୨୦୨୪ ସାଧାରଣ ନିର୍ବାଚନରେ PM ମୋଦିଙ୍କ ସାମ୍ନାରେ କିଏ ହେବେ ବିରୋଧୀ ଦଳଙ୍କ ନେତା? ଜାଣନ୍ତୁ ଜବାବରେ ନୀତିଶ କହିଲେ କ’ଣ?

Published By : Prameya-News7 Bureau | September 08, 2022 IST

ନୂଆଦିଲ୍ଲୀ ୮।୯:  ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି। ସେଠାରେ ସେ ବିଭିନ୍ନ ବିରୋଧୀ ଦଳ ନେତାଙ୍କୁ ଭେଟୁଛନ୍ତି। ଏହିକ୍ରମରେ ସେ ବୁଧବାର ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଭେଟିଥିଲେ। ନୀତିଶ କୁମାର ସବୁ ଅଣ ବିଜେପି ଦଳଙ୍କୁ ଏକଜୁଟ୍ ହେବା ପାଇଁ ନିବେଦନ କରୁଥିବା ବେଳେ ଏହା ତୃତୀୟ ନୁହେଁ ମୁଖ୍ୟ ମୋର୍ଚ୍ଚା ହେବ ବୋଲି କହିଛନ୍ତି।  ଅଣବିଜେପି ନେତାମାନଙ୍କ ସହ ସାକ୍ଷାତ ଆଲୋଚନା ପରେ ନୀତିଶ କୁମାର ଗଣମାଧ୍ୟମ ସହ ଚର୍ଚ୍ଚାରେ କଥାବର୍ତ୍ତା ବିସ୍ତୃତ ଓ ସକରାତ୍ମକ ଥିବା କହିଛନ୍ତି।

ସେ କହିଛନ୍ତି ଯେ ବିଭିନ୍ନ ରାଜ୍ୟରେ ସବୁ ଅଣ ବିଜେପି ଦଳ ଯଦି ଏକ ସାଙ୍ଗରେ ଆସନ୍ତି ତେବେ ୨୦୨୪ ଲୋକସଭା ନିର୍ବାଚନ ଲାଗି ଏପରି ପରିବେଶ ସୃଷ୍ଟି ହେବ ତା ପରେ ଏହା ଆଉ ଏକତରଫା  ହୋଇ ରହିବନି। ମୁଁ ଯାହା ସହ ବି କଥା ହୋଇଛି ଆଲୋଚନା ସକରାତ୍ମକ ହୋଇଥିବା ନୀତିଶ କୁମାର କହିଛନ୍ତି। ଏଥିରେ ତୃତୀୟ ମୋର୍ଚ୍ଚା ନେଇ କଥା ଉଠିବାରୁ ନୀତିଶ ଏହା ତୃତୀୟ ନୁହେଁ ମୁଖ୍ୟ ମୋର୍ଚ୍ଚା ହେବ ବୋଲି କହିଛନ୍ତି। ଯଦି ଏହା ମୋର୍ଚ୍ଚା ହୁଏ ତେବେ ତୃତୀୟ ନୁହେଁ ମୁଖ୍ୟ ମୋର୍ଚ୍ଚା ହେବ ବୋଲି ସେ କହିଛନ୍ତି।

{"id":681668,"width":834,"height":467,"sizeSlug":"full","linkDestination":"none"}

ବିରୋଧୀ ମେଣ୍ଟର ବ୍ୟାପକ ରୂପରେଖକୁ ନେଇ ନୀତିଶ କୁମାର କହିଛନ୍ତି ଯେ ସର୍ବ ପ୍ରଥମେ ସାଙ୍ଗରେ ଆସିବା ଜରୁରି। ବିଜେପି ବିରୋଧରେ ଏକ ବିକଳ୍ପ ଉପସ୍ଥାପନା ଲାଗି ଏହା ଉଚିତ ସମୟ । କାରଣ ବିଜେପି ଜନତାଙ୍କ ଲାଗି କିଛି ବି କରୁନି। ଏନସିପି ସୁପ୍ରିମୋଙ୍କ ସହ ୩୦ ମିନିଟର ଆଲୋଚନା ପରେ ନୀତିଶ କୁମାର ସମ୍ବାଦଦାତାଙ୍କ ସହ ଆଲୋଚନାରେ ଶରଦ ପାୱାର ଓ ସେ ବିରୋଧୀ ଦଳ ଯେଉଁମାନେ ବିଜେପି ସହ ନାହାନ୍ତି ସେମାନଙ୍କୁ ଏକଜୁଟ କରିବାକୁ ଚାହୁଁଥିବା କହିଛନ୍ତି। ତେବେ ମେଣ୍ଟର ନେତାଙ୍କ ନିଷ୍ପତ୍ତି ପରେ ନିଆଯିବ ବୋଲି ସେ କହିଛନ୍ତି। ତେବେ ପ୍ରଥମେ ସମସ୍ତଙ୍କୁ ସାଙ୍ଗରେ ଆଣିବା ଜରୁରି ବୋଲି ନୀତିଶ କହିଛନ୍ତି।

ନୀତିଶ କୁମାର ତାଙ୍କର ୩ ଦିବସୀୟ ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମର ପ୍ରଥମ ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଦ୍ୱିତୀୟ ଦିନ ଅର୍ଥାତ ମଙ୍ଗଳବାର ଦିଲ୍ଲୀରେ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି ନେତା ସୀତାରାମ ୟେଚୁରୀ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନେତା ଡି. ରାଜା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଇଣ୍ଡିଆନ ନ୍ୟାସନାଲ ଲୋକଦଳ ମୁଖ୍ୟ ଓ.ପି.ଚୌଟାଲା, ସମାଜବାଦୀ ପାର୍ଟି ସଂରକ୍ଷକ ମୁଲାୟମ ସିଂହ ଯାଦବ ଓ ତାଙ୍କ ପୁଅ ଅଖିଳେଶ ଯାଦବଙ୍କୁ ଭେଟିଥିଲେ।

{"id":681669,"sizeSlug":"large","linkDestination":"none"}

ତେବେ ଏହି ଗସ୍ତକାଳରେ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟି ପାରି ନାହାନ୍ତି। ତାଙ୍କ ସହ ଭେଟ କରିବା ପାଇଁ ସେ ପୁଣି ଥରେ ଦିଲ୍ଲୀ ଆସିବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ ପ୍ରତ୍ୟେକ ଏବେ ବିରୋଧୀ ଏକତାର କଥା କହୁଛନ୍ତି ଓ ଦେଶ ଲାଗି ଏକ ଚେହେରା ବଦଳେ ମିଳିତ ମୋର୍ଚ୍ଚାର ଆବଶ୍ୟକତା ରହିଥିବା ନୀତିଶ କହିଛନ୍ତି। ସେ କହିଛନ୍ତି ଯେ ସମସ୍ତେ ଏବେ ବୁଝି ଗଲେଣି ଯେଉଁମାନଙ୍କ ହାତରେ ଏବେ କ୍ଷମତା ରହିଛି ସେମାନେ ଦେଶର ପ୍ରତ୍ୟେକ ସ୍ଥାନରେ କ୍ଷତି କରୁଛନ୍ତି। ଏଣୁ ୨୦୨୪ ନିର୍ବାଚନରେ ସେମାନଙ୍କୁ ରୋକିବା ଏବେ ସମସ୍ତଙ୍କ ଲାଗି ଜରୁରି ହୋଇପଡିଛି।

ନୀତିଶ ଏପର୍ଯ୍ୟନ୍ତ ନିଜେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଅସ୍ୱୀକାର କରିଚାଲିଛନ୍ତି। ତେବେ ତାଙ୍କ ପାର୍ଟି ଭିତରେ ନୀତିଶଙ୍କ ବିଶାଳ ଅନୁଭବ ଓ ସଫାସୁତୁରା ଛବି ଲାଗି ବିପକ୍ଷ ନେତୃତ୍ୱର ଡୋରି ସମ୍ଭାଳନ୍ତୁ ବୋଲି ଦାବି ଉଠୁଛି। ତେବେ ପ୍ରଧାନମନ୍ତ୍ରୀ ପଦ ଲାଗି ତାଙ୍କ ଆକାଙକ୍ଷା ସମ୍ପର୍କରେ ପଚରା ଯିବାରୁ ମଙ୍ଗଳବାର ଏହା ଠିକ୍ ନୁହେଁ, ମୁଁ ଏହି ପଦର ଦାବିଦାର ନୁହେଁ କି ଏଥିଲାଗି ମୁଁ ଇଛୁକ ମଧ୍ୟ ନୁହେଁ ବୋଲି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.