ରାହୁଲ ଗାନ୍ଧି କାହିଁକି ଧରିଥିଲେ ଅଭିନେତ୍ରୀ ପୁନମ କୌରଙ୍କ ହାତ? ଏବେ ଜାଣନ୍ତୁ କାରଣ

Published By : Prameya-News7 Bureau | November 01, 2022 IST

ହାଇଦ୍ରାବାଦ ୧।୧୧: କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏବେ ‘ଭାରତ ଯୋଡୋ ଯାତ୍ରା’ରେ କନ୍ୟାକୁମାରୀରୁ କାଶ୍ମୀର ଯାଉଛନ୍ତି। ଏହି ଯାତ୍ରା ମାଧ୍ୟମରେ ରାହୁଲ ଦେଶରେ କଂଗ୍ରେସ ହିଁ ଏକମାତ୍ର ରାଜନୈତିକ ପାର୍ଟି ଯାହା ସଂଘ ଓ ବିଜେପିର ଘୃଣ୍ୟ ବିଚାରର ବିରୋଧ ପାଇଁ ସକ୍ଷମ ବୋଲି ଜଣାଇବାକୁ ଚାହୁଁଛନ୍ତି। ଏହି ଯାତ୍ରା କାଳରେ ରାହୁଲଙ୍କ ଭିନ୍ନ ଭିନ୍ନ ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି। ଏଥିରେ ଦକ୍ଷିଣ ଭାରତୀୟ ସିନେମାର ଜନୈକା ଅଭିନେତ୍ରୀଙ୍କ ହାତ ଧରି ରାହୁଲ ଚାଲୁଥିବା ଫଟୋ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ରାହୁଲଙ୍କ ଭାରତ ଯୋଡୋ ଯାତ୍ରାରେ ଦକ୍ଷିଣୀ ଅଭିନେତ୍ରୀ ପୁନମ କୌର ତାଙ୍କ ସାଙ୍ଗରେ ଚାଲୁଥିଲେ। ଏହି ଯାତ୍ରା କାଳରେ ଏପରି ଏକ ଫଟୋକୁ  କ୍ୟାମେରାମ୍ୟାନ ତାଙ୍କ କ୍ୟାମେରାରେ ତୋଳିଥିଲେ ଯେଉଁଥିରେ ରାହୁଲ ଓ ପୁନମ ପରସ୍ପରଙ୍କ ହାତ ଧରିଥିବାର ଦେଖାଯାଇଛି। ତେବେ ଏହାକୁ ନେଇ ଦେଶରେ ଜୋରଦାର ରାଜନୀତି ହେଉଛି। ପ୍ରଥମେ ବିଜେପି ନେତ୍ରୀ ଫଟୋ ସେୟାର କରି କମେଣ୍ଟ କରିବା ବେଳେ ନିଜେ ପୁନମ କୌର ଏହାର ଜବାବ ରଖିଥିଲେ।

{"id":703333,"width":840,"height":472,"sizeSlug":"full","linkDestination":"none"}

କହିଥିଲେ ଯେଉଁମାନଙ୍କ ନଜର ଖରାପ ସେମାନଙ୍କୁ ଏ ବାବଦେ କିଛି କହିବା ବି ଭୁଲ। ତେବେ ଯାତ୍ରା କାଳରେ ଚାଲୁ ଚାଲୁ ସେ ପଡି ଯାଉଥିଲେ ଏତିକିବେଳେ ରାହୁଲ ତାଙ୍କ ହାତ ଧରିପକାଇଥିଲେ। ତେବେ ଏହାକୁ ନେଇ ବିରୋଧୀ ତିଳକୁ ତାଳ କରୁଛନ୍ତି ବୋଲି ପୁନମ ସେତେବେଳେ କହିଥିଲେ। ଯଦି ଏପରି ଫଟୋକୁ ନେଇ କାହାରିକୁ ରାଜନୀତି ଦେଖାଯାଉଛି ଏଥିର ଭଲା କଣ କୁହାଯାଇପାରିବ ବୋଲି ସେ କହିଥିଲେ। ତେବେ ରାଜନୀତିରେ ବି ଏକ ମର୍ଯ୍ୟଦା ରହିବା ଦରକାର ବୋଲି କହିଥିଲେ ପୁନମ।

ପୁନମ କୌର ତେଲଗୁ ଓ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରନ୍ତି। ୨୦୦୬ ମସିହାରେ ସେ ପ୍ରଥମେ ନିର୍ଦ୍ଦେଶକ ତେଜାଙ୍କ ଫିଲ୍ମ ‘ଓକା ବିଚିତ୍ରମ’ରେ ଫିଲ୍ମ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ।  ହାଇଦ୍ରାବାଦରେ ରହୁଥିବା ପୁନମ ରାଜନୀତିରେ ମଧ୍ୟ ବେଶ୍ ସକ୍ରିୟ। ବିଚାରଗତ ଭାବେ ତାଙ୍କର ସମର୍ଥନ କଂଗ୍ରେସ ପ୍ରତି ରହିଛି। ତେବେ କଂଗ୍ରେସ ପୂର୍ବରୁ ସେ ତେଲଗୁ ଦେଶମ ପାର୍ଟି (ଟିଡିପି) ବ୍ୟାନରରେ ରାଜନୀତି କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.