ମାଟ୍ରିକ ରେଜଲ୍ଟ : ପାସହାର କାହିଁକି ୫ ପ୍ରତିଶତ କମିଲା ଜାଣନ୍ତୁ କାରଣ

Published By : Prameya-News7 Bureau | May 21, 2019 IST

କଟକ ୨୧|୫: ପ୍ରକାଶ ପାଇଛି ମାଟ୍ରିକ୍ ରେଜଲ୍ଟ । ମୋଟ୍ ପାସ୍ ହାର ରହିଛି ୭୦.୭୮ ପ୍ରତିଶତ । ରେଗୁଲାରରେ ୭୨.୩୫%, ଏକ୍ସରେଗୁଲାରରେ ୩୭.୪୩% ଓ ମଧ୍ୟମାରେ ୮୪.୬୨%  ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।  ଝାରସୁଗୁଡ଼ା ଜିଲ୍ଲାରେ ସର୍ବାଧିକ ପାସ୍ ହାର ୮୫.୪୮ ଥିବା ବେଳେ କୋରାପୁଟରେ ସର୍ବନିମ୍ନ ପାସହାର ରହିଛି ୫୦.୬୧ ପ୍ରତିଶତ । ମୋଟ୍ ୫ ଲକ୍ଷ ୬୨ ହଜାର ୨୧୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପାସ୍ କରିଛନ୍ତି ୩ ଲକ୍ଷ ୯୭ ହଜାର ୧୨୫ ଜଣ । 

{"id":114585}

A1 ଗ୍ରେଡରେ ୧୧୮୧, A2 ଗ୍ରେଡରେ ୯୯୩୮ ଏବଂ B1 ରେ ୨୪ ହଜାର ୯୯୧, B2 ଗ୍ରେଡରେ ୪୬ ହଜାର ୩୧୯, C ଗ୍ରେଡ୍‌ରେ ୭୬ ହଜାର ୧୩୯,  D ଗ୍ରେଡ୍‌ରେ ୧ ଲକ୍ଷ ୧୬ ହଜାର୨୬୨, E ଗ୍ରେଡରେ ୧ ଲକ୍ଷ ୨୨ ହଜାର ୬୨ ଏବଂ F ଗ୍ରେଡରେ ୧ଲକ୍ଷ ୬୩ ହଜାର ୯୫୪ ପରୀକ୍ଷାର୍ଥି ପାସ୍‌ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।

{"id":114584}

ଏ ବର୍ଷ ବି ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ । ୨ ଲକ୍ଷ ୫ ହଜାର ୪୭୦ ଜଣ ଝିଅ କୃତକାର୍ଯ୍ୟ ହୋଇଥିବା ବେଳେ ପୁଅଙ୍କ ସଂଖ୍ୟା ରହିଛି ୧ ଲକ୍ଷ ୯୧ ହଜାର ୬୫୫ । ୨୮୯ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି ।  ୮୨ଟି ସ୍କୁଲରେ କୌଣସି ପିଲା ପାସ୍ କରିନାହାନ୍ତି । ଗତ ବର୍ଷ ତୁଳନାରେ ଏବର୍ଷ ପାସ୍ ହାର ପାଖାପାଖି ୫ ପ୍ରତିଶତ କମିଛି । ଗତବର୍ଷ ୭୬.୨୩ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ । ଗଣଶିକ୍ଷା ବିଭାଗର ଯୁକ୍ତି ହେଲା,  ୪ ସେଟ୍‌ ସମାନ୍ତରାଳ ପ୍ରଶ୍ନପତ୍ର ଏବଂ କପି ରୋକିବାକୁ ନିଆଯାଇଥିବା ଦୃଢ଼ ପଦକ୍ଷେପ ଯୋଗୁ ପାସ୍‌ ହାର କମିଛି ।

{"id":114586}

୨୪ରୁ ଆରମ୍ଭ ହେବ ଯାଞ୍ଚ ଆବେଦନ ପ୍ରକ୍ରିୟା । ୧୦ ଦିନ ପର୍ଯ୍ୟନ୍ତ ଅନଲାଇନ ଯୋଗେ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଜୁନ୍ ଶେଷ ସପ୍ତାହରେ ହେବ ସପ୍ଲିମେଣ୍ଟାରୀ ପରୀକ୍ଷା । ପରୀକ୍ଷା ଫଳ ସଂକ୍ରାନ୍ତୀୟ କୌଣସି ସୂଚନା ପାଇଁ ବୋର୍ଡ କେନ୍ଦ୍ରୀୟ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି । କଣ୍ଟ୍ରୋଲ୍ ରୁମ୍ ନମ୍ବର ହେଉଛି – ୦୬୭୧- ୨୪୧୨୦୫୯, ୨୪୧୨୦୬୦।

{"id":114587}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.