା ପୁରଣ କରନ୍ତୁ ବୋଲି ସେ ଚାହୁଁଥିଲେ। ଏଣୁ ଶ୍ରୀକୃଷ୍ଣଙ୍କର ପ୍ରୀୟ ବାଦ୍ୟ ବଂଶୀ ନାମରେ ତାଙ୍କ ନାମ ନାମିତ କରିଥିଲେ। ତାଙ୍କ ଆଶାନୁରୂପ ମଧ୍ୟ ହୋଇଥିଲେ ତାଙ୍କ ଝିଅ।
{"id":142411,"width":581,"height":349}ସୁଷମା ଜୀବନରେ ଜଣେ ପତ୍ନୀ, ମା, ରାଜନେତ୍ରୀ ଆଦି ବିଭିନ୍ନ ଭୂମିକାର ନିଖୁଣ ସମ୍ପାଦନା କରିଥିଲେ। ଏଣୁ ଝିଅର ନାମ ଖୁବ ବୁଝି ବିଚାରୀ ରଖିଥିଲେ ସୁଷମା। ପିତାମାତାଙ୍କ ଭଳି ବାଂଶୁରୀ ମଧ୍ୟ ଜଣେ ଉଚ୍ଚମାନର ଓକିଲ ହୋଇପାରିଛନ୍ତି। କ୍ରିମିନାଲ ଲୟର ଭାବେ ତାଙ୍କର ଦିଲ୍ଲୀ ହାଇକୋର୍ଟରେ ସୁନାମ ମଧ୍ୟ ରହିଛି। ସେ ଆଇପିଏଲ କମିଶନର ଲଳିତ ମୋଦିଙ୍କ ଲିଗାଲ ଟିମରେ ବି ଥିଲେ। ହେଲେ ଯେତେବେଳେ ତାଙ୍କ ଭ୍ରଷ୍ଟାଚାର ଧରାପଡିଲା ବାଁଶୁରୀ ତାଙ୍କ ସାଥୀ ଛାଡି ସାରିଥିଲେ। ରାଜଧାନୀ ଦିଲ୍ଲୀରେ ସୁଷମାଙ୍କ ଅନ୍ତ୍ୟେଷ୍ଟି ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ସମ୍ପନ୍ନ ହୋଇଥିଲା। ଝିଅ ବାଁଶୁରୀ ତାଙ୍କୁ ସାଲ୍ୟୁଟ କରି ଅନ୍ତିମ ବିଦାୟ ଜଣାଇଥିଲେ। ସୁଷମାଙ୍କ ଅନ୍ତ୍ୟେଷ୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବରିଷ୍ଠ ନେତା ଲାଲକୃଷ୍ଣ ଆଡୱାଣୀ, ଅମିତ ଶାହ, ରାଜନାଥ ସିଂହ, ଓମ ବିରଳା, ସୋନିଆ ଗାନ୍ଧି, ଗୁଲାମ ନବୀ ଆଜାଦ୍, ଆନନ୍ଦ ଶର୍ମା, ଅଶୋକ ଗହଲୋତ ଆଦି ନେତାଙ୍କ ଉପସ୍ଥିତିରେ ତାଙ୍କର ଅନ୍ତ୍ୟେଷ୍ଟି ସମ୍ପନ୍ନ ହୋଇଛି।