କେତେକ ରେଲଓ୍ବେ ଷ୍ଟେସନକୁ ସେଣ୍ଟ୍ରାଲ୍ ଏବଂ କେତେକକୁ ଜଙ୍କସନ୍ କାହିଁକି କୁହାଯାଇଥାଏ : ଜାଣନ୍ତୁ
17/07/2019 at 5:00 PM

ନୂଆଦିଲ୍ଲୀ ୧୭/୭: ଭାରତୀୟ ରେଲଓ୍ବେର କିଛି ଷ୍ଟେସନର ନାଁ ଆଗେ ସେଣ୍ଟ୍ରାଲ୍ ଲାଗିଛି,ଆଉ କିଛିର ଜଙ୍କସନ୍। ପ୍ରକୃତରେ ଏହାର କାରଣ ସେହି ଷ୍ଟେସନର ଖାସ୍ ଲୋକେସନ୍। ଭାରତରେ ୭୦୦୦ରୁ ଅଧିକ ଷ୍ଟେସନ୍ ରହିଛି ଏବଂ ଏଗୁଡ଼ିକୁ ୪ଭାଗରେ ବିଭକ୍ତ କରାଯାଇଛି ଯଥା : ସେଣ୍ଟ୍ରାଲ,ଟର୍ମିନାରସ୍,ଜଙ୍କସନ ଏବଂ ଷ୍ଟେସନ।
୧. ଟର୍ମିନାରସ୍ : ଯେଉଁ ଷ୍ଟେସନରେ ଟ୍ରେନ୍ କେବଳ ଗୋଟିଏ ଦିଗରୁ ଯାଇଥାଏ ଅର୍ଥାତ୍ ଯେଉଁଠି ରେଳ ଲାଇନ୍ ସରିଥାଏ ତାହାକୁ ଟର୍ମିନାରସ କୁହାଯାଏ। ଦେଶର କେତେକ ପ୍ରମୁଖ ଟରମିନାରସ୍ ହେଉଛି –ବାନ୍ଦ୍ରା ଟରମିନାରସ,ହାଓଡ଼ା ଟରମିନାରସ୍,ଭାବନଗର ଟରମିନାରସ୍,ଛତ୍ରପତି ଶିବାଜୀ ଟର୍ମିନାରସ୍,କୋଚିନ୍ ହାରବରସ୍ ଟର୍ମିନାରସ୍,ଲୋକମାନ୍ୟ ତିଳକ ଟର୍ମିନାରସ୍।
୨.ସେଣ୍ଟ୍ରାଲ : ସେଣ୍ଟ୍ରାଲ ସହରର ସବୁଠୁ ପ୍ରମୁଖ ରେଲଓ୍ବେ ଷ୍ଟେସନ ହୋଇଥାଏ। ଭାରତରେ ୫ଟି ସେଣ୍ଟ୍ରାଲ ଷ୍ଟେସନ ରହିଛି ଯଥା : ମୁମ୍ବାଇ ସେଣ୍ଟ୍ରାଲ,ଚେନ୍ନାଇ ସେଣ୍ଟ୍ରାଲ,ତ୍ରିଭେନ୍ଦ୍ରମ୍ ସେଣ୍ଟ୍ରାଲ୍,ମାଙ୍ଗାଲୋର ସେଣ୍ଟ୍ରାଲ,କାନପୁର ସେଣ୍ଟ୍ରାଲ।
୩. ଜଙ୍କସନ୍ : ଜଙ୍କସନ ଏକ ଏପରି ରେଲଓ୍ବେ ଷ୍ଟେସନ ଯେଉଁଠି ଅତି କମରେ ଦୁଇଟି ଅଲଗା ଅଲଗା ମାର୍ଗ ଏହି ଷ୍ଟେସନରୁ ଅତିକ୍ରମ କରିଥାଆନ୍ତି। ଭାରତରେ ମଥୁରା ଜଙ୍କସନରେ ସବୁଠୁ ଅଧିକ ୭ଟି ରୁଟ ହୋଇ ଅତିକ୍ରମ କରିଥାଆନ୍ତି। ଅର୍ଥାତ୍ ୭ଟି ଅଲଗା ଅଲଗା ସ୍ଥାନରୁ ଗାଡ଼ି ନିଆଯାଇପାରିବ। ଏହାପରେ ସଲେମ ଜଙ୍କସନ,ବିଜୟଓ୍ବାଡ଼ା ଜଙ୍କସନ ଏବଂ ବରେଲି ଜଙ୍କସନର ସ୍ଥାନ ରହିଛି।
୪. ଷ୍ଟେସନ : ପ୍ରକୃତରେ ଷ୍ଟେସନରୁ ଏକ ରେଲଓ୍ବେ ଲାଇନ୍ ସିଧା ଗୋଟିଏ ଦିଗରୁ ଅତିକ୍ରମ କରିଥାଏ।