suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବେଙ୍ଗଲ ଦଙ୍ଗା ଉପରେ ଫିଲ୍ମ କରିବ ବିଜେପି, ସ୍ବାଧୀନତା ସମୟରେ କଲିକତା ସ୍ଥିତିର ମିଳିବ ଝଲକ
  • ||
  • ଶେଷ ପର୍ଯ୍ୟନ୍ତ ଲଢ଼ି ଅଷ୍ଟ୍ରେଲିଆ ‘ଏ’ କୁ ୨-୧ରେ ହରାଇଲା ଭାରତୀୟ ମହିଳା ହକି ଦଳ
  • ||
  • କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ରାମଦେବ, କହିଲେ ମା’ଭଉଣୀଙ୍କ ବିଷୟରେ ବେକାର କଥା କହୁଥିବା ବ୍ରିଜ ଭୂଷଣଙ୍କୁ ଗିରଫ କର
  • ||
  • ଦିଲ୍ଲୀ ୟୁନିଭର୍ସିଟି ସିଲାବସରୁ ହଟିଲା ‘ସାରେ ଜାହାଁ ସେ ଆଚ୍ଛା’ର ଲେଖକ ମହମ୍ମଦ ଇକ୍‌ବାଲଙ୍କ ବିଷୟ
  • ||
  • ଏବେ ଉତ୍ତରାଖଣ୍ଡ ସଂଲଗ୍ନ LACରେ ଦ୍ରୁତ ଗତିରେ ଗାଁ ଗଢି ଚାଲିଛି ଚୀନ, ସୈନ୍ୟ ଶିବିର ବି ନିର୍ମାଣ କରୁଛି
  • ||
  • ହାଇଦ୍ରାବାଦ: କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସମର୍ଥନ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେଜରିଓ୍ଵାଲ
  • ||
  • ନୂଆଦିଲ୍ଲୀ: ଜବାହରଲାଲ ନେହେରୁଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାହୁଲ ଗାନ୍ଧୀ
  • ||
  • IPL 2023: ମୁମ୍ବାଇକୁ ହରାଇ ଲଗାତାର ୨ୟ ଥର ଫାଇନାଲ୍‌ରେ ଗୁଜରାଟ ଟାଇଟନ୍ସ, ରବିବାର ଚେନ୍ନାଇ ସହ ଟାଇଟଲ୍ ମୁକାବିଲା
  • ||
  • ବିଜେପି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ୯ଟି ପ୍ରଶ୍ନ କଲା କଂଗ୍ରେସ
  • ||
  • ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀଙ୍କ କାର୍କେଡ୍‌ ଉପରେ ଆକ୍ରମଣ, ଇଟା ଫିଙ୍ଗି ଭାଙ୍ଗିଲେ ମନ୍ତ୍ରୀଙ୍କ କାର୍ କାଚ
  • ||

କଟକ-ବାରବାଟୀ ଆସନରେ ତୁଙ୍ଗ ନେତା ଦେବାଶୀଷ ସାମନ୍ତରାୟ କାହିଁକି ହାରିଲେ ? ଜାଣନ୍ତୁ କାରଣ

25/05/2019 at 6:05 PM

କଟକ ୨୫/୫ : ଦେଶରେ ମୋଦି ଲହର କାମ କରିଥିବା ବେଳେ ଓଡିଶାରେ ନବୀନ ମ୍ୟାଜିକ କରିଶ୍ମା ଦେଖାଇଛି । ଏହାସତ୍ତ୍ବେ କଟକ-ବାରବାଟୀ ଆସନରେ ବିଜେଡିକୁ ସଫଳତା ମିଳିପାରି ନାହିଁ । ହାରକୁ ନେଇ ଏବେ ସମୀକ୍ଷା କରୁଛି ଦଳ । ତେବେ ଏହି ଆସନରେ  ବ୍ୟକ୍ତିଗତ କାରଣକୁ ନେଇ ବିଜେଡି ହାରିଥିବା ବେଳେ ଆଉ କିଛି ଭୋଟ୍ ବିଜେପି ଖାତାକୁ ଚାଲିଯିବା ଯୋଗୁଁ ଦେବାଶୀଷ  ପଛେଇଗଲେ ବୋଲି ରାଜନୀତି ପଣ୍ଡିତ ମତ ଦେଇଛନ୍ତି ।

କଟକ-ବାରବାଟୀ ଆସନରେ ବିଜେଡିକୁ ବିଫଳତାର ସ୍ବାଦ ଚାଖିବାକୁ ପଡିଛି । କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ ଏଠାରୁ ବିଜୟୀ ହୋଇଛନ୍ତି । ସେ ଏଥର ସମୁଦାୟ ୫୦ହଜାର ୨୪୪ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଦେବାଶୀଷ ସାମନ୍ତରାୟଙ୍କୁ ୪୬ ହଜାର ୪୧୭ ଖଣ୍ଡ ଭୋଟ୍ ମିଳିଛି । ବିଜେଡିର ପରାଜୟ ପରେ ଦଳୀୟ ଫୋରମରେ ଏହାର ସମୀକ୍ଷା କରାଯାଉଛି । କଣ ପାଇଁ ଏଠାରୁ ବିଜେଡି ହାରିଲା ତାର ହିସାବ ନିକାସ କରାଯିବ ବୋଲି ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି କହିଛନ୍ତି । ତେବେ କଟକ-ବାରବାଟୀ ଆସନରେ ଦଳ ହାରିଥିଲେ ସୁଦ୍ଧା ସାମଗ୍ରୀକ ଭାବରେ କଟକ ଜିଲ୍ଲାରେ ବିଜେଡି ଭଲ ପ୍ରଦର୍ଶନ କରିଛି ବୋଲି ସେ କହିଛନ୍ତି ।

ଦେବାଶୀଷ ସାମନ୍ତରାୟ ବ୍ୟକ୍ତିଗତ କାରଣରୁ ନିର୍ବାଚନ ହାରିଥିବା ରାଜନୀତି ସମୀକ୍ଷକ ମତ ଦେଇଛନ୍ତି । ଅନ୍ୟ ପ୍ରାର୍ଥୀଙ୍କ ଭଳି ସେ ଲୋକସମ୍ପର୍କ ରଖିନଥିବା ମଧ୍ୟ ଏମାନେ କହିଛନ୍ତି । ଏହା ବାଦ ଏଥର କଟକ-ବାରବାଟୀ ଆସନରେ ବିଜେପି ୩୩ ହଜାର ୬୨୫ ଖଣ୍ଡ ଭୋଟ୍ ପାଇଥିବା ବେଳେ ଏଥିରୁ ପାଖାପାଖୀ ୫ ହଜାର ଭୋଟ୍ ବିଜେଡିର ବୋଲି ମଧ୍ୟ କୁହାଯାଇଛି ।

କଟକର ୩ ଆସନ ମଧ୍ୟରୁ ବାରବାଟୀ କଟକରେ ନୋଟାରେ ସର୍ବାଧୀକ ଭୋଟ୍ ପଡିଛି । ୧୨୯୮ଟି ଭୋଟ୍ ଲୋକେ ନୋଟାକୁ ଦେଇଛନ୍ତି । ଏହା ସହ ଏହି ଆସନର ଇତିହାକୁ ମଧ୍ୟ ଦେଖିଲେ ଜଣାପଡେ ଯେ ଥରେ ଏଠାରୁ ବିଧାୟକ ରହି ହାରିଯିବା ପରେ ଏଠାରୁ ଆଉ କେହି ପୁଣିଥରେ ଜିତିପାରି ନାହାନ୍ତି ।

   Related Posts